Top 10 News Today: ରାଜ୍ୟ ତଥା ଦେଶ ବିଦେଶର ସବୁ ବଡ଼ ଖବର ପଢନ୍ତୁ ଚୁଟକୀରେ
Trending Photos
Top 10 News Today
Headlines 01- ଦିଲ୍ଲୀ ବିଧାନସଭା ପାଇଁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେପି । ତାଲିକାରେ ୨୯ ପ୍ରମୁଖ ପ୍ରାର୍ଥୀଙ୍କ ନାମ ରହିଛି । ନୂଆଦିଲ୍ଲୀ ଆସନରେ କେଜରିୱାଲଙ୍କ ବିରୋଧରେ ଲଢ଼ିବେ ବିଜେପିର ପରଭେଶ ବର୍ମା । ସେହିପରି କରୋଲବାଗରେ ଦୁଶ୍ୟନ୍ତ ଗୌତମ, ରଜୌରୀରୁ ମଞ୍ଜିନ୍ଦର ଶିର୍ଶା, ବିଜୱାସନରୁ କୈଲାସ ଗେହଲଟ, ଗାନ୍ଧିନଗରରୁ ଅରବିନ୍ଦର ଲଭ୍ଲି ନିର୍ବାଚନ ଲଢିବେ ।
Headlines 02- ୨୭ ବିଶିଷ୍ଟ ବ୍ୟକ୍ତିଙ୍କୁ ମିଳିବ ପ୍ରବାସୀ ଭାରତୀୟ ସମ୍ମାନ ଆୱାର୍ଡ- ୨୦୨୫ । ୨୭ ଜଣଙ୍କୁ ସମ୍ମାନ ପ୍ରଦାନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ବିଭିନ୍ନ ଦିଗକୁ ନେଇ ନୋମିନେସନ୍ ପରେ ୨୭ ଜଣ ମନୋନୀତ ହୋଇଛନ୍ତି ।
Headlines 03- ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଉଦଘାଟନ ପରେ ବର୍ତ୍ତମାନ ବରଗଡ ପାଲଟିଛି ମଥୁରା ନଗରୀ । ମହାରାଜା ଉଗ୍ରସେନଙ୍କୁ ଗାଦିଚ୍ୟୁତ କରି ଯୁବରାଜ କଂସ ମଥୁରା ଶାସନ ନିଜ ହାତକୁ ନେଇଛନ୍ତି । କଂସଙ୍କ ରାଜୁତି ଦେଖିବାକୁ ନାହିଂ ନଥିବା ଭିଡ ପରିଲକ୍ଷିତ ହେଉଛି ।
Headlines 04- ଯାଜପୁର ପାଣିକୋଇଲିରେ ୨ ଜଣଙ୍କୁ ଫାୟାରିଂ କରି ଲୁଟ୍ ଉଦ୍ୟମ କରିଛନ୍ତି ଦୁର୍ବୁତ୍ତ । ଗୁଳିମାଡରେ ଜଣେ ମୃତ ଏବଂ ଜଣେ ଗୁରୁତର ହୋଇଛନ୍ତି । ସୁନା ଦୋକାନର ୨ କର୍ମଚାରୀଙ୍କୁ ଲୁଟ୍ କରିବା ପାଇଁ ଗୁଳିମାଡ଼ ହୋଇଥିବା ସୂଚନା ମିଳିଛି । ଜଣଙ୍କ ପେଟରେ ଓ ଅନ୍ୟ ଜଣଙ୍କର ଅଣ୍ଟାରେ ଗୁଳି ବାଜିଛି ବୋଲି ଜଣାପଡିଛି । ପାଣିକୋଇଲି ବଜାରରେ ବାଇକ୍ରେ ଆସି ଗୁଳିମାଡ଼ କରିଥିଲେ ଦୁର୍ବୃତ୍ତ । ସେମାନଙ୍କ ମଧ୍ୟରୁ ଜଣଙ୍କୁ ସ୍ଥାନୀୟ ଲୋକେ କାବୁ କରିଥିବା ସୂଚନା ମିଳିଛି ।
Headlines 05- ପ୍ରବାସୀ ଭାରତୀୟ ସମ୍ମିଳନୀ ପାଇଁ ଜାନୁୟାରୀ ୮ରେ ୨ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ୮ ତାରିଖ ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବା ପରେ ରାଜଭବନ ଯିବେ। ରାଜଭବନରେ ରାତ୍ର ରହଣୀ କରିବେ। ୯ ତାରିଖ ସକାଳ ୯ଟା ୪୫ରେ ରାଜଭବନରୁ ଜନତା ମଇଦାନ ଯିବେ ମୋଦୀ। ୯ଟା ୫୫ରେ ଜନତା ମଇଦାନରେ ପହଞ୍ଚିବା ପରେ ୧୮ତମ ପ୍ରବାସୀ ଭାରତୀୟ ସମ୍ମିଳନୀରେ ହେବେ ସାମିଲ।
Headlines 06- ସୁଭଦ୍ରା ଯୋଜନାକୁ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା କହିଛନ୍ତି ଯେ, ମାର୍ଚ୍ଚ ୩୦ରେ ଆବେଦନ କଲେ ମଧ୍ୟ ଏକା ଥରେ ଦୁଇଟି କିସ୍ତି ମିଳିବ। ଗାଁର ଶେଷ ଯୋଗ୍ୟ ହିତାଧିକାରୀ ଆବେଦନ ନକଲା ଯାଏଁ ଚାଲିବ ପଞ୍ଜୀକରଣ। ପ୍ରଥମ କିସ୍ତି ମିଳିବାର ଶେଷ ତାରିଖ ମାର୍ଚ୍ଚ ୮ ଥିଲା, କିନ୍ତୁ ମାର୍ଚ୍ଚ ୩୦ ପରେ ଆବେଦନ କଲେ ମଧ୍ୟ ପ୍ରଥମ କିସ୍ତି ଟଙ୍କା ମିଳିବ ।
Headlines 07- ଶିମିଳିପାଳ ଅଭୟାରଣ୍ୟରେ ସୋମବାରଠାରୁ କୁମ୍ଭୀର ଗଣନା ଆରମ୍ଭ ହେବ। ଆସନ୍ତା ୬ରୁ ୮ ତାରିଖ ପର୍ଯ୍ୟନ୍ତ ତିନି ଦିନ ପର୍ଯ୍ୟନ୍ତ କୁମ୍ଭୀର ଗଣନା ପ୍ରକ୍ରିୟା ଜାରି ରହିବ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ଏହି ଗଣନାରେ ଉତ୍ତର ଶିମିଳିପାଳର ୭ଟି ଓ ଦକ୍ଷିଣ ଶିମିଳିପାଳର ୯ଟି ରେଞ୍ଜରେ ଗଣନା ହେବ। ପ୍ରତି ରେଞ୍ଜରେ କୁମ୍ଭୀର ଗଣନା ପାଇଁ ବନ କର୍ମଚାରୀ ନିୟୋଜିତ କରାଯାଇଛି। ପ୍ରତି ଟିମ୍ରେ ରେଞ୍ଜର୍, ଫରେଷ୍ଟର୍ ଓ କର୍ମଚାରୀ ରହିବେ। ସମୁଦାୟ ୧୦୦ରୁ ଊର୍ଦ୍ଧ୍ବ କର୍ମଚାରୀ ଗଣନା କାର୍ଯ୍ୟରେ ନିୟୋଜିତ ରହିବେ।
Headlines 08- ଦୁର୍ଘଟଣା ହ୍ରାସ ପାଇଁ ସମସ୍ତ ବସରେ ଲାଗିବ ସ୍ମାର୍ଟ ଡିଭାଇସ। ଏନେଇ ଆଇଆଇଟି ମାଡ୍ରାସ୍ ସହ ଚୁକ୍ତି ହୋଇଛି। ଡ୍ରାଇଭର ଆଖି ପଡ଼ିଗଲେ କିମ୍ବା ଅନ୍ୟମନସ୍କ ହେଲେ ଏହି ସ୍ମାର୍ଟ ଡିଭାଇସ ସାଇରନ୍ ଦେବ। ମଦ ପିଇ ଗାଡି ଚଳାଇଲେ ମଧ୍ୟ ଏକ ଶବ୍ଦ ଶୁଣାଯିବ ଯାହା ଡ୍ରାଇଭରକୁ ସଚେତନ କରାଇବ। ଏହି ଡିଭାଇସ ଦ୍ବାରା ରୋଡ ହିପ୍ନୋଟିଜିମକୁ ମଧ୍ୟ ଏଡ଼ାଇ ଦିଆଯାଇପାରିବ। ଭୁବନେଶ୍ବରରେ ଜାତୀୟ ସଡ଼କ ସୁରକ୍ଷା ମାସ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏହା କହିଛନ୍ତି।
Headlines 09- ଜଗତସିଂହପୁର ପୌରାଞ୍ଚଳ ବଡବାଗ ଗାଁରେ ଘଟିଛି ଭୟଙ୍କର ବାଣ ବିସ୍ଫୋରଣ । ଏହି ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ, ଏକ କୋଠା ଘର ସମ୍ପୂର୍ଣ୍ଣ ଭୁଶୁଡ଼ି ଯିବା ସହ ଘରର ଛାତ ଉଡି ଯାଇଛି। ବିସ୍ଫୋରଣରେ ୨ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଥିବା ବେଳେ ଅନ୍ୟ ଦୁଇ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ଚିକିତ୍ସା ପାଇଁ ସେମାନଙ୍କୁ ପ୍ରଥମେ ଜଗତସିଂହପୁର ଓ ପରେ କଟକ ସ୍ଥାନାନ୍ତର କରାଯାଇଛି।
Headlines 10- ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ତାଜା ସୂଚନା ଅନୁସାରେ, ଆସନ୍ତା ସୋମବାରରୁ ଶୀତ କମିବା ନେଇ ପୂର୍ବାନୁମାନ କରାଯାଇଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଢେଙ୍କାନାଳ, ଖୋର୍ଦ୍ଧା, କଟକ, ଗଞ୍ଜାମ, ଗଜପତି, କେନ୍ଦୁଝର ଏବଂ କଳାହାଣ୍ଡିର ଗୋଟିଏରୁ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର କୁହୁଡି ହୋଇପାରେ । ତେବେ ଆଗାମି ୨୪ ଘଣ୍ଟା ପାଇଁ ରାଜ୍ୟର ଜିଲ୍ଲାଗୁଡିକରେ ସର୍ବନିମ୍ନ ତାପମାତ୍ରାରେ କୌଣସି ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ । ତାପର ଦିନଠାରୁ ସର୍ବନିମ୍ନ ତାପମାତ୍ରାରେ ୨ରୁ୩ ଡିଗ୍ରୀ ସେଲସିୟସ ବଢିବାର ସମ୍ଭାବନା ରହିଛି ।
Also Read- Mangal Gochar 2025: ବର୍ଷର ପ୍ରଥମ ରାଶି ପରିବର୍ତ୍ତନ କରିବେ ମଙ୍ଗଳ, ୧୭ ଦିନ ପରେ ୩ ରାଶିକୁ ଫାଇଦା !
Also Read- Jio Plan: ଆପଣ ଜିଓ ଉପଭୋକ୍ତା କି ? ତେବେ 'ସୁପରହିଟ୍ ପ୍ଲାନ'ର ନିଅନ୍ତୁ ମଜା