Odisha Apartment Ownership: ସାରା ଦେଶରେ ଓଡ଼ିଶା ହେଲା ପ୍ରଥମ, ବିଲ୍ଡରଙ୍କୁ ଆକଟ କରିବେ ଆପର୍ଟମେଣ୍ଟ ମାଲିକ, ଶୀଘ୍ର ଆରମ୍ଭ ହେବ ଆପାର୍ଟମେଣ୍ଟ ପଞ୍ଜିକରଣ
Advertisement
Article Detail0/zeeodisha/odisha1888869

Odisha Apartment Ownership: ସାରା ଦେଶରେ ଓଡ଼ିଶା ହେଲା ପ୍ରଥମ, ବିଲ୍ଡରଙ୍କୁ ଆକଟ କରିବେ ଆପର୍ଟମେଣ୍ଟ ମାଲିକ, ଶୀଘ୍ର ଆରମ୍ଭ ହେବ ଆପାର୍ଟମେଣ୍ଟ ପଞ୍ଜିକରଣ

Bhubaneswar Apartment News: ୧୯୮୨ ମସିହାରେ ପ୍ରଥମେ ଆପାର୍ଟମେଣ୍ଟ ଆଇନ ପାରିତ କରାଯାଇ ୧୯୮୪ ମେ ମାସରେ ଲାଗୁ କରାଯାଇଥିଲା। ତଦନୁସାରେ ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ନିୟମ- ୧୯୯୨ ମସିହାରେ ବିଜ୍ଞପିତ ହୋଇଥିଲା । 

  Odisha Apartment Ownership: ସାରା ଦେଶରେ ଓଡ଼ିଶା ହେଲା ପ୍ରଥମ, ବିଲ୍ଡରଙ୍କୁ ଆକଟ କରିବେ ଆପର୍ଟମେଣ୍ଟ ମାଲିକ, ଶୀଘ୍ର ଆରମ୍ଭ ହେବ ଆପାର୍ଟମେଣ୍ଟ ପଞ୍ଜିକରଣ

Odisha Apartment Ownership ଭୁବନେଶ୍ୱର: ଏଣିକି ଆପାର୍ଟମେଣ୍ଟର ସମୁଦାୟ ଜମି ଏବଂ ସାଧାରଣ ଅଞ୍ଚଳ (କମନ୍‍ ଏରିଆ) ଗୃହ ମାଲିକ ବା ଆପାର୍ଟମେଣ୍ଟ କ୍ରେତାଙ୍କ  ଅଧୀନରେ ରହିବ। ଆଉ ବିଲ୍ଡରଙ୍କ ମନମୁଖୀ ଆଚରଣ ଚଳିବ ନାହିଁ। ଆଇନଗତ ଭାବେ ଆପାର୍ଟମେଣ୍ଟ ମାଲିକ ହିଁ ହେବେ ସମୁଦାୟ ପ୍ରକଳ୍ପର ମାଲିକ।  ଏହି ଉଦ୍ଦେଶ୍ୟରେ ବିଧାନସଭାରେ ଆଜି ପାରିତ ହୋଇଛି ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ଓ ପରିଚାଳନା ବିଧେୟକ। ଖୁବ୍‍ ଶୀଘ୍ର ଏହାର ବିଜ୍ଞପ୍ତି ଗେଜେଟ୍‍ ରେ ପ୍ରକାଶ କରାଯାଇ ଲାଗୁ କରାଯିବ। ଏହାପରେ ଦୀର୍ଘ ୫୦୦ ଦିନ ହେଲା ପଞ୍ଜିକରଣ ଅପେକ୍ଷାରେ ଥିବା ଆପାର୍ଟମେଣ୍ଟ କ୍ରେତାଙ୍କ କଷ୍ଟ ଲାଘବ ହେବ। 

ସମୁଦାୟ ଭାରତ ବର୍ଷରେ ପ୍ରଥମଥର ପାଇଁ ଏମିତି ଏକ ଆଇନ ପ୍ରଣୟନ କରାଯାଇଛି, ଯାହା ରିୟଲ୍‍ ଇଷ୍ଟଟ୍‍ ନିୟନ୍ତ୍ରଣ କର୍ତ୍ତୃପକ୍ଷ ବା ରେରା ନିୟମାବଳୀକୁ ପାଳନ କରୁଛି। ଏହାବଳରେ ୭ଜଣ କ୍ରେତା ଯେତେବେଳେ କୌଣସି ଏକ ପ୍ରକଳ୍ପରେ ଗୃହ କିଣିବାକୁ ସହମତି ହେଲେ ଏବଂ ତାଙ୍କୁ ଗୃହ ଆବଣ୍ଟନ କରାଗଲା ସେତବଳଠୁ ଏକ ଗୃହ କ୍ରତା ସଂଘ ଗଠନ କରାଯିବ। ଏବଂ ପରବର୍ତ୍ତୀ ସମୟରେ ଯେଉଁ ପଦକ୍ଷେପ ବିଲ୍ଡର ନେବାକୁ ଚାହିଁବେ ସେତେବଳେ ଏହି ସଂଘକୁ ପ୍ରାଧାନ୍ୟ ଦେବେ।  

୧୯୮୨ ରେ ପ୍ରଥମେ ଆପାର୍ଟମେଣ୍ଟ ଆଇନ ପାରିତ କରାଯାଇ ୧୯୮୪ ମେ ମାସରୁ ଲାଗୁ କରାଯାଇଥିଲା।  ତଦନୁସାରେ ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ନିୟମ- ୧୯୯୨ରେ ବିଜ୍ଞପିତ ହୋଇଥିଲା । ହେଲେ ସମୟର ଆବଶ୍ୟକତା ଏବଂ ରେରା ନିୟମ ଅନୁସାରେ ଏହି ଆଇନ ନଥିବାରୁ ଅନେକ ସମସ୍ୟା ସୃଷ୍ଟି ହେଉଥିଲା। ଏବେ ଦୀର୍ଘ ୪୦ ବର୍ଷର ଅପେକ୍ଷା ପରେ ଆପାର୍ଟମେଣ୍ଟ ଆଇନରେ ପରିବର୍ତ୍ତନ ଆସିଛି। 

ଏହି ନୂଆ ଆଇନ ଦ୍ୱାରା କୌଣସି ଆପାର୍ଟମେଣ୍ଟରେ ସାଧାରଣ କ୍ଷେତ୍ରର ବ୍ୟବହାରକୁ ନିୟନ୍ତ୍ରଣ କରିବେ ଆପାର୍ଟମେଣ୍ଟ ମାଲିକ। ଏହାର ରକ୍ଷଣାବେକ୍ଷଣ ଓ ବିକାଶ ଲାଗି ସାଧାରଣ ବ୍ୟୟ ନିମନ୍ତେ ଆବଣ୍ଟନଗ୍ରାହୀମାନେ ଏକ ସଂଘ ପାଣ୍ଠି ସୃଷ୍ଟି କରିପାରିବେ।  ଆବଣ୍ଟନଗ୍ରାହୀମାନଙ୍କ ସଂଘକୁ ଉପଯୁକ୍ତ ପଞ୍ଜୀକରଣ କରି ଏହାର ପରିଚାଳନା କରିବା ପାଇଁ କ୍ଷମତାପନ୍ନ ହେବେ। ସେମାନେ ଆପାର୍ଟମେଣ୍ଟର ବୀମା ଏବଂ ଏହାର ନିର୍ମାଣ ଜନିତ ସ୍ଥିରତା ନିଶ୍ଚିତ କରିବା ପାଇଁ ବ୍ୟବସ୍ଥା କରିବେ।