Weather Forecast: ଭୟଙ୍କର ଥଣ୍ଡାରେ ପୁଣି ବଦଳିଲା ପାଗ, ୨୨ ତାରିଖ ଯାଏଁ ଏହିସବୁ ସ୍ଥାନରେ ପ୍ରବଳ ବର୍ଷିବ
Advertisement
Article Detail0/zeeodisha/odisha2606255

Weather Forecast: ଭୟଙ୍କର ଥଣ୍ଡାରେ ପୁଣି ବଦଳିଲା ପାଗ, ୨୨ ତାରିଖ ଯାଏଁ ଏହିସବୁ ସ୍ଥାନରେ ପ୍ରବଳ ବର୍ଷିବ

Weather Forecast: ଦକ୍ଷିଣ କେରଳ ଉପକୂଳରେ ଦକ୍ଷିଣ-ପୂର୍ବ ଆରବ ସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଥିବାରୁ ଜାନୁଆରୀ ୧୮ରୁ ୨୦ ତାରିଖ ମଧ୍ୟରେ ତାମିଲନାଡୁ, ପୁଦୁଚେରୀ ଏବଂ ଜାନୁଆରୀ ୧୯ରୁ ୨୦ ତାରିଖ ମଧ୍ୟରେ କେରଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ଏଥିସହ ପ୍ରବଳ ବଜ୍ରପାତ ସହ ବର୍ଷା ହେବାର ସମ୍ଭାବନା ରହିଛି।

 

Weather Forecast: ଭୟଙ୍କର ଥଣ୍ଡାରେ ପୁଣି ବଦଳିଲା ପାଗ, ୨୨ ତାରିଖ ଯାଏଁ ଏହିସବୁ ସ୍ଥାନରେ ପ୍ରବଳ ବର୍ଷିବ

Weather Forecast:  ଦେଶରେ ପୁଣି ଥରେ ବଦଳିବ ପାଣିପାଗ । ଆଜିଠାରୁ ଏକ ନୂଆ ପଶ୍ଚିମାବାୟୁ ସକ୍ରିୟ ହେଉଛି, ଯାହାର ପ୍ରଭାବ ଉତ୍ତର-ପଶ୍ଚିମ ଭାରତରେ ଦେଖିବାକୁ ମିଳିବ। ପ୍ରବଳ ଥଣ୍ଡା ଓ ଘନ କୁହୁଡ଼ି ମଧ୍ୟରେ ପ୍ରବଳ ବର୍ଷା ସତର୍କ ସୂଚନା ଜାରି ରହିଛି। ବର୍ଷା ପରେ ତାପମାତ୍ରା ଦ୍ରୁତ ଗତିରେ ହ୍ରାସ ପାଇବ, ଯାହା ଥଣ୍ଡାକୁ ଆହୁରି ବଢ଼ାଇବ। ଏନେଇ ଭାରତୀୟ ପାଣିପାଗ ବିଭାଗ (Indian Meteorological Department) ଏକ ବଡ଼ ଅପଡେଟ୍ ଜାରି କରିଛି।

ଆଇଏମଡି ର ସୂଚନା ଅନୁଯାୟୀ, ଜାନୁଆରୀ ୧୮ ରୁ ଉତ୍ତର ପଶ୍ଚିମ ଭାରତରେ ଏକ ନୂତନ ପଶ୍ଚିମାବାୟୁ ପ୍ରଭାବିତ ହେବାର ସମ୍ଭାବନା ଅଛି ଏବଂ ଜାନୁଆରୀ ୨୨ ରୁ ଆଉ ଏକ ପଶ୍ଚିମାବାୟୁ ସକ୍ରିୟ ହେବ । ଏହାର ପ୍ରଭାବରେ ପଶ୍ଚିମ ହିମାଳୟ ଅଞ୍ଚଳରେ ଆଜିଠାରୁ ଜାନୁଆରୀ ୨୨ ତାରିଖ ପର୍ଯ୍ୟନ୍ତ ତୁଷାରପାତ ଓ ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ଜାନୁଆରୀ ୨୧ ଓ ୨୨ ତାରିଖରେ ଉତ୍ତରପ୍ରଦେଶ, ପଞ୍ଜାବ, ହରିୟାଣା, ଚଣ୍ଡିଗଡ଼ ଓ ରାଜସ୍ଥାନରେ ପାଗ ମେଘୁଆ ରହିବ। ଦକ୍ଷିଣ କେରଳ ଉପକୂଳରେ ଦକ୍ଷିଣ-ପୂର୍ବ ଆରବ ସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଥିବାରୁ ଜାନୁଆରୀ ୧୮ରୁ ୨୦ ତାରିଖ ମଧ୍ୟରେ ତାମିଲନାଡୁ, ପୁଦୁଚେରୀ ଏବଂ ଜାନୁଆରୀ ୧୯ରୁ ୨୦ ତାରିଖ ମଧ୍ୟରେ କେରଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ଏଥିସହ ପ୍ରବଳ ବଜ୍ରପାତ ସହ ବର୍ଷା ହେବାର ସମ୍ଭାବନା ରହିଛି।

ଜମ୍ମୁ-କଶ୍ମୀର ଓ ଲଦାଖରେ ସର୍ବନିମ୍ନ ତାପମାତ୍ରା ମାଇନସ୍ ରହିଛି। ଉତ୍ତର-ପଶ୍ଚିମ ଭାରତରେ ସର୍ବନିମ୍ନ ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲସିୟସ ହ୍ରାସ ପାଇପାରେ ଏବଂ ଗୁଜରାଟରେ ଆସନ୍ତା ୨ ଦିନ ମଧ୍ୟରେ ସର୍ବନିମ୍ନ ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲସିୟସ ବୃଦ୍ଧି ପାଇବ । ଆସନ୍ତା ୪ ଦିନ ମଧ୍ୟରେ ମଧ୍ୟ-ପୂର୍ବ ଭାରତ ଓ ମହାରାଷ୍ଟ୍ରରେ ପାରଦରେ କୌଣସି ପରିବର୍ତ୍ତନ ହେବ ନାହିଁ।

ଘନ କୁହୁଡ଼ି ନେଇ ସତର୍କ ସୂଚନା
ଆଇଏମଡି ର ସୂଚନା ଅନୁଯାୟୀ, ଉତ୍ତର ପଶ୍ଚିମ ଭାରତରେ ଆଗାମୀ କିଛି ଦିନ ପର୍ଯ୍ୟନ୍ତ ଘନରୁ ଅତି ଘନ କୁହୁଡ଼ି ହେବାର ସମ୍ଭାବନା ରହିଛି । ୨୦ ତାରିଖ ପର୍ଯ୍ୟନ୍ତ ଉତ୍ତରପ୍ରଦେଶ, ପଞ୍ଜାବ, ହରିୟାଣା, ଚଣ୍ଡିଗଡ଼, ରାଜସ୍ଥାନ, ହିମାଚଳ ପ୍ରଦେଶ, ଆସାମ, ମେଘାଳୟ, ନାଗାଲାଣ୍ଡ, ମଣିପୁର, ମିଜୋରାମ, ତ୍ରିପୁରାରେ ଘନ କୁହୁଡ଼ି ରହିବ ଏବଂ ମଧ୍ୟପ୍ରଦେଶ, ଉତ୍ତରାଖଣ୍ଡ, ପଶ୍ଚିମବଙ୍ଗ, ସିକ୍କିମ୍, ଓଡ଼ିଶାରେ କୁହୁଡ଼ି ସତର୍କ ସୂଚନା ଜାରି ରହିଛି। ହିମାଚଳ ପ୍ରଦେଶ ଓ ରାଜସ୍ଥାନରେ ଶୀତ ଲହରୀ ଜାରି ରହିଛି।

ଜାଣନ୍ତୁ ଦିଲ୍ଲୀ ଏନସିଆରରେ କେମିତି ରହିବ ପାଗ ?
ବର୍ତ୍ତମାନ ଦିଲ୍ଲୀ ଏନସିଆରରେ ଥଣ୍ଡାରୁ ମୁକ୍ତି ମିଳିବାର କୌଣସି ଆଶା ନାହିଁ । ବର୍ଷା ନେଇ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ । ପୁଣି ଥରେ ପାଗ ମୋଡ଼ ନେବ, ଯେଉଁଥିପାଇଁ ୨୧-୨୨ରେ ଅଧିକାଂଶ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ବର୍ତ୍ତମାନ ଘନ କୁହୁଡ଼ି ଓ ପ୍ରବଳ ଥଣ୍ଡାରେ ଲୋକେ ହନ୍ତସନ୍ତ ହେଉଛନ୍ତି।

Also Read: January 18 Financial Horoscope: ଶଶ ରାଜଯୋଗ ସହ ମିଳିବ ଶନିଦେବଙ୍କ ଆଶୀର୍ବାଦ, ୫ରାଶିକୁ ଲାଭ

Also Read: Today Horoscope: ଏହିସବୁ ରାଶିଙ୍କ ପାଇଁ ମଙ୍ଗଳମୟ ହେବ ଶନିବାର, ଜାଣନ୍ତୁ ଆଜିର ରାଶିଫଳ