Mahaprasad: ଶ୍ରୀମନ୍ଦିରରେ ଏଣିକି ବ୍ୟବହାର ହେବ ‘ଅମୃତ ଅନୁ’। ମହାପ୍ରଭୁଙ୍କୁ ଭୋଗ ଲାଗିବ ଅର୍ଗାନିକ୍ ବା ଜୈବିକ ଚାଉଳରେ ପ୍ରସ୍ତୁତ ଅବଢ଼ା । ମହାପ୍ରଭୁଙ୍କୁ ଭୋଗ ଲାଗୁଥିବା ପିଠା ତଥା ଶୁଖିଲି ଭୋଗ ପ୍ରସ୍ତୁତିରେ ମଧ୍ୟ ଜୈବିକ ଗଉଳ ବ୍ୟବହାର କରଯିବ। ପନିପରିବା ମଧ୍ୟ ହେବ ରସାୟନମୁକ୍ତ। ଏଥିପାଇଁ ‘ଅମୃତ ଅନୁ’ ନାମରେ ସ୍ବତନ୍ତ୍ର ପ୍ରକଳ୍ପ କାର୍ଯ୍ୟକାରୀ ହେବ। ସେପଟେ ଏଭଳି ପ୍ରସ୍ତାବକୁ ସ୍ୱାଗତ କରିଛି ଶ୍ରୀମନ୍ଦିର ସୁଆରମହାସୁଆର ନିଯୋଗ ଓ ଶ୍ରୀମନ୍ଦିର ପ୍ରଶାସନ।
ଶ୍ରୀମନ୍ଦିର ପାଇଁ ହେବ ଅମୃତଅନ୍ନ ପ୍ରକଳ୍ପ।ଜୈବିକ ଚାଉଳରେ ରନ୍ଧାହେବ ମହାପ୍ରଭୁଙ୍କ ଅବଢ଼ା ମହାପ୍ରସାଦ। ସମ୍ପୂର୍ଣ ଜୈବିକ ପ୍ରଣାଳୀରେ ପ୍ରସ୍ତୁତହୋଇ ଏହି ଅମୃତ ଅନ୍ନ ମହାପ୍ରସାଦ ରନ୍ଧନରେ ବ୍ୟବହୃତ ହେବ।ଏଣିକି ରାସାୟନିକଯୁକ୍ତ ଚାଉଳରେ ହେବନି ଅବଢ଼ା ମହାପ୍ରସାଦ। ମହାପ୍ରସାଦରେ ରାସାୟନିକ ମୁକ୍ତ ଚାଉଳ ଡାଲି ବ୍ୟବହାର ପାଇଁ ରାଜ୍ୟ ସରକାରଙ୍କ ଐତିହାସିକ ନିଷ୍ପତ୍ତି ।ଅର୍ଗାନିକ ଚାଉଳକୁ ପ୍ରୋତ୍ସାହନ ପାଇଁ ପ୍ରତି ପଞ୍ଚାୟତ ରେ ଖୋଲିବ ନୂଆ କ୍ଲଷ୍ଟର। ଖାଲି ଚାଉଳ ନୁହେଁ ଶ୍ରୀମନ୍ଦିରରେ ରାସାୟନିକ ମୁକ୍ତ ଡାଲି ,ପନିପରିବା ବ୍ୟବହାର ଉପରେ ମଧ୍ୟ ଦିଆଯିବ ଗୁରୁତ୍ଵ ।ପ୍ରାରମ୍ଭିକ ପର୍ଯ୍ୟାୟର ମହାପ୍ରଭୁଙ୍କ କୋଠ ଭୋଗ ରେ ଲାଗିବ ଏହି ଅମୃତ ଅନ୍ନ। କୃଷି ଭବନରେ କୃଷି ଓ କୃଷକ ଶସକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସହ ଙ୍କ ସୁଆର ମହାସୁଆର ନିଯୋଗର ବୈଠକରେ ନିଷ୍ପତ୍ତି।କୃଷି ବିଭାଗର ବିଭିନ୍ନ ପଦାଧିକାରୀ ଉପସ୍ଥିତ ରହି ସୁଆର ମହାସୁଆର ନିଯୋଗ ସହ ଆଲୋଚନା କରିଛନ୍ତି । ଜୈବିକ ଚାଉଳର ବିଭିନ୍ନ ସାମ୍ପୂଲ୍ ମଧ୍ୟ ପ୍ରଦର୍ଶନ କରିଛନ୍ତି ଏକାଧିକ ଏନ୍ ଜି ଓ। ୫୦ ବର୍ଷ ତଳେ ଚାଲୁଥିବା ପରମ୍ପରା ରକ୍ଷା ହେବାସହ ରାସାୟନିକ ଯୁକ୍ତ ଖାଦ୍ୟ ନଖାଇବା ନେଇ ସଚେତନ ହେବେ ଲୋକେ ।ଯାହା ଶ୍ରୀମନ୍ଦିରରୁ ଆରମ୍ଭ ହେବ ।ପ୍ରତିକ୍ରିୟା ରଖିଛନ୍ତି ସୁଆର ମହାସୁଆର ନିଯୋଗ।
ସେପଟେ ଭୋଗରେ ଜୈବିକ ଚାଉଳ ଓ ପନିପରିବା ବ୍ୟବହାର ହେବା ପାଇଁ ପ୍ରସ୍ତାବ ରହିଛି। ପ୍ରାରମ୍ଭିକ ଭାବେ ରାଜ୍ୟରେ ଉତ୍ପାଦିତ ହେଉଥିବା କଳାଜିରା, ପିମ୍ପୁଡ଼ିବାସ, ଯୁବରାଜ ଆଦି ଜୈବିକ ଚାଉଳ ଦେଶୀୟ ପ୍ରଜାତିର ଜୈବିକ ଧାନ ‘ଅମୃତ ଅନୁ’ ମହାପ୍ରସାଦରେ ବ୍ୟବହୃତ ହେବ । ଏଥି ମଧ୍ୟରୁ କଳାଜୀରା ଧାନ ଜିଆଇ ଟ୍ୟାଗ୍ (ଭୌଗାଳିକ ସୂଚକାଙ୍କ) ରେ ସ୍ଥାନିତ ହୋଇସାରିଛି । ଏଥିସହ କୃଷକ ଉତ୍ପାଦକ ସଂଗଠନ(ଏଫ୍ପିଓ)ମାନଙ୍କୁ ଜୈବିକ ଚାଉଳ ଉତ୍ପାଦନ ପାଇଁ ପ୍ରୋତ୍ସାହନ ଦିଆଯିବ ଏବଂ ସଂପୂର୍ଣ ପକ୍ରିୟାକୁ ସୁରୁଖୁରୁରେ କାର୍ଯ୍ୟକାରୀ କରିବାକୁ ଏକ ପରିଚାଳନା କମିଟି ଗଠନ କରାଯିବ। ସେହି କମିଟିରେ ଶ୍ରୀମନ୍ଦିର ପ୍ରଶାସନ, ସୁଅର-ମହାସୁଆର ନିଯୋଗ ପ୍ରତିନିଧିଙ୍କ ସମେତ ଅନ୍ୟ ଉତ୍ପାଦକ ଗୋଷ୍ଠୀର ପ୍ରତିନିଧ ଏବଂ ବିଭାଗୀୟ ଅଧିକାରୀ ସଦସ୍ୟ ରହିବେ । ତେବେ ଶ୍ରୀମନ୍ଦିରର ମହାପ୍ରସାଦରେ ଜୈବିକ ଗଉଳ ଏବଂ ପନିପରିବାର ବ୍ୟବହାର ନିସ୍ପତ୍ତିକୁ ସୁଆର-ମହାସୁଆର ନିଯୋଗ ତଥା ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱାଗତ କରଯାଇଛି । ପ୍ରାରମ୍ଭିକ ଭାବେ ଶ୍ରୀମନ୍ଦିର କୋଠ ରୋଗରେ ଜୈବିକ ଚାଉଳ ବ୍ୟବହାର କରାଯିବ। ଏଥିସହ ଶ୍ରୀଗୁଣ୍ଡିଚା ସମୟରେ ସମ୍ପୂର୍ଣ ଲାଗି ହେଉଥିବା ଭୋଗରେ ଜୈବିକ ଚାଉଳ ଓ ପନିପରିବା ଲାଗିବା ଉପରେ ନିସ୍ପତି ନିଆଯାଇଛି।ତେବେ ସରକାରଙ୍କ ଏଭଳି ନିସ୍ପତି କେତେଦୁର ସଫଳ ତାହା ଉପରେ ରହିଛି ସମସ୍ତଙ୍କ ନଜର।