Dengue Cases: ଭୁବନେଶ୍ୱରରେ ଚିନ୍ତା ବଢ଼ାଇଛି ଡେଙ୍ଗୁ, ୨୪ ଘଣ୍ଟାରେ ୫୨ ଆକ୍ରାନ୍ତ ଚିହ୍ନଟ
Advertisement
Article Detail0/zeeodisha/odisha1812879

Dengue Cases: ଭୁବନେଶ୍ୱରରେ ଚିନ୍ତା ବଢ଼ାଇଛି ଡେଙ୍ଗୁ, ୨୪ ଘଣ୍ଟାରେ ୫୨ ଆକ୍ରାନ୍ତ ଚିହ୍ନଟ

Dengue Cases: ରାଜ୍ୟ ରାଜଧାନୀରେ ଏବେ ଆତଙ୍କ ସୃଷ୍ଟି କରିଛି ଡେଙ୍ଗୁ(Dengue)।କ୍ରମାଗତ ଭାବରେ ରାଜଧାନୀ ଭୁବନେଶ୍ୱରରେ(Bhubaneswar) ଡେଙ୍ଗୁ ଆତଙ୍କ ବଢ଼ିବାରେ ଲାଗିଛି। ଗଲା ଜାନୁଆରୀ ମାସ ଠାରୁ ଆରମ୍ଭ କରି ଏପର୍ଯ୍ୟନ୍ତ ଭୁବନେଶ୍ୱରରେ ୭୬୮ ଜଣ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। 

Dengue Cases: ଭୁବନେଶ୍ୱରରେ ଚିନ୍ତା ବଢ଼ାଇଛି ଡେଙ୍ଗୁ, ୨୪ ଘଣ୍ଟାରେ ୫୨ ଆକ୍ରାନ୍ତ ଚିହ୍ନଟ

Dengue Cases: ରାଜ୍ୟ ରାଜଧାନୀରେ ଏବେ ଆତଙ୍କ ସୃଷ୍ଟି କରିଛି ଡେଙ୍ଗୁ(Dengue)।କ୍ରମାଗତ ଭାବରେ ରାଜଧାନୀ ଭୁବନେଶ୍ୱରରେ(Bhubaneswar) ଡେଙ୍ଗୁ ଆତଙ୍କ ବଢ଼ିବାରେ ଲାଗିଛି। ଗଲା ଜାନୁଆରୀ ମାସ ଠାରୁ ଆରମ୍ଭ କରି ଏପର୍ଯ୍ୟନ୍ତ ଭୁବନେଶ୍ୱରରେ ୭୬୮ ଜଣ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କିନ୍ତୁ ଏବେ ଚିନ୍ତା ବଢ଼ାଇଛି ଗତ ୨୪ ଘଣ୍ଟାର ରିପୋର୍ଟ। ଗତ ୨୪ ଘଣ୍ଟାରେ ରାଜଧାନୀରେ ୫୨ ଜଣ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।ଯାହାକୁ ନେଇ ଏବେ ଚିନ୍ତାରେ ରାଜଧାନୀବାସୀ।

ବଢ଼ୁଥିବା ଡେଙ୍ଗୁ ଆକ୍ରାନ୍ତକୁ ନେଇ ଭୁବନେଶ୍ୱର ମେୟର ସୁଲୋଚନା ଦାସ(Sulochana Das) ଏକ ଭିଡିଓ  ବାର୍ତ୍ତା ଜାରି କରି ଲୋକଙ୍କୁ ସତର୍କ କରିଛନ୍ତି। ରାଜଧାନୀବାସୀଙ୍କୁ ଭୟଭୀତ ନହେବାକୁ ସେ ବାର୍ତ୍ତା ଦେଇଛନ୍ତି । ଏହା ବ୍ୟତୀତ ସେ ବିଏମସିକୁ ସହଯୋଗ କରି ରାଜଧାନୀକୁ ଡେଙ୍ଗୁ ମୁକ୍ତ କରିବା ପାଇଁ ପରାମର୍ଶ ଦେଇଛନ୍ତି ।ସେ କହିଛନ୍ତି ସମସ୍ତଙ୍କ ସହଭାଗିତା ହିଁ ଭୁବନେଶ୍ୱରକୁ ଡେଙ୍ଗୁ ମୁକ୍ତ କରି ପାରିବ। ଏଥି ସହ ଗୁରୁବାର ଏବଂ ଶନିବାର ପାଳନ କରାଯାଉଥିବା ଡ୍ରାଏ ଡେ’ରେ ସାମିଲ ହେବା ପାଇଁ ସେ ଅନୁରୋଧ ମଧ୍ୟ କରିଛନ୍ତି।

ତେବେ ସୂଚନା ଅନୁସାରେ, ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ଏବେ ରାଜଧାନୀ ଭୁବନେଶ୍ୱରରେ  ଧିରେ ଧିରେ ବୃଦ୍ଧି ପାଉଥିବାରୁ କ୍ୟାପିଟାଲ ହସ୍ପିଟାଲରେ ଶଯ୍ୟା ସଂଖ୍ୟା ମଧ୍ୟ ବଢାଇ ଦିଆଯାଇଛି । ଡେଙ୍ଗୁ ରୋଗୀଙ୍କ ସଂଖ୍ୟକୁ ଆଖି ଆଗରେ ରଖି ଏହି ୱାର୍ଡର ଶଯ୍ୟା ସଂଖ୍ୟା ୧୦ ରୁ ୭୦ କୁ ବୃଦ୍ଧି କରାଯାଇଛି । କୁହାଯାଉଛି ଯେ, ଯେତିକି ପରିମାଣର ରୋଗୀ ଡେଙ୍ଗୁ ରୋଗରେ ଆକ୍ରାନ୍ତ ହୋଇ ଡାକ୍ତରଖାନା ଆସୁଛନ୍ତି ସେହି ତୁଳନାରେ ରୋଗୀ ସୁସ୍ଥ ହୋଇ ଘରକୁ ମଧ୍ୟ ଫେରୁଛନ୍ତି। ଦିନକୁ ୫୦ରୁ ଅଧିକ ଡେଙ୍ଗୁ ରୋଗୀ ଚିହ୍ନଟ ହେବା ବେଳେ ୨୧ ଜଣ ରୋଗୀ ସୁସ୍ଥ ହୋଇ ଘରକୁ ଫେରୁଥିବା କହିଛନ୍ତି ଡାକ୍ତରଖାନା କର୍ତ୍ତୃପକ୍ଷ। ରାଜଧାନୀରେ ପୂର୍ବବତ ନୟାପଲ୍ଲୀ ଏବେ ଡେଙ୍ଗୁ ହଟସ୍ପଟ ପାଲଟିଥିବା ବେଳେ ୟୁନିଟ-୯, ଜୟଦେବ ବିହାର, ସତ୍ୟନଗର, ବରମୁଣ୍ଡା, ସହିଦନଗର, ପୁରୁଣା ଭୁବନେଶ୍ୱର, ପୋଖରୀପୁଟ, ସୁନ୍ଦରପଡା, ଜାଗମରା, ଖଣ୍ଡଗିରି, ଉଦୟଗିରିବିହାର, ୟୁନିଟ-୩ ଆଦି ଅଞ୍ଚଳରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ।

ତେବେ ଗତ କିଛି ଦିନ ଧରି ଲଗାତାର ବର୍ଷା ଯୋଗୁ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ମଇଳା ପାଣି ଜମି ରହିଛି। ସମୟରେ ଜଳ ନିଷ୍କାସନ ନ ହୋଇ ପାରିବା କାରଣରୁ ଏପରି ସମସ୍ୟା ସୃଷ୍ଟି ହୋଇଥିବା କୁହାଯାଉଛି।

Also Read: Farming Tips: ଗୋଟିଏ ଏକର କ୍ଷେତରେ ୫ଗୁଣ ଅଧିକ ଫସଲ: କରନ୍ତୁ ଏହି ଉପାୟ

Pakistan Train Accident: ଭୟାନକ ଟ୍ରେନ୍ ଦୁର୍ଘଟଣାରେ ୧୦ ବଗି ଲାଇନଚ୍ୟୁତ; ୧୫ ମୃତ ୫୦ ଆହତ