Odisha News: ଧାନ କ୍ଷେତରେ ସାଆର ରୋଗ ବୃଦ୍ଧିକୁ ନେଇ ଚିନ୍ତାରେ ଚାଷୀ
Advertisement
Article Detail0/zeeodisha/odisha2543431

Odisha News: ଧାନ କ୍ଷେତରେ ସାଆର ରୋଗ ବୃଦ୍ଧିକୁ ନେଇ ଚିନ୍ତାରେ ଚାଷୀ

Odisha News:  ଧାନ କେଣ୍ଡାରେ ସାଆର ଏତେ ମାତ୍ରାରେ ଦିନକୁ ଦିନ ବୃଦ୍ଧି ପାଉଛି ଯେଉଁଥିପାଇଁ ଚାଷୀ ଭାଇ ମାନେ ଚିନ୍ତାରେ ବିଲ ହିର ଉପରେ ମୁଣ୍ଡରେ ହାତ ଦେଇ ବସିଛନ୍ତି।ବାୟୁ ଜନିତ ରୋଗ ଏହା ହୋଇଥିବାରୁ ଏହା ଦିନକୁ ଦିନ ଗୋଟିଏ ଚାଷଜମିରୁ ଆଉ ଗୋଟିଏ ଚାଷଜମିକୁ ମାଡି ମାଡି ଚାଲିଛି। 

Odisha News: ଧାନ କ୍ଷେତରେ ସାଆର ରୋଗ ବୃଦ୍ଧିକୁ ନେଇ ଚିନ୍ତାରେ ଚାଷୀ
Odisha News: (ନାରାୟଣ ବେହେରା) ଧାନ କ୍ଷେତରେ ସାଆର ରୋଗ ବୃଦ୍ଧିକୁ ନେଇ ଚାଷୀମାନେ ଚିନ୍ତିତ। ଧାନ କ୍ଷେତରେ ବାୟୁ ଜନିତ ''ସାଆର'' ରୋଗ ବୃଦ୍ଧି ପାଇବାରେ ଲାଗିଛି। ଏଥିନେଇ ଚାଷୀ ମାନଙ୍କ ମୁଣ୍ଡରେ ପଡ଼ିଛି ଚଡକ। ଚଳିତବର୍ଷ ଧାନଚାଷ ଉଜୁଡିବା ନେଇ ଚିନ୍ତାରେ ଅଛନ୍ତି ସମସ୍ତ ଚାଷୀ। ଏପରି ଏକ ଘଟଣା ଦେଖିବାକୁ ମିଳିଛି, ଜଗତସିଂହପୁର ସଦର ବ୍ଲକ ଅନ୍ତର୍ଗତ ଅଳା ଗ୍ରାମପଞ୍ଚାୟତର ଅଳା ଗ୍ରାମରେ। ପଞ୍ଚାୟତର ଏହି ଗ୍ରାମଟି ଚାଷୀକୁଳ ଗାଁ ହୋଇଥିବା ବେଳେ ଦଇବ ଦାଉ ସାଜିଲା ପରି ପ୍ରତିବର୍ଷ ଚାଷ ସମୟରେ କିଛି ନା କିଛି ଅସୁବିଧା ର ସମ୍ମୁଖୀନ ହୁଅନ୍ତି ଏଠାକାର ଚାଷୀମାନେ।
 
 ଏହି ଗ୍ରାମର ଶତୃଘ୍ନ ସାହୁ, ଜଗନ୍ନାଥ ପଣ୍ଡା, କ୍ଷିରୋଦ କୁମାର ମହାରଣା, ଦେବେନ୍ଦ୍ର ନାଥ ସାହୁ, ମାଧବାନନ୍ଦ ସାହୁ, ଧ୍ରୁବ ଚରଣ ସାହୁ, ରଞ୍ଜନ ସେନାପତି, ହାଡିବନ୍ଧୁ ସାହୁଙ୍କ ଭଳି ପାଖାପାଖି ୫୫ ପରିବାର ଯେଉଁମାନେ କି ଚାଷୀ ବନ୍ଦୀ ଘରର ଲୋକମାନେ ନିଜ ଧାନ କ୍ଷେତରେ ଏପରି ସମସ୍ୟା ଦେଖି ହତାଶ ହୋଇଛନ୍ତି। ଧାନ କେଣ୍ଡାରେ ସାଆର ଏତେ ମାତ୍ରାରେ ଦିନକୁ ଦିନ ବୃଦ୍ଧି ପାଉଛି ଯେଉଁଥିପାଇଁ ଚାଷୀ ଭାଇ ମାନେ ଚିନ୍ତାରେ ବିଲ ହିର ଉପରେ ମୁଣ୍ଡରେ ହାତ ଦେଇ ବସିଛନ୍ତି।ବାୟୁ ଜନିତ ରୋଗ ଏହା ହୋଇଥିବାରୁ ଏହା ଦିନକୁ ଦିନ ଗୋଟିଏ ଚାଷଜମିରୁ ଆଉ ଗୋଟିଏ ଚାଷଜମିକୁ ମାଡି ମାଡି ଚାଲିଛି। 
 
ଏନେଇ କୃଷି ବିଭାଗକୁ ଅବଗତ କରାଇଥିଲେ ମଧ୍ୟ ସେପରି କିଛି ଆଶାନୁରୂପ ସୁଫଳ ମିଳିପାରିନାହିଁ। ତେବେ ବି ଅଳା ଗ୍ରାମର ଚାଷୀମାନେ ଏହାର ପ୍ରତିକାର କରିବା ପାଇଁ ଜିଲ୍ଲା ପ୍ରଶାସନକୁ ନିବେଦନ କରିଛନ୍ତି ବୋଲି ଚାଷୀମାନେ କହିଛନ୍ତି। ଯଦିଓ ଏହାର କିଛି ପ୍ରତିକାର ନ କରନ୍ତି ତେବେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଏହି ଗ୍ରାମର ଚାଷୀ ମାନେ ଚେତାବନୀ ଦେଇଛନ୍ତି।