Banki Road Accident: ଟିଉସନ୍ ସାରି ଘରକୁ ଫେରିବା ବେଳେ ତିନି ଛାତ୍ରଙ୍କ ଉପରେ ମାଡିଗଲା ପିକଅପ୍ ଭ୍ୟାନ୍
Advertisement
Article Detail0/zeeodisha/odisha1914600

Banki Road Accident: ଟିଉସନ୍ ସାରି ଘରକୁ ଫେରିବା ବେଳେ ତିନି ଛାତ୍ରଙ୍କ ଉପରେ ମାଡିଗଲା ପିକଅପ୍ ଭ୍ୟାନ୍

Road Accident: ଏ-ମିତି ବି ଆସେ ମୃତ୍ୟୁ।  ଭୟଙ୍କର ସଡ଼କ ଦୁର୍ଘଟଣାରେ (Road Accident)ଅକାଳରେ ଚାଲିଗଲା ଛାତ୍ରଙ୍କ ଜୀବନ। କେହି କିଛି ଭାବିବା ପୂର୍ବରୁ ଓଲଟପାଲଟ ହୋଇଗଲା ସବୁକିଛି । ହସ ଖୁସିରେ ତିନି ଜଣ ଟିଉସନରୁ ଘରକୁ ଫେରୁଥିଲେ। କିନ୍ତୁ ଅଧା ରାସ୍ତାରେ ତିନି ଜଣଙ୍କ ଉପରେ ଚଢିଗଲା ପିକଅପ୍ ଭ୍ୟାନ୍।  

ସୌଜନ୍ୟ- ସୋସିଆଲ ମିଡି଼ଆ

Road Accident: ଏ-ମିତି ବି ଆସେ ମୃତ୍ୟୁ।  ଭୟଙ୍କର ସଡ଼କ ଦୁର୍ଘଟଣାରେ (Road Accident)ଅକାଳରେ ଚାଲିଗଲା ଛାତ୍ରଙ୍କ ଜୀବନ। କେହି କିଛି ଭାବିବା ପୂର୍ବରୁ ଓଲଟପାଲଟ ହୋଇଗଲା ସବୁକିଛି । ହସ ଖୁସିରେ ତିନି ଜଣ ଟିଉସନରୁ ଘରକୁ ଫେରୁଥିଲେ। କିନ୍ତୁ ଅଧା ରାସ୍ତାରେ ତିନି ଜଣଙ୍କ ଉପରେ ଚଢିଗଲା ପିକଅପ୍ ଭ୍ୟାନ୍।  କଟକ ଜିଲ୍ଲା ବାଙ୍କୀ ଥାନା ଅନ୍ତର୍ଗତ ରଣ ଶଙ୍ଖଠାରେ ଘଟିଛି ଏହି ଭୟଙ୍କର ସଡ଼କ ଦୁର୍ଘଟଣା (road accident in Banki)। ଘଟଣାସ୍ଥଳରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି ( 2 minors dead 1 critical in road accident in Banki )। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମୃତକ ଛାତ୍ରମାନେ ଦଶମ ଶ୍ରେଣୀ ଛାତ୍ର ବୋଲି ଜଣାପଡିଛି । ଗୁରୁତର ଥିବା ଛାତ୍ରଙ୍କୁ ପ୍ରାଥମିକ ଚିକିତ୍ସା ପରେ କଟକ ବଡ଼ ଡାକ୍ତରଖାନାକୁ ପଠାଯାଇଛି।

ସୂଚନା ଅନୁସାରେ, ଆଜି ସକାଳେ,  ବାଙ୍କୀ ଥାନା ଅଞ୍ଚଳର ତିନି ଜଣ ଛାତ୍ର ଟିଉସନ୍ ସାରି ହସ ଖୁସିରେ ଏକ ବାଇକରେ ନିଜ ଘରକୁ ଫେରୁଥିଲେ। ରଣ ଶଙ୍ଖଠାରେ ପହଞ୍ଚିବା ସମୟରେ ଏକ ପିକଅପ୍ ଭ୍ୟାନ୍ ସାମ୍ନାପଟୁ ଆସି ବାଇକକୁ ଧକ୍କା ଦେଇଥିଲେ। ଫଳରେ ଘଟଣାସ୍ଥଳରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିଲା। ଅନ୍ୟଜଣେ ଗୁରୁତର ହୋଇ ପଡିଥିଲେ। ଏହା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ସ୍ଥାନୀୟ ମେଡି଼କାଲରେ ଭର୍ତ୍ତି କରିଛି। ଏବଂ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ପଠାଯାଇଛି। ଦୁଇ ମୃତକଙ୍କ ଘର ହରିଦାସପୁରରେ ହୋଇଥିବା ବେଳେ ଗୁରୁତରଙ୍କ ଘର ଶୁଖୁଆଖଳାରେ ବୋଲି ସୂଚନା ମିଳିଛି। ପୋଲିସ୍ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି। 

ସେହିପରି ଗତକାଲି ମଧ୍ୟ ଏକ ଭୟଙ୍କର ସଡ଼କ ଦୁର୍ଘଟଣା (Sambalpur Road Accident) ଘଟିଛି। ସମ୍ବଲପୁର-ବୁର୍ଲା ଥାନା ଅନ୍ତର୍ଗତ ଜାତୀୟ ରାଜପଥ କଟାପାଲିଠାରେ ଗୋରୁ ବୋଝେଇ କଣ୍ଟେନର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଆହତ ହୋଇଛନ୍ତି ( Four dead in a cattle laden troller accident)।  ସମସ୍ତ ଆହତଙ୍କୁ ସ୍ଥାନୀୟ ମେଡି଼କାଲରେ ଭର୍ତ୍ତି କରାଯାଇଛି। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । କିଭଳି ସ୍ଥିତିରେ ଏହି ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଲା ସେନେଇ ଛାନଭିନ୍ ଜାରି ରଖିଛି ପୋଲିସ୍।

ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ , ସମ୍ବଲପୁର-ବୁର୍ଲା ଥାନା ଅନ୍ତର୍ଗତ ଜାତୀୟ ରାଜପଥ କଟାପାଲିଠାରେ ଗୋରୁ ବୋଝେଇ କଣ୍ଟେନରର ଚାଳକ ସମେତ ଅନ୍ୟ ୪ ଜଣ ଗାଡ଼ି ସମ୍ମୁଖରେ ରାତ୍ରି ଭୋଜନ ନିମନ୍ତେ ରୋଷେଇ କରୁଥିଲେ। କିନ୍ତୁ ହଠାତ୍ ବରଗଡ଼ ପଟରୁ ଆସୁଥିବା ଏକ ଟ୍ରକ୍ ଗୋରୁ ବୋଝେଇ ଟ୍ରକକୁ ଧକ୍କା ଦେଇଥିଲା । ଏବଂ ରସୋଇ କରୁଥିବା ୫  ଜଣଙ୍କ ଉପରେ ଚଢି ଯାଇଥିଲା । ଫଳରେ ଘଟଣାସ୍ଥଳରେ ତିନି ଜଣଙ୍କ ମୃତ୍ୟୁ ହୋଇଥିଲା। ଏହାଦେଖି ରାସ୍ତାରେ ଯାଉଥିବା ଲୋକେ ପୋଲିସ କୁ ଖବର ଦେଇଥିଲେ। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଦୁଇ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ମେଡି଼କାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ଜଣଙ୍କୁ ମୃତ ଘୋଷଣା କରିଥିବା ବେଳେ ଆଉ ଜଣଙ୍କର ଗୁରୁତର ଅବସ୍ଥାରେ ଚିକିତ୍ସା ଚାଲିଛି । ତେବେ, ଗୁରୁତରଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି ।  ବୁର୍ଲା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।