Top 10 News Headlines: ଅତି ସଂକ୍ଷେପରେ ଜାଣନ୍ତୁ ସକାଳର ୧୦ ଟି ବଡ଼ ଖବର
Trending Photos
Lingaraj Nitikanti Conflict: ମକର ସଂକ୍ରାନ୍ତିରେ ଉପାସରେ ମହାପ୍ରଭୁ ଲିଙ୍ଗରାଜ। ମକର ମଣ୍ଡପରେ ବସିଛନ୍ତି ପ୍ରଭୁ ଲିଙ୍ଗରାଜ, କିନ୍ତୁ ହେଉନାହିଁ କୌଣସି ନୀତି କାନ୍ତି । ଗତକାଲି ସନ୍ଧ୍ୟା ୮ରୁ ବଡୁ ସେବାୟତ ଓ ମହାସୁଆର ସେବାୟତଙ୍କ ମଧ୍ୟରେ ବିବାଦ ପାଇଁ ନୀତି ବନ୍ଦ ରହିଛି। ବଡ଼ୁ ସେବାୟତ ବାରମ୍ବାର ମନମୁଖୀ କାର୍ଯ୍ୟ କରୁଥିବା ଅଭିଯୋଗ ହୋଇଛି। ମକର ମଣ୍ଡପରେ କାଲି ସନ୍ଧ୍ୟାରୁ ଠାକୁର ବସି ରହିଛନ୍ତି । ସେବା ବିବାଦରୁ ଗତକାଲି ସନ୍ଧ୍ୟାରୁ ବନ୍ଦ ରହିଛି ମହାପ୍ରଭୁ ଲିଙ୍ଗରାଜଙ୍କ ନୀତି କାନ୍ତି ।
Makar Sankranti 2025: ଆଜି ଠାରୁ ଜାନୁଆରୀ ୧୬ ତାରିଖ ଯାଏଁ ୩ ଦିନିଆ କେନ୍ଦୁଝର ଗସ୍ତରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଆଜି ୧୧.୩୦ଟା ସମୟରେ ରେ ପାଟଣା ସ୍ଥିତ ପରମେଶ୍ବର ଶିବ ମନ୍ଦିର କୁଳରେ ବହିଯାଇଥିବା ପୂର୍ଣତୋୟା ବୈତରଣୀ ନଦୀ ରେ ମକର ବୁଡ ପକାଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ବୁଡ ପକାଇବା ପରେ ପାଟଣା ଅଞ୍ଚଳର ବିଭିନ୍ନ ଶିବ ମନ୍ଦିରରେ ପୂଜା କରି ଆଶୀର୍ବାଦ ନେଇଛନ୍ତି।
Srimandira Dhadi Darshan: ଜାନୁଆରୀ ୨୦ ତାରିଖରୁ ଶ୍ରୀମନ୍ଦିରରେ ଆରମ୍ଭ ହେବ ଧାଡ଼ି ଦର୍ଶନ । ଧାଡ଼ି ଦର୍ଶନ ପାଇଁ ରାମ୍ପ ଓ ବ୍ୟାରିକେଡ୍ ଲଗାଇବା ପ୍ରକିୟା ଆରମ୍ଭ ହୋଇଛି । ଆଉ ପରୀକ୍ଷାମୂଳକ ନୁହେଁ ଏଣିକି ସିଧାସଳଖ କାର୍ଯ୍ୟକାରୀ ହେବ ବୋଲି କହିଛନ୍ତି ମନ୍ତ୍ରୀ । ଏନେଇ ସୂଚନା ଦେଇଛନ୍ତି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ମାର୍କେଟ ଛକ ଯାଏ ଧାଡ଼ି ହେବ। ଏହି ସମୟରେ ଶ୍ରଦ୍ଧାଳୁଙ୍କୁ ପିଇବା ପାଣି ଯୋଗାଇ ଦିଆଯିବ । ଏହାଛଡ଼ା ସେଠାରେ କୁଲର ଓ ଫ୍ୟାନ୍ ର ବ୍ୟବସ୍ଥା ବି କରାଯିବ ।
Milk In Midday Meal: ମଧ୍ୟାହ୍ନ ଭୋଜନରେ ମିଳିବ କ୍ଷୀର । ଏନେଇ ଚିନ୍ତା କରୁଛନ୍ତି ସରକାର । ମଧ୍ୟାହ୍ନ ଭୋଜନରେ ଛାତ୍ରଛାତ୍ରୀ ୨୦୦ ମିଲିମିଟର ଭିଟାମିନ A ଓ D ଯୁକ୍ତ କ୍ଷୀର ଦେବାକୁ ଯୋଜନା କରୁଛନ୍ତି ସରକାର । ଏନେଇ ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ସୂଚନା ଦେଇଛନ୍ତି । ଗତକାଲି ରାଷ୍ଟ୍ରପତି ରାଇରଙ୍ଗପୁରରେ ଗିଫ୍ଟ ମିଲ୍କ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଗିଫ୍ଟ ମିଲ୍କ ମାଧ୍ୟମରେ ୨୯ଟି ସ୍କୁଲରେ ୧୧୮୪ ପିଲାଙ୍କୁ ୨୦୦ ଏମ୍ଏଲ୍ କ୍ଷୀର ଦେବାର ଶୁଭାରମ୍ଭ ହୋଇଛି ।
Bhitarkanika Closed: ଆଜିଠାରୁ ବନ୍ଦ ରହିବ ଭିତରକନିକା ଜାତୀୟ ଉଦ୍ୟାନ । କୁମ୍ଭୀର ଗଣନା ପାଇଁ ଆଜିଠାରୁ ୨୨ ତାରିଖ ପର୍ଯ୍ୟନ୍ତ ୯ ଦିନ ଧରି ଭିତରକନିକା ବନ୍ଦ ରହିବ । ପର୍ଯ୍ୟଟକ ମାନେ ଭିତରକନିକା ନଆସିବାକୁ ରାଜନଗର ବନବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ପ୍ରତିବର୍ଷ ପରି ଚଳିତ ବର୍ଷ ପ୍ରଥମେ ବୋଟ ଚଳାଚଳ ବନ୍ଦ ରହିବ । ପରେ ନଦୀର ଜଳ ସ୍ଥିର ହେବା ପରେ କୁମ୍ଭୀର ଗଣନା ହେବ। ଭିତରକନିକାରେ ଥିବା ନଦୀ ନାଳରେ ବଉଳା କୁମ୍ଭୀର ଗଣନା କରାଯିବ ।
Kansa Maharaj At Puri: ପୁରୀରେ କଂସ ମହାରାଜ। ପାପମୋଚନ ପାଇଁ ମହୋଦଧିରେ ବୁଡ଼ ପକାଇଲେ। ଧନୁଯାତ୍ରାରେ ଅଭିନୟ ବେଳେ ଭଗବାନ କୃଷ୍ଣ-ବଳରାମଙ୍କ ପ୍ରତି କଟୁକ୍ତି କରିଥିବାରୁ କ୍ଷମା ପ୍ରାର୍ଥନା କରିଛନ୍ତି ! ତେବେ ଗତକାଲି ହିଁ ଶେଷ ହୋଇଛି ୧୧ ଦିନିଆ ବରଗଡ଼ ବିଶ୍ୱ ପ୍ରସିଦ୍ଧ ଧୁନଯାତ୍ରା।
Delhi Assembly Election 2025: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ କାଲକାଜୀ ଆସନରୁ ପ୍ରାର୍ଥୀପତ୍ର ଭରିଛନ୍ତି ମୁଖ୍ୟମନ୍ତ୍ରୀ ଆତିଶୀ। ସେପଟେ ନିର୍ବାଚନ ପରିପ୍ରେକ୍ଷୀରେ ବଢୁଛି ଆରୋପ, ପ୍ରତ୍ୟାରୋପର ରାଜନୀତି । ବିଭିନ୍ନ ପ୍ରମୁଖ ଦଳ ପରସ୍ପର ଉପରେ କରୁଛନ୍ତି ଆକ୍ରମଣ। ଗତକାଲି ଇଣ୍ଡି ମେଣ୍ଟ ରାଲିରେ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଶାଣିତ ଟାର୍ଗେଟ କରିଥିଲେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ।
Net Exam Postponed: ଆସନ୍ତାକାଲି ହେବାକୁ ଥିବା ନେଟ୍ ପରୀକ୍ଷା ସ୍ଥଗିତ । ପୋଙ୍ଗଲ, ମକର ସଂକ୍ରାନ୍ତି ଏବଂ ଅନ୍ୟାନ୍ୟ ପର୍ବପର୍ବାଣୀକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନେଇଛି ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି । ପରୀକ୍ଷା ସ୍ଥଗିତ ରଖାଯିବା ସମ୍ପର୍କରେ ଏନଟିଏ ୱେବସାଇଟ୍ ugcnet.nta.ac.inରେ ବିଜ୍ଞପ୍ତି ପ୍ରକାଶ ପାଇଛି । ଜାନୁଆରୀ ୧୫ତାରିଖରେ ନେଟ୍ ପରୀକ୍ଷା ହେବାର ଥିଲା। ଯାହାକୁ ବର୍ତ୍ତମାନ ପାଇଁ ସ୍ଥଗିତ ରଖାଯାଇଛି। ଖୁବ ଶୀଘ୍ର ଏହାର ନୂଆ ତାରିଖ ଘୋଷଣା କରାଯିବ।
Land Mine Blast At JK: ଜାମ୍ମୁ-କାଶ୍ମୀର ରଜୌରୀରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ; ୬ ଯବାନ ଆହତ। ପାଟ୍ରୋଲିଂ ବେଳେ ଜଣେ ଯବାନଙ୍କ ଗୋଡ଼ ଅକସ୍ମାତ ଲାଗିବାରୁ ବିସ୍ଫୋରଣ। ନାଓସେରା ସେକ୍ଟରର କାମ୍ଭା ଫୋର୍ଟ ନିକଟରେ ବିସ୍ଫୋରଣ ଘଟିଛି।
Rohit Sharma: ୨୦୨୪-୨୫ ରଣଜୀର ୨ୟ ଫେଜ୍ରେ ଖେଳିପାରନ୍ତି ରୋହିତ ଶର୍ମା। ମୁମ୍ବାଇ ଟିମ୍ରେ ଖେଳିବା ପାଇଁ ନେଟ୍ସରେ ଅଭ୍ୟାସ କଲେ। ଖରାପ ଫର୍ମକୁ ନେଇ ବିସିସିଆଇର ତାଗିଦ ପରେ ପ୍ରାକ୍ଟିସ୍