Top 10 News Today:ଜ୍ଞାନେଶ କୁମାର ନୂଆ ସିଇସି, ଆଜି ବନକଲାଗି ନୀତି ଓ ସକାଳର ୧୦ ବଡ଼ ଖବର
Advertisement
Article Detail0/zeeodisha/odisha2650541

Top 10 News Today:ଜ୍ଞାନେଶ କୁମାର ନୂଆ ସିଇସି, ଆଜି ବନକଲାଗି ନୀତି ଓ ସକାଳର ୧୦ ବଡ଼ ଖବର

Top 10 News: ଚୁଟକୀରେ ପଢିନିଅନ୍ତୁ ସକାଳର କିଛି ଗୁରୁତ୍ତ୍ୱପୂର୍ଣ୍ଣ ଖବର

Top 10 News Today:ଜ୍ଞାନେଶ କୁମାର ନୂଆ ସିଇସି, ଆଜି ବନକଲାଗି ନୀତି ଓ ସକାଳର ୧୦ ବଡ଼ ଖବର
1. Gyanesh Kumar New CEC:ପୂର୍ବତନ ରେଜିଷ୍ଟ୍ରାଲ୍‍ ଜେନେରାଲ ଓ ଜନସଂଖ୍ୟା କମିଶନର ତଥା ୧୯୮୯ ବ୍ୟାଚ୍‍ ଆଇଏଏସ୍‍ ଅଧିକାରୀ ଜ୍ଞାନେଶ କୁମାରଙ୍କୁ ନୂତନ ମୁଖ୍ୟ ନିର୍ବାଚନ ଆୟୁକ୍ତ ଭାବେ ନିଯୁକ୍ତ କରାଯାଇଛି। ସେ ଆଜିଠାରୁ ଦାୟିତ୍ୱ ଗ୍ରହଣ କରିବେ। ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବା ଚୟନ କମିଟି ତାଙ୍କୁ ନିର୍ତବାଚନ ଆୟୁକ୍ତ ପଦବୀ ଲାଗି ନୁଯୁକ୍ତ କରିଛନ୍ତି। ବିରୋଧି ଦଳ ନେତା ରାହୁଲ ଗାନ୍ଧି ଏହି ନିଯୁକ୍ତିକୁ ନେଇ ଅସହମତି ଜାହିର କରିଥିଲେ। ଶ୍ରୀ କୁମାର ୨୦୩୦ ଯାଏ କାର୍ଯ୍ୟ କରିବେ। ଏହି ସମୟରେ ୨୦୨୯ ସାଧାରଣ ନିର୍ବାଚନ, ସୀମା ପୁନ! ନିର୍ଦ୍ଧାରଣ ଭଳି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ରହିଛି। 
 
2. Airline Crash in Canada: କାନାଡ଼ାର ଟରୋଣ୍ଟେ ପିୟରସନ୍‍ ବିମାନ ବନ୍ଦରଠାରେ ଏକ ବଡ଼ ଧରଣର ବିମାନ ଦୁର୍ଘଟଣା ଘଟିଛି। ଡେଲ୍ଟା ଏୟାରଲାଇନ୍‍ର ଏକ ବିମାନ ଲ୍ୟାଣ୍ଡିଂ କରିବା ସମୟରେ ମୁହଁ ମାଡ଼ି ପଡ଼ିବାରୁ ଏହି ଦୁର୍ଘଟଣା ଘଟିଛି। ରନ୍‍ଥଓ୍ୱେରେ ଅତ୍ୟଧିକ ତୁଷାରପାତ ଏହାର କାରଣ ବୋଲି କୁହାଯାଉଛି। ଏହି ଦୁର୍ଘଟଣାରେ ୧୮ ଜଣ ଆହତ ହୋଇଛନ୍ତି। 
 
3. US Unveils Reciprocal Trade Policy: ଯୁକ୍ତରାଷ୍ଟ୍ର ଆମେରିକା ପକ୍ଷରୁ ସମାନୁପାତିକ ଶୁଳ୍କ ନୀତି ଘୋଷଣା କରାଯାଇଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହି ନୀତିକୁ ଉନ୍ମୋଚନ କରିଛନ୍ତି। ଏହି ନୀତି ଆମେରିକାକୁ ସେହି ଦେଶଗୁଡ଼ିକରୁ ଆମଦାନୀ ଉପରେ ସମାନ କର ଲଗାଇବାକୁ ଅନୁମତି ଦେଉଛି ଯେମିତି ସେହି ଦେଶମାନେ ଆମେରିକାରୁ ଆମଦାନୀ କରୁଥିବା ସାମଗ୍ରୀ ଉପରେ ଲଗାଉଛନ୍ତି। ଏହାକୁ ଯେସାକୁ ତେସା ନୀତି ବୋଲି କୁହାଯାଉଛି। ଏହା ବାଣିଜ୍ୟ କାରବାରରେ ଚାଲିଥିବା ଅସମାନତାକୁ ଦୂର କରିବ ବୋଲି ରାଷ୍ଟ୍ରପତି ଟ୍ରମ୍ପ ଆଶା କରିଛନ୍ତି।
 
4. GBS is a non-contagious post-viral infection: ଦେଶର ବିଭିନ୍ନ ପ୍ରାନ୍ତରେ ଜୀବନ ପ୍ରତି ବିପଦ ସୃଷ୍ଟି କରିଥିବା ଜିବିଏସ୍‍ ସଂକ୍ରମଣକୁ ଅଣ ଡିଆଁ ରୋଗ ଭାବେ ଚିହ୍ନଟ କରିଛନ୍ତି ଡାକ୍ତର ବିଶେଷଜ୍ଞ। ଏହି ସଂକ୍ରମଣ ଭାଇରାଲ୍‍ ଇନ୍‍ଫେକ୍ସନ୍‍ ପରବର୍ତ୍ତୀ ସମୟରେ ହେଉଛି। ଏବଂ ତାହା ରୋଗୀଙ୍କର ରୋଗ ପ୍ରତିରୋଧ କ୍ଷମତାକୁ ନଷ୍ଟ କରି ଜୀବନ ପ୍ରତି ବିପଦ ସୃଷ୍ଟି କରୁଛି ବୋଲି ବିଶାଖାପାଟଣାମ୍‍ର କିଙ୍ଗ ଜର୍ଜ ହସ୍‍ପିଟାଲ୍‍ ସୁପରିଣ୍ଟେଣ୍ଡେଣ୍ଟ ଡା. ଶିବାନନ୍ଦ କହିଛନ୍ତି। 
 
5. Sine-die notice by KIIT are not Right: ନେପାଳଛାତ୍ରୀଙ୍କ ଆତ୍ମହତ୍ୟା ପରେ ସମସ୍ତ ନେପାଳ ଛାତ୍ରଙ୍କୁ ହଷ୍ଟେଲ୍‍ ଛାଡ଼ିବା ପାଇଁ କିଟ୍‍ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଦେଇଥିବା ନୋଟିସ୍‍କୁ ଠିକ୍‍ ନୁହେଁ ବୋଲି କହିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ। ରାଜ୍ୟ ସରକାର ଏ ଦିଗରେ ସଚେତନ ରହିଛନ୍ତି ଏବଂ ତୁରନଦ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ବୋଲି ସେ ସୂଚନା ଦେଇଛନ୍ତି। ରବିବାର ରାତିରେ ଜଣେ ନେପାଳୀ ଛାତ୍ରୀ ଆତ୍ମହତ୍ୟା କରିବା ପରେ ଉପସ୍ଥିତ ନେପାଳ ଛାତ୍ରମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। 
 
6. CM Majhi presented 2.90 Lakh crore state Budget: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି  ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ୨ଲକ୍ଷ ୯୦ ହଜାର କୋଟି ଟଙ୍କାର ବଜେଟ୍‍ ଉପସ୍ଥାପନ କରିଛନ୍ତି। ଏହି ବଜେଟ୍‍ ପୂର୍ବ ବର୍ଷ ଅପେକ୍ଷା ୨୫ ହଜାର କୋଟି ଅଧିକ। ଏହା ରାଜ୍ୟର ବିକାଶ ତଥା ଲୋକଙ୍କ ସଶକ୍ତିକରଣରେ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। କିନ୍ତୁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ରାଜ୍ୟ ସରକାର ବଜେଟ୍‍ ଅର୍ଥ ଖର୍ଚ୍ଚ କରିପାରୁ ନଥିବାରୁ ଅୈସନ୍ତୋଷ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଡବଲ ଇଞ୍ଜିନ୍‍ ସରକାର ପଛୁଆ ଗିଅରରେ ଚାଲୁଛି। 
 
7. 16 New Schemes that Govt implement in 2025-26:  ରାଜ୍ୟ ସରକାରଙ୍କ ବଜେଟ୍‍ରେ ୧୬ ନୂଆ ଯୋଜନା ଘୋଷଣା କରାଯାଇଛି। ଯେଉଁଥିରେ ବିଭିନ୍ନ ବର୍ଗର ନାଗରିକଙ୍କ ଲାଗି ବିକାଶ ଆଶାକୁ ପ୍ରସ୍ଫୁଟିତ କରିଛନ୍ତି ରାଜ୍ୟ ସରକାର। ଏହି ଯୋଜନାଗୁଡ଼ିକ ହେଉଛି:  ଏଗୁଡ଼ିକ ହେଲା, ଅନ୍ତ୍ୟୋଦୟ ଗୃହ ଯୋଜନା, ସୁଭଦ୍ରା ସୁରକ୍ଷା, ଶ୍ରୀ ଜଗନ୍ନାଥ ଯୋଜନା, ଉତ୍ତର ଓଡ଼ିଶା ବିକାଶ ପରିଷଦ, ଓଡ଼ିଶା ପୁଷ୍ଟି, ବକୁଳ ବନ ଉନ୍ନୟନ, ଆମ ଶିମିଳିପାଳ, ମଡେଲ ମହାନଦୀ, ସହିଦ ଲକ୍ଷ୍ମଣ ନାୟକ ଆଦର୍ଶ ବିଦ୍ୟାଳୟ, ପ୍ରବାସୀ ଓଡ଼ିଆ ‘ ଓ-ସମ୍ପର୍କ’, ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା, ଦକ୍ଷିଣ ଓଡ଼ିଶା ବିକାଶ ପରିଷଦ, ସ୍ୱଚ୍ଛ ଓଡ଼ିଶା, ଆମେ ପଢ଼ିବା ଆମ ଭାଷାରେ, ଅଟଳ ବସ୍‍ ଷ୍ଟାଣ୍ଡ, ଓ ସମୃଦ୍ଧ ସହର ଯୋଜନା। 
 
8. MLA LAD Fund increased to 5 Crore: ଏଣିକି ଜଣେ ବିଧାୟକ ନିଜ ବିଧାନସଭା ମଣ୍ଡଳୀର ବିକାଶ ଲାଗଭି ବର୍ଷକୁ ୫ କୋଟି ଟଙ୍କା ଖର୍ଚ୍ଚ କରିପାରିବେ। ଏନେଇ ବଜେଟରେ ଅର୍ଥ ବ୍ୟବସ୍ଥା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି। ଆଞ୍ଚଳିକ ବୈଷମ୍ୟ ଦୂର କରିବା ଲାଗି ଏହି ବ୍ୟବସ୍ଥା କରିଛନ୍ତି ରାଜ୍ୟ ସରକାର। ଏ ବାବଦରେ ସମୁଦାୟ ୭୩୫ କୋଟି ଟଙ୍କା ଆବଣ୍ଟନ କରାଯାଇଛି। ଏପ୍ରିଲ ୧ରୁ ଆରମ୍ଭ ହେବାକୁ ଥିବା ଆର୍ଥିକ ବର୍ଷ ଲାଗି ଏହି ଅର୍ଥକୁ ଖର୍ଚ୍ଚ କରିପାରିବେ ବିଧାୟକ। ପୂର୍ବରୁ ବିଧାୟକମାନଙ୍କର ହାତ ପାଣ୍ଠି ବା ଆଞ୍ଚଳିକ ବିକାଶ ପାଣ୍ଠି ଲ୍ୟାଡ୍‍ ଫଣ୍ଡ ୩ କୋଟି ଟଙ୍କା ଥିଲା। 
 
9. The Longest Budget Speech: ମୁଖ୍ୟମନ୍ତ୍ରୀଙ୍କ ଏଥରର ବଜେଟ୍‍ ଅଭିଭାଷଣ ସମସ୍ତ ରେକର୍ଡ ଭାଙ୍ଗିଛି। ଏପରିକି ୨୦୨୦ ମସିହାରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଦେଇଥିବା ବଜେଟ୍‍ ଅଭିଭାଷଣଠାରୁ ଏହା ଦୀର୍ଘ ରହିଛି। ସେତେବଳେ ନିର୍ମଳା ୨ଘଣ୍ଟା ୪୨ ମିନିଟ ସମୟ ଧରି କେନ୍ଦ୍ରୀୟ ବଜେଟ୍‍ ଉପସ୍ଥାପନ କରିଥିଲେ। ହେଲେ ୨୦୨୫-୨୬ ଆର୍ଥିକ ବର୍ଷ ଲାଗି ମୁଖ୍ୟମନ୍ତ୍ରୀ ମାଝି ୨ଘଣ୍ଟା ୪୩ ମିନିଟ୍‍ ସମୟଧରି ରାଜ୍ୟ ବଜେଟ୍‍ ପୁସ୍ତିକାକୁ ପଢ଼ିଥିଲେ। 
 
10. Darshan in Srimandir will remain closed: ଆସନ୍ତା କାଲି ଶ୍ରୀଜିଉଙ୍କ ବନକଲାଗି ନୀତି ସ୍ଥିର କରାଯାଇଛି। ଏଣୁ ସର୍ବସାଧାରଣଙ୍କ ଦର୍ଶନରେ ପ୍ରତିବନ୍ଧକ ଲଗାଯାଇଛି। ସନ୍ଧ୍ୟା ୫ଟାରୁ ରାତି ୧୦ଟା ଯାଏ କୌଣସି ଭକ୍ତଙ୍କୁ ଶ୍ରୀଜିଉଙ୍କ ଦର୍ଶନ ଲାଗି ଅନୁମତି ମିଳିବ ନାହିଁ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି।