Top 10 News Today: ରାଜଧାନୀରେ କଂଗ୍ରେସକୁ ଟାର୍ଗେଟ କଲେ ଜେପି ନଡା, ପଢ଼ନ୍ତୁ ଆଜିର ୧୦ ବଡ଼ ଖବର
Advertisement
Article Detail0/zeeodisha/odisha2447715

Top 10 News Today: ରାଜଧାନୀରେ କଂଗ୍ରେସକୁ ଟାର୍ଗେଟ କଲେ ଜେପି ନଡା, ପଢ଼ନ୍ତୁ ଆଜିର ୧୦ ବଡ଼ ଖବର

Top 10 News Today: ଦିନଟିରେ ରାଜ୍ୟ  ଏବଂ ଦେଶ ବିଦେଶରେ ଘଟିଯାଇଛି ଅନେକ ଘଟଣା । ସେହିସବୁ ଗୁରୁତ୍ୱପୂର୍ଣ୍ଣ ଖବର ଜାଣନ୍ତୁ ଅଳ୍ପରେ

Top 10 News Today: ରାଜଧାନୀରେ କଂଗ୍ରେସକୁ ଟାର୍ଗେଟ କଲେ ଜେପି ନଡା, ପଢ଼ନ୍ତୁ ଆଜିର ୧୦ ବଡ଼ ଖବର

Top 10 News Today

Headlines 01- ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଭୁବନେଶ୍ୱରରେ ପହଞ୍ଚିବା ପରେ ବିମାନ ବନ୍ଦରରେ ଭବ୍ୟ ସ୍ବାଗତ କରାଯାଇଥିଲା । ପରେ ବିଜେପି ସଦସ୍ୟତା ଅଭିଯାନରେ ସାମିଲ ହୋଇଥିଲେ ଜେପି ନଡ୍ଡା । ଏହି ଅବସରରେ ଜେପି ନଡା ନାଁ ନନେଇ ରାହୁଲ ଓ ପ୍ରିୟଙ୍କାଙ୍କୁ ସମାଲୋଚନା କରିଥିଲେ । ଏଥିସହ କହିଥିଲେ ଯେ, ୨୦୪୭ରେ ଭାରତକୁ ବିକଶିତ କରିବା, ସମସ୍ତଙ୍କ ଯୋଗଦାନ ଜରୁରୀ । ମୋଦିଙ୍କ ନେତୃତ୍ବରେ ଆମେ ଆଜି ବ୍ରିଟେନକୁ ପଛରେ ପକାଇଛୁ ଭାରତ ଆଜି ବିଶ୍ବର ପଞ୍ଚମ ଅର୍ଥଶକ୍ତିରେ ପରିଣତ ହୋଇଛି । ୭୦ ବର୍ଷରୁ ଅଧିକ ୬ କୋଟି ଆୟୁଷ୍ମାନ ଭାରତରେ ସାମିଲ ହେବେ । ଭାରତରେ କେହି କଚ୍ଚା ଘରେ ରହିବେନି, ଆଉ ୩ କୋଟି ଘର ମଂଜୁର କରାଯାଇଛି ।

Headlines 02- ମାନହାନୀ ମାମଲାରେ ଶିବସେନା (UBT) ନେତା ତଥା ରାଜ୍ୟସଭା ସାଂସଦ ସଞ୍ଜୟ ରାଉତ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଗୁରୁବାର ଦିନ ତାଙ୍କୁ ୧୫ ଦିନର କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ଏହା ବ୍ୟତୀତ ୨୫ ହଜାର ଟଙ୍କା ଜରିମାନା ଦେବାକୁ କୋର୍ଟ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। ଭାରତୀୟ ଜନତା ପାର୍ଟି ନେତା କିରିଟ ସୋମାୟାଙ୍କ ପତ୍ନୀଙ୍କ ତରଫରୁ ରାଉତଙ୍କ ବିରୋଧରେ ଏକ ମାମଲା ଦାୟର କରାଯାଇଥିଲା।

Headlines 03- ପ୍ରବଳ ବର୍ଷା କାରଣରୁ ବିହାରରେ ବିଭିନ୍ନ ନଦୀରେ ଜଳସ୍ତରରେ ବୃଦ୍ଧି ଘଟିଛି। ଏହି ସମୟରେ ବିହାରର ଅନେକ ସ୍ଥାନରୁ ନଦୀନାଳରେ ବୁଡି ମୃତକଙ୍କ ସଂଖ୍ୟା ଧିରେ ଧିରେ ବୃଦ୍ଧି ପାଇବାରେ ଲାଗିଛି। ବୁଧବାର ଦିନ ଜିତିଆ ଉପବାସ ପାଇଁ ଗାଧୋଇବାକୁ ଯାଇଥିବା ବେଶେ ୩୦ରୁ ଅଧିକ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଥିବା ନେଇ ଖବର ସାମ୍ନାକୁ ଆସିଛି। ରାଜ୍ୟ ଅଧା ଜିଲ୍ଲାରେ ଏହି ଦୁର୍ଘଟଣା ଜନିତ ଖବର ସାମ୍ନାକୁ ଆସିଛି। ଏହି ଦୁର୍ଘଟଣାରେ ଶିଶୁ ଓ ମହିଳାଙ୍କର ମୃତ୍ୟୁ ହୋଇଛି। ଔରଙ୍ଗାବାଦରୁ ସର୍ବାଧିକ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏଠାରେ ଆଠ ଜଣ ପିଲା ବୁଡ଼ିଯିବା କାରଣରୁ ସେମାନଙ୍କର ମୃତ୍ୟୁ ହୋଇଛି ।

Headlines 04- ଜାମ୍ମୁ କାଶ୍ମୀରର 90 ଟି ବିଧାନସଭା ଆସନରେ ତିନିଟି ପର୍ଯ୍ୟାୟରେ ନିର୍ବାଚନ ଚାଲିଥିବାର ଦେଖିଛନ୍ତି ଆମେରିକା, ନରୱେ ଏବଂ ସିଙ୍ଗାପୁର ସମେତ ୧୫ଟି ଦେଶର ବରିଷ୍ଠ କୂଟନୀତିଜ୍ଞ। ଏହି ଉଚ୍ଚ ସ୍ତରୀୟ ପ୍ରତିନିଧୀ ଦଳରେ ଆମେରିକା, ମେକ୍ସିକୋ, ଗୁଇନା, ଦକ୍ଷିଣ କୋରିଆ, ସୋମାଲିଆ, ପାନାମା, ସିଙ୍ଗାପୁର, ନାଇଜେରିଆ, ସ୍ପେନ୍, ଦକ୍ଷିଣ ଆଫ୍ରିକା, ନରୱେ, ତାଞ୍ଜାନିଆ, ରୁୱାଣ୍ଡା, ଆଲଜେରିଆ ଏବଂ ଫିଲିପାଇନ୍ସର ଦୂତାବାସର କୂଟନୀତିଜ୍ଞମାନେ ସାମିଲ ହୋଇଥିଲେ। ବରିଷ୍ଠ କୂଟନୀତିଜ୍ଞଙ୍କ ଉଚ୍ଚସ୍ତରୀୟ ପ୍ରତିନିଧୀ ଉପତ୍ୟକାକୁ ପହଞ୍ଚିବା ପରେ ବୁଦ୍ଧଗାମ ଜିଲ୍ଲାର ଓମପୋରାଠାରେ ମତଦାନ ବୁଥ ପରିଦର୍ଶନ କରିଥିଲେ ବୋଲି ଅଧିକାରୀମାନେ କହିଛନ୍ତି। 

Headlines 05- ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ପଡିବ ପୂର୍ଣ୍ଣଛେଦ । ଖୁବ୍ ଶୀଘ୍ର ସମସ୍ୟାର ସମାଧାନ କରାଯିବ । ଟ୍ରିବୁନାଲକୁ ନେଇ ଚାଲିଥିବା ଟଣଓଟରାର ସମାଧାନ କରାଯିବ ବୋଲି କହିଛନ୍ତି କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀ ସି.ଆର୍.ପାଟିଲ୍। ଓଡ଼ିଶା ଗସ୍ତରେ ଆସି ସି.ଆର୍.ପାଟିଲ୍ ଏହା କହିଛନ୍ତି । 

Headlines 06- ଆଜି ରାଜ୍ୟ ବ୍ୟାପୀ ନର୍ସଙ୍କ ଆନ୍ଦୋଳନ ଜାରି ରହିଛି । ଗତକାଲି ନର୍ସିଂ ସଂଘ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଆଲୋଚନା ହୋଇଥିଲା କିନ୍ତୁ ତାହା ବିଫଳ ପରେ ଆନ୍ଦୋଳନ ଜାରି ରଖିବାକୁ ସଂଘ ନିଷ୍ପତ୍ତି ନେଇଥିଲା । ତେଣୁ ଆଜି ଅନେକ ସ୍ଥାନରେ ପୁଣି ଥରେ ଆନ୍ଦୋଳନକୁ ଓହ୍ଲାଇଛି ନର୍ସିଂ ସଂଘ। ତୁରନ୍ତ ଦାବି ଗୁଡିକୁ ସମାଧାନ କରିବା ନେଇ ଆନ୍ଦୋଳନ ଚାଲିଛି ।

Headlines 07- ଓଲିଉଡ କଣ୍ଠଶିଳ୍ପୀ ପମି ମିଶ୍ର ସାଇବର ଥାନାର ଦ୍ୱାରସ୍ଥ ହୋଇଛନ୍ତି । ଗୀତ ଚୋରି ନେଇ ପ୍ରଯୋଜନା ସଂସ୍ଥା ନାଁରେ ଅଭିଯୋଗ ଆଣିଛନ୍ତି ପମି । ସାଇ ସାଗର କ୍ରିଏସନ୍ ଓ ପବିତ୍ର ଏଣ୍ଟରଟେନମେଣ୍ଟ ନାଁରେ ଅଭିଯୋଗ ହୋଇଥିବା ସୂଚନା ମିଳିଛି । ପମି ଗାଇଥିବା ଗୀତକୁ ଅନ୍ୟ ଜଣେ ମହିଳା ଗାଇଥିବା ନେଇ ପ୍ରଚାର କରାଯାଉଛି । ଏ ସମ୍ପର୍କରେ ସୋସିଆଲ ମିଡିଆରେ ମଧ୍ୟ ପମି ପୋଷ୍ଟ କରିଥିଲେ ।

Headlines 08- ପୁଣିଥରେ ସୁବର୍ଣ୍ଣରେଖାରେ ବନ୍ୟା ଆଶଙ୍କା ବୃଦ୍ଧି ପାଇଛି । ଉପରମୁଣ୍ଡରେ ବର୍ଷା ହେବାରୁ ଏପରି ଆଶଙ୍କା କରାଯାଉଛି । ଗାଲୁଡିହିରୁ ୨୨୦୦ କ୍ୟୁସେକ ପାଣି ଛାଡ଼ିଲା ପରେ ବନ୍ୟା ଆଶଙ୍କା ବଢିଛି । ନଦୀର ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଡ୍ୟାମର ଗେଟ୍ ଖୋଲିଛି । ଗାଲୁଡିହିରେ ଜଳଧାରଣ କ୍ଷମତା ୯୪.୫ମି ରହିଥିବା ସମୟରେ ଜଳସ୍ତର ୧୦୧.୨୫ମି ଅଛି ।

Headlines 09- ମୋ ବସ୍ ତଥା ରାଜ୍ୟରେ ପରିଚାଳନା କରୁଥିବା କ୍ରୁଟ୍ ନାଁରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ଜଣେ ମହିଳା କର୍ମଚାରୀ। କର୍ମଚାରୀ ଜଣଙ୍କର କହିବାକଥା, ରୁଟ୍ ଫିକ୍ସ କରିବାକୁ କରାଯାଉଛି ବହୁତ ଖରାପ ଡିଲ୍ । ମହିଳା ବୋଲି ରୁଟ୍ ଫିକ୍ସ କରିବାକୁ ହେଲେ ପ୍ରଥମେ ପଇସା ଦିଅ ନଚେତ୍ ଯେଉଁ ମାନେ ନିଜ ଦରମାରୁ ୨୦୦୦ ହଜାର ଟଙ୍କା ଦେଇପାରୁନାହାଁନ୍ତି ସେମାନେ ଆମ ରୁମ୍ ପାର୍ଟନର ହୁଅ ବୋଲି ସାଂଘାତିକ ଅଭିଯୋଗ ଆଣିଛନ୍ତି ମହିଳା କର୍ମଚାରୀ । ଯାହାର ଭିଡିଓ ଏବେ ଭାଇରାଲ ହେଉଛି।

Headlines 10- ଆଜି ରାଜ୍ୟର ଅନେକ ସ୍ଥାନରେ  ବର୍ଷା ସମ୍ଭାବନା ରହିଛି। ଉତ୍ତର ଓଡି଼ଶାର ବର୍ଷା ଅଧିକ ରହିପାରେ।  ବାଲେଶ୍ବର, ଭଦ୍ରକ, ମୟୂରଭଂଜ, କେନ୍ଦୁଝର ଓ ସୁନ୍ଦରଗଡରେ ପ୍ରବଳ ବର୍ଷା ହୋଇପାରେ। ଶୁକ୍ରବାର ରାଜ୍ୟର  ଅଳ୍ପ କିଛି ସ୍ଥାନରେ ବର୍ଷା ସମ୍ଭାବନା ଅଛି।  ଶନିବାର ଠାରୁ ରାଜ୍ୟରେ ବର୍ଷାର ପ୍ରକୋପ କମିବ।  ରବିବାର ଠାରୁ କାଁ-ଭାଁ  ବର୍ଷା ହୋଇପାରେ।  ଏଭଳି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ। 

Also Read- October Month Lucky Rashifal: ଲକ୍ଷ୍ମୀ ନାରାୟଣ ରାଜଯୋଗ ପ୍ରଭାବ, ୫ ରାଶିର ଭାଗ୍ୟ ଉଜ୍ୱଳ