Top 10 News Headlines: ସୁଭଦ୍ରା ଯୋଜନାକୁ ନେଇ ଏକ ଚାଞ୍ଚଲ୍ୟ ଖବର ସାମ୍ନାକୁ ଆସିଛି। ଏହି ଯୋଜନାରେ ମହିଳାମାନଙ୍କ ପାଇଁ ଥିବାବେଳେ କିଛି ପୁରୁଷ ମାନେ ବି ଆବେଦନ କରିଛନ୍ତି। ସଂକ୍ଷେପରେ ପଢ଼ନ୍ତୁ ଦିନ ତମାମର ୧୦ଟି ବଡ଼ ଖବର।
Trending Photos
Top 10 News Headlines 22 January 2025: H1. Arun panda appointed as Chairman of OSFC: ପୂର୍ବତନ ଆଇଏଏସ୍ ଅଧିକାରୀ ଅରୁଣ ପଣ୍ଡାଙ୍କୁ ଷଷ୍ଠ ରାଜ୍ୟ ଅର୍ଥ କମିଶନଙ୍କ ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି। ରାଜ୍ୟ ଅର୍ଥ ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ଏଥିରେ କୁହାଯାଇଛି ଯେ ରାଜ୍ୟପାଳଙ୍କ ଆଦେଶ ଅନୁସାରେ ୫ ଜଣିଆ ଅର୍ଥ କମିଶନ ଗଠନ କରାଯାଇଛି।
H2. Odisha Cabinet approved One model school in every Panchayat: ରାଜ୍ୟର ପ୍ରତି ପଞ୍ଚାୟତରେ ଗୋଟିଏ ଲେଖାଏଁ ଆଦର୍ଶ ବିଦ୍ୟାଳୟ ଖୋଲିବ। ଏହାକୁ ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ନାକରେ ନାମିତ କରାଯିବ। ଏହି ସ୍କୁଲ୍ ଜିଲ୍ଲା ସ୍ତରର ସ୍ମାର୍ଟ ସ୍କୁଲ୍ ଗୁଡ଼ିକ ଲାଗି ଫିଡର ସ୍କୁଲ୍ ଭାବେ କାର୍ଯ୍ୟ କରିବେ। ଚଳିତ ବର୍ଷ ଏହିକ୍ରମରେ ୧୧୪ଟି ଫିଡର ସ୍କୁଲ୍ ବା ପଣ୍ଡିତ ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟ ଖୋଲିବା ଲାଗି ବଜେଟ୍ ରେ ବ୍ୟବସ୍ଥା କରାଯିବ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି।
H3. State hiked Risk Allowances of SoG Jawans: ରାଜ୍ୟ ସରକାର ସ୍ୱତନ୍ତ୍ର ଅପରେସନ୍ ଗ୍ରୁପ୍ ( ଏସ୍ଓଜି) ଯବାନଙ୍କ କ୍ଷତି ଆଶଙ୍କା ଭତ୍ତା ବା ରିସ୍କ ଆଲାଓ୍ୱାନ୍ସକୁ ବୃଦ୍ଧି କରିଛନ୍ତି। ଆଗକୁ ନକ୍ସଲ ବିରୋଧୀ ଅପରେସନରେ ଯିବା ବେଳେ ନିଜର ମନୋବଳ ଯେମିତି ଦୁର୍ବଳ ନହେବ ସେ ନେଇ ରାଜ୍ୟ ସରକାର ଉଦ୍ୟମ କରିଛନ୍ତି। ଏହାସହ ସୂଚନା ଦେଇଛନ୍ତି ଯେ ଆଗକୁ ନକ୍ସଲଙ୍କୁ ନିପାତ କରିବାକୁ ରାଜ୍ୟ ସରକାର ବଡ଼ ଭୂମିକା ନେବାକୁ ଯାଉଛନ୍ତି।
H4. 157 Men apply in Subhadra Yojana: ସୁଭଦ୍ରା ଯୋଜନାକୁ ନେଇ ଏକ ଚାଞ୍ଚଲ୍ୟ ଖବର ସାମ୍ନାକୁ ଆସିଛି। ଏହି ଯୋଜନାରେ ମହିଳାମାନଙ୍କ ପାଇଁ ଥିବାବେଳେ କିଛି ପୁରୁଷ ମାନେ ବି ଆବେଦନ କରିଛନ୍ତି। ଏ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି। ରାଜ୍ୟର ୧୫୭ ପୁରୁଷ ସୁଭଦ୍ରା ଯୋଜନାରେ ଆବେଦନ କରିଛନ୍ତି। ଆବେଦନ କରିଥିବା ଏହି ୧୫୭ଜଣ ପୁରୁଷଙ୍କୁ ବାଦ୍ ଦିଆଯାଇଛି।
H5. Central Govt announced New MSP for Jute farmers: ଦେଶର ଝୋଟ ଚାଷୀଙ୍କ ଲାଗି ସର୍ବନିମ୍ନ ସହାୟକ ମୂଲ୍ୟ ଘୋଷଣା କରିଛନ୍ତି କେନ୍ଦ୍ର ସରକାର। ଏହି ନୂଆ ମୂଲ୍ୟ ଅନୁସାରେ ୨୦୨୫-୨୬ ଆର୍ଥିକ ବର୍ଷରେ କେନ୍ଦ୍ର ସରକାର କ୍ୱିଣ୍ଟାଲ୍ ପିଛା ସର୍ବନିମ୍ନ ୫୬୫୦ ଟଙ୍କା ସହାୟତା ପ୍ରଦାନ କରିବେ। ଏହାଦ୍ୱାରା ସର୍ବଭାରତୀୟ ସ୍ତରରେ ହାରାହାରି ଉତ୍ପାଦନ ଖର୍ଚ୍ଚ ଉପରେ ୬୬.୮ ପ୍ରତିଶତ ଲାଭ ସୁନିଶ୍ଚିତ ହେବ ବୋଲି କନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି।
H6. JD(U) Withdraws Support In Manipur: ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଦଳ ଜେଡିୟୁ ବିଜେପିକୁ ଏକ ଝଟକା ଦେଇଛି। ଉତ୍ତର-ପୂର୍ବ ରାଜ୍ୟ ମଣିପୁରରେ ବିଜେପି ସରକାରରୁ JDU ସମର୍ଥନ ପ୍ରତ୍ୟାହାର କରିନେଇଛି। ୬୦ ଆସନ ବିଶିଷ୍ଟ ବିଧାନସଭାରେ ବିଜେପି ପାଖରେ ୩୨ଟି ଆସନ ଥିଲାଯ ଯାହା ସଂଖ୍ୟାଗରିଷ୍ଠତାଠାରୁ ବହୁତ ଅଧିକ କିନ୍ତୁ ୬ଟି ଆସନ ସହିତ ଜେଡିୟୁ ମଧ୍ୟ ବିଜିପି ସହିତ ମେଣ୍ଟ କରିଥିଲା।
H7. Jalgaon Paranda Station Accident: ମହାରାଷ୍ଟ୍ରର ଜଳଗାଁଓରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଏଠାକାର ପରଣ୍ଡା ଷ୍ଟେସନରେ ପୁଷ୍ପକ ଏକ୍ସପ୍ରେସ ଟ୍ରେନରେ ନିଆଁ ଲାଗିଥିବା ଗୁଜବ ବ୍ୟାପିଯାଇଥିଲା। ଏହା ପରେ ଭୟଭୀତ ହୋଇ ଅନେକ ଯାତ୍ରୀ ଟ୍ରେନ୍ର ଚେନ୍ ଟାଣି ଡେଇଁ ପଡିଥିଲେ। ଏହି କାରଣରୁ ଯାତ୍ରୀମାନେ ଅନ୍ୟ ଟ୍ରାକ ଦେଇ ଯାଉଥିବା କର୍ଣ୍ଣାଟକ ଏକ୍ସପ୍ରେସ ସହିତ ଧକ୍କା ଖାଇଥିଲେ। ଯାହା ଫଳରେ ୧୧ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ଖବର ଆସିଛି।
H8. Iran's military innovation: ଆମେରିକାରେ ଟ୍ରମ୍ପ ପ୍ରଶାସନର ଆରମ୍ଭ ଏବଂ ଇସ୍ରାଏଲ ସହ ଉତ୍ତେଜନା ମଧ୍ୟରେ ଇରାନ ସେନା ଯୁଦ୍ଧ କ୍ଷେତ୍ରରେ ରୋବୋଟ ସୈନିକଙ୍କୁ ନିୟୋଜିତ କରିବାକୁ ନିଷ୍ପତ୍ତି ନେଇଛି। ଜଣେ ଉଚ୍ଚପଦସ୍ଥ ଇରାନୀ ସାମରିକ ଅଧିକାରୀଙ୍କ ଅନୁଯାୟୀ, ସେନା ଯୁଦ୍ଧ ରୋବୋଟ୍ ପରୀକ୍ଷଣ କରୁଛି ଏବଂ ଏଗୁଡ଼ିକର ଅନେକ ନୂତନ ମଡେଲ୍ ବିକଶିତ କରୁଛି।
H9. Income Tax Raids Pushpa 2 Director Sukumar: ସାଉଥ୍ ର ବ୍ଲକବଷ୍ଟର ଫିଲ୍ମ ପୁଷ୍ପା-୨ ର ନିର୍ଦ୍ଦେଶକ ସୁକୁମାରଙ୍କୁ ନେଇ ଏକ ବଡ଼ ଖବର ଆସିଛି। ବୁଧବାର ଦିନ ଆୟକର ବିଭାଗ ଟିମ୍ ତାଙ୍କ ଘର ଏବଂ କାର୍ଯ୍ୟାଳୟରେ ଚଢାଉ କରିଥିଲେ। 'ସାକ୍ଷୀ ପୋଷ୍ଟ'ର ରିପୋର୍ଟ ଅନୁଯାୟୀ, ଆୟକର ବିଭାଗ ଦଳ ଚଢାଉ କରିବା ସମୟରେ ସୁକୁମାର ହାଇଦ୍ରାବାଦ ବିମାନବନ୍ଦରରେ ଥିଲେ। ଦଳଟି ନିର୍ଦ୍ଦେଶକଙ୍କୁ ବିମାନବନ୍ଦରରୁ ଉଠାଇ ତାଙ୍କ ଘରକୁ ନେଇଥିଲେ। ଏହି ଚଢାଉ କାହିଁକି କରାଯାଉଛି ତାହାର ସବିଶେଷ ବିବରଣୀ ଏପର୍ଯ୍ୟନ୍ତ ପ୍ରକାଶ କରାଯାଇ ନାହିଁ।
H10. Arshdeep Singh T20I Wickets: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ୫ ମ୍ୟାଚ୍ ବିଶିଷ୍ଟ T20 ସିରିଜର ପ୍ରଥମ ମ୍ୟାଚ୍ କୋଲକାତାର ଇଡେନ ଗାର୍ଡେନରେ ଖେଳାଯାଉଛି। ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଏହି ମ୍ୟାଚ୍ରେ ଅର୍ଶଦୀପ ସିଂହ ଇତିହାସ ରଚିଛନ୍ତି। ସେ ଟି-୨୦ରେ ଭାରତର ସର୍ବାଧିକ ୱିକେଟ୍ ନେଇଥିବା ବୋଲର ହୋଇଛନ୍ତି।