ଭୁବନେଶ୍ଵର ବିମାନବନ୍ଦରରେ ସନ୍ଦିଗ୍ଧ ବ୍ୟାଗ ଠାବ; ତନାଘନା ଜାରି
Advertisement
Article Detail0/zeeodisha/odisha2537588

ଭୁବନେଶ୍ଵର ବିମାନବନ୍ଦରରେ ସନ୍ଦିଗ୍ଧ ବ୍ୟାଗ ଠାବ; ତନାଘନା ଜାରି

 Bhubaneswar airport: ଟ୍ରଲିରେ ଏକ ନୀଳ ରଙ୍ଗର ବ୍ୟାଗ ଦେଖିବା ପରେ ଆସିଛି ସିଆଇଏସଏଫର କେ-9 ସ୍କ୍ୱାଡ୍। ସନ୍ଧାନୀ କୁକୁର ଏହାକୁ ଜଗିଥିବାବେଳେ ଏହା କାହାର ସେ ଏନେଇ ଏବେଯାଏଁ କୌଣସିସ ସୂଚନା ମିଳିନାହିଁ। ବିମାନ କର୍ତ୍ତୃପକ୍ଷଙ୍କ ତନାଘନା ଚଳାଇଛନ୍ତି। ଏହାପରେ ସମସ୍ତ ସିସିଟିଭି ଯାଞ୍ଚ କରାଯିବାର ସୂଚନା ରହିଛି।

ଭୁବନେଶ୍ଵର ବିମାନବନ୍ଦରରେ ସନ୍ଦିଗ୍ଧ ବ୍ୟାଗ ଠାବ;  ତନାଘନା ଜାରି

ଭୁବନେଶ୍ଵର: ଭୁବନେଶ୍ୱର ବିମାନବନ୍ଦରରେ ଅଜଣା ବ୍ୟାଗ୍। ଟ୍ରଲିରେ ଏକ ନୀଳ ରଙ୍ଗର ବ୍ୟାଗ ଦେଖିବା ପରେ ଆସିଛି ସିଆଇଏସଏଫର କେ-9 ସ୍କ୍ୱାଡ୍। ସନ୍ଧାନୀ କୁକୁର ଏହାକୁ ଜଗିଥିବାବେଳେ ଏହା କାହାର ସେ ଏନେଇ ଏବେଯାଏଁ କୌଣସିସ ସୂଚନା ମିଳିନାହିଁ।ବିମାନ କର୍ତ୍ତୃପକ୍ଷଙ୍କ ତନାଘନା ଚଳାଇଛନ୍ତି। ଏହାପରେ ସମସ୍ତ ସିସିଟିଭି ଯାଞ୍ଚ କରାଯିବାର ସୂଚନା ରହିଛି। ଅନ୍ୟପଟେ ACP ଅମିତାଭ ମହାପାତ୍ରଙ୍କ ସୂଚନା ଦେଇଛନ୍ତି ଯେ, ବ୍ୟାଗର ଚାନଭିନ କରୁଛନ୍ତି ସିଆଇଏସଏଫ। ଏଥିରେ କିଛି ସନ୍ଦେହଜନକ ସାମଗ୍ରୀ ନଥିବା ସିଆଇଏସଏଫ ସୂଚନା ଦେଇଛନ୍ତି। ବ୍ୟାଗ କାହାର, ତାହାର ପତା ମିଳିନି।

ଆଜି ବିମାନବନ୍ଦରରୁ ବିମାନ ଉଡ଼ାଣ ନ କରିବାକୁ ପନ୍ନୁନ ନାମରେ ଏକ ଧମକପୂର୍ଣ୍ଣ ମେଲ୍‌ ଆସିଥିଲା। ବରିଷ୍ଠ ଓଡ଼ିଆ ସାମ୍ବାଦିକ ଅକ୍ଷୟ ସାହୁଙ୍କ ନିକଟକୁ ଏହି ମେଲ୍‌ ଆସିବା ପରେ କ୍ରାଇମବ୍ରାଞ୍ଚ ତାହାର ସତ୍ୟତା ଯାଞ୍ଚ କରିବାରେ ଲାଗିପଡ଼ିଛି। ଧମକ ମିଳିବାର କିଛି ଘଣ୍ଟା ପରେ ବିମାନବନ୍ଦରରୁ ଅଜଣା ବ୍ୟାଗ ଠାବ ହେବା ଏହାକୁ ଅଧିକ ରହସ୍ୟାବୃତ୍ତ କରିଛି। ଭୁବନେଶ୍ଵରରେ ପନ୍ନୁନର ଉପସ୍ଥିତି ରହିଥିବା ମଧ୍ୟ ଆଶଙ୍କା କରାଯାଉଛି। ସେହିପରି ଡିଜିପି ସମ୍ମିଳନୀକୁ ଭଣ୍ଡୁର କରିବାକୁ ପନ୍ନୁନ ଖଲିସ୍ତାନୀମାନଙ୍କୁ ଆହ୍ବାନ କରିଛି। ଶନିବାର ଆସିଥିବା ମେଲରେ ଖଲିସ୍ତାନ ପତାକା ଉଡ଼ାଇବାକୁ ପନ୍ନୁନ କହିଛି। ଯିଏ ଖଲିସ୍ତାନୀ ପତାକା ଉଡ଼ାଇବ ତା’କୁ ୨୫ ଲକ୍ଷ ଟଙ୍କାର ପୁରସ୍କାର ମଧ୍ୟ ଦେବ ବୋଲି ଘୋଷଣା କରିଛି।