Top 5 Lucky Zodiac Sign, 15 January 2025: ୧୫ ଜାନୁଆରୀରେ ପୁଷ୍ୟା ନକ୍ଷତ୍ର ସହିତ ପ୍ରୀତି ଯୋଗର ଶୁଭ ସଂଯୋଗ ଘଟୁଛି । ଏଥି ସହିତ ଚନ୍ଦ୍ର କର୍କଟ ରାଶିରେ ରହିବେ। ସୂର୍ଯ୍ୟ ଏବଂ ଚନ୍ଦ୍ର ମୁହାଁମୁହିଁ ହେବାରୁ ସ୍ୱତନ୍ତ୍ର ଯୋଗ ସୃଷ୍ଟି ହେଉଛି ।
ମେଷ ରାଶି
ଭଗବାନ ଗଣେଶଙ୍କ କୃପାରୁ ଆପଣଙ୍କ ପାଇଁ ଦିନଟି ଶୁଭ ହେବ। କୌଣସି କାମ ଅଟକି ରହିଥିଲେ ତାହାକୁ ଶେଷ କରିବାକୁ ସୁଯୋଗ ପାଇବେ । ଅଳ୍ପ ପରିଶ୍ରମରେ ଅଧିକ ଲାଭ ପାଇବାରେ ସକ୍ଷମ ହେବେ । ପୂର୍ବରୁ କରିଥିବା କାମ ଆପଣଙ୍କୁ ଲାଭ ପ୍ରଦାନ କରିବ । ଚାକିରି ପରିବର୍ତ୍ତନ ପାଇଁ ପ୍ରୟାସ ସଫଳ ହେବ । ଜୀବନସାଥୀଙ୍କ ସହିତ ସମୟ ବିତାଇବାର ସୁଯୋଗ ପାଇବେ। କୌଣସି ସ୍ଥାନରେ ଟଙ୍କା ଅଟକି ରହିଥିଲେ ମୁକୁଳିବାର ସମ୍ଭାବନା ଅଛି । ସ୍ୱାସ୍ଥ୍ୟ ଭଲ ରହିବ ।
କର୍କଟ ରାଶି
ନିଜ ବକ୍ତବ୍ୟ ଏବଂ ଆଚରଣ ଦ୍ୱାରା ଅନ୍ୟକୁ ପ୍ରଭାବିତ କରିବାରେ ସକ୍ଷମ ହେବେ । ମାଆଙ୍କଠାରୁ ଲାଭ ପାଇବେ । ସହକର୍ମୀମାନଙ୍କ ସାହାଯ୍ୟ କର୍ମକ୍ଷେତ୍ରରେ ପାଇବେ । ଆକାଉଣ୍ଟସ୍ ଏବଂ ବ୍ୟାଙ୍କିଂ ସହ ଜଡିତ କାମରେ ସଫଳତା ମିଳିବାର ଅଧିକ ସମ୍ଭାବନା। ବ୍ୟବସାୟ କିମ୍ବା ଘର ପାଇଁ ଋଣ ନେବାକୁ ଚାହୁଁଥିଲେ ସହଜରେ ପାଇବେ। ଏକାଧିକ ଉତ୍ସରୁ ଲାଭ ମିଳିପାରେ ।
ତୁଳା ରାଶି
କଠିନ ପରିଶ୍ରମରୁ ଅଧିକ ଲାଭ ମିଳିବ । ବିଭିନ୍ନ କ୍ଷେତ୍ରରେ ସଫଳତା ପାଇବେ। ବ୍ୟବସାୟରେ ଭଲ ଡିଲ୍ ମିଳିବାରୁ ଖୁସି ପ୍ରକାଶ କରିବେ । ପୁରୁଣା ବନ୍ଧୁଙ୍କ ସାହାଯ୍ୟ ମିଳିପାରେ । ଘରେ ଖୁସିର ପରିବେଶ ରହିବ। କର୍ମକ୍ଷେତ୍ରରେ ଏକ ବଡ଼ ପରିବର୍ତ୍ତନ ଆସିବ । ଅସୁସ୍ଥ ଥିଲେ ସ୍ୱାସ୍ଥ୍ୟରେ ଉନ୍ନତି ଆସିବ। ଭଗବାନ ଗଣେଶଙ୍କ ଆଶୀର୍ବାଦ ଆପଣଙ୍କୁ ମିଳିବ ।
ବିଛା ରାଶି
ଦିନଟିରେ ଆଧ୍ୟାତ୍ମିକ ଚିନ୍ତାଧାରା ଏବଂ ସକାରାତ୍ମକ ଭାବନା ରହିବ । ଶୁଭ କିମ୍ବା ଧାର୍ମିକ କାର୍ଯ୍ୟରେ ଅଂଶଗ୍ରହଣ କରିବାର ସୁଯୋଗ ପାଇବେ । କର୍ମକ୍ଷେତ୍ରରେ ଉପରିସ୍ଥ ଅଧିକାରୀମାନେ ଆପଣଙ୍କୁ ପ୍ରଶଂସା କରିବେ । ପ୍ରିୟ ଖାଦ୍ୟ ଖାଇବାକୁ ମିଳିପାରେ । ଆର୍ଥିକ ମାମଲାକୁ ନେଇ କରୁଥିବା ଯୋଜନା ଆପଣଙ୍କୁ ଭବିଷ୍ୟତରେ ଭଲ ଲାଭ ପ୍ରଦାନ କରିବ । ହଜିଯାଇଥିବା ଜିନିଷ ଫେରି ପାଇପାରନ୍ତି ।
ମକର ରାଶି
ଆପଣଙ୍କ ପାଇଁ ଦିନଟି ଅତ୍ୟନ୍ତ ଭାଗ୍ୟଶାଳୀ । ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟଗୁଡ଼ିକୁ ଶେଷ କରିବାକୁ ଚେଷ୍ଟା କରିଲେ ସୁରୁଖୁରୁରେ ଶେଷ ହେବ । ପୈତୃକ ସମ୍ପତ୍ତିକୁ ନେଇ କୌଣସି ବିବାଦ ଥିଲେ ତାହାର ସମାଧାନ ହେବ । ଚାକିରି ପରିବର୍ତ୍ତନ ପାଇଁ ଚେଷ୍ଟା କରୁଥିଲେ ସଫଳତା ମିଳିପାରେ । ସାମାଜିକ ସ୍ତରରେ ମାନ ସମ୍ମାନ ମିଳିବା ସହ ପ୍ରତିଷ୍ଠା ବଢିବ । ଆମଦାନୀ-ରପ୍ତାନି ବ୍ୟବସାୟ ସହିତ ଜଡିତ ବ୍ୟକ୍ତି ବିଦେଶି ସୁତ୍ରରୁ ଲାଭବାନ ହୋଇପାରନ୍ତି । କିଛି ଶୁଭ କାମ କରିବାକୁ ନିଷ୍ପତ୍ତି ହୋଇପାରେ ।
Disclamer: (ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷଙ୍କ ମତକୁ ଆଧାର କରି ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।
ट्रेन्डिंग फोटोज़