Eviction in balasore : ସକାଳ ୪ଟାରୁ ରାତି ୧୦ଟା ପର୍ଯ୍ୟନ୍ତ କର୍ଫ୍ୟୁ ବଳବତ୍ତର ରହିବ। ତୃତୀୟ ରେଳ ଲାଇନ ସମ୍ପ୍ରସାରଣ ନେଇ ସ୍ଥାନୀୟ ଅଞ୍ଚଳରୁ ବସ୍ତି ଉଚ୍ଛେଦ ପାଇଁ କର୍ଫ୍ୟୁ ଲଗାଯାଇଛି। ଏକାଧିକ ବ୍ୟକ୍ତିଙ୍କ ଏକତ୍ରିତ ହେବା, କୌଣସି ସଭା ଓ ରାଲି ଉପରେ କଟକଣା ଲଗାଇଛି ପ୍ରଶାସନ। ଏହି କର୍ଫ୍ୟୁକୁ ନେଇ ବସ୍ତି ବାସିନ୍ଦାଙ୍କ ମନରେ ଭୟ ଦେଖାଦେଇଛି। ଅନେକ ଲୋକଙ୍କ ରାତିର ନିଦ ହଜିଯାଇଛି। ବସ୍ତି ଅଞ୍ଚଳରେ କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତିର ମୁକାବିଲା କରିବା ପାଇଁ ପୋଲିସ ଛାଉଣୀ କରାଯାଇଛି।
Trending Photos
ବାଲେଶ୍ଵର: ଜବରଦଖଲ ଉଚ୍ଛେଦ ପାଇଁ ବାଲେଶ୍ୱରରେ କର୍ଫ୍ୟୁ। ବାଲେଶ୍ୱରର ଯାଦପୁର, ଅକ୍ତିଆରପୁର ଓ ଭାସ୍କରଗଞ୍ଜ ମୌଜାରେ ଜବରଦଖଲ ଉଚ୍ଛେଦ ପାଇଁ ପ୍ରଶାସନ କଠୋର ପଦକ୍ଷେପ ନେଇଛି। ସେହି ସ୍ଥାନରେ ତୃତୀୟ ଲାଇନ କାମରେ ବାଧକ ସାଜିଛନ୍ତି ଜବରଦଖଲକାରୀ। ଆଜି ଓ କାଲି ଭୋର ୪ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଏହି କଟକଣା ଜାରି ରହିବ । ଅରଡ ବଜାରଠାରୁ ପରିବା ମାର୍କେଟ, ହରିପୁରଠାରୁ ଦର୍ଜି ପୋଖରୀ ଛକ, କଷ୍ମିଳା ପୋଲଠାରୁ ଫୁଲାଡି ଛକ, ନୁଆବଜାର ରେଳ ଫାଟକ ଓ ଗଳା ପୋଲଠାରୁ ନୂଆବଜାର ପରିବା ମାର୍କେଟର ଉଭୟେ ପାର୍ଶ୍ୱ ରାସ୍ତାରେ ବିଏନଏସର ଧାରା 163 ଓ କର୍ଫ୍ୟୁ ଜାରି କରିଛି ଜିଲ୍ଲା ପ୍ରଶାସନ।
ସକାଳ ୪ଟାରୁ ରାତି ୧୦ଟା ପର୍ଯ୍ୟନ୍ତ କର୍ଫ୍ୟୁ ବଳବତ୍ତର ରହିବ। ତୃତୀୟ ରେଳ ଲାଇନ ସମ୍ପ୍ରସାରଣ ନେଇ ସ୍ଥାନୀୟ ଅଞ୍ଚଳରୁ ବସ୍ତି ଉଚ୍ଛେଦ ପାଇଁ କର୍ଫ୍ୟୁ ଲଗାଯାଇଛି। ଏକାଧିକ ବ୍ୟକ୍ତିଙ୍କ ଏକତ୍ରିତ ହେବା, କୌଣସି ସଭା ଓ ରାଲି ଉପରେ କଟକଣା ଲଗାଇଛି ପ୍ରଶାସନ। ଏହି କର୍ଫ୍ୟୁକୁ ନେଇ ବସ୍ତି ବାସିନ୍ଦାଙ୍କ ମନରେ ଭୟ ଦେଖାଦେଇଛି। ଅନେକ ଲୋକଙ୍କ ରାତିର ନିଦ ହଜିଯାଇଛି। ବସ୍ତି ଅଞ୍ଚଳରେ କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତିର ମୁକାବିଲା କରିବା ପାଇଁ ପୋଲିସ ଛାଉଣୀ କରାଯାଇଛି।