Advertisement
Photo Details/zeeodisha/odisha2454650
photoDetails0hindi

Shani Gochar 2024: ସୂର୍ଯ୍ୟପରାଗ ପରେ ଶନିଙ୍କ ନକ୍ଷତ୍ର ପରିବର୍ତ୍ତନ, ୩ ରାଶିକୁ ମିଳିବ ଧନ

Shani Gochar 2024: ସୂର୍ଯ୍ୟ ପରାଗ ପରେ ଶନି ଗ୍ରହ ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି । ଶନିଙ୍କ ଏହି ପରିବର୍ତ୍ତନ ୩ଟି ରାଶିର ବ୍ୟକ୍ତିଙ୍କ ଉପରେ ଶୁଭ ପ୍ରଭାବ ପକାଇବ ।

1/5

Shani Gochar 2024: ଶନି ରାହୁଙ୍କ ନକ୍ଷତ୍ରରେ ୨୭ ଡିସେମ୍ବର ଶୁକ୍ରବାର ପର୍ଯ୍ୟନ୍ତ ରହିବେ । ୨୭ ଡିସେମ୍ବରରେ ରାତି ୧୦ଟା୪୨ରେ ଶନି ପୁଣିଥରେ ନକ୍ଷତ୍ର ପରିବର୍ତ୍ତନ କରିବେ । ଏହି ଅବଧିରେ ଶନି ପୁର୍ବାଭାଦ୍ରପଦ ନକ୍ଷତ୍ରରେ ଚଳନ କରିବେ । ସୂର୍ଯ୍ୟ ପରାଗ ପରେ ଶନିଙ୍କ ନକ୍ଷତ୍ର ପରିବର୍ତ୍ତନ ସମସ୍ତ ୧୨ଟି ରାଶିର ବ୍ୟକ୍ତିବିଶେଷଙ୍କୁ ପ୍ରଭାବିତ କରିବ । ତେବେ ବିଶେଷ କରି ୩ଟି ରାଶିକୁ ଅତ୍ୟନ୍ତ ଶୁଭଫଳ ମିଳିବ ।

2/5

ମେଷ ରାଶି

ଅକ୍ଟୋବର ୩ ପରଠାରୁ ଆପଣଙ୍କ ପାଇଁ ଭଲ ଦିନ ଆସିବ । ଶନିଙ୍କ ନକ୍ଷତ୍ର ପରିବର୍ତ୍ତନ ଆପଣଙ୍କ ଜୀବନରେ ଉନ୍ନତି ଆଣିବ । କାର୍ଯ୍ୟକ୍ଷେତ୍ରରେ ଅଗ୍ରଗତି ହେବ । ଆର୍ଥିକ ସଙ୍କଟରୁ ମୁକ୍ତି ପାଇବେ । ଚାକିରି କରୁଥିବା ବ୍ୟକ୍ତିଙ୍କ ପଦୋନ୍ନତି ହୋଇପାରେ । ସମାଜରେ ଆପଣଙ୍କ ମାନ ସମ୍ମାନ ବୃଦ୍ଧି ପାଇବ ।

3/5

ସିଂହ ରାଶି

ଶନିଙ୍କ ନକ୍ଷତ୍ର ପରିବର୍ତ୍ତନ ଆପଣଙ୍କ ପାଇଁ ଅନେକ ଉପାୟରେ ଲାଭଦାୟକ ସାବ୍ୟସ୍ତ ହେବ । ଆପଣ ଆର୍ଥିକ ଲାଭ ପାଇବେ । ଚାକିରିରେ ପଦୋନ୍ନତି ହୋଇପାରେ । ବ୍ୟବସାୟୀମାନେ ବ୍ୟବସାୟରେ ଅଗ୍ରଗତି କରିବେ । ସମ୍ପର୍କରେ ମଧୁରତା ପରିଲକ୍ଷିତ ହେବ । ନିଜ ନିଷ୍ପତ୍ତି ଆପଣଙ୍କ ପାଇଁ ଲାଭଦାୟକ ହେବ । କାର୍ଯ୍ୟରେ ସଫଳତା ପାଇବା ପାଇଁ ଟିକିଏ ଅଧିକ ପ୍ରୟାସ କରିବାକୁ ପଡିପାରେ । ରାହୁଙ୍କ ନକ୍ଷତ୍ରରେ ଶନିଙ୍କ ଚଳନ ଆପଣଙ୍କ ପାଇଁ ନୂଆ ସୁଯୋଗ ସୃଷ୍ଟି କରିବ ।

4/5

ଧନୁ ରାଶି

ଆପଣଙ୍କ ପାଇଁ ଏହି ସମୟ ଅତ୍ୟନ୍ତ ଫଳପ୍ରଦ ହେବ । ଆର୍ଥିକ ସଙ୍କଟରୁ ଆପଣ ମୁକ୍ତି ପାଇବେ । ସମସ୍ତ ବିଚାରାଧୀନ କାର୍ଯ୍ୟ ସଫଳତାର ସହିତ ଶେଷ କରିବେ । ବ୍ୟବସାୟୀମାନେ ଆର୍ଥିକ ଲାଭ ପାଇବେ । ପ୍ରତ୍ୟକ କ୍ଷେତ୍ରରେ ସଫଳତା ମିଳିବାର ଅଧିକ ସମ୍ଭାବନା ରହିଛି ।

5/5

Disclamer: (ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।