Shani Budh Yuti 2025: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ମାର୍ଚ୍ଚ ମାସରେ ବୁଧ ଏବଂ ଶନିଙ୍କ ସଂଯୋଗ ହେବାକୁ ଯାଉଛି । ଏହା ୭ ମଇ ପର୍ଯ୍ୟନ୍ତ ଚାଲିବ । ଯାହାର ପ୍ରଭାବରୁ ୩ଟି ରାଶିର ବ୍ୟକ୍ତିଙ୍କ ପାଇଁ ସମୟ ଶୁଭ ସାବ୍ୟସ୍ତ ହେବ ।
ଜ୍ୟୋତିଷଙ୍କ ଅନୁସାରେ, ବୁଧ ୨୭ ଫେବୃଆରୀ, ଗୁରୁବାର ଦିନ ମୀନ ରାଶିରେ ଚଳନ କରିବେ ଏବଂ ୭ ମଇ ବୁଧବାର ପର୍ଯ୍ୟନ୍ତ ସମାନ ରାଶିରେ ରହିବେ। ସେହି ଦିନ ଅପରାହ୍ନ ୪:୧୩ ରେ, ବୁଧ ମେଷ ରାଶିରେ ଚଳନ କରିବେ। ସେହିପରି, ଶନି ୨୯ ମାର୍ଚ୍ଚ, ଶନିବାର ଦିନ ମୀନ ରାଶିରେ ଚଳନ କରିବେ। ଏପରି ପରିସ୍ଥିତିରେ, ବୁଧ ଏବଂ ଶନିଙ୍କ ସଂଯୋଗ ୭ ମଇ ପୂର୍ବରୁ ହେବ । ଏହି କାରଣରୁ ୩ଟି ରାଶିର ବ୍ୟକ୍ତି ଅତ୍ୟନ୍ତ ଲାଭଜନକ ଫଳାଫଳ ପାଇବେ
ମେଷ ରାଶି
ବୁଧ ଏବଂ ଶନିଙ୍କ ସଂଯୋଗ ଆପଣଙ୍କ ପାଇଁ ଅତ୍ୟନ୍ତ ଲାଭଜନକ ହେବ। ଚାକିରି କ୍ଷେତ୍ରରେ ସମୟ ଖୁବ ଭଲ । ସମାଜରେ ମାନ ସମ୍ମାନ ବଢିବାକୁ ଲାଗିବ । ବ୍ୟବସାୟୀମାନଙ୍କ ଯୋଜନା ଫଳପ୍ରଦ ହୋଇପାରେ । ଧନ ବୃଦ୍ଧିର ଯଥେଷ୍ଟ ସମ୍ଭାବନା ରହିଛି । ଆର୍ଥିକ ସ୍ଥିତି ଧିରେ ଧିରେ ସୁଦୃଢ ହେବାକୁ ଲାଗିବ । ବ୍ୟବସାୟୀମାନେ ଭଲ ଲାଭ ହାସଲ କରିବାରେ ସଫଳ ହେବେ । ସଭିଙ୍କ ସହ ସମ୍ପର୍କ ପୂର୍ବ ଅପେକ୍ଷା ଅଧିକ ମଜବୁତ ହେବ।
କୁମ୍ଭ ରାଶି
ବୁଧ ଏବଂ ଶନିଙ୍କ ସଂଯୋଗ ଆପଣଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହୋଇପାରେ। ଉଭୟ ଚାକିରି ଏବଂ ବ୍ୟବସାୟରେ ଆଗକୁ ବଢ଼ିବାରେ ସଫଳ ହେବେ। ସମାଜରେ ମାନ ସମ୍ମାନ ପାଇବେ। ଧନ ବୃଦ୍ଧି ହେବାର ସମ୍ଭାବନା ରହିଛି । ବ୍ୟବସାୟକୁ ବଢାଇବାରେ ଆପଣ ସଫଳ ହେବେ । କର୍ମକ୍ଷେତ୍ରରେ ଆପଣ ସହକର୍ମୀଙ୍କ ଠାରୁ ଯଥେଷ୍ଟ ଅଧିକ ସମର୍ଥନ ପାଇବେ । ଚାକିରି କ୍ଷେତ୍ରରେ ପଦୋନ୍ନତି ମିଳିପାରେ । ବିଭିନ୍ନ ସୁତ୍ରରୁ ଆୟ କରିବାରେ ସଫଳ ହେବେ ।
ମୀନ ରାଶି
ଆପଣଙ୍କ ପାଇଁ ବୁଧ ଏବଂ ଶନିଙ୍କ ସଂଯୋଗ ଲାଭଦାୟକ ସାବ୍ୟସ୍ତ ହେବ। ଯେ କୌଣସି କାର୍ଯ୍ୟକୁ ଧର୍ଯ୍ୟର ସହ ସମ୍ପୂର୍ଣ୍ଣ କଲେ ସଫଳତା ନିଶ୍ଚେ ମିଳିବ । ସମୟ ଭଲ କିନ୍ତୁ ଅନ୍ୟମାନଙ୍କ ସହ କଥାବାର୍ତ୍ତା କରିବା ସମୟରେ ସଂଯମତା ରକ୍ଷା କରନ୍ତୁ । ସାମାଜିକ କ୍ଷେତ୍ରରେ ସମ୍ମାନ ମିଳିବ । କାହାସହ କିଛି ମତଭେଦ ଥିଲେ ତାହାର ସମାଧାନ ହୋଇଯିବ । କ୍ୟାରିୟର କ୍ଷେତ୍ରରେ ଅଧିକ ସଫଳତା ହାସଲ କରିପାରନ୍ତି। କୌଣସି ବିଷୟରେକୁ ନେଇ ଅତ୍ୟଧିକ ଚିନ୍ତିତ ହୁଅନ୍ତୁ ନାହିଁ ।
Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।
ट्रेन्डिंग फोटोज़