Saif Ali Khan: ଟାର୍ଗେଟରେ ଥିଲେ ଶାହାରୁଖ, ହେଲେ ଆକ୍ରମଣର ଶିକାର ହେଲେ ସୈଫ ଅଲ୍ଲୀ ଖାନ
Advertisement
Article Detail0/zeeodisha/odisha2606397

Saif Ali Khan: ଟାର୍ଗେଟରେ ଥିଲେ ଶାହାରୁଖ, ହେଲେ ଆକ୍ରମଣର ଶିକାର ହେଲେ ସୈଫ ଅଲ୍ଲୀ ଖାନ

Saif Ali Khan: ଯେଉଁଥିରେ ଅଭିଯୁକ୍ତ ଆସୁଥିବା ଓ ଯାଉଥିବା ଦେଖିବାକୁ ମିଳିଛି। ସାମ୍ନାକୁ ଆସିଥିବା ପ୍ରଥମ ଫଟୋରେ ଅଭିଯୁକ୍ତ କଳା ରଙ୍ଗର ଟି-ସାର୍ଟ ପିନ୍ଧିଥିବା ଦେଖିବାକୁ ମିଳିଥିଲା। ଏହାପରେ ଆସିଥିଲା ଦ୍ୱିତୀୟ ଫଟୋ ଯେଉଁଥିରେ ଆକ୍ରମଣକାରୀ ନୀଳ ରଙ୍ଗର ଟି-ସାର୍ଟ ପିନ୍ଧିଥିଲେ।

 

Saif Ali Khan: ଟାର୍ଗେଟରେ ଥିଲେ ଶାହାରୁଖ, ହେଲେ ଆକ୍ରମଣର ଶିକାର ହେଲେ ସୈଫ ଅଲ୍ଲୀ ଖାନ

Saif Ali Khan: ବଲିଉଡ୍ ଅଭିନେତା ସୈଫ୍ ଅଲ୍ଲୀ ଖାନ୍ ଙ୍କ ମାମଲାର ତଦନ୍ତ କରୁଛି ମୁମ୍ବାଇ ପୋଲିସ। ବର୍ତ୍ତମାନ ସୁଦ୍ଧା ପୋଲିସ ୪୦ରୁ ୫୦ ଜଣଙ୍କୁ ପଚରାଉଚରା କରିଛି। ପୋଲିସ ଜଣେ ସନ୍ଦିଗ୍ଧଙ୍କୁ ଅଟକ ରଖି ପଚରାଉଚରା କରୁଛି। ଏହି ସମୟରେ ସେହି ସନ୍ଦିଗ୍ଧଙ୍କ ସିସିଟିଭି ଫୁଟେଜ୍ ସୋସିଆଲ ମିଡିଆରେ ସାମ୍ନାକୁ ଆସିଛି। ଏହି ସିସିଟିଭି ଫୁଟେଜ୍ ଜାନୁଆରୀ ୧୨ ତାରିଖରେ ମୁମ୍ବାଇର ଭର୍ସୋଭା ଅଞ୍ଚଳର, ଯେଉଁଥିରେ ସନ୍ଦିଗ୍ଧ ଜଣକ ଚପଲ ଚୋରି କରୁଥିବାର ଦେଖିବାକୁ ମିଳିଛି।

ସନ୍ଦିଗ୍ଧଙ୍କ ଫଟୋ ଭାଇରାଲ
ସୈଫ୍ ଅଲ୍ଲୀ ଖାନ୍ ଆକ୍ରମଣ ମାମଲାରେ ସନ୍ଦିଗ୍ଧଙ୍କ ୪ଟି ଫଟୋ ଏପର୍ଯ୍ୟନ୍ତ ଭାଇରାଲ୍ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ଆକ୍ରମଣର ପ୍ରାୟ ୩୨ ଘଣ୍ଟା ପରେ ପୋଲିସ ଜଣେ ସନ୍ଦିଗ୍ଧଙ୍କୁ ଅଟକ ରଖିଛି। ବାନ୍ଦ୍ରା ପୋଲିସ ଷ୍ଟେସନରେ କ୍ରାଇମବ୍ରାଞ୍ଚ ସନ୍ଦିଗ୍ଧଙ୍କୁ ୫ଟି ପ୍ରଶ୍ନ ପଚାରିଥିଲା।

କ'ଣ ଥିଲା ସେହି ୫ଟି ପ୍ରଶ୍ନ ?
କ୍ରାଇମବ୍ରାଞ୍ଚ ସନ୍ଦିଗ୍ଧଙ୍କୁ ପ୍ରଥମ ପ୍ରଶ୍ନ ପଚାରିଥିଲା ଯେ ସୈଫ ଅଲ୍ଲୀ ଖାନଙ୍କ ଉପରେ ଆକ୍ରମଣ ପଛର ଉଦ୍ଦେଶ୍ୟ କ'ଣ? ଦ୍ବିତୀୟ ପ୍ରଶ୍ନ ଥିଲା ଏହା କୌଣସି କର୍ମଚାରୀଙ୍କ ସହ ସମ୍ପୃକ୍ତ କି? ତୃତୀୟ ପ୍ରଶ୍ନ ଥିଲା, ସେ କେଉଁ ଉଦ୍ଦେଶ୍ୟରେ ସୈଫ୍ ଅଲ୍ଲୀ ଖାନ୍ ଙ୍କ ଘରକୁ ଯାଇଥିଲେ? ଚତୁର୍ଥ ପ୍ରଶ୍ନ ଥିଲା, କୋଠା ଭିତରକୁ ପ୍ରବେଶ କାହା ମାଧ୍ୟମରେ ହୋଇଥିଲା? ପଞ୍ଚମ ଏବଂ ଅନ୍ତିମ ପ୍ରଶ୍ନ ଥିଲା, ଅସ୍ତ୍ରଶସ୍ତ୍ର କେଉଁଠାରୁ କିଣିଥିଲ?

ଆକ୍ରମଣକାରୀ ଏବେ ବି ଧରାପଡ଼ିନାହାଁନ୍ତି
ସୈଫ୍ ଅଲ୍ଲୀ ଖାନଙ୍କ ଉପରେ ଆକ୍ରମଣ ଘଟଣାକୁ ୫୦ ଘଣ୍ଟାରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ପୋଲିସ ଏପର୍ଯ୍ୟନ୍ତ କୌଣସି ସିଦ୍ଧାନ୍ତରେ ପହଞ୍ଚି ପାରିନାହିଁ। ଅଭିଯୁକ୍ତ ପୋଲିସ କବଳରୁ ଦୂରରେ ରହିଛି। ଏହି ମାମଲାରେ ପୋଲିସ ୪୦ରୁ ୫୦ ଜଣଙ୍କ ବୟାନ ରେକର୍ଡ କରିଛି। କରୀନା କପୁର ଖାନ ମଧ୍ୟ ବରିଷ୍ଠ ପୋଲିସ ଅଧିକାରୀଙ୍କ ଉପସ୍ଥିତିରେ ନିଜର ବୟାନ ରେକର୍ଡ କରିଛନ୍ତି ।

ଆକ୍ରମଣକାରୀଙ୍କ ସିସିଟିଭି ଫୁଟେଜ୍
ଅନ୍ୟପକ୍ଷରେ ତଦନ୍ତ ବେଳେ ପୋଲିସ ନିକଟରେ କିଛି ସିସିଟିଭି ଫୁଟେଜ୍ ମଧ୍ୟ ଲଗାଯାଇଛି, ଯେଉଁଥିରେ ଅଭିଯୁକ୍ତ ଆସୁଥିବା ଓ ଯାଉଥିବା ଦେଖିବାକୁ ମିଳିଛି। ସାମ୍ନାକୁ ଆସିଥିବା ପ୍ରଥମ ଫଟୋରେ ଅଭିଯୁକ୍ତ କଳା ରଙ୍ଗର ଟି-ସାର୍ଟ ପିନ୍ଧିଥିବା ଦେଖିବାକୁ ମିଳିଥିଲା। ଏହାପରେ ଆସିଥିଲା ଦ୍ୱିତୀୟ ଫଟୋ ଯେଉଁଥିରେ ଆକ୍ରମଣକାରୀ ନୀଳ ରଙ୍ଗର ଟି-ସାର୍ଟ ପିନ୍ଧିଥିଲେ। ଏବେ ନୂଆ ଫଟୋରେ ସେ ହଳଦିଆ ରଙ୍ଗର ଟି-ସାର୍ଟ ପିନ୍ଧିଥିବାର ନଜର ଆସିଛନ୍ତି । ତେବେ ଏମିତି ବି ଚର୍ଚ୍ଚା ହେଉଛି ଯେ, କିଛି ଦିନ ତଳେ ଶାହାରୁଖ ଖାନ୍ ଥିଲେ ଟାର୍ଗେଟରେ। ସୈଫ୍ ଅଲ୍ଲୀ ଖାନ୍ ଛୁରାମାଡ଼ ମାମଲାରେ ଆକ୍ରମଣକାରୀ ପୂର୍ବରୁ ଜାନୁଆରୀ ୧୪ ତାରିଖରେ ବଲିଉଡ୍ ଅଭିନେତା ଶାହରୁଖ୍ ଖାନ୍ ଙ୍କ ମନ୍ନତ ବଙ୍ଗଳାରେ ପଶିବାକୁ ଚେଷ୍ଟା କରିଥିଲେ। ତେବେ କଡ଼ା ସୁରକ୍ଷା କାରଣରୁ ସେ ଘର ଭିତରକୁ ପ୍ରବେଶ କରିପାରିନଥିଲେ। ଆଉ ଏହି ଚର୍ଚ୍ଚା ପରେ ମୁମ୍ବାଇ ପୋଲିସ ସବୁ ବଡ ବଡ ସେଲିବ୍ରିଟିଙ୍କ ଘରେ ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦେଇଛି।

Also Read: Surya Budh Yuti 2025: ସୂର୍ଯ୍ୟ ବୁଧ ମିଶ୍ରଣ କରିବ ଧମାଲ୍, ୧୦ ଫେବୃଆରୀରୁ ଏହି ୩ରାଶି ହେବେ ମାଲାମାଲ୍

Also Read: January 18 Financial Horoscope: ଶଶ ରାଜଯୋଗ ସହ ମିଳିବ ଶନିଦେବଙ୍କ ଆଶୀର୍ବାଦ, ୫ରାଶିକୁ ଲାଭ