Chadkhai 2024: ଆଜି ଛାଡ଼ଖାଇ, ଆମିଷ ବଜାରରେ ସକାଳୁ ଭିଡ଼
Advertisement
Article Detail0/zeeodisha/odisha2517848

Chadkhai 2024: ଆଜି ଛାଡ଼ଖାଇ, ଆମିଷ ବଜାରରେ ସକାଳୁ ଭିଡ଼

ଭୁବନେଶ୍ୱର: ଆଜି ଛାଡ଼ଖାଇ।ମାସାଧିକାଳ ପାଟିରେ ଆମିଷ ବାଜି ନଥିବା ବେଳେ ଆଜି ସକାଳୁ ସକାଳୁ ଆମିଷ ବଜାରରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। କାର୍ତ୍ତିକ ମାସ ପାଇଁ ଆମିଷ ଛାଡ଼ ହୋଇଥିଲା। କେହି କେହି ମାସକ ପାଇଁ ଆମିଷ ପାଖ ମାଡ଼ି ନଥିବା ବେଳେ କେହି କେହି ୫ ଆଉ କେହି ୭ ଦିନ ପାଇଁ ଆମିଷ ଛାଡ଼ିଥିଲେ। ଫଳରେ ଛାଡ଼ଖାଇକୁ ସମସ୍ତଙ୍କର ଅପେକ୍ଷା ରହିଥ

Chadkhai 2024: ଆଜି ଛାଡ଼ଖାଇ, ଆମିଷ ବଜାରରେ ସକାଳୁ ଭିଡ଼

Chadkhai 2024: ଭୁବନେଶ୍ୱର: ଆଜି ଛାଡ଼ଖାଇ।ମାସାଧିକାଳ ପାଟିରେ ଆମିଷ ବାଜି ନଥିବା ବେଳେ ଆଜି ସକାଳୁ ସକାଳୁ ଆମିଷ ବଜାରରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। କାର୍ତ୍ତିକ ମାସ ପାଇଁ ଆମିଷ ଛାଡ଼ ହୋଇଥିଲା। କେହି କେହି ମାସକ ପାଇଁ ଆମିଷ ପାଖ ମାଡ଼ି ନଥିବା ବେଳେ କେହି କେହି ୫ ଆଉ କେହି ୭ ଦିନ ପାଇଁ ଆମିଷ ଛାଡ଼ିଥିଲେ। ଫଳରେ ଛାଡ଼ଖାଇକୁ ସମସ୍ତଙ୍କର ଅପେକ୍ଷା ରହିଥିଲା। ତେବେ ଛାଡ଼ଖାଇ ଶନିବାର ପଡ଼ିଥିଲା। ଶୁକ୍ରବାର ପୂର୍ଣ୍ଣିମା ରହିଥିବାରୁ ଶନିବାର ସଂକ୍ରାନ୍ତି ଓ ଛାଡ଼ଖାଇ ପଡିଥିଲା। ଫଳରେ ଆମିଷ ପ୍ରିୟ ବ୍ୟକ୍ତିଙ୍କ ପାଇଁ ରବିବାରକୁ ଘୁଞ୍ଚିଥିଲା ଛାଡ଼ଖାଇ। ସେପଟେ ଛାଡ଼ଖାଇ ପାଇଁ ବ୍ୟବସାୟୀଙ୍କର ଅପେକ୍ଷା ମଧ୍ୟ ଆଉ ଗୋଟିଏ ଦିନ ବଢିଯାଇଥିଲା। 

ଜଣାପଡ଼ିଛି ଯେ ଦ୍ୱୈତନଗରୀ ଭୁବନେଶ୍ୱରର ଓ କଟକରେ ଗତବର୍ଷ ୮ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଆମିଷ ବ୍ୟବସାୟ ହୋଇତିଲା। ସେଥି ମଧ୍ୟରୁ ଭୁବନେଶ୍ୱରରେ କେବଳ ୫ କୋଟିର ବେପାର ହୋଇଥିବା ଜଣାପଡ଼ିଛି। ତେବେ ଏବର୍ଷ ଉଭୟ ସହରରେ ୧୦ କୋଟିରୁ ଅଧିକ ଟଙ୍କାର ବ୍ୟବସାୟ ହେବ ବୋଲି ଆଶା କରାଯାଉଛି। ଯଦି ଭୁବନେଶ୍ୱର କଥା କୁହାଯାଏ ତେବେ ଛାଡ଼ଖାଇ ବ୍ୟତୀତ ଅନ୍ୟ ଦିନ ଗୁଡିକରେ ପ୍ରତିଦିନ ପ୍ରାୟତଃ କୋଟିଏ ପର୍ଯ୍ୟନ୍ତ ବ୍ୟବସାୟ ହୋଇଥାଏ। ହେଲେ ରଜ, ଛାଡ଼ଖାଇ ଆସିଲେ ବେପାର ୩ ଗୁଣା ବଢିଯାଇଥାଏ। ଛାଡ଼ଖାଇ ପାଇଁ ଶୁକ୍ରବାର ସୁଦ୍ଧା ଭୁବନେଶ୍ୱରରୁ ୪୫୦ ରୁ ୫୦୦ କ୍ୱିଣ୍ଟାଲ ଖାସି ଆସିଥିବା ସୂଚନା ରହିଛି। ଏହି ସବୁ ଖାସି କୋଲକାତା ସମେତ ହରିପୁର, ଦଶପଲ୍ଲା, ବାରିପଦା, ଯଶିପୁର ଆଦି ସ୍ଥାନରୁ ଆସିଥିବା ସୂଚନା ରହିଛି। 

ସେହିପରି ୨୦୦୦ ଟନ କୁକୁଡ଼ା ମଧ୍ୟ ଆସିଥିବା ସୂଚନା ରହିଛି। ସେହିପରି ମାଛ ବ୍ୟବସାୟୀଙ୍କ ପକ୍ଷରୁ ଅଧିକ ୨୦ରୁ ୨୫ଟି ଟ୍ରକ ମାଛ ଗାଡ଼ି ପାଇଁ ଅର୍ଡର ଦିଆଯାଇଛି। ଆନ୍ଧ୍ରପ୍ରଦେଶ ସହିତ ଚିଲିକା, ଭୁଷଣ୍ଡପୁର, ପାରାଦୀପ, ବାଲେଶ୍ୱର ଓ ଭଦ୍ରକ ଆଦି ସ୍ଥାନରୁ ଦେଶୀ ମାଛ ଆସିବ ବୋଲି ଓଡ଼ିଶା ଆମିଷ ବ୍ୟବସାୟୀ ମହାସଂଘର ସଭାପତି ଶେଖ ମୁନ୍ତାକିମ ବକ୍ସ ସୂଚନା ପ୍ରଦାନ କରିଛନ୍ତି।