Top 10 News: କାଲିଠୁ ଆରମ୍ଭ ସୁଭଦ୍ରା ଶକ୍ତି ମେଳା ଏବଂ ଅନ୍ୟାନ୍ୟ ଅପଡେଟ୍
Advertisement
Article Detail0/zeeodisha/odisha2655386

Top 10 News: କାଲିଠୁ ଆରମ୍ଭ ସୁଭଦ୍ରା ଶକ୍ତି ମେଳା ଏବଂ ଅନ୍ୟାନ୍ୟ ଅପଡେଟ୍

Top 10 News Today: ରାଜ୍ୟ ତଥା ଦେଶ ବିଦେଶର ସବୁ ବଡ଼ ଖବର ପଢନ୍ତୁ ଚୁଟକୀରେ

Top 10 News: କାଲିଠୁ ଆରମ୍ଭ ସୁଭଦ୍ରା ଶକ୍ତି ମେଳା ଏବଂ ଅନ୍ୟାନ୍ୟ ଅପଡେଟ୍

Top 10 News Today

Headlines 01- ଆସନ୍ତାକାଲିଠୁ ଭୁବନେଶ୍ବରରେ ଆରମ୍ଭ ହେବାକୁ ଯାଉଛି ସୁଭଦ୍ରା ଶକ୍ତି ମେଳା । ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଶନିବାରରୁ ଆରମ୍ଭ ହୋଇ ମାର୍ଚ୍ଚ ୨ ତାରିଖ ପର୍ଯ୍ୟନ୍ତ ମେଳା ଚାଲିବ । ରାଜ୍ୟବ୍ୟାପୀ ଏସ୍‌ଏଚ୍‌ଜି ମହିଳା ଏହି ମେଳାରେ ସାମିଲ୍‌ ହେବେ । ଏସ୍‌ଏଚ୍‌ଜି ମହିଳାଙ୍କ ଦ୍ବାରା ପ୍ରସ୍ତୁତ ସାମଗ୍ରୀ ବିକ୍ରି କରାଯିବ । ମହିଳାଙ୍କୁ ଆର୍ଥିକ କ୍ଷେତ୍ରରେ ସଶକ୍ତ କରିବାକୁ ଏହା ନୂଆ ରାସ୍ତା ଦେଖାଇବ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି ।

Headlines 02- ଆଜି ବିଧାନସଭା ପ୍ରଶ୍ନକାଳରେ ଉଠିଲା ବାଲିଯାତ୍ରା ପ୍ରସଙ୍ଗ। କଟକର ଐତିହାସିକ ବାଲିଯାତ୍ରାକୁ ଅନ୍ତର୍ଜାତୀୟ ସ୍ତରରେ ମାନ୍ୟତା ଦେବାକୁ ୟୁନେସ୍କୋ ସହ ଯୋଗାଯୋଗରେ ଅଛନ୍ତି ରାଜ୍ୟ ସରକାର। ଅନ୍ୟପଟେ, ସୋଫିଆ ଫିର୍ଦ୍ଦୋସଙ୍କ ପ୍ରଶ୍ନରେ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଉତ୍ତର ରଖି କହିଥିଲେ ଯେ, ନିଲାମ ଆଧାରରେ ୧୧୮୮ ଓ ସ୍ଥିରୀକୃତ ଦରରେ ୧୨୫୦ ଷ୍ଟଲ୍ ହୋଇଥିଲା । ମୋଟ ୬ କୋଟି ୩୮ ଲକ୍ଷ ୨୬ ହଜାର ୪୪୬ ଟଙ୍କା ଆଦାୟ ହୋଇଛି 

Headlines 03- ରାଜ୍ୟର ୮  ବିଶ୍ୱବିଦ୍ୟାଳୟର କୌଣସି ବିଭାଗରେବି ପ୍ରଫେସର ନାହାନ୍ତି। ୬ ବିଶ୍ୱବିଦ୍ୟାଳେ ଆସୋସିଏଟ୍‍ ପ୍ରଫେସର ଏବଂ ୫ ବିଶ୍ୱବିଦ୍ୟାଳୟରେ ସବୁଠାରୁ ଜୁନିୟର ଶିକ୍ଷକ ଭାବେ କାର୍ଯ୍ୟ କରୁଥିବା  ଆସିଷ୍ଟାଣ୍ଟ ପ୍ରଫେସର ବି ନାହାନ୍ତି। ୩୫ ପ୍ରତିଶତରୁ ଅଧିକ ଶୂନ୍ୟସ୍ଥାନରେ ଚାଲିଛି ଓଡ଼ିଶାର ବିଶ୍ୱବିଦ୍ୟାଳୟ ଶିକ୍ଷା। ପଚାରିଲେ ଉତ୍ତର ମିଳୁଛି ନୂଆ ଶିକ୍ଷା ଆଇନ ଲାଗୁ ହେଲେ ସବୁକିଛି ଠିକ୍‍ ହୋଇଯିବ। 
ଆଜି ବିଜେଡି ବିଧାୟକ ଗଣେଶ୍ୱର ବେହେରା ପ୍ରଶ୍ନ ମାଧ୍ୟମରେ ଏଥିପ୍ରତି ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।

Headlines 04- ମାଟ୍ରିକ ପରୀକ୍ଷାର୍ଥୀଙ୍କୁ ନେଇଯାଉଥିବା ଗାଡି ଦୁର୍ଘଟଣାଗ୍ରସ୍ତ ହୋବାରୁ ୧୧ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି । ଆଜି ସକାଳେ କେନ୍ଦ୍ରାପଡା ତାଳଚୁଆ ସାମୁଦ୍ରିକ ଥାନା ଡାଙ୍ଗମାଳ କୃଷ୍ଣନଗର ନିକଟରେ ଏହି ଦୁର୍ଘଟଣା ଘଟିଛି । ଗାଡିଟି ଜଣେ ସାଇକେଲ ଆରୋହୀଙ୍କୁ ଧକ୍କା ଦେଇ ଓଲଟି ପଡିଥିଲା । ଅନ୍ୟପଟେ ବାହାନଗା ବ୍ଲକ ବରିପଦା ଗାଁରେ ମାଟ୍ରିକ ପରୀକ୍ଷାର୍ଥୀଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସିଛି । ହଠାତ୍ ପେଟ କାଟିବାରୁ ଅସୁସ୍ଥ ହୋଇ ତଳେ ପଡ଼ିଯାଇଥିଲେ ଛାତ୍ର । ସୋର ମେଡିକାଲରେ ଛାତ୍ରକୁ ମୃତ ଘୋଷଣା କରିଥିଲେ ଡାକ୍ତର ।

Headlines 05- ରାଜ୍ୟର ୬୧୯୩ ସରକାରୀ  ହାଇସ୍କୁଲରେ  ୨୧୫୮ଟି ହାଇସ୍କୁଲରେ ପ୍ରଧାନଶିକ୍ଷକ ନାହାନ୍ତି। ଏଣୁ ସରକାର କାମଚଳା ପ୍ରଧାନଶିକ୍ଷକ ନିଯୁକ୍ତ କରିଛନ୍ତି। ଏ କଥା କହିଛନ୍ତି ସ୍କୁଲ୍‍ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। କାହିଁକି ପ୍ରଧାନ ଶିକ୍ଷକ ନିଯୁକ୍ତି ହୋଇନି ବୋଲି ପ୍ରଶ୍ନର ଉତ୍ତର ଦେଇ ଶ୍ରୀ ଗଣ୍ଡ କହିଛନ୍ତି ହାଇକୋର୍ଟଙ୍କ ରହିତାଦେଶ ଯୋଗୁ ଏହି ପଦବୀସବୁ ଏମିତି ଖାଲି ପଡ଼ିଛି। ବିଧାନସଭାରେ ଏକ ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ କହିଛନ୍ତି, ରାଜ୍ୟରେ ବରିଷ୍ଠ ଏସ୍ଇିଏସ୍ଙ୍କ୍ ଅଭାବ ରହିଛି। ଯେଉଁମାନେ  ହାଇସ୍କୁଲରେ ପ୍ରଧାନଶିକ୍ଷକ ଭାବେ ଦାୟିତ୍ୱ ତୁଲାନ୍ତି। କିନ୍ତୁ ସରକାର ଏହାକୁ ପୂରଣ କରିପାରୁନାହାନ୍ତି।

Headlines 06- ଆଜି ଉଚ୍ଚସ୍ତରୀୟ କମିଟି ପକ୍ଷରୁ କିଟ୍ ସମ୍ପର୍କରେ ଶୁଣାଣି ହୋଇଛି । ରାଜ୍ୟ ଅତିଥି ଭବନରେ ଉଚ୍ଚସ୍ତରୀୟ କମିଟି ଶୁଣାଣି କରିଛନ୍ତି । ଅନ୍ୟପଟେ, କିଟ୍ ଛାତ୍ରୀ ମୃତ୍ୟୁ ମାମଲା ଏବଂ ନେପାଳ ଛାତ୍ରଙ୍କୁ ଦୁର୍ବ୍ୟବହାର ଘଟଣାରେ ତୀବ୍ର ନିନ୍ଦା କରି ଆନ୍ଦୋଳନ କରିଛି ସିପିଆଇଏମ୍ । ଗିରଫ ଅଭିଯୁକ୍ତଙ୍କୁ ଦୁଇ ଘଣ୍ଟାରେ କିପରି ବେଲ୍ ମିଳିଲା ପ୍ରଶ୍ନ କରିବା ସହ କିଟ୍‌କୁ ନିଶାମୁକ୍ତ କରାଯାଉ ବୋଲି କହିଛନ୍ତି ବିଧାୟକ ଅଶୋକ ଦାସ

Headlines 07- ବଡ଼ ଏନ୍‌କ୍ଲୋଜରକୁ ସ୍ଥାନାନ୍ତର ହେବ ବାଘୁଣି ଜିନତ୍ । ଏନେଇ ସୂଚନା ଦେଇଛନ୍ତି ବନ୍ୟପ୍ରାଣୀ ପିସିସିଏଫ୍ ପ୍ରେମ୍‌ କୁମାର ଝା । 'ଜିନତ୍ ଏବେ ଶିମିଳିପାଳରେ ୧ ହେକ୍ଟରର ସଫ୍ଟ ଏନକ୍ଲୋଜରରେ ଅଛି ଏବଂ ସ୍ଥାନାନ୍ତର ପାଇଁ ୮-୯ ହେକ୍ଟରର ବଡ଼ ଏନକ୍ଲୋଜର ତିଆରି କରାଯାଇଛି । ବଡ଼ ଏନ୍‌କ୍ଲୋଜରରେ ବ୍ୟବହାରରେ ପରିବର୍ତ୍ତନ ଆସିଲେ ଜିନତ୍ କୁ ଜଙ୍ଗଲକୁ ଛଡ଼ାଯିବ । ସେଥିପାଇଁ ଜିନତ୍ ଗତିବିଧିକୁ ମନିଟର୍ କରୁଛି ବନ ବିଭାଗ ।

Headlines 08- ଆଜି କନ୍ଧମାଳ ଜିଲ୍ଲା ପୋଲିସ ୫ ଟି ଥାନା ଅଞ୍ଚଳରେ ଏକ କାଳୀନ ଚଢ଼ାଉ କରି ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି। ପ୍ରାୟ ୧୦ ହଜାର ୮୫୨ କେଜିରୁ ଉର୍ଦ୍ଧ୍ୱ ଗଞ୍ଜେଇ ଜବତ କରିବା ସହ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ। ପ୍ରଥମ ଥର ପାଇଁ ପୋଲିସ ଏକ କାଳୀନ ବିପୁଳ ପରିମାଣର ଗଞ୍ଜେଇ ଜବତ କରିବାରେ ସଫଳତା ହାସଲ କରିଛି। 

Headlines 09- ଆଜିଠାରୁ ଠାରୁ ଆରମ୍ଭ ହୋଇଛି ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ବାରା ପରିଚାଳିତ ଦଶମ ଶ୍ରେଣୀ (ମାଟ୍ରିକ୍) ପରୀକ୍ଷା। ମାଟ୍ରିକ୍, ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ଫେବ୍ରୁଆରି ୨୧ରୁ ଆରମ୍ଭ ହୋଇ ମାର୍ଚ୍ଚ ୬ରେ ଶେଷ ହେବ। ପ୍ରତିଦିନ ସିଙ୍ଗିଲ ସିଟିଂରେ ବା ଗୋଟିଏ ଦିନରେ ଗୋଟିଏ ପରୀକ୍ଷା ହେବ। ପ୍ରଥମ ଦିନ ମାଟ୍ରିକ୍ ପରୀକ୍ଷା ଦେଇ ପରୀକ୍ଷା ହଲରୁ ପିଲା ବାହାରିବା ପରେ ପରୀକ୍ଷା ଏଥର ବହୁତ ଭଲ ହୋଇଛି ବୋଲି କହିଛନ୍ତି।

Headlines 10- ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ବର୍ଷା ସମ୍ଭାବନା ରହିଛି। ୨୫ ତାରିଖରେ କାଁ ଭାଁ ବର୍ଷା ହୋଇପାରେ।  ତା ପରେ ପାଗ ଶୁଖିଲା ରହିବ। ଆଜି ବିଶେଷକରି, ବାଲେଶ୍ବର, ମୟୂରଭଂଜରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଏବଂ ଘଡ଼ଘଡି଼ ହେବା ଆଶଙ୍କା ରହିଛି। ବାକି ଅଞ୍ଚଳରେ ପାଗ ଶୁଖିଲା ରହିବ।