Vigilance Raid: ଭିଜିଲାନ୍ସ ଜାଲରେ ସାଲେପୁର ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ଯନ୍ତ୍ରୀ
Advertisement
Article Detail0/zeeodisha/odisha1942458

Vigilance Raid: ଭିଜିଲାନ୍ସ ଜାଲରେ ସାଲେପୁର ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ଯନ୍ତ୍ରୀ

Vigilance Raid: ଭିଜିଲାନ୍ସ (Vigilance) ଜାଲରେ କଟକ ଜିଲ୍ଲା ସାଲେପୁର ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ଯନ୍ତ୍ରୀ ଅର୍ଜୁନ କୁମାର (Arjun Kumar Sahoo) ସାହୁ। ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ତାଙ୍କର ଖୋର୍ଦ୍ଧା, କଟକ ଓ କେନ୍ଦ୍ରାପଡ଼ା ଜିଲ୍ଲାର ୮ଟି ସ୍ଥାନରେ ଏକାକାଳୀନ ଚଢ଼ଉ କରୁଛନ୍ତି ଭିଜିଲାନ୍ସ ।

ସୌ(ସୋସିଆଲ ମିଡିଆ)

ସୂଚନା ଅନୁଯାୟୀ, ଭିଜିଲାନ୍ସର ସ୍ୱତନ୍ତ୍ର ବିଚାରପତିଙ୍କ ଦ୍ବାରା ଜାରି ସର୍ଚ୍ଚ ୱାରେଣ୍ଟ ଜାରି ପରେ ୮ ଜଣ ଡିଏସପି, ୮ ଇନ୍ସପେକ୍ଟର, ୭ ଏଏସ୍ଆଇ ଓ ଅନ୍ୟାନ୍ୟ କର୍ମଚାରୀଙ୍କ ନେତୃତ୍ୱରେ ଭିଜିଲାନ୍ସ ଭୁବନେଶ୍ୱର, କଟକ, କେନ୍ଦ୍ରାପଡ଼ା, ଖୋର୍ଦ୍ଧା ସମେତ ସାଲେପୁର ସ୍ଥିତ ସରକାରୀ ବାସଭବନ ଓ କାର୍ଯ୍ୟାଳୟରେ ଚଢ଼ଉ ଜାରି ରହିଛି । ରାଜଧାନୀ ସ୍ଥିତ ଖଣ୍ତଗିରି ବିହାରରେ ତାଙ୍କର ତିନି ମହଲା କୋଠା, କେନ୍ଦ୍ରାପଡ଼ା ଡ଼େରାବିଶ ତହସିଲ ଅନ୍ତର୍ଗତ ସଦାନନ୍ଦପୁର ଗ୍ରାମରେ ଥିବା ୨ ମହଲା କୋଠା, ବଳରାମପୁର ଥିବା ଭଡ଼ା ଘର, ରାୟପୁରରେ ଥିବା ସମ୍ପର୍କୀୟଙ୍କ ଘରେ ସମେତ କେନ୍ଦ୍ରାପଡା ବଡ଼ହାଟରେ ତାଙ୍କର ସହଯୋଗୀଙ୍କ ଓ ଅନ୍ୟ ଜଣେ ଘନିଷ୍ଠ ସହଯୋଗୀଙ୍କ ଘରେ ଭିଜିଲାନ୍ସ ଚଢ଼ଉ ଜାରି ରଖିଥିବା ସୂଚନା ମିଳିଛି । ତେବେ ପ୍ରାଥମିକ ତଦନ୍ତରୁ ସହକାରୀ ଯନ୍ତ୍ରୀଙ୍କ ନିକଟରେ ମାତ୍ରାଧିକ ସଂପତ୍ତି ଥିବା ଜଣାପଡ଼ିଛି ।

Also Read-Debesh Pati: ଗିରଫ ହେଲେ ‘ଲଚକ୍ ମଣି ବେବିଲୋ’ ଗୀତର କଣ୍ଠଶିଳ୍ପୀ, ଜାଣନ୍ତୁ ପୂରା ମାମଲା

Also Read- Somalika Das: ବିଧାୟକ ବିଜୟ ଶଙ୍କର ଦାସଙ୍କ ବିବାହ ପୂର୍ବରୁ ପୂର୍ବତନ ପ୍ରେମିକା ସୋମାଲିକାଙ୍କୁ ଝଟକା

ସେହିପରି ଗତ ଅକ୍ଟୋବର ମାସରେ ଭିଜିଲାନ୍ସ ଫାଶରେ ପଡ଼ିଥିଲେ ଅନୁଗୁଳ (Angul) ଜିଲ୍ଲା ପାଲଲହଡ଼ା (Pallahara) ବିଇଓ ଅଫିସର ଟେକ୍ନିକାଲ କନସଲଟାଣ୍ଟ ଜେଇ ପ୍ରସନ୍ନ ପାଣି। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ (Vigilance) ଟେକ୍ନିକାଲ କନସଲଟାଣ୍ଟ ଜେଇଙ୍କ (JE technical consultant) ଏକକାଳୀନ ୯ଟି ସ୍ଥାନରେ ଚଢଉ କରିଥିଲା।