Top 10 News: ମୁଖ୍ୟମନ୍ତ୍ରୀ ଆଗତ କଲେ ପୂର୍ଣ୍ଣାଙ୍ଗ ରାଜ୍ୟ ବଜେଟ୍, ନେପାଳୀ ଛାତ୍ରୀଙ୍କ ମୃତ୍ୟୁକୁ ନେଇ ଚର୍ଚ୍ଚାରେ କିଟ୍, ପଢ଼ନ୍ତୁ ଆଜିର ୧୦ ବଡ଼ ଖବର
Advertisement
Article Detail0/zeeodisha/odisha2650341

Top 10 News: ମୁଖ୍ୟମନ୍ତ୍ରୀ ଆଗତ କଲେ ପୂର୍ଣ୍ଣାଙ୍ଗ ରାଜ୍ୟ ବଜେଟ୍, ନେପାଳୀ ଛାତ୍ରୀଙ୍କ ମୃତ୍ୟୁକୁ ନେଇ ଚର୍ଚ୍ଚାରେ କିଟ୍, ପଢ଼ନ୍ତୁ ଆଜିର ୧୦ ବଡ଼ ଖବର

Top 10 News Headlines: ସୋମବାର ଦିନ ଓଡ଼ିଶା ସରକାର ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ୨,୯୦,୦୦୦ କୋଟି ଟଙ୍କାର ପୂର୍ଣ୍ଣାଙ୍ଗ ରାଜ୍ୟ ବଜେଟ୍ ଉପସ୍ଥାପନ କରିଛନ୍ତି। ସଂକ୍ଷେପରେ ପଢ଼ନ୍ତୁ ଦିନ ତମାମର ୧୦ଟି ବଡ଼ ଖବର।

Top 10 News Headlines 17 February 2025

Top 10 News Headlines 17 February 2025: H1. Odisha Budget 2025-26: ସୋମବାର ଦିନ ଓଡ଼ିଶା ସରକାର ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ୨,୯୦,୦୦୦ କୋଟି ଟଙ୍କାର ପୂର୍ଣ୍ଣାଙ୍ଗ ରାଜ୍ୟ ବଜେଟ୍ ଉପସ୍ଥାପନ କରିଛନ୍ତି। ଅର୍ଥ ବିଭାଗ ଦାୟିତ୍ୱ ରଖିଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓଡ଼ିଶା ବିଧାନସଭାରେ ବଜେଟ୍ ଉପସ୍ଥାପନ କରିଥିଲେ। ୨୦୨୪-୨୫ ଆର୍ଥିକ ବର୍ଷରେ ସମୁଦାୟ ବଜେଟ୍‍ ପରିମାଣ ୨ଲକ୍ଷ ୬୫ ହଜାର କୋଟି ଟଙ୍କା ଥିଲା।

H2. Longest Budget Speech in India: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ବଜେଟ୍‍ ଉପସ୍ଥାପନରେ ରେକର୍ଡ ସୃଷ୍ଟି କରିଛନ୍ତି। ଏପରିକି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ମଧ୍ୟ ଟପିଛନ୍ତି। ଦୀର୍ଘକାୟ ଭାଷଣରେ ଏହି ରେକର୍ଡ ସୃଷ୍ଟି ହୋଇଛି। ଓଡ଼ିଆରେ ଏହି ଭାଷଣ ଲେଖା ହୋଇଥିଲା। ଯାହାକୁ ସମ୍ପୂର୍ଣ୍ଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ୨ ଘଣ୍ଟା ୪୩ ମିନିଟ ସମୟ ନେଇଥିଲେ। ବିଧାନସଭା ଗୃହ ଭିତରେ ଲାଗିଥିବା ଡିସ୍ପ୍ଲେ  ବୋର୍ଡରେ ଏହା ସ୍ପଷ୍ଟ କରାଯାଇଥିଲା।

H3. 12% more budget allocation for Agriculture: ରାଜ୍ୟର ଜନସଂଖ୍ୟାର ପ୍ରାୟ ୪୮ ପ୍ରତିଶତ ଶ୍ରମଶକ୍ତି କୃଷି ଏବଂ ଆନୁଷଙ୍ଗିକ କ୍ଷେତ୍ର ଉପରେ ନିର୍ଭରଶୀଳ। କୃଷକମାନଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି  ବଜେଟ୍‌ରେ ୨୦୨୫-୨୬ରେ କୃଷି ଏବଂ ଆନୁଷଙ୍ଗିକ କ୍ଷେତ୍ରପାଇଁ  ୩୭,୮୩୮ କୋଟି ଟଙ୍କା କୃଷି ବିଭାଗ ପାଇଁ ବ୍ୟୟବରାଦ କରାଯାଇଛି । ପୂର୍ବ ବର୍ଷର ବଜେଟ୍ ତୁଳନାରେ ପ୍ରାୟ ୧୨ ପ୍ରତିଶତ ଅଧିକ । ଏଥିମଧ୍ୟରୁ କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ପାଇଁ ୧୪,୭୦୧ କୋଟି ଟଙ୍କାର ପ୍ରସ୍ତାବ ରହିଛି ।

H4. MLA LAD  FUND in Odisha increased: ଏଣିକି ଜଣେ ବିଧାୟକ ନିଜ ବିଧାନସଭା ମଣ୍ଡଳୀର ବିକାଶ ଲାଗଭି ବର୍ଷକୁ ୫ କୋଟି ଟଙ୍କା ଖର୍ଚ୍ଚ କରିପାରିବେ। ଏନେଇ ବଜେଟରେ ଅର୍ଥ ବ୍ୟବସ୍ଥା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି। ଆଞ୍ଚଳିକ ବୈଷମ୍ୟ ଦୂର କରିବା ଲାଗି ଏହି ବ୍ୟବସ୍ଥା କରିଛନ୍ତି ରାଜ୍ୟ ସରକାର। ଏ ବାବଦରେ ସମୁଦାୟ ୭୩୫ କୋଟି ଟଙ୍କା ଆବଣ୍ଟନ କରାଯାଇଛି। ଏପ୍ରିଲ ୧ରୁ ଆରମ୍ଭ ହେବାକୁ ଥିବା ଆର୍ଥିକ ବର୍ଷ ଲାଗି ଏହି ଅର୍ଥକୁ ଖର୍ଚ୍ଚ କରିପାରିବେ ବିଧାୟକ।

H5. Naveen as first reaction to State Budget: ରାଜ୍ୟ ବଜେଟ୍‍ ସମ୍ପର୍କରେ ପ୍ରଥମ ପ୍ରତିକ୍ରିୟା ରଖି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପବଟ୍ଟନାୟକ କହିଛନ୍ତି ଡବଲ୍‍ ଇଞ୍ଜିନ୍‍ ସରକାର ପଛୁଆ ଗିଅରରେ ଚାଲୁଛି। ଅର୍ଥ ଆବଣ୍ଟନ କରିବାଟା ବଡ଼ କଥା ନୁହେଁ, ରାଜ୍ୟର ବିକାଶ ଲାଗି ଖର୍ଚ୍ଚ କରିବା ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି ନବୀନ।

H6. KIIT University sent back all Nepali students: ରାଜ୍ୟର ପ୍ରମୁଖ ବେସରକାରୀ ବିଶ୍ୱବିଦ୍ୟାଳୟ କିଟରୁ ସମସ୍ତ ନେପାଳୀ ଛାତ୍ରଛାତ୍ରୀଙ୍କୁ କ୍ୟାମ୍ପସ ଛାଡ଼ି ଘରକୁ ଯିବାକୁ ନିର୍ଦ୍ଦେଶ ଦେଇଛନ୍ତି କର୍ତ୍ତୃପକ୍ଷ। ଏପରିକି ଏହି ଛାତ୍ରଛାତ୍ରୀମାନଙ୍କୁ ବସ୍‍ ଯୋଗେ କଟକ ରେଳ ଷ୍ଟେସନରେ ଛଡ଼ାଯାଉଛି। ପ୍ରାୟ ୫ ହଜାରରୁ ଅଧିକ ନେପାଳୀ ଛାତ୍ରଛାତ୍ରୀଙ୍କୁ ଜବରଦସ୍ତ ହଷ୍ଟେଲ ଛାଡ଼ିବାକୁ ନିର୍ଦ୍ଦେଶ ହୋଇଥିବା ଅଭିଯୋଗ ହୋଇଛି। ଜଣେ ନେପାଳୀ ଛାତ୍ରୀଙ୍କ ମୃତ୍ୟୁ ପରେ ଏହି ପଦକ୍ଷେପ ନେଇଛନ୍ତି କର୍ତ୍ତୃପକ୍ଷ।

H7. Mukesh mahaling on aadhaar biometric: ପ୍ରତି ୬ ମାସରେ ଥରେ ଅର୍ଥାତ୍‍ ବର୍ଷକୁ ଦୁଇଥର ଆଧାର ସଂଶୋଧନ ପାଇଁ ପଞ୍ଚାୟତରେ କ୍ୟାମ୍ପ ପଡ଼ିବ। ଏପରିକି ଭିନ୍ନକ୍ଷମ ଲୋକଙ୍କ ଆଧାର ସଂଶୋଧନ ଲାଗି ସରକାର ସ୍ବତନ୍ତ୍ର ବ୍ୟବସ୍ଥାକୁ ଲାଗୁ କରିବା ଲାଗି ବ୍ୟାପକ କରିବା ଲାଗି ସରକାର ପଦକ୍ଷେପ ନେବେ। ଏହି ସମୟରେ ଯେଉଁମାନଙ୍କ ବାୟୋମାଟ୍ରିକ୍‍ ବ୍ୟବସ୍ଥାରେ ସଂଶୋଧନ କାର୍ଯ୍ୟ ହୋଇପାରୁ ନାହିଁ ସେମାନଙ୍କୁ ସୁବିକଳ୍ପ ଯୋଗ ମିଳିବ ବୋଲି ମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି।

H8. Qatar Emir in India: କାତାର ଆମୀର ଶେଖ୍ ତାମିମ୍ ବିନ୍ ହମାଦ୍ ଅଲ୍-ଥାନି ଦୁଇ ଦିନିଆ ଗସ୍ତରେ ଭାରତ ଆସିଛନ୍ତି। ଏହା ୧୦ ବର୍ଷ ମଧ୍ୟରେ ତାଙ୍କର ଦ୍ୱିତୀୟ ଗସ୍ତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ କାତାରର ଆମୀରଙ୍କୁ ସ୍ୱାଗତ କରିବା ପାଇଁ ନୂଆଦିଲ୍ଲୀ ବିମାନବନ୍ଦରରେ ପହଞ୍ଚିଥିଲେ। ତାଙ୍କ ଭାରତ ଗସ୍ତରେ ମନ୍ତ୍ରୀ, ବରିଷ୍ଠ ଅଧିକାରୀ ଏବଂ ଏକ ବ୍ୟବସାୟିକ ପ୍ରତିନିଧିମଣ୍ଡଳୀକୁ ନେଇ ଏକ ଉଚ୍ଚସ୍ତରୀୟ ପ୍ରତିନିଧିମଣ୍ଡଳୀ ତାଙ୍କ ସହିତ ଆସିଛନ୍ତି।

H9. CBSE Paper Leak Case: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE) ଚଳିତ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷାରେ ପେପର ଲିକ୍ ଅଭିଯୋଗକୁ ଦୃଢ଼ ଭାବରେ ପ୍ରତ୍ୟାଖ୍ୟାନ କରିଛି। ବୋର୍ଡ ଏହି ଦାବିଗୁଡ଼ିକୁ "ନିରାଧାର" ବୋଲି କହିଛି ଏବଂ ଜୋର ଦେଇ କହିଛି ଯେ ଏହା ଛାତ୍ରଛାତ୍ରୀ ଏବଂ ଅଭିଭାବକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିବାର ଏକ ପ୍ରୟାସ।

H10. JP Duminy Divorce Announcement: ପୂର୍ବତନ ଦକ୍ଷିଣ ଆଫ୍ରିକା ବ୍ୟାଟସମ୍ୟାନଙ୍କ ୧୪ ବର୍ଷ ପରେ ଛାଡପତ୍ର ହୋଇଛି। ସେ ସୋସିଆଲ ମିଡିଆରେ ଏକ ବୟାନ ଜାରି କରି ଏହି ସୂଚନା ଦେଇଛନ୍ତି। ଡୁମିନି ଏବଂ ତାଙ୍କ ପତ୍ନୀ ପାରସ୍ପରିକ ସହମତିରେ ଅଲଗା ହେବାକୁ ନିଷ୍ପତ୍ତି ନେଇଛନ୍ତି। ଡୁମିନି ଇନଷ୍ଟାଗ୍ରାମରେ ପୋଷ୍ଟ କରି କହିଛନ୍ତି ଯେ ଏକାଠି ଅନେକ ସୁନ୍ଦର ମୁହୂର୍ତ୍ତ ବିତାଇବା ପରେ, ସେମାନେ ଅଲଗା ହେବାକୁ ନିଷ୍ପତ୍ତି ନେଇଛନ୍ତି।