Top 10 News: ରାଜ୍ୟ ବିଧାନସଭାର ସରିଲା ଶୀତକାଳୀନ ଅଧିବେଶନ, ଟି-୨୦ ଫର୍ମାଟ୍ ରେ ହୋଇପାରେ ଚାମ୍ପିଅନ୍ସ ଟ୍ରଫି, ପଢ଼ନ୍ତୁ ଆଜିର ୧୦ ବଡ଼ ଖବର
Advertisement
Article Detail0/zeeodisha/odisha2554348

Top 10 News: ରାଜ୍ୟ ବିଧାନସଭାର ସରିଲା ଶୀତକାଳୀନ ଅଧିବେଶନ, ଟି-୨୦ ଫର୍ମାଟ୍ ରେ ହୋଇପାରେ ଚାମ୍ପିଅନ୍ସ ଟ୍ରଫି, ପଢ଼ନ୍ତୁ ଆଜିର ୧୦ ବଡ଼ ଖବର

Top 10 News Headlines: ବୁଧବାର ସରିଲା ରାଜ୍ୟ ବିଧାନସଭାର ଶୀତକାଳୀନ ଅଧିବେଶନ। ନିର୍ଦ୍ଧାରିତ ସୂଚୀ ଅନୁଯାୟୀ ଏହା ଡିସେମ୍ବର ୩୧ ତାରିଖ ଯାଏଁ ଚାଲିବାର ଥିଲା। ସଂକ୍ଷେପରେ ପଢ଼ନ୍ତୁ ଦିନ ତମାମର ୧୦ଟି ବଡ଼ ଖବର। 

 

Top 10 News Headlines 11 December 2024

Top 10 News Headlines 11 December 2024: H1. Odisha Assembly’s winter session end: ବୁଧବାର ସରିଲା ରାଜ୍ୟ ବିଧାନସଭାର ଶୀତକାଳୀନ ଅଧିବେଶନ। ନିର୍ଦ୍ଧାରିତ ସୂଚୀ ଅନୁଯାୟୀ ଏହା ଡିସେମ୍ବର ୩୧ ତାରିଖ ଯାଏଁ ଚାଲିବାର ଥିଲା। କିନ୍ତୁ ବାଚସ୍ପତି ସୁରମା ପାଢୀ ଏହାର ଠିକ୍ ୨୦ ଦିନ ପୂର୍ବରୁ ଅନିଦ୍ଦିଷ୍ଟ କାଳ ପାଇଁ ଗୃହକୁ ମୁତଲବୀ ରଖିବାକୁ ଘୋଷଣା କରିଛନ୍ତି। ଚଳିତ ଶୀତକାଳୀନ ଅଧିବେଶନ ୧୨ଟି କାର୍ଯ୍ୟ ଦିବସ ଅନୁଷ୍ଠିତ ହୋଇଛି। ଏହି ଅବଧିରେ ଅତିରିକ୍ତ ବଜେଟ ସମେତ ୨ଟି ସରକାରୀ ଓ ୧୨ଟି ବେସରକାରୀ ବିଲ ଆଗତ ହୋଇଛି ।

H2. Mohana Road Accident: ମୋହନା ପିକଅପ୍ ଭ୍ୟାନ୍ ଓଲଟିବା ଘଟଣାରେ ଆଉ ୨ ଜଣଙ୍କ ମୃତ୍ୟୁ ହୋଇଛି । ବ୍ରହ୍ମପୁର ଏମକେସିଜିରେ ଚିକିତ୍ସାଧିନ ଅବସ୍ଥାରେ ଜଣେ ମହିଳା ଓ ଜଣେ ପୁରୁଷଙ୍କ ମୃତ୍ୟୁ ଘଟିଛି। ଏହା ପରେ ମୃତ୍ୟୁ ସଂଖ୍ୟା ୪କୁ ବୃଦ୍ଧି ପାଇଛି । ବର୍ତ୍ତମାନ ଏମକେସିଜିରେ ୧୯ ଜଣ ଚିକିତ୍ସିତ ହେଉଛନ୍ତି। ଦଶାହକୁ ଯାଉଥିବାବେଳେ ଚିଟିଂ ଘାଟିରେ ଏହି ପିକଅପ୍ ଓଲଟିପଡିଥିଲା।

H3. MLA Goutam Buddha Das demands pension for journalists: ସାମ୍ବାଦିକଙ୍କ ପାଇଁ ପେନସନ୍ ବ୍ୟବସ୍ଥା କରିବା ପାଇଁ ବିଜେଡି ବିଧାୟକ ଗୌତମବୁଦ୍ଧ ଦାସ ଆଜି ବିଧାନସଭାରେ ଦାବି କରିଛନ୍ତି। ସେ କହିଛନ୍ତି ପାଖାପାଖି ୧୭ଟି ରାଜ୍ୟରେ ପେନସନ୍ ବ୍ୟବସ୍ଥା ରହିଛି। ଏଥିସହ ସାମ୍ବାଦିକଙ୍କ ପାଇଁ ଥିବା ସ୍ବାସ୍ଥ୍ୟବୀମାରେ ପିତାମାତାଙ୍କୁ ସଂଯୋଗ କରାଯାଉ। ପୂର୍ବରୁ ୫ଲକ୍ଷ ରହିଛି ସ୍ୱାସ୍ଥ୍ୟବୀମା ରାଶି। ସାମ୍ବାଦିକଙ୍କ ପାଇଁ ପେନସନ୍ ସେବା ଯୋଗାଇ ଦିଆଯାଉ ବୋଲି ଦାବି କରିଛନ୍ତି।

H4. PF money can be withdrawn from ATM: ପିଏଫ୍ ଟଙ୍କା ଉଠାଇବା ବର୍ତ୍ତମାନ ଚାକିରି କରୁଥିବା ଲୋକଙ୍କ ପାଇଁ ସବୁଠାରୁ ବଡ ମୁଣ୍ଡବିନ୍ଧା। ଅଦ୍ୟାବଧି PF ଟଙ୍କା ଉଠାଇବାକୁ ଜଣଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ। କିନ୍ତୁ ବର୍ତ୍ତମାନ ଆପଣ ସହଜରେ ଏଟିଏମ୍ ମାଧ୍ୟମରେ ଆପଣଙ୍କର PF ଟଙ୍କା ଉଠାଇବାକୁ ସମର୍ଥ ହେବେ। ଶ୍ରମ ସଚିବ ସୁମିତା ଡାୱାର ଏହି ସୁବିଧା ସହ ଜଡିତ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି।

H5. Crackdown on illegal Bangladeshis: ଜାତୀୟ ରାଜଧାନୀରେ ବେଆଇନ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଗିରଫ କରିବା ପାଇଁ ଲେଫ୍ଟନାଣ୍ଟ ଗଭର୍ଣ୍ଣର ଭି.କେ ସାକ୍ସେନାଙ୍କ ନିର୍ଦ୍ଦେଶ ଆସିବା ପରେ ଦିଲ୍ଲୀ ପୋଲିସ ବୁଧବାର ଦିନ ଏହାର ଆକ୍ସନ ଆରମ୍ଭ କରିଛି। ବେଆଇନ ଭାବେ ବାସ କରୁଥିବା ବାଂଲାଦେଶୀମାନଙ୍କୁ ଖୋଜିବା ପାଇଁ ଦକ୍ଷିଣ ପୂର୍ବ ଜିଲ୍ଲା ପୋଲିସ ବୁଧବାର କାଳିନ୍ଦି କୁଞ୍ଜ ଅଞ୍ଚଳରେ ଏକ ଅପରେସନ୍ କରିଥିଲା। ଅପରେସନ ସମୟରେ ପୋଲିସ ଡକ୍ୟୁମେଣ୍ଟଗୁଡ଼ିକୁ ଯାଞ୍ଚ କରିଥିଲା।

H6. Supreme Court On Marital Dispute Case: ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ମାମଲାର ରାୟ ଦେବା ସମୟରେ ବୈବାହିକ କ୍ରୁରତା ଆଇନର ଅପବ୍ୟବହାରକୁ ନେଇ ଗମ୍ଭୀର ଚିନ୍ତା ପ୍ରକଟ କରିଛନ୍ତି। ଅଦାଲତ ସ୍ପଷ୍ଟ କରିଛନ୍ତି ଯେ ମହିଳାମାନଙ୍କୁ ସେମାନଙ୍କର ବୈବାହିକ ଜୀବନରେ କ୍ରୁରତାରୁ ରକ୍ଷା କରିବା ପାଇଁ ପ୍ରସ୍ତୁତ ଆଇନର ଉଦ୍ଦେଶ୍ୟ ହେଉଛି ସେମାନଙ୍କର ଅଧିକାରର ସୁରକ୍ଷା। କିନ୍ତୁ ସାମ୍ପ୍ରତିକ ସମୟରେ ଏହି ଆଇନଗୁଡ଼ିକ ବ୍ୟକ୍ତିଗତ ସ୍ୱାର୍ଥ ପାଇଁ ଅସ୍ତ୍ର ଭାବରେ ବ୍ୟବହୃତ ହେଉଛି। ଅଦାଲତ ମାନଙ୍କୁ ଏହାକୁ ଧ୍ୟାନର ସହ ଦେଖିବା ଉଚିତ୍।

H7. IMD Weather Update: ରାଜଧାନୀ ଦିଲ୍ଲୀ ସମେତ ଦେଶର ଅନେକ ରାଜ୍ୟରେ କୋହଲା ପବନ ଯୋଗୁଁ ଶୀତ ବୃଦ୍ଧି ପାଇଛି। ମଙ୍ଗଳବାର ଦିନ ରାତିରେ ଦିଲ୍ଲୀର ସର୍ବନିମ୍ନ ତାପମାତ୍ରା ୮ ଡିଗ୍ରୀ ତଳେ ପହଞ୍ଚିଛି। ପର୍ବତରେ ତୁଷାରପାତ ଆରମ୍ଭ ହୋଇଛି। ଏହାର ପ୍ରଭାବ ସମଗ୍ର ଉତ୍ତର ଭାରତରେ ଦୃଶ୍ୟମାନ ହେଉଛି। ପାଣିପାଗ ବିଭାଗର ସୂଚନାନୁସାରେ ପଶ୍ଚିମା ଝଡ଼ ଯୋଗୁଁ ଆଗାମୀ ଦିନରେ ପର୍ବତରେ ପ୍ରବଳ ତୁଷାରପାତ ହୋଇପାରେ। ଅନ୍ୟପକ୍ଷରେ ସମତଳ ଅଞ୍ଚଳରେ ଥଣ୍ଡା ବୃଦ୍ଧି ହେବାର ସମ୍ଭାବନା ମଧ୍ୟ ରହିଛି।

H8. Pakistan News: ସୋସିଆଲ ମିଡିଆରେ ପାକିସ୍ତାନୀ ସେନା ବିରୋଧରେ ପ୍ରଚାର ପ୍ରସାର ପାଇଁ ୧୫୦ ସନ୍ଦିଗ୍ଧଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି ଏବଂ ସେମାନଙ୍କ ମଧ୍ୟରୁ ୨୨ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ହୋଇଥିବା ଅଧିକାଂଶ ଲୋକ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଦଳ ସହ ଜଡିତ। ସୋସିଆଲ ମିଡିଆରେ ଭୁଲ ତଥ୍ୟ ବିସ୍ତାର କରୁଥିବା ଲୋକଙ୍କ ବିରୋଧରେ ସରକାର କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। 

H9. 2025 ICC Champions Trophy T20 Format: ଚାମ୍ପିଅନ୍ସ ଟ୍ରଫି ପ୍ରସଙ୍ଗ ଏପର୍ଯ୍ୟନ୍ତ ସମାଧାନ ହୋଇନାହିଁ। ପାକିସ୍ତାନ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବାର ଅଧିକାର ପାଇଛି। ଖବର ଅନୁଯାୟୀ ଏହି ଟୁର୍ଣ୍ଣାମେଣ୍ଟ ୧୯ ଫେବ୍ରୁଆରୀରୁ ଆରମ୍ଭ ହେବ, କିନ୍ତୁ ଔପଚାରିକ ଭାବେ କାର୍ଯ୍ୟସୂଚୀ ଏପର୍ଯ୍ୟନ୍ତ ପ୍ରକାଶ ପାଇନାହିଁ। ବର୍ତ୍ତମାନ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଯେଉଁଥିରେ କୁହାଯାଉଛି ଯେ ଟୁର୍ଣ୍ଣାମେଣ୍ଟ ODI ପରିବର୍ତ୍ତେ ଟି-୨୦ ଫର୍ମାଟ୍ ରେ ହୋଇପାରେ।

H10. Smriti Mandhana achieves massive world record: ଭାରତ ଏବଂ ଅଷ୍ଟ୍ରେଲିଆ ମହିଳା ଦଳ ମଧ୍ୟରେ ଖେଳାଯାଇଥିବା ତୃତୀୟ ଦିନିକିଆରେ ସ୍ମୃତି ମନ୍ଦନା ଏକ ଶତକ ହାସଲ କରିଛନ୍ତି। ODI ଫର୍ମାଟରେ ବ୍ୟାଟ୍ସମ୍ୟାନ୍ ସ୍ମୃତି ମନ୍ଦାନାଙ୍କ ଏହା ହେଉଛି ନବମ ଶତକ। ତାଙ୍କ ଶତକୀୟ ଇନିଂସରେ ମନ୍ଦନା ୧୩ଟି ଚୌକା ଓ ଗୋଟିଏ ଛକା ମାରିଥିଲେ। ଅଷ୍ଟ୍ରେଲିଆରେ ଏହା ମନ୍ଦାନାଙ୍କର ଦ୍ୱିତୀୟ ଶତକ ଥିଲା।