Vigilance Raid: ଭିଜିଲାନ୍ସ ଜାଲରେ ଟେକ୍ନିକାଲ କନସଲଟାଣ୍ଟ ଜେଇ, ଏକକାଳୀନ ୯ଟି ସ୍ଥାନରେ ଚଢଉ
Advertisement
Article Detail0/zeeodisha/odisha1920359

Vigilance Raid: ଭିଜିଲାନ୍ସ ଜାଲରେ ଟେକ୍ନିକାଲ କନସଲଟାଣ୍ଟ ଜେଇ, ଏକକାଳୀନ ୯ଟି ସ୍ଥାନରେ ଚଢଉ

Vigilance Raid: ଭିଜିଲାନ୍ସ ଫାଶରେ ଟେକ୍ନିକାଲ କନସଲଟାଣ୍ଟ ଜେଇ (JE technical consultant) । ଅନୁଗୁଳ (Angul) ଜିଲ୍ଲା ପାଲଲହଡ଼ା (Pallahara) ବିଇଓ ଅଫିସର ଟେକ୍ନିକାଲ କନସଲଟାଣ୍ଟ ଜେଇ ପ୍ରସନ୍ନ ପାଣିଙ୍କ ଘରେ ଚଢଉ କରିଛି ଭିଜିଲାନ୍ସ (Vigilance Raid) ।

ସୌ(ସୋସିଆଲ ମିଡିଆ)

Vigilance Raid: ଭିଜିଲାନ୍ସ ଫାଶରେ ଟେକ୍ନିକାଲ କନସଲଟାଣ୍ଟ ଜେଇ (JE technical consultant) । ଅନୁଗୁଳ (Angul) ଜିଲ୍ଲା ପାଲଲହଡ଼ା (Pallahara) ବିଇଓ ଅଫିସର ଟେକ୍ନିକାଲ କନସଲଟାଣ୍ଟ ଜେଇ ପ୍ରସନ୍ନ ପାଣିଙ୍କ ଘରେ ଚଢଉ କରିଛି ଭିଜିଲାନ୍ସ (Vigilance Raid) ।

ସୂଚନା ଅନୁଯାୟୀ, ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ (Vigilance) ଟେକ୍ନିକାଲ କନସଲଟାଣ୍ଟ ଜେଇ (JE technical consultant) ପ୍ରସନ୍ନ ପାଣିଙ୍କ (Prasanna Kumar Pani) ଘରେ ରେଡ଼ (Raid) କରିଛି । ଜେଇଙ୍କ ଏକକାଳୀନ ୯ଟି ସ୍ଥାନରେ ଚଢଉ କରି ଛାନଭିନ୍ କରୁଛି ଭିଜିଲାନ୍ସ (Vigilance) । ଭୁବନେଶ୍ବର, ପାଲଲହଡା଼ ଓ ପୁରୀରେ ଥିବା ୯ଟି ସ୍ଥାନରେ ଯାଞ୍ଚ ପ୍ରକ୍ରିୟା ଜାରି ରହିଛି । ଅନ୍ୟପଟେ ଜେଇଙ୍କ ରାଜଧାନୀ ସ୍ଥିତ ସୁନ୍ଦରପଦାରେ ଏକ ୩ ତିନି ମହଲା ଘର ଓ ହାଇଟେକକ୍ ପ୍ଳାଜାରେ ଏକ ଫ୍ଲାଟ ମଧ୍ଯ ରହିଛି। ଏହି ଚଢାଉରେ ଭିଜିଲାନ୍ସର ୬ ଡିଏସପି (DSP), ୬ ଇନସ୍ପେକ୍ଟର ଓ ଅନ୍ୟ କର୍ମଚାରୀ ସାମିଲ ଅଛନ୍ତି ।

ନିକଟରେ, କମାଣ୍ତାଣ୍ଟ ସୁନୀଲ କୁମାର ବେହେରାକୁ (Sunil Kumar Behera) କଟକ ସିଡ଼ିଏ ୧୧ ମଧୂସୁଦନ ସେତୁ (Madhusudan Setu) ନିକଟରେ ମାଡ଼ିବସିଥିଲା ଭିଜିଲାନ୍ସର ଏକ ସ୍ବତନ୍ତ୍ର ଟିମ୍ । ତାଙ୍କ ନିକଟରୁ ନଗଦ ୧ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଜବତ କରାଯାଇ ଏକକାଳୀନ ୫ଟି ସ୍ଥାନରେ ଚଢଉ କରିଥିଲା ଭିଜିଲାନ୍ସ । ସେହିପରି ଗତ ସେପ୍ଟେମ୍ବର ମାସରେ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବାରିପଦା ପିଏଚ୍ ଡ଼ିଭିଜନର ଯନ୍ତ୍ରୀ ବାଣେଶ୍ୱର ନାୟକଙ୍କ (Baneswar Naik) ଘରେ ମଧ୍ଯ ଚଢଉ କରିଥିଲା ଭିଜିଲାନ୍ସ । ସହକାରୀ ଯନ୍ତ୍ରୀଙ୍କ ବାରିପଦା ରଘୁନାଥପୁର ସ୍ଥିତ ତିନି ମହଲା ଆବାସିକ ଘର ସମେତ ବଡ଼ସାହି ତଳଣ୍ଡାରେ ଥିବା ଦୁଇ ମହଲା ଘର, ବୈଶିଙ୍ଗା ମାଣିତ୍ରୀରେ ଥିବା ସମ୍ପର୍କୀୟଙ୍କ ଘରେ ଓ ବାରିପଦା ସରକାରୀ କାର୍ଯ୍ୟାଳୟରେ ଚଢ଼ଉ ହୋଇଥିଲା ।

ସେହି ମାସରେ, ନିମାପଡ଼ା OSWC ଗୋଡାଉନ ସୁପରିଟେଣ୍ଡେଣ୍ଟ (Odisha Warehousing Corporation Godown officer) ଦେବୀ ପ୍ରସାଦ ମହାନ୍ତିଙ୍କୁ ବାନ୍ଧିଥିଲା ଭିଜିଲାନ୍ସ (Vigilance) । ଓଡିଶା ୱେର ହାଉସିଙ୍ଗ କର୍ପୋରେସନର ଗୋଡାଉନ ସୁପରିଟେଣ୍ଡେଣ୍ଟ (Warehousing Corporation Godown officer) ଭାବେ କାର୍ଯ୍ୟ କରୁଥିବା ଦେବୀପ୍ରସାଦ ମହାନ୍ତିଙ୍କୁ ଭିଜିଲାନ୍ସ ଗିରଫ କରିବା ସହ ତାଙ୍କ ନିକଟରୁ ନଗଦ ୨ ଲକ୍ଷ ୧୪ ହଜାର ଟଙ୍କା ଜବତ କରିଥିଲା । ଦୁଇ ଲକ୍ଷ ଟଙ୍କା ଧରି ବସଷ୍ଟାଣ୍ଡରେ ବସକୁ ଅପେକ୍ଷା କରିଥିବା ବେଳେ ଦେବୀ ପ୍ରସାଦ ମହାନ୍ତିଙ୍କୁ ଗିରଫ କରିଥିଲା ଭିଜିଲାନ୍ସ ଟିମ୍ । ଏହାସହ ତାଙ୍କ ରାଜଧାନୀସ୍ଥିତ ୱେର ହାଉସ କଲୋନୀରେ ଥିବା ସରକାରୀ କ୍ୱାର୍ଟରରେ ଚଢ଼ାଉ କରାଯାଇ ୧ ଲକ୍ଷ ୮୦ ହଜାର ଟଙ୍କା ଓ ତାଙ୍କ ନିକଟରୁ ୫୯ ହଜାର ଟଙ୍କା ଜବତ କରାଯାଇଥିଲା ।

Alos Read-Weather Report: ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ, ରାଜ୍ୟର ଏହି ସମସ୍ତ ଜିଲ୍ଲା ବର୍ଷା ହେବା ନେଇ ଆକଳନ କଲା ପାଣିପାଗ ବିଭାଗ...