ଯାଜପୁର ବିଂଝାରପୁର ବ୍ଲକ ଅନ୍ତର୍ଗତ ବରୁଣେଶ୍ୱର କ୍ଷେତ୍ରରେ ଆରମ୍ଭ ହୋଇଛି ପବିତ୍ର ବରୁଣେଶ୍ୱର ମେଳା । ଏହି ମେଳା ପବିତ୍ର ମକର ସଂକ୍ରାନ୍ତିଠାରୁ ଆରମ୍ଭ ହୋଇଥାଏ ।
ପବିତ୍ର କୁଶଭଦ୍ରା ନଦୀରେ ବୁଡ ପକାଇ ବାବାଙ୍କ ଦର୍ଶନ କଲେ କୋଟିଜନ୍ମର ପୂଣ୍ୟ ମିଳେ ବୋଲି ବିଶ୍ୱାସ ରହିଛି । ବାବା ବରୁଣେଶ୍ୱରଙ୍କ ନିକଟରେ ଲଗାତାର ୫ ଦିନ ଧରି ରୁଦ୍ରାଭିଷେକ ହୋଇଥାଏ ।
ଆଜିର ଦିନରେ ବହୁ ଆଡମ୍ବରରେ ପାଳନ ହେଉଛି ବାବା ବରୁଣେଶ୍ବରଙ୍କ ସ୍ବନକ୍ଷତ୍ର ଦିବସ। ଭୋର ୪ଟାରୁ ବାବା ବରୁଣେଶ୍ୱରଙ୍କୁ ସୁସଜ୍ଜିତ ବେଶ କରିଥିଲେ ପୂଜକ ।
ରାତି ସମୟରୁ ହିଁ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ ହୋଇଥିଲା ଦର୍ଶନ ପାଇଁ । ମନ୍ଦିରରେ ଭକ୍ତଙ୍କ ପାଇଁ ବଡ଼ ଭୋଗ ଅର୍ପଣ କରାଯାଇଥାଏ ।
ଆଜିଠାରୁ ମେଳା ଆରମ୍ଭ ହୋଇଥିବା ସମୟରେ ଏହା ୯ ଦିନ ପର୍ଯ୍ୟନ୍ତ ଚାଲିବ । ଏହି କ୍ଷେତ୍ରଟି ବରୁଣଦେବଙ୍କ ତପସ୍ଥଳି ଭାବେ ମଧ୍ୟ ପରିଚିତ ।
ଭକ୍ତଙ୍କ ମନରେ ବିଶ୍ୱାସ ରହିଛି ଯେ, ବାବାଙ୍କୁ ଯାହା ମାଗିଲେ ତାହା ଦିଅନ୍ତି । ଏନେଇ ପୂଜକ କହିଛନ୍ତି । ବାବାଙ୍କ ପାଦୁକ ପାଇଲେ ଅନେକ ଅସାଧ୍ୟ ରୋଗରୁ ରକ୍ଷା ମିଳେ ବୋଲି ବିଶ୍ୱାସ ରହିଛି ।
ପ୍ରତିଦିନ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ମେଳା ପାଇଁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି ।
ଏଠାରେ ପ୍ରତିବର୍ଷ ଏକାଧିକ ଯାତ୍ରା ପାର୍ଟି ଏଠାରେ ଯାତ୍ରା ପରିବେଷଣ କରିଥାନ୍ତି । ୧୮ରୁ ୨୨ ଜାନୁଆରୀ ପର୍ଯ୍ୟନ୍ତ ଯାତ୍ରା ସମ୍ରାଟ ତୁଳସୀ ଗଣନାଟ୍ୟ ଏବଂ ଶିବାନୀ । ୧୯ରୁ ୨୨ ଜାନୁଆରୀ ପର୍ଯ୍ୟନ୍ତ ଯାତ୍ରା ସିଂହବାହିନୀ । ୨୦ରୁ ୨୨ ଜାନୁଆରୀ ପର୍ଯ୍ୟନ୍ତ ଅପେରା ସୂର୍ଯ୍ୟମନ୍ଦିର ଏବଂ ଧଉଳି ନାଟକ ପରିବେଷଣ କରିବେ ବୋଲି ସୂଚନା ରହିଛି
ट्रेन्डिंग फोटोज़