Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର
Advertisement
Article Detail0/zeeodisha/odisha2596344

Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

ଚୁଟକୀରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

 

Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର
 
1. ଶେଷ ହୋଇଛି ପ୍ରବାସୀ ଭାରତୀୟ ଦିବସ। ଉଦ୍‍ଯାପନୀ ଉତ୍ସବରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଯୋଗ ଦେଇ ରାଷ୍ଟ୍ରଗଠନରେ ପ୍ରବାସୀଙ୍କୁ ସାମିଲ ହେବାକୁ ଆହ୍ୱାନ ଦେଇଛନ୍ତି। ୨୦୪୭ ସୁଦ୍ଧା ଭାରତକୁ ଏକ ବିକଶିତ ଦେଶରେ ପରିଣତ କରିବା ଲାଗି ଆରମ୍ଭ ହୋଇଥିବା ଜାତୀୟ ମିଶନରେ ସାମିଲ ହେବାକୁ ସେ କହିଥିଲା। ସେମାନଙ୍କୁ ବିକଶିତ ଭାରତ ମିଶନର ଏକ ଅବିଚ୍ଛେଦ୍ୟ ଅଙ୍ଗ ଭାବେ କହିବା ସହ ରାଷ୍ଟ୍ରପତି ସେମାନଙ୍କର ବିଶ୍ୱସ୍ତରୀୟ ଉପସ୍ଥିତିକୁ ପ୍ରଶଂସା କରିଛନ୍ତି। ଏହି ଅବସରରେ ସେ ୨୪ ଦେଶର ୨୭ ଜଣ ପ୍ରବାସୀଙ୍କ ସେମାନଙ୍କର ଉଲ୍ଲେଖନୀୟ ଉପସ୍ଥିତି ପାଇଁ ସମ୍ମାନୀତ କରିଛନ୍ତି। 
 
2. ଆଜି ଏବଂ ଆସନ୍ତା କାଲି ଦୁଇଦିନ ଧରି ପ୍ରବାସୀ ଭାରତୀୟ ଦିବସ ଆୟୋଜନ ସ୍ଥଳକୁ ବୁଲି ଦେଖିବା ଲାଗି ସାଧାରଣ ଲୋକଙ୍କୁ ଅନୁମତି ରହିବ। ଏହି ଅନୁମତି ମାଗଣାରେ ହେବ ଏବଂ ଏଥିପାଇଁ କୌଣସି ଅନୁମତିର ଆବଶ୍ୟକତା ନାହିଁ। ସାଧାରଣ ଲୋକେ ଏହି ଉତ୍ସବକୁ ଦେଖିପାରିବେ। 
 
 
3. ଜିରୋଧାର ସହ ପ୍ରତିଷ୍ଠାତା ନିଖିଲ କାମାଥଙ୍କୁ ନିଜର ପ୍ରଥମ ପଡ୍‍କାଷ୍ଟ ଇଣ୍ଟର୍ଭ୍ୟୁ  ଦେଇଛନ୍ତି ପ୍ରଧାନମନ୍ତଅଅୀ ନରେନ୍ଦ୍ର ମୋଦୀ। ପିଲାଦିନର ସ୍ମୃତି ସାଉଁଟିବା ସହ ସେ ନିଜକୁ ଭଗବାନ ନୁହେଁ ଏବଂ ତାଙ୍କର ବି ଭୁଲ ହୋଇପାରେ ବୋଲି କହିଛନ୍ତି। ରାଜନୀତିକୁ କୌଣସି ଆଶା ନେଇ ନୁହେଁ ବରଂ ଏକ ମିଶନରେ ଆସିବା ଆବଶ୍ୟକ ବୋଲି ସେ କହିଛନ୍ତି। କଂଗ୍ରେସ ପକ୍ଷରୁ ଏହି ପହ୍‍କାଷ୍ଟ ଇଣ୍ଟରଭ୍ୟୁକୁ ସମାଲୋଚନା କରାଯାଇଛି। ଏହାକୁ ପ୍ରତିଚ୍ଛବି ବଦଳାଇବା ଲାଗି ଏକ ଉଦ୍ୟମ ବୋଲି କୁହାଯାଇଛି। 
 
4. କୁଳପତିଙ୍କ ନିଯୁକ୍ତି ନେଇ ନିୟମ ବଦଳିବ। ଏବେ କେବଳ ଶିକ୍ଷାବିତ ନୁହେଁ, ପ୍ରଶାସନିକ ଅଧିକାରୀ ଓ ଶିଳ୍ପୋଦ୍ୟୋଗୀ ମଧ୍ୟ କୁଳପତି ହୋଇପାରିବେ ବୋଲି ୟୁଜିସି ନୂଆ ନିୟମ କରିଛି। ଏହାକୁ ନେଇ ମିଶ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଅନେକ ରାଜ୍ୟ ଏହାକୁ ବିରୋଧ କରୁଛନ୍ତି। 
 
 
5. ଅବକାରୀ ବିଭାଗରେ ଏଣିକି ସ୍ୱତନ୍ତ୍ର ପ୍ରସିକ୍ୟୁସନ୍‍ ସେଲ ଖୋଲାଯିବ। ଏଥିଲାଗି ଅତିରିକ୍ତ ମାନବ ସମ୍ବଳ ନିଯୁକ୍ତ ହେବେ। ମୁଖ୍ୟତଃ ଅବକାରୀ ବିଭାଗରେ ଧରାଯାଉଥିବା ମାମଲାକୁ କୋର୍ଟରେ ପରିଚାଳନା ପାଇଁ ଏହି ସେଲ୍‍ କାର୍ଯ୍ୟ କରିବ। ପୁଲିସ ବିଭାଗରେ ଏପରି ସେଲ୍‍ ରହିଥିବାବେଳେ ଅବକାରୀ ବିଭାଗରେ ତାହା ନାହିଁ। 
 
6. ବିଶ୍ୱର ଟେକ୍ନୋଲୋଜି ଆବଶ୍ୟକତାକୁ ଦେଖି ଗୁଗଲ ଅନେକ ଏଆଇ ବା କୃତ୍ରିମ ବୁଦ୍ଧିମତ୍ତା ସମ୍ପନ୍ନ  ଉତ୍ପାଦ ଆଣିବାକୁ ଯାଉଛି। ଏ ବିଷୟରେ ସୂଚନା ଦେଇଛନ୍ତି ଗୁଗଲ ସିଇଓ ସୁନ୍ଦର ପିଚାଇ। ଆସନ୍ତା କିଛି ମାସ ଭିତରେ ଏହି ଉତ୍ପାଦଗୁଡ଼ିକ ବଜାରକୁ ଆସିବ ବୋଲି ସୁନ୍ଦର ତାଙ୍କ କର୍ମଚାରୀମାନଙ୍କୁ କହିଛନ୍ତି।
 
 
7. ଜଣେ ଅପରାଧୀ ଭାବେ ଦୋଷୀ ସାବ୍ୟସ୍ତ ହେବା ପରେ ଡୋନାଲ୍ଡ ଟ୍ରମ୍ପ ଆମେରିକାର ରାଷ୍ଟ୍ରପତି ହେବେ। ଆସନ୍ତା ୨୦ ତାରିଖରେ ସେ ଶପଥ ଗ୍ରହଣ କରିବେ। ଦୋଷ ଲୁଚାଇବା ଲାଗି ଲାଞ୍ଚ ଦେଉଥିବା ନେଇ ତାଙ୍କ ବିରୁଦ୍ଧରେ ଅଭିଯୋଗ ହୋଇଥିଲା। କୋର୍ଟ ବିଭିନ୍ନ ପକ୍ଷକୁ ଶୁଣିବା ପରେ ଟ୍ରମ୍ପଙ୍କୁ ଦୋଷୀ ବୋଲି ରାୟ ଦେଇଛନ୍ତି କିନ୍ତୁ ତାଙ୍କ ବିରୁଦ୍ଧରେ କୌଣସି ଦଣ୍ଡ ଘୋଷଣା କରି ନାହାନ୍ତି।  ବିନା କୌଣସି ସର୍ତ୍ତରେ ତାଙ୍କୁ ମୁକ୍ତି ପ୍ରଦାନ କରିଛନ୍ତି। 
 
8. ଆସନ୍ତା କାଲିଠାରୁ ଆରମ୍ଭ ହେବ ବୌଦ୍ଧ ଗୁରୁ ପଦ୍ମସମ୍ଭବଙ୍କ ସମାବେଶ। ଓଡ଼ିଶାର  ବୌଦ୍ଧ ସର୍କିଟ ଭାବେ ପରିଚିତ ଉଦୟଗିରି-ଲଳିତଗିରି-ରତ୍ନଗିରିଠାରେ ଏହି ଉତ୍ସବ ଆୟୋଜନ କରାଯାଇଛି। ଏଥିରେ ୧୭ ଦେଶରୁ ପ୍ରାୟ ୧୫୦୦ ବୌଦ୍ଧ ସନ୍ନ୍ୟାସୀ ଓ ସନ୍ନ୍ୟାସିନୀ ଯୋଗ ଦେବେ। 
 
 
9. ରାଗିଂ ଅଭିଯୋଗ ଆସିଥିବା ୪ ଆଇନ ଛାତ୍ରଙ୍କୁ ଦୃଷ୍ଟାନ୍ତମୂଳକ ଦଣ୍ଡାଦେଶ ଦେଇଛନ୍ତି ହାଇକୋର୍ଟ। ଛାତ୍ର ଜୀବନରେ ସେମାନଙ୍କ ଭୁଲ୍‍ରୁ ଶିଖିବା ତଥା ସମାଜ ପାଇଁ ସମ୍ବେଦନଶୀଳ ହେବା ଲାଗି ଛାତ୍ରଙ୍କୁ ପ୍ରେରିତ କରିବା ଏହି ଦଣ୍ଡାଦେଶର ଉଦ୍ଦେଶ୍ୟ ରହିଛି। ଏହି ରାୟ ଅନୁସାରେ ସମ୍ପୃକ୍ତ ଛାତ୍ର ସେମାନଙ୍କ ମନ ମୁତାବକ କୌଣସି ଅନାଥାଶ୍ରମରେ ଏକ ସପ୍ତାହ ଯାଏ ମାଗଣାରେ ପାଠ ପଢ଼ାଇବେ ବା କୌଣସି କର୍ମଶାଳା ଆୟୋଜନ କରି ସେମାନଙ୍କୁ ଅନୁପ୍ରାଣୀତ କରିବେ। ଭୁବନେଶ୍ୱରର ଏକ ଘରୋଇ ଆଇନ କଲେଜରେ ଏପରି ଅଭିଯୋଗ ହୋଇ ଭରତପୁର ଥାନାରେ ଅଭିଯୋଗ ହୋଇଥିଲା।