Top 10 News: ମଣିପୁରରେ ଲାଗୁ ହେଲା ରାଷ୍ଟ୍ରପତି ଶାସନ, ସନା ମହାକୁଡ଼ଙ୍କୁ ବିଜେଡି ସୁପ୍ରିମୋଙ୍କ ତାଗିଦ୍‍; ପଢ଼ନ୍ତୁ ଆଜିର ୧୦ ବଡ଼ ଖବର
Advertisement
Article Detail0/zeeodisha/odisha2645256

Top 10 News: ମଣିପୁରରେ ଲାଗୁ ହେଲା ରାଷ୍ଟ୍ରପତି ଶାସନ, ସନା ମହାକୁଡ଼ଙ୍କୁ ବିଜେଡି ସୁପ୍ରିମୋଙ୍କ ତାଗିଦ୍‍; ପଢ଼ନ୍ତୁ ଆଜିର ୧୦ ବଡ଼ ଖବର

Top 10 News Headlines: ମଣିପୁରର ମୁଖ୍ୟମନ୍ତ୍ରୀ ପଦରୁ ଏନ ବୀରେନ ସିଂହ ଇସ୍ତଫା ଦେବାର କିଛି ଦିନ ପରେ କେନ୍ଦ୍ରର ମୋଦି ସରକାର ଫେବୃଆରୀ ୧୩ ତାରିଖରେ ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ କରିଛନ୍ତି। ସଂକ୍ଷେପରେ ପଢ଼ନ୍ତୁ ଦିନ ତମାମର ୧୦ଟି ବଡ଼ ଖବର।

Top 10 News Headlines 13 February 2025

Top 10 News Headlines 13 February 2025: H1. Naveen Patnaik Inquires About Uttam Mohanty’s Health: ଲୋକପ୍ରିୟ କଳାକାର ଉତ୍ତମ ମହାନ୍ତିଙ୍କ ସ୍ୱାସ୍ଥ୍ୟାବସ୍ଥା ବର୍ତ୍ତମାନ ଗୁରୁତର ରହିଛି। ଏବଂ ସେ ବର୍ତ୍ତମାନ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧି ଦଳର ନେତା ନବୀନ ପଟ୍ଟନାୟକ ଗୁରୁବାର ଦିନ ବାବୁଶାନଙ୍କ ସହ କଥା ତାଙ୍କ ପିତା ଉତ୍ତମ ମହାନ୍ତିଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ବୁଝିଛନ୍ତି। ଏହା ସମେତ ସେ ଉତ୍ତମ ମହାନ୍ତିଙ୍କ ଆଶୁଆରୋଗ୍ୟ କାମନା କରିଛନ୍ତି। 

H2. Odisha Budget Session 2025: ଆଜିଠାରୁ ସପ୍ତଦଶ ବିଧାନସଭାର ତୃତୀୟ ତଥା ବଜେଟ୍ ଅଧିବେଶନ ଆରମ୍ଭ ହୋଇଛି । ଅଧିବେଶନ ଆରମ୍ଭରେ ରାଜ୍ୟପାଳ ଡ. ହାରିବାବୁ କମ୍ଭମପାଟି ନିଜର ଅଭିଭାଷଣ ରଖିଛନ୍ତି । ଏହି ସମୟରେ ରାଜ୍ୟପାଳ କହିଛନ୍ତି ଯେ ୨୦୨୪ ବର୍ଷ ଓଡ଼ିଶା ପାଇଁ ଏକ ଐତିହାସିକ ବର୍ଷ ହୋଇଛି, ଯାହା ଶାସନ ବିକାଶ ଓ ବିଶ୍ବସ୍ତରୀୟ ସ୍ଵୀକୃତିରେ ପରିବର୍ତ୍ତନକାରୀ ପଦକ୍ଷେପ ହୋଇଛି । ଆମର ପ୍ରତ୍ୟେକ ଆଭିମୁଖ୍ୟରେ ଲୋକ ହିଁ ପ୍ରଥମ ଅଟନ୍ତି । 

H3. Naveen Patnaik On Sana Mahakud: ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ଙ୍କୁ ବିଜେଡି ସୁପ୍ରିମୋଙ୍କ ତାଗିଦ୍‍। ବିଧାନସଭା କରିଡରରେ ତାଗିଦ୍‍ କଲେ ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଗତକାଲି ବିରୋଧୀ ଦଳର ବୈଠକରେ ଯୋଗ ଦେବାକୁ ଆସି ନଥିଲେ ସନାତନ। ଆଜି  ଗାଡ଼ିରୁ ଓହ୍ଲାଇବା ବେଳେ ବିଧାନସଭା ପୋର୍ଟିକୋରେ ନବୀନ ତାଙ୍କୁ କାରଣ ପଚାରିଲେ। ଆଉ ସେ ଏହାର ଜଚବାବରେ ତାଙ୍କ ଦେହ ଖରାପ ଥିଲା ବୋଲି କହୁଥିବା ଭିଡିଓ ଭାଇରାଲ ହେଉଛି। 

H4. New Income Tax Bill Tabled In Parliament: ସରକାର ନୂତନ ଆୟକର ବିଲ୍ ୨୦୨୫ ପାରିତ କରିଛନ୍ତି। ଏହି ବିଲର ଲକ୍ଷ୍ୟ ହେଉଛି ଟିକସ ଆଇନକୁ ସରଳ କରିବା। ଏହା ବିଭିନ୍ନ ଟିକସ ସମ୍ବନ୍ଧୀୟ ପ୍ରସଙ୍ଗରେ ଅଧିକ ସ୍ପଷ୍ଟତା ପ୍ରଦାନ କରିବ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ୱାରା ଲୋକସଭାରେ ଆଗତ ଏହି ନୂତନ ବିଲ୍ ପ୍ରଚଳିତ ଆୟକର ଆଇନ ୧୯୬୧କୁ ବଦଳାଇବାକୁ ଏବଂ ବ୍ୟକ୍ତି, ବ୍ୟବସାୟ ଏବଂ ଅଣ-ଲାଭକାରୀ ସଂଗଠନ ସମେତ ବିଭିନ୍ନ ବର୍ଗର କରଦାତାଙ୍କୁ ପ୍ରଭାବିତ କରୁଥିବା ପରିବର୍ତ୍ତନ ଆଣିବାକୁ ଚାହୁଁଛି।

H5. President Rule Imposed In Manipur: ମଣିପୁରର ମୁଖ୍ୟମନ୍ତ୍ରୀ ପଦରୁ ଏନ ବୀରେନ ସିଂହ ଇସ୍ତଫା ଦେବାର କିଛି ଦିନ ପରେ କେନ୍ଦ୍ରର ମୋଦି ସରକାର ଫେବୃଆରୀ ୧୩ ତାରିଖରେ ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ କରିଛନ୍ତି। ମଣିପୁରରେ ମୈତେଇ ଏବଂ କୁକି-ଜୋ ସମ୍ପ୍ରଦାୟ ମଧ୍ୟରେ ଜାତିଗତ ସଂଘର୍ଷ ମଇ ୨୦୨୩ ମସିହାରୁ ଚାଲିଛି। ଏଥିରେ ୨୦୦ ରୁ ଅଧିକ ଲୋକ ପ୍ରାଣ ହରାଇଥିଲେ। 

H6. PM Modi US Visit Updates News: ପ୍ରଧାନମନ୍ତ୍ରୀ ନିଜର ଆମେରିକା ଗସ୍ତ ସମୟରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଏକ ଦ୍ୱିପାକ୍ଷିକ ବୈଠକ କରିବେ। ଜାନୁଆରୀ ୨୦ ତାରିଖରେ ଟ୍ରମ୍ପଙ୍କ ଶପଥ ଗ୍ରହଣ ପରେ ଆମେରିକା ଗସ୍ତରେ ଯାଉଥିବା କିଛି ନେତାଙ୍କ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦୀ ଅନ୍ୟତମ। ବୈଦେଶିକ ନୀତି ଉପରେ ନଜର ରଖୁଥିବା ବିଶେଷଜ୍ଞମାନେ ବିଶ୍ୱାସ କରନ୍ତି ଯେ କିଛି ସମ୍ବେଦନଶୀଳ ପ୍ରସଙ୍ଗ ଉପରେ ମଧ୍ୟ ଆଲୋଚନା କରାଯାଇପାରିବ। 

H7. Assam CM Emerges as Best CM in India: ସଦ୍ୟତମ ମୁଡ୍ ଅଫ୍ ଦି ନେସନ୍ (MOTN) ସର୍ଭେ ୨୦୨୫ ଅନୁଯାୟୀ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କୁ ୫୫.୪ ପ୍ରତିଶତ ରେଟିଂ ମିଳିଛି। ସେ ନିଜର ଅନେକ ପ୍ରତିପକ୍ଷଙ୍କୁ ପଛରେ ପକାଇ ଦେଇଛନ୍ତି। ଗତ ଦୁଇ ବର୍ଷ ମଧ୍ୟରେ ତାଙ୍କର ଲୋକପ୍ରିୟତା ନିରନ୍ତର ବୃଦ୍ଧି ପାଇଛି। ତାଙ୍କ ପରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ, ପଶ୍ଚିମବଙ୍ଗର ମମତା ବାନାର୍ଜୀ ଏବଂ କର୍ଣ୍ଣାଟକର ସିଦ୍ଧରମୈୟା ଅଛନ୍ତି।

H8. PM greets everyone on the occasion of World Radio Day: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ବିଶ୍ୱ ରେଡିଓ ଦିବସ ଅବସରରେ ଲୋକମାନଙ୍କୁ ଶୁଭେଚ୍ଛା ଜଣାଇ କହିଛନ୍ତି ଯେ ଯୋଗାଯୋଗର ମାଧ୍ୟମ ଲୋକଙ୍କୁ ସୂଚନା ଦେବା, ପ୍ରେରଣା ଦେବା ଏବଂ ସଂଯୋଗ କରିବା ପାଇଁ ରେଡିଓ ଅନନ୍ତ ଜୀବନରେଖା ହୋଇଆସିଛି। ପ୍ରଧାନମନ୍ତ୍ରୀ ଚଳିତ ମାସର ଶେଷ ରବିବାରରେ ଅଲ ଇଣ୍ଡିଆ ରେଡିଓରେ ପ୍ରସାରିତ ହେବାକୁ ଥିବା ତାଙ୍କର ମାସିକ ରେଡିଓ କାର୍ଯ୍ୟକ୍ରମ 'ମନ କି ବାତ'ର ସଦ୍ୟତମ ଏପିସୋଡ୍ ପାଇଁ ଲୋକଙ୍କଠାରୁ ପରାମର୍ଶ ମଧ୍ୟ ଆମନ୍ତ୍ରଣ କରିଛନ୍ତି। 

H9. RCB New Captain Announcement: ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (RCB) ଆଗାମୀ IPL ସିଜିନ ପାଇଁ ନୂତନ ଅଧିନାୟକଙ୍କ ନାମ ଘୋଷଣା କରିଛି। ଗୁରୁବାର ଦିନ RCB ଘୋଷଣା କରିଛି ଯେ ରଜତ ପାଟିଦାର ଦଳର ନୂତନ ଅଧିନାୟକ ହେବେ ଏବଂ ତାଙ୍କ ନେତୃତ୍ୱରେ ଦଳ ପ୍ରଥମ ଟାଇଟଲ ଜିତିବାକୁ ଚେଷ୍ଟା କରିବ। ଷ୍ଟାର ବ୍ୟାଟସମ୍ୟାନ ବିରାଟ କୋହଲି ମଧ୍ୟ ଅଧିନାୟକତ୍ୱ ରେସରେ ଥିଲେ କିନ୍ତୁ ଟିମ୍ ମ୍ୟାନେଜମେଣ୍ଟ ପାଟିଦାରଙ୍କ ନାମ ଘୋଷଣା କରିଥିଲା।

H10. Champions Trophy 2025: ୨୦୨୫ ଚାମ୍ପିଅନ୍ସ ଟ୍ରଫି ପାଇଁ ଭାରତୀୟ ଦଳର କମାଣ୍ଡ ରୋହିତ ଶର୍ମାଙ୍କ ହାତରେ ରହିଛି। ଏହି ଗୁରୁତ୍ୱପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟ ପୂର୍ବର ଭାରତୀୟ ଦଳ କୌଣସି ଅଭ୍ୟାସ ମ୍ୟାଚ୍ ଖେଳିବ ନାହିଁ ଏବଂ ଫେବୃଆରୀ ୨୦ ରେ ସିଧାସଳଖ ବାଂଲାଦେଶ ବିପକ୍ଷରେ ଖେଳିବାର ଦେଖିବାକୁ ମିଳିବ। କିନ୍ତୁ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବା ପୂର୍ବରୁ ଏକ ବଡ଼ ଖବର ଆସିଛି ଯେ ଭାରତୀୟ ଖେଳାଳିମାନେ ସେମାନଙ୍କ ପରିବାର ସଦସ୍ୟଙ୍କୁ ସାଙ୍ଗରେ ନେଇ ପାରିବେ ନାହିଁ।