Rayagada News: ନୂଆ-ଓ ଯୁବ ଓଡି଼ଶା କାର୍ଯ୍ୟକ୍ରମରେ ଅଘଟଣ, ଖାଦ୍ୟ ପାଇଁ ଠେଲପେଲାରେ ଗରମ ତେଲରେ ପଡ଼ିଗଲେ ଛାତ୍ରୀ
Advertisement
Article Detail0/zeeodisha/odisha2053282

Rayagada News: ନୂଆ-ଓ ଯୁବ ଓଡି଼ଶା କାର୍ଯ୍ୟକ୍ରମରେ ଅଘଟଣ, ଖାଦ୍ୟ ପାଇଁ ଠେଲପେଲାରେ ଗରମ ତେଲରେ ପଡ଼ିଗଲେ ଛାତ୍ରୀ

Rayagada News: ଠେଲା ପେଲାରେ ଆଉଜଣେ ଛାତ୍ରୀ ଅଚେତ ହୋଇଯିବାରୁ ତାଙ୍କୁ ମଧ୍ୟ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ସେମାନଙ୍କ ଅବସ୍ଥା ଭଲ ରହିଛି । ଆଜି ରାୟଗଡାର GIACR ପଡିଆରେ ଅନୁଷ୍ଠିତ ହୋଇଥିଲା "ମୋ ଓଡି଼ଶା ନବୀନ ଓଡି଼ଶା"କାର୍ଯ୍ୟକ୍ରମ। 

 

Rayagada News: ନୂଆ-ଓ ଯୁବ ଓଡି଼ଶା କାର୍ଯ୍ୟକ୍ରମରେ ଅଘଟଣ, ଖାଦ୍ୟ ପାଇଁ ଠେଲପେଲାରେ ଗରମ ତେଲରେ ପଡ଼ିଗଲେ ଛାତ୍ରୀ

ରାୟଗଡ଼ା- ପ୍ରେମାନନ୍ଦ ପୂଜାରୀ: ନୂଆ-ଓ ଯୁବ ଓଡି଼ଶା ଓ ନବୀନ ଓଡିଶା କାର୍ଯ୍ୟକ୍ରମ ଚାଲିଥିବା ବେଳେ ଅଘଟଣ । ଖାଦ୍ୟ ପାଇଁ ଠେଲାପେଲା ବେଳେ ଜଣେ ଛାତ୍ରୀଙ୍କ ଗୋଡ଼ରେ ଗରମ ତେଲ ପଡିଯିବାରୁ ଛାତ୍ରୀ ଗୁରୁତର ଭାବେ ଆହତ ହୋଇ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି ହୋଇଛନ୍ତି । ଏବଂ ଠେଲା ପେଲାରେ ଆଉଜଣେ ଛାତ୍ରୀ ଅଚେତ ହୋଇଯିବାରୁ ତାଙ୍କୁ ମଧ୍ୟ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ସେମାନଙ୍କ ଅବସ୍ଥା ଭଲ ରହିଛି । ଆଜି ରାୟଗଡାର GIACR ପଡିଆରେ ଅନୁଷ୍ଠିତ ହୋଇଥିଲା "ମୋ ଓଡି଼ଶା ନବୀନ ଓଡି଼ଶା"କାର୍ଯ୍ୟକ୍ରମ। 

ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ବ୍ଲକର ବିଭିନ୍ନ ସ୍କୁଲ, କଲେଜର ପାଖାପାଖି ୧୫ ହଜାରରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । ରାୟଗଡ଼ା ଜିଲ୍ଲା ରାୟଗଡ଼ା ରେ ନୂଆ-ଓ ଯୁବ ଓଡିଶା ଓ ନବୀନ ଓଡିଶା କାର୍ଯ୍ୟକ୍ରମ ଚାଲିଥିବା ବେଳେ ଘଟିଛି ଏହି ଅଘଟଣ। ପୁର୍ବରୁ ତିନି ଦିନ ତଳେ ଗଜପତି ଜିଲ୍ଲା ଆର ଉଦୟଗିରି ବ୍ଳକରେ ନୂଆ ଓ ଯୁବ ନବିନ ଓଡ଼ିଶା କାର୍ଯ୍ୟକ୍ରମ ରୁ ଛେଳିଗଡ ଉଚ୍ଚ ବିଦ୍ୟାଳୟ ର ୨୧ ଜଣ ଛାତ୍ର ଟ୍ରଫି ନେଇ ଫେରୁଥିବା ବେଳେ ଚମ୍ପା ଘାଟିରେ ମହିନ୍ଦ୍ରା ମେକ୍ସିକୋ ଡାଲା ଗାଡ଼ିଟି ଓଲଟି ଦୁର୍ଘଟଣା ଗ୍ରସ୍ତ ହୋଇଥିଲା । ସେଥିରେ ୨୧ ଜଣ ଛାତ୍ର ଆହାତ ହୋଇଥିବା ବେଳେ ୫ଜଣ ଗୁରୁତର ଆହାତ ଅବସ୍ଥାରେ ବ୍ରହ୍ମପୁର ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତର କରାଯାଇଥିଲା । ବାରମ୍ବାର ଏଭଳି ଅଘଟଣ ସାମ୍ନା କୁ ଆସୁଥିବା ବେଳେ ସାଧାରଣ ରେ ଏନେଇ ବିଶେଷ ଆଲୋଚନା ଚାଲିଛି ।

Also Read: CS Review: ପୁରୀରେ ମୁଖ୍ୟ ଶାସନ ସଚିବ, କଲେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ସମୀକ୍ଷା

Also Read: ପୁଅକୁ ମାରିବାକୁ ଏମିତି ଷଡ଼ଯନ୍ତ୍ର ରଚିଥିଲେ CEO ମା, ଶୁଣିଲେ ଟାଙ୍କୁରି ଉଠିବ ଲୋମ