Odisha: ବୌଦ୍ଧ ବିଡିପିଏଲ କମ୍ପାନୀ ଉପରେ ଆୟକର ବିଭାଗର ବଡ ଧରଣର ଚଢ଼ାଉ
Advertisement
Article Detail0/zeeodisha/odisha1999061

Odisha: ବୌଦ୍ଧ ବିଡିପିଏଲ କମ୍ପାନୀ ଉପରେ ଆୟକର ବିଭାଗର ବଡ ଧରଣର ଚଢ଼ାଉ

Odisha News: ବୌଦ୍ଧ ରାମ୍ଭିକଟା ସ୍ଥିତ BDPL କମ୍ପାନୀରେ ବୁଧବାର ଦିନ ଠାରୁ ଏଯାବତ ଆୟକର ବିଭାଗର ଏକ ଟିମ ଚଢ଼ଉ ଜାରି ରଖିଛି । ମିଳିଥିବା ସୂଚନା ପ୍ରକାରେ ଦିର୍ଘ ବର୍ଷ ହେଲା ସ୍ପିରିଟ , ସିମେଣ୍ଟ ଇଟା ସହ ଅନ୍ୟାନ୍ୟ ସାମଗ୍ରୀ ଉତ୍ପାଦନ କରୁଥିବା BDPL କମ୍ପାନୀ ର ରାମ୍ଭିକଟା ସ୍ଥିତ ଫ୍ୟାକଟ୍ରୀ ଓ କାର୍ଯ୍ୟାଳୟରେ ଦୁଇଦିନ ହେଲା ଆୟକର ବିଭାଗର ଏକ ଟିମ ଚଢ଼ଉ ଶହ ଶହ କୋଟି ଟଙ୍କା ଠାବ କରିଛି । 

Odisha: ବୌଦ୍ଧ ବିଡିପିଏଲ କମ୍ପାନୀ ଉପରେ ଆୟକର ବିଭାଗର ବଡ ଧରଣର ଚଢ଼ାଉ

Odisha News: ବୌଦ୍ଧ ରାମ୍ଭିକଟା ସ୍ଥିତ BDPL କମ୍ପାନୀରେ ବୁଧବାର ଦିନ ଠାରୁ ଏଯାବତ ଆୟକର ବିଭାଗର ଏକ ଟିମ ଚଢ଼ଉ ଜାରି ରଖିଛି । ମିଳିଥିବା ସୂଚନା ପ୍ରକାରେ ଦିର୍ଘ ବର୍ଷ ହେଲା ସ୍ପିରିଟ , ସିମେଣ୍ଟ ଇଟା ସହ ଅନ୍ୟାନ୍ୟ ସାମଗ୍ରୀ ଉତ୍ପାଦନ କରୁଥିବା BDPL କମ୍ପାନୀ ର ରାମ୍ଭିକଟା ସ୍ଥିତ ଫ୍ୟାକଟ୍ରୀ ଓ କାର୍ଯ୍ୟାଳୟରେ ଦୁଇଦିନ ହେଲା ଆୟକର ବିଭାଗର ଏକ ଟିମ ଚଢ଼ଉ ଶହ ଶହ କୋଟି ଟଙ୍କା ଠାବ କରିଛି । ଭୁବନେଶ୍ୱରରୁ ୫ ଟି ଗାଡିରେ ଆସିଥିବା ୨୦ରୁ ଅଧିକ ଆୟକର ଅଧିକାରୀ ଓ କର୍ମଚାରୀ ଏହି ଚଢ଼ଉରେ ସାମିଲ ହୋଇଛନ୍ତି । ସୁରକ୍ଷା ପାଇଁ CISF ର ଯବାନ ଓ ପୋଲିସ ମୃତୟନ ହୋଇଛନ୍ତି । ଦିର୍ଘ ସମୟ ଧରି ଚଢ଼ଉ ଚାଲିଥିବା ବେଳେ ଏନେଇ କୌଣସି ସୂଚନା ଗଣମାଧ୍ୟମକୁ ଦିଆଯାଇନାହିଁ ।

ବୌଦ୍ଧ ଜିଲା ପୁରୁଣାକଟକର ବିଶିଷ୍ଟ ବ୍ୟବସାୟୀ ତଥା ସମାଜସେବୀ ଅଶୋକ କୁମାର ଅଗ୍ରୱାଲ ଦିର୍ଘ ବର୍ଷ ହେଲା ରାଇସ ମୀଲ କରି ଅଞ୍ଚଳର ଲୋକଙ୍କୁ କାମ ଯୋଗାଇଦେଇ ଆସୁଥିବାବେଳେ ତାଙ୍କର ରାଇସ ମିଲ୍ ରୁ କୁଣ୍ଡା ଏବଂ ଚାଉଳ ଗୁଣ୍ଡ ଯୋଗାଇଦେଇ ଆସୁଥିଲେ । ତେବେ ଏସବୁ ସାମଗ୍ରୀ ଯୋଗାଈ ଦେଉଥିବାବେଳେ ଏଥିରେ ତାଙ୍କର କିଛି ଭୂମିକା ଅଛି ନା ନାହିଁ ସେ ଉଦେଶ୍ୟରେ ରାଣୀସତୀ ରାଇସ ମିଲ ରେ ଚଢ଼ାଉ କରି କାଗଜ ପତ୍ର ଜାଞ୍ଚ କରାଯାଇଛି। ତେବେ ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ରାଣୀସତୀ ମିଲ ର ସମସ୍ତ କାଗଜ ପତ୍ର ଠିକ ରହିଥିବାବେଳେ ବୌଦ୍ଧ ରମ୍ଭିକଟା ରେ ଥିବା ବିଡିପିଏଲ କମ୍ପାନୀ ଶହଶହ କୋଟି ଟଙ୍କାର ଆୟକର ଫାଙ୍କିଥିବା ପ୍ରାଥମିକ ତଦନ୍ତରୁ ଜଣାପାଡିବା ସହିତ ବହୁଳ ପରିମାଣରେ ଟଙ୍କା ଓ ବେଆଇନ କାଗଜ ପତ୍ର ଆୟକର ବିଭାଗ ଜାଞ୍ଚ ବେଳେ ଧରା ପଡ଼ିଛି।

ସବୁଠାରୁ ବଡ଼ କଥା ହେଲା ରାଜ୍ୟ ସରକାର ଙ୍କ ମେକ ଇନ ଓଡିଶା କାର୍ଯ୍ୟକ୍ରମରେ ଗତ 2019 ମସିହା ଅଗଷ୍ଟ ମାସରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦାଘାଟନ ହୋଇଥିବା ଏହି କମ୍ପାନୀ କିଭଳି ଏତେ କମ ସମୟ ଭିତରେ କଲାଟଙ୍କା ଠୁଳ କରି ପାରିଲା ଆଉ ଆୟାକର ବିଭାଗ ଜାଣିବାରେ ବିଳମ୍ବ ହେଲା ତାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Also Read: IT Raid: ମଦ ବ୍ୟବସାୟୀଙ୍କ ଆଲମାରି ଦେଖି ବେହୋସ ଅଧିକାରୀ, ମିଳିଲା ନଗଦ ୨୦୦ କୋଟି