Top 10 News: ଦୋଷୀ ସାବ୍ୟସ୍ତ ହେଲେ ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଟ୍ରମ୍ପ, ରାହୁଲ ଗାନ୍ଧୀଙ୍କୁ ମିଳିଲା ଜାମିନ୍, ପଢ଼ନ୍ତୁ ଆଜିର ୧୦ ବଡ଼ ଖବର
Advertisement
Article Detail0/zeeodisha/odisha2596124

Top 10 News: ଦୋଷୀ ସାବ୍ୟସ୍ତ ହେଲେ ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଟ୍ରମ୍ପ, ରାହୁଲ ଗାନ୍ଧୀଙ୍କୁ ମିଳିଲା ଜାମିନ୍, ପଢ଼ନ୍ତୁ ଆଜିର ୧୦ ବଡ଼ ଖବର

Top 10 News Headlines: ରସୁଲଗଡ ହତ୍ୟାକାଣ୍ଡ ମାମଲାର ଅଭିଯୁକ୍ତ ମାନଙ୍କୁ ପୋଲିସ୍ ଗିରଫ କରିଛି। ବୁଧବାର ଦିନ ରାଜଧାନୀ ଭୁବନେଶ୍ୱରରେ ପୋଲିସ ମିତ୍ର ହତ୍ୟା ଘଟଣାରେ ୩ ଜଣ ଅଭିଯୁକ୍ତଙ୍କୁ କମିଶନରେଟ୍ ପୋଲିସର ସ୍ପେଶାଲ ସ୍କ୍ୱାର୍ଡ ଗିରଫ କରିଛି। ସଂକ୍ଷେପରେ ପଢ଼ନ୍ତୁ ଦିନ ତମାମର ୧୦ଟି ବଡ଼ ଖବର।

 

Top 10 News Headlines 9 January 2025

Top 10 News Headlines 10 January 2025: H1. Naveen Patnaik Writes To Chhattisgarh CM: ଛତିଶଗଡ ପୋଲିସ ସ୍ବର୍ଗତ ନବ ଦାସଙ୍କ ପୁଅ ବିଶାଲ ଦାସଙ୍କ ସମେତ କିରିମିରା ବ୍ଲକର ସରପଞ୍ଚ ଏବଂ ପଞ୍ଚାୟତ ସମିତି ସଦସ୍ୟଙ୍କୁ ଅଟକ ରଖିଛି। ଏହାକୁ ନେଇ ବିଜୁ ଜନତା ଦଳ (ବିଜେଡି) ମୁଖ୍ୟ ନବୀନ ପଟ୍ଟନାୟକ ଶୁକ୍ରବାର ଦିନ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେବ ସାଏଙ୍କୁ ଚିଠି ଲେଖିଛନ୍ତି। ଏହା ସମେତ ସେ କହିଛନ୍ତି ଯେ ଛତିଶଗଡ ମହାସମୁନ୍ଦ ଜିଲା ସରେଇପାଲି ଥାନାରେ ବିଶାଲଙ୍କ ସହ କିଛି ସମିତି ସଭ୍ୟ ଓ ସରପଞ୍ଚଙ୍କୁ ମଧ୍ୟ ଅଟକ ରଖାଯାଇଛି। ଏହି ଚିଠିରେ ସେ ଏମାନଙ୍କର ମୁକ୍ତି ପାଇଁ ଦାବି କରିଛନ୍ତି।

H2. Bhubaneswar Rasulgarh murder case: ହତ୍ୟାକାଣ୍ଡର ଶିକାର ହୋଇଥିବା ସଫେଇ କର୍ମଚାରୀ ସ୍ୱର୍ଗତ ସହଦେବ ଉତ୍ତରାଧିକାରୀଙ୍କୁ ମିଳିଲା ୫ ଲକ୍ଷ ଟଙ୍କାର ଅନୁକମ୍ପା ମୂଳକ ସହାୟତା । ମାନନୀୟା ମେୟର ଶ୍ରୀମତୀ ସୁଲୋଚନା ଦାସଙ୍କ ଅଧ୍ୟକ୍ଷତାରେ ଏବଂ ପରିମଳ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ବିରଞ୍ଚି ନାରାୟଣ ମହାସୂପକାରଙ୍କ ଉପସ୍ଥିତିରେ ଅନୁଷ୍ଠିତ ସ୍ୱତନ୍ତ୍ର ବୈଠକରେ ଆଲୋଚନା ପରେ ଏହା ସ୍ଥିର କରାଯାଇଛି । ଏହା ସହିତ ସ୍ୱର୍ଗତ ନାୟକଙ୍କ ପତ୍ନୀଙ୍କୁ ସଂପୃକ୍ତ ଏଜେନ୍ସିରେ ସୁପଭାଇଜର ଭାବେ ନିଯୁକ୍ତି ଦେବା ପାଇଁ ସ୍ଥିର ହୋଇଛି ।

H3. President Murmu awards Pravasi Bharatiya Samman award: ରାଜଧାନୀ ଭୁବନେଶ୍ୱର ଚାଲିଥିବା ୧୮ତମ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀର ଆଜି ଅନ୍ତିମ ଦିନ ଥିଲା । ଏହି ତ୍ରିଦିବସୀୟ ସର୍ବଭାରତୀୟ କାର୍ଯ୍ୟକ୍ରମର ଉଦଯାପନୀ ସମାରୋହରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।  ଏହି ସମୟରେ ରାଷ୍ଟ୍ରପତି ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବା ୨୭ ପ୍ରବାସୀ ଭାରତୀୟଙ୍କୁ 'ପ୍ରବାସୀ ଭାରତୀୟ ସମ୍ମାନ'ର ପୁରସ୍କାରରେ ପୁରସ୍କୃତ କରିଛନ୍ତି।

H4. 13 Naxalites surrendered in Malkangiri: ଆତ୍ମସମର୍ପଣ କଲେ ୧୩ ମାଓବାଦୀ। ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ଏସପିଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଦୀର୍ଘ ବର୍ଷ ହେବ ମାଓ ସଙ୍ଗଠନର ଅନେକ ହିଂସାକାଣ୍ଡରେ ସାମିଲ ଥିଲେ। ମାଓ ଆଦର୍ଶରୁ ମାଓବାଦୀ ବିଚ୍ୟୁତ ହେବାରୁ ଆତ୍ମସମର୍ପଣ କରିଥିବା କହିଛନ୍ତି। ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ମଧ୍ୟରେ ୨ ଜଣ ମହିଳା ଅଛନ୍ତି। 

H5. Rahul Gandhi bail in defamation case: ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ତଥା ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ଏକ ବଡ଼ ଆଶ୍ୱସ୍ତି ମିଳିଛି। ବୀର ସାଭରକରଙ୍କ ଉପରେ ତାଙ୍କ ବୟାନ ମାମଲାରେ ପୁଣେର ସ୍ୱତନ୍ତ୍ର ସାଂସଦ/ବିଧାୟକ କୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି। ଭିଡିଓ କନଫରେନ୍ସିଂ ମାଧ୍ୟମରେ ରାହୁଲ ଗାନ୍ଧୀ ପୁଣେର ସ୍ୱତନ୍ତ୍ର କୋର୍ଟରେ ହାଜର ହୋଇଥିଲେ। 

H6. CBI registers case against Congress MP: କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) କଂଗ୍ରେସ ସାଂସଦ କାର୍ତ୍ତିକ ଚିଦାମ୍ବରମ ଏବଂ ଅନ୍ୟମାନଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଜଣେ ଚୀନ୍ ଶ୍ରମିକଙ୍କ ପାଇଁ ବେଆଇନ ଭାବରେ ଭାରତୀୟ ଭିସା ହାସଲ କରିବା ଏବଂ ଆଡଭାଣ୍ଟେଜ ଷ୍ଟ୍ରାଟେଜିକ୍ ପ୍ରାଇଭେଟ୍ ଲିମିଟେଡକୁ ୧୫,୦୦୦ ଆମେରିକୀୟ ଡଲାର (୧୨.୮୮ ଲକ୍ଷ ଟଙ୍କା) ଲାଞ୍ଚ ଦେବା ଅଭିଯୋଗରେ କାର୍ତ୍ତି ଚିଦାମ୍ବରମଙ୍କ ବିରୁଦ୍ଧରେ ତଦନ୍ତ ଚାଲିଛି। 

H7. Donald Trump sentenced to unconditional discharge: ଆମେରିକାର ରାଷ୍ଟ୍ରପତି ଭାବରେ ଶପଥ ନେବା ପୂର୍ବରୁ ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ କୋର୍ଟରୁ ଏକ ବଡ଼ ଝଟକା ଲାଗିଛି। ତଥାପି ବିଚାରପତି ତାଙ୍କୁ ଏକ ବଡ଼ ଆଶ୍ୱସ୍ତି ମଧ୍ୟ ଦେଇଛନ୍ତି। କୋର୍ଟ ଡୋନାଲ୍ଡ ଟ୍ରମ୍ପଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ବିଚାରପତି କହିଥିଲେ ଯେ ତାଙ୍କୁ କୌଣସି ଦଣ୍ଡ ଦିଆଯିବ ନାହିଁ। ଏହା ସ୍ପଷ୍ଟ ହୋଇଯାଇଛି ଯେ ଏବେ ତାଙ୍କ ସମ୍ମୁଖରେ ହ୍ୱାଇଟ୍ ହାଉସ୍ ଯିବା ପାଇଁ କୌଣସି ପ୍ରତିବନ୍ଧକ ନାହିଁ। ଏହା ସହିତ ମାମଲାଟି ମଧ୍ୟ ଶେଷ ହୋଇଛି। କହିରଖୁଛୁ ଯେଡୋନାଲ୍ଡ ଟ୍ରମ୍ପ ପ୍ରଥମ ରାଷ୍ଟ୍ରପତି ହେବେ ଯିଏ ଯେକୌଣସି ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ମଧ୍ୟ ରାଷ୍ଟ୍ରପତି ଭାବରେ ଶପଥ ନେବେ।

H8. IMD Weather Forecast: ଦିଲ୍ଲୀ ସମେତ ଉତ୍ତର ଭାରତରେ ପ୍ରବଳ ଶୀତ ଜାରି ରହିଛି। ଏହା ବ୍ୟତୀତ ଉତ୍ତର ଭାରତର ଅଧିକାଂଶ ରାଜ୍ୟ ଶୀତଳ ଲହରୀ ଏବଂ ଘନ କୁହୁଡ଼ି ଦ୍ୱାରା ଆଚ୍ଛାଦିତ ହୋଇଛି। ଦେଶର ରାଜଧାନୀ ଦିଲ୍ଲୀ ଏବଂ ଏନସିଆର ଅଞ୍ଚଳରେ ବହୁତ ଘନ କୁହୁଡ଼ି ଦେଖିବାକୁ ମିଳୁଛି। ଏହି କାରଣରୁ ଭିଜିବିଲିଟି ବହୁତ ହ୍ରାସ ପାଇଛି। 

H9. Ravichandran Ashwin On Hindi Language: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଫ୍ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ବର୍ଡର-ଗାଭାସ୍କର ଟ୍ରଫି ମଝିରେ ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଥିଲେ। ତାଙ୍କର ଏହି ନିଷ୍ପତ୍ତିରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏହା ପରେ ଅଶ୍ୱିନ ଏବେ ଆଉ ଏକ ଆଶ୍ଚର୍ଯ୍ୟଜନକ କଥା କହିଛନ୍ତି ଯାହା ବିବାଦ ସୃଷ୍ଟି କରିଛି। ଅଶ୍ୱିନ ଏକ କଲେଜର ସ୍ନାତକ ସମାରୋହରେ ଯୋଗ ଦେଇଥିଲେ। ଯେଉଁଠାରେ ସେ କହିଥିଲେ ଯେ ହିନ୍ଦୀ ଆମର ରାଷ୍ଟ୍ରୀୟ ଭାଷା ନୁହେଁ।

H10. Varun Aaron announces retirement: ଟିମ୍ ଇଣ୍ଡିଆର ଦ୍ରୁତ ବୋଲର ବରୁଣ ଆରୋନ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ବରୁଣ ୨୦୧୧ ମସିହାରେ ଏମଏସ ଧୋନିଙ୍କ ଅଧିନାୟକତ୍ୱରେ ଡେବ୍ୟୁ କରିଥିଲେ। ବରୁଣ ଭାରତ ପାଇଁ ୯ ଟି ୱାନ୍-ଡେ ଏବଂ ସମାନ ସଂଖ୍ୟକ ଟେଷ୍ଟ ମ୍ୟାଚ୍ ଖେଳିଛନ୍ତି। ଏହି ସମୟ ମଧ୍ୟରେ ସେ ମୋଟ ୨୯ ୱିକେଟ୍ ନେଇଥିଲେ। ବରୁଣ ନିଜର ଫାଷ୍ଟ ବୋଲିଂ ପାଇଁ ଜଣାଶୁଣା କିନ୍ତୁ ବାରମ୍ବାର ଆଘାତ ଯୋଗୁଁ ସେ ଅନେକ ଦିନଧରି ଦଳରୁ ବାଦ ପଡ଼ିଥିଲେ।