Indian Immigrants: କେଉଁଠି ଓ କେତେବେଳେ ପହଞ୍ଚିବେ ୨୦୫ ବେଆଇନ ଆମେରିକା ପ୍ରବାସୀ ଭାରତୀୟ
Advertisement
Article Detail0/zeeodisha/odisha2632916

Indian Immigrants: କେଉଁଠି ଓ କେତେବେଳେ ପହଞ୍ଚିବେ ୨୦୫ ବେଆଇନ ଆମେରିକା ପ୍ରବାସୀ ଭାରତୀୟ

Indian Immigrants: ଯୁକ୍ତରାଷ୍ଟ୍ର ଆମେରିକାରେ ସରକାର ବଦଳିବା ପରେ ସେଠାରେ ଭିସା ଅବଧି ଶେଷ ହୋଇ ବିଭିନ୍ନ କାର୍ଯ୍ୟରେ ଲିପ୍ତ ଥିବା ଭାରତୀୟଙ୍କ ଅଡ଼ୁଆ ବଢ଼ିଛି। ପ୍ରଥମ ପଦକ୍ଷେପ ଭାବରେ ୨୦୫ ବେଆଇନ ପ୍ରବାସୀଙ୍କୁ ନେଇ ଆଜି ଆମେରିକା ସେନାବାହିନୀର ଏକ ସ୍ୱତନ୍ତ୍ର ବିମାନ ଭାରତ ଆସୁଛି। ସେମାନଙ୍କୁ ଏଠାରେ ଅବତରଣ କରିବାର କାର୍ଯ୍ୟକ୍ରମ ରହିଛି। ଆମେରିକାକୁ ଆଉଥରେ ମହାନ କରିବା ( ମାଗା) ଅଭିଯାନରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହି ନିଷ୍ପତ୍ତି ନେଇଛନ୍ତି। 

ତେବେ କେଉଁଠି କେତେବେଳ ଏହି ଭାରତୀୟ ପହଞ୍ଚିବେ? ସେମାନଙ୍କୁ କିପରି ଗ୍ରହଣ କରିବେ ଭାରତ ସରକାର? 
ଭାରତ ସରକାରଙ୍କ କୂଟନୀତି ସମ୍ପର୍କ ଏ ଦିଗରେ କୌଣସି ସହାୟକ ହୋଇପାରି ନାହିଁ। ଏପରିକି ଏମାନଙ୍କୁ ବେଆଇନ ଭାବେ ରହିଥିବା ଦର୍ଶାଇ ଆମେରିକାର ସି-୧୭ ବିମାନ ଉଡ଼ାଣ ଆରମ୍ଭ କରିଛନ୍ତି। ଏସମସ୍ତ ଯାତ୍ରୀଙ୍କ ଭିତରୁ ଅଧିକାଂଶ ପଞ୍ଜାବର  ମୂଳ ଅଧିବାସୀ। ଏଣୁ ଏହି ବିମାନ ପଞ୍ଜାବର ଅମୃତସରଠାରେ ପହଞ୍ଚିବାର ଯୋଜନା ରହିଛି। ଆଜି ସକାଳୁ ଏହି ବିମାନ ପହଞ୍ଚିବ ବୋଲି ପୂର୍ବରୁ ସ୍ଥିର କରାଯାଇଥିଲା। କିନ୍ତୁ ଏହା ଅପରାହ୍ଣରେ ଅବତରଣ କରିବ ବୋଲି ପଞ୍ଜାବ ଡିଜି ଗୌରବ ଯାଦବ କହିଛନ୍ତି। ଏହି ପ୍ରବାସୀଙ୍କୁ ସ୍ୱାଗତ କରିବା ଲାଗି ବିମାନ ବନ୍ଦରରେ ସ୍ବତନ୍ତ୍ର କାଉଣ୍ଟର ବ୍ୟବସ୍ଥା କରାଯାଇଥିବା ସେ କହିଛନ୍ତି। 
 
ପଞ୍ଜାବ ଏନ୍‍ଆର୍‍ଆଇ ବିଭାଗର ମନ୍ତ୍ରୀ କୁଲଦୀପ ସିଂହ ଡଲିଓ୍ୱାଲ କହିଛନ୍ତି, ଆମେରିକା ସରକାରଙ୍କର ଏହି ନିଷ୍ପତ୍ତି ଦୁଃଖ ଦାୟକ। ଏହି ଅଧିବାସୀମାନେ କାମ ପାଇଁ ଆମେରିକା ଯାଇଥିଲେ। ହେଲେ ଭିସା ଅବଧି ନବଢ଼ିଥିଲେ ମଧ୍‍ୟ ସେମାନେ କାର୍ଯ୍ୟରେ ନିୟୋଜିତ ଥିଲେ।  ସେ ଦେଶର ଅର୍ଥନୀତିକୁ ବିକାଶ କରିବାରେ ଏମାନଙ୍କ ଅବଦାନ ରହିଛି। ଏମାନଙ୍କୁ ସ୍ଥାୟୀ ଅଧିବାସୀ ମାନ୍ୟତା ପ୍ରଦାନ କରିବାର ଆବଶ୍ୟକତା ରହିଥିଲା। କାର୍ଯ୍ୟ ଭିସା ଶେଷ ହୋଇଯିବାରୁ ତାଙ୍କୁ ବେଆଇନ ପ୍ରବାସୀ ଭାବେ ଗ୍ରହଣ କରାଯାଇଛି। 
କୌଣସି ରୂପେ ବେଆଇନ ମାଧ୍ୟମ ନେଇ ବିଦେଶକୁ ଯାତ୍ରା ନକରିବାକୁ ସମସ୍ତ ଅଧିବାସୀଙ୍କୁ ଅନୁରୋଧ କରିଛନ୍ତି ଶ୍ରୀ ଧଲିଓ୍ୱାଲ। କାରଣ ଅନେକ ପଞ୍ଜାବୀ ବିଦେଶ ଯିବା ଲାଗି ବେଆଇନ ପନ୍ଥା ବ୍ୟବହାର କରିଥିବା ନଜୀର ରହିଛି। ଏଥିଲାଗି ସେମାନେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିବା ସେ କହିଛନ୍ତି।  ବରଂ ଉପଯୁକ୍ତ ଶିକ୍ଷା ଓ ଦକ୍ଷତା ହାସଲ କରିବା ଲାଗି ସେ ସମସ୍ତଙ୍କୁ ଅନୁରୋଧ କରିଛନ୍ତି।