Weather Report: ରାଜ୍ୟବାସୀଙ୍କୁ ଚକିତ କରୁଛି ପାଣିପାଗ। କେବେ ଆସିବ ଶୀତ, ଜାଣନ୍ତୁ ପାଣିପାଗ ଖବର..
Advertisement
Article Detail0/zeeodisha/odisha1917060

Weather Report: ରାଜ୍ୟବାସୀଙ୍କୁ ଚକିତ କରୁଛି ପାଣିପାଗ। କେବେ ଆସିବ ଶୀତ, ଜାଣନ୍ତୁ ପାଣିପାଗ ଖବର..

Weather Report: ଅକ୍ଟୋବର ମାସର ବର୍ଷାର ପରିମାଣ ଓ ଦିନର ସର୍ବାଧିକ ତାପମାତ୍ରା ସାଧାରଣ ଲୋକଙ୍କୁ ଚକିତ କରିଛି। ଗୋଟେ ପଟେ ମୌସୁମୀ (Monsoon 2023) ସମ୍ପୂର୍ଣ୍ଣ ଭାବେ ବିଦାୟ ନେଇଥିବା ବେଳେ ଆଶ୍ବିନ ମାସରେ ରାଜ୍ୟବାସୀଙ୍କୁ କଲବଲ କରୁଛି ତାତି । ଶୀତ ହେବା ସମୟରେ ଖରାରେ (Heat Wave) ଆଉଡୁପାଉଟୁ ହେଉଛନ୍ତି ଲୋକେ । 

Weather Report: ରାଜ୍ୟବାସୀଙ୍କୁ ଚକିତ କରୁଛି ପାଣିପାଗ। କେବେ ଆସିବ ଶୀତ, ଜାଣନ୍ତୁ ପାଣିପାଗ ଖବର..

Weather Report: ଅକ୍ଟୋବର ମାସର ବର୍ଷାର ପରିମାଣ ଓ ଦିନର ସର୍ବାଧିକ ତାପମାତ୍ରା ସାଧାରଣ ଲୋକଙ୍କୁ ଚକିତ କରିଛି। ଗୋଟେ ପଟେ ମୌସୁମୀ (Monsoon 2023) ସମ୍ପୂର୍ଣ୍ଣ ଭାବେ ବିଦାୟ ନେଇଥିବା ବେଳେ ଆଶ୍ବିନ ମାସରେ ରାଜ୍ୟବାସୀଙ୍କୁ କଲବଲ କରୁଛି ତାତି । ଶୀତ ହେବା ସମୟରେ ଖରାରେ (Heat Wave) ଆଉଡୁପାଉଟୁ ହେଉଛନ୍ତି ଲୋକେ । ଉପକୂଳଠୁ ଉପାନ୍ତ ସବୁଠି ଅସହ୍ୟ ଗୁଳୁଗୁଳି ସାଙ୍ଗଙ୍କୁ ଟାଣ ଖରା ।

ବର୍ତ୍ତମାନ ରାଜ୍ୟରୁ ମୌସୁମୀ ବିଦାୟ ନେଇଥିବା ବେଳେ ପ୍ରବଳ ଗ୍ରୀଷ୍ମ ଅନୁଭୂତ ହେଉଛି । ଅଧିକାଂଶ ସ୍ଥାନର ଦିନ ତାପମାତ୍ରା ୩୫ ଡିଗ୍ରୀ ଉପରେ ରହୁଥିବା ବେଳେ ଆଉ କେତେକ ସ୍ଥାନରେ ତାପମାତ୍ରା ୩୬ ଡିଗ୍ରୀ ଉପରେ ରହୁଛି । ଆଶ୍ବିନ ମାସରେ ହାଲୁକା ଶୀତ ଓ କାକର ପରିବେଶକୁ ଥଣ୍ତା କରିଥାଏ । ସାଧାରଣତଃ ଅକ୍ଟୋବର ମାସ ଶେଷ ଆଡକୁ ଶୀତର ପ୍ରକୋପ ବଢିଥାଏ । କିନ୍ତୁ ଚଳିତ ବର୍ଷ ଏଥିରେ ବ୍ୟତିକ୍ରମ ଦେଖାଦେଇଛି ।

 ଆସନ୍ତା ୨ ଦିନ ଯାଏଁ ତାପମାତ୍ରା ଏଭଳି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ ‌କେନ୍ଦ୍ର। ୫ ବର୍ଷ ମଧ୍ୟରେ ଚଳିତ ବର୍ଷ ସର୍ବାଧିକ ଗରମ ଅନୁଭୂତ ହୋଇଥିବା ବେଳେ ବର୍ଷାର ପରିମାଣ ମଧ୍ୟ କମ୍‌ ରହିଛି। ସେପଟେ ଚଳିତ ବର୍ଷ ଅକ୍ଟୋବର ମାସର ପ୍ରଥମ ତିନି ଦିନରେ ପ୍ରାୟ ୬୭ ମି.ମି ବର୍ଷା ରେକର୍ଡ କରାଯାଇଛି, ଯାହା ୪୦ରୁ ୪୨ ପ୍ରତିଶତ ଅଟେ। ଯଦି ୪ ତାରିଖରୁ ଆଜି ମଧ୍ୟରେ ବର୍ଷାର ପରିମାଣକୁ ଅନୁଶୀଳନ କରାଯାଏ ତେବେ ଏହା ସ୍ବାଭାବିକ ଠାରୁ ୩୬ ପ୍ରତିଶତ କମ ହୋଇଥିବା ରେକର୍ଡ ହୋଇଛି।

ଏ ଯାଏଁ ସମୂର୍ଣ୍ଣ ଭାବେ ମୌସୁମୀ ବିଦାୟ ନେଇ ନଥିବା ବେଳେ ଚଳିତ ବର୍ଷ ଥଣ୍ତା (Winter) ବିଳମ୍ବରେ ଅନୁଭୂତ ହେବ ।  ସାଧାରଣତଃ ଏହି ସମୟରେ ମୌସୁମୀ ବିଦାୟ ନେବା ପରେ ଚେନ୍ନାଇ ଉପକୂଳରେ ଲଘୁଚାପ (low pressure) ସୃଷ୍ଟି ହୋଇଥାଏ ଯାହା ଫଳରେ ଓଡ଼ିଶାରେ ଥଣ୍ଡା ପଡ଼ିଥାଏ ବୋଲି ପାଣିପାଗ ବିଶେଷଜ୍ଞ ମତ ଦେଇଛନ୍ତି ।

Also Read: Weather Update: ଆହୁରି ୩ ଦିନ କଲବଲ କରିବ ତାତି, ଏହି ଦିନଠାରୁ ବଦଳିବ ପାଗ