Trending Photos
Pranay Jethi:ଭୁବନେଶ୍ୱର: ନିର୍ବାଣ ଫାଉଣ୍ଡେସନ ଟ୍ରଷ୍ଟ ଏବଂ ଭରତ ମୋସନ ଇଭେଣ୍ଟସ ଦ୍ୱାରା ଦ୍ଵିତୀୟ ଷ୍ଟେଟ ବିଜିନେସ୍ ଆୱାର୍ଡ ଅନୁଷ୍ଠିତ ହୋଇଛି। ଏହି ଆୱାର୍ଡ ପର୍ବରେ ୨୫ ଜଣ ସଫଳ ଯୁବ ଉଦ୍ୟୋଗୀଙ୍କୁ ନିର୍ବାଣ ଫାଉଣ୍ଡେସନ ତରଫରୁ ସମ୍ମାନିତ କରାଯାଇଛି। ଏହି ପର୍ବରେ ସ୍ୱତନ୍ତ୍ର ଅତିଥିଭାବେ ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ସୁରେଶ ରାଉତରାୟ, ପୂର୍ବତନ ସାଂସଦ ଶ୍ରୀଯୁକ୍ତ ପ୍ରସନ୍ନ ପାଟ୍ଟଶାଣୀ, ସମ୍ମାନିତ ଅତିଥିଭାବେ ଶ୍ରୀଯୁକ୍ତ ସୂର୍ଯ୍ୟକାନ୍ତ ବେହେରା, ମ୍ୟାନେଜିଂ ଡାଇରେକ୍ଟର ମେଘା ବିଲଡର, ଡଃ ଶୁଭାଶିଷ ଦାସ ମ୍ୟାନେଜିଂ ଡାଇରେକ୍ଟର, ଆପୋଲୋ ଟ୍ରି ହୋଟେଲ, ଶ୍ରୀଯୁକ୍ତ ସଞ୍ଜୟ ଜେନା, ମ୍ୟାନେଜିଂ ଡାଇରେକ୍ଟର, ଭାରତ ଫୁଏଲ, ବୁସ୍ରା ଖାଁ, ମ୍ୟାନେଜିଂ ଡାଇରେକ୍ଟର, ବୁସ୍ରା ଖାଁ ପାରାଦ୍ୱୀପ ପରିବହନ ଲିମିଟେଡ଼ ପ୍ରମୁଖ ଯୋଗଦେଇଥିଲେ।
ପର୍ବ ଆରମ୍ଭରେ ଅତିଥିବୃନ୍ଦଙ୍କୁ ଭରତ ପ୍ରଧାନ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ଓଡ଼ିଶାର ପ୍ରତିଷ୍ଠିତ ଯୁବ ଉଦ୍ୟୋଗୀ କିପରି ଆହୁରି ପାଦେ ଆଗେଇବେ ସେଥିପାଇଁ ତାଙ୍କୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଏହି ସମ୍ମାନ ପ୍ରଦାନ କରାଯାଇଛି। ନିର୍ବାଣ ଫାଉଣ୍ଡେସନ ବିଜିନେସ୍ ଆୱାର୍ଡ ସହିତ ଅନେକ ସାମାଜିକ ଉପଯୋଗୀ କ୍ଷେତ୍ରରେ କାର୍ଯ୍ୟ କରିଥାଏ। ଗରିବ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ପାଠ ପଢା ପ୍ରତି ଆଗ୍ରହ ବଢାଇବା ପାଇଁ ବହି, ଖାତା, କଲମ, ପେନସିଲ ଇତ୍ୟାଦି ପ୍ରଦାନ କରାଯାଇଥିଲା।
୩୦ ଟି ଜିଲ୍ଲାର ଉଦ୍ୟୋଗୀ ମାନଙ୍କୁ ପ୍ରୋତ୍ସାହନ ଯୋଗାଇବା ପାଇଁ ନିର୍ବାଣ ଫାଉଣ୍ଡେସନ ପ୍ରଚେଷ୍ଟା କରିବ। ତେବେ ଓଡ଼ିଆ ଚଳଚ୍ଚିତ୍ର ଶିଳ୍ପ କୁ ଆଗକୁ ନେବା ପାଇଁ ସର୍ବଦା ଚେଷ୍ଟିତ ଥିବା ତଥା ପ୍ରତ୍ୟେକ ଓଡ଼ିଆ ଚଳଚ୍ଚିତ୍ରକୁ ପ୍ରଚାର ଓ ପ୍ରସାର କରୁଥିବା ମିଡ଼ିଆ ପ୍ଲାନର କ୍ରି୍ଏଟିଭ ହେଡ୍ ପ୍ରଣୟ ଜେଠୀ ଙ୍କୁ ସ୍ୱତନ୍ତ୍ର ଭାବେ ସମ୍ମାନିତ କରାଯାଇଥିଲା। ଏହି ଆୱାର୍ଡ ପର୍ବକୁ ଆରଜେ, ଭିଜେ କେପି ପରିଚାଳନା କରିଥିଲେ ଏବଂ ଏଥିରେ ବିଜିନେସ୍ ରେ କଣ ସବୁ ଚାଲେଞ୍ଜେସ୍ ରହୁଛି ସେହି ସମ୍ପର୍କୀୟ ଏକ ଆଲୋଚନା ଚକ୍ର ହୋଇଥିଲା । ଶେଷରେ ଭରତ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।