ରାଜ୍ୟ ରାଜ୍ୟ ବୁଲି ଲୁଟୁଥିଲେ, କଳାହାଣ୍ଡି ପୋଲିସ ହାତରେ ଧରାପଡ଼ିଲେ
Advertisement
Article Detail0/zeeodisha/odisha1291419

ରାଜ୍ୟ ରାଜ୍ୟ ବୁଲି ଲୁଟୁଥିଲେ, କଳାହାଣ୍ଡି ପୋଲିସ ହାତରେ ଧରାପଡ଼ିଲେ

 କଳାହାଣ୍ଡି ଏସପି ଅଭିଳାଷ ଜି ଦେଇଥ‌ିବା ସୁଚନା ଅନୁଯାୟୀ ଏକ ୧୦ ଜଣିଆ ଡକାୟତ ଗ୍ୟାଙ୍ଗ କିଛି ଦିନ ହେବ ଜିଲ୍ଲାର ଧର୍ମଗଡ଼,ଆମପାଣି, ଗୋଳାମୁଣ୍ଡା, କୋକସରା ଓ ଜୟପାଟଣା ଥାନା ଅଞ୍ଚଳରେ ମାରଣାସ୍ତ୍ର ଦେଖାଇ ଲୋକଙ୍କ ଘର କୁ ସୁନାଗହନ ଲୁଟି ନେଇଥିଲେ।

ରାଜ୍ୟ ରାଜ୍ୟ ବୁଲି ଲୁଟୁଥିଲେ, କଳାହାଣ୍ଡି ପୋଲିସ ହାତରେ ଧରାପଡ଼ିଲେ

କଳାହାଣ୍ଡି: ଗତ ୨ ମାସ ହେବ କଳାହାଣ୍ଡି ଜିଲ୍ଲାରେ ଆତଙ୍କ ରାଜ ସୃଷ୍ଟି କରିଥିଲେ ଲୁଟେରା।ଫଳରେ ଗ୍ରାମଞ୍ଚଳ ଠାରୁ ସହାରଞ୍ଚଳ ପର୍ଯ୍ୟନ୍ତ ଆତଙ୍କିତ ଅବସ୍ଥାରେ ଥିଲେ ଜିଲ୍ଲାବାସୀ।ଏନେଇ ବାରମ୍ବାର ପୋଲିସ ନିକଟରେ ଅଭିଯୋଗ ମଧ୍ୟ ହୋଇଥିଲା।ଯାହା ଫଳରେ ପୋଲିସର ବିଫଳତା ସାମ୍ନାକୁ ଆସିଥିଲା।କିନ୍ତୁ ଆଜି ଏକ ୧୦ ଜଣିଆ ଡ଼କାୟତ ଗ୍ୟାଙ୍ଗର ପର୍ଦାଫାସ କରିବାରେ ସଫଳ ହୋଇଛି କଳାହାଣ୍ଡି ପୋଲିସ।

ଏନେଇ ଆଜି କଳାହାଣ୍ଡି ପୋଲିସ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥୁଲା ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ କଳାହାଣ୍ଡି ଏସପି ଅଭିଳାଷ ଜି ଦେଇଥ‌ିବା ସୁଚନା ଅନୁଯାୟୀ ଏକ ୧୦ ଜଣିଆ ଡକାୟତ ଗ୍ୟାଙ୍ଗ କିଛି ଦିନ ହେବ ଜିଲ୍ଲାର ଧର୍ମଗଡ଼,ଆମପାଣି, ଗୋଳାମୁଣ୍ଡା, କୋକସରା ଓ ଜୟପାଟଣା ଥାନା ଅଞ୍ଚଳରେ ମାରଣାସ୍ତ୍ର ଦେଖାଇ ଲୋକଙ୍କ ଘର କୁ ସୁନାଗହନ ଲୁଟି ନେଇଥିଲେ।

ଏନେଇ ଥାନାରେ ଅଭିଯୋଗ ହେବ ପରେ ପୋଲିସ ତଦନ୍ତ ଆରମ୍ଭ କରି ଡକାୟତି ଘଟଣାରେ ୧୦ ଜଣିଆ ଡକାୟତ ଗ୍ୟାଙ୍ଗ କୁ ଧରିବାରେ ପୋଲିସ ସଫଳ ହୋଇଥିବା ବେଳେ ଗିରଫ ଅଭିଯୁକ୍ତ ମାନଙ୍କ ମଧ୍ୟରୁ ୫ ଜଣ ନବରଙ୍ଗପୁର ଜିଲ୍ଲାର ହୋଇଥିବା ବେଳେ ୪ ଜଣ କଳାହାଣ୍ଡି ଜିଲ୍ଲାର ଓ ଜଣେ କୋରାପୁଟ ଜିଲ୍ଲାର ହୋଇଥିବା ବେଳେ ଗିରଫ ଅଭିଯୁକ୍ତ ମାନଙ୍କ ଠାରୁ ୬ ଲକ୍ଷ ୩୫ ହଜାର ୮୨୫ ନଗଦ ଟଙ୍କା ସହ ୫ଟି ବାଇକ,୧୧ ଟି ମୋବାଇଲ ଫୋନ,୪୦.୩୯୨ ଗ୍ରାମ ସୁନା ଓ୪୪୭.୭୪୦ ଗ୍ରାମ ସୁପା ସହ ବ୍ୟାଙ୍କ ପାସବୁକ, ଏଟିଏମ କାର୍ଡ ସହ ମୁଖା ଓ ଡକାୟତି ରେ ବ୍ୟବହୃତ ସାମଗ୍ରୀ ଜବତ କରିଥିବା ନେଇ ସୂଚନା ଦେଇଛନି ଏସପି ।

ସେପଟେ ସାଧାରଣ ଲୋକଙ୍କୁ ଭୟବିତ ନ ହୋଇ ଘରେ ଶାନ୍ତିରେ ରହିବା ପାଇଁ ମଧ୍ଯ ନିବେଦନ କରିଛନ୍ତି ଏସପି।ପୋଲିସର ଏହି ସଫଳତା ପରେ ସାଧାରଣ ଲୋକଙ୍କ ମଧ୍ୟରେ ସାମାନ୍ୟ ଆଶ୍ବସ୍ତି ମିଳିଥିବା ବେଳେ କଡା ପେଟ୍ରୋଲ କରାଯିବା ନେଇ ସାଧାରଣ ରେ ଦାବି ହେଉଛି। ସେପଟେ କିଛି ଦିନ ହେଲା ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଡ୍ରୋନ କ୍ୟାମେରା ବୁଲୁଥ‌ିବା ବେଳେ ଏହା ପୋଲିସ ର ନୁହେଁ ବୋଲି ମଧ୍ୟ ଏସପି ପ୍ରକାଶ କରିଛନ୍ତି।