Rohit Sharma: ଟି-20 ଅନ୍ତର୍ଜାତୀୟ କ୍ରିକେଟରେ ରୋହିତ ଶର୍ମାଙ୍କ ନାମରେ ସର୍ବାଧିକ ୪ଟି ଶକତ ରହିଛି । ରୋହିତ ନିଜେ ଟିମ୍ ଇଣ୍ଡିଆକୁ ଅନେକ ମ୍ୟାଚ୍ ଜିତାଇଛନ୍ତି । ଓପେନିଂ କରିବାବେଳେ ସେ ନିଜ ଇନିଂସକୁ ଧୀରେ ଧୀରେ ଆରମ୍ଭ କରନ୍ତି, କିନ୍ତୁ ପିଚରେ ସେଟ୍ ହେବା ପରେ ସେ ଆକ୍ରମଣାତ୍ମକ ଆଭିମୁଖ୍ୟ ଗ୍ରହଣ କରନ୍ତି ।
Trending Photos
ନୂଆଦିଲ୍ଲୀ: Rohit Sharma: ଭାରତୀୟ ଅଧିନାୟକ ତଥା ଷ୍ଟାର୍ ବ୍ୟାଟ୍ସମ୍ୟାନ୍ ରୋହିତ ଶର୍ମା (Rohit Sharma) ବିସ୍ଫୋରକ ବ୍ୟାଟିଂ ପାଇଁ ସାରା ବିଶ୍ୱରେ ପ୍ରସିଦ୍ଧ । ସେ ଲମ୍ବା ଛକା ମାରିବା ପାଇଁ ବେଶ୍ ଜଣାଶୁଣା । ଅଷ୍ଟ୍ରେଲିଆ ବିପକ୍ଷରେ ଟିମ୍ ଇଣ୍ଡିଆକୁ ୬ ୱିକେଟ୍ ହରାଇ ପରାଜୟର ସମ୍ମୁଖୀନ ହେବାକୁ ପଡୁଥିଲେ ମଧ୍ୟ ଅଧିନାୟକ ରୋହିତ ଶର୍ମା ମାତ୍ର ଗୋଟିଏ ଛକା ମାରିବା ପରେ ଏକ ବଡ଼ ରେକର୍ଡ ସୃଷ୍ଟି କରିଛନ୍ତି । ରୋହିତ ଶର୍ମା (Rohit Sharma) ଅଷ୍ଟ୍ରେଲିଆ ବିପକ୍ଷରେ ଏକ ବଡ଼ ଇନିଂସ ଖେଳିପାରିନଥିଲେ, ତଥାପି ସେ ଏହି ବଡ଼ ରେକର୍ଡ ସୃଷ୍ଟି କରିବାରେ ସଫଳ ହୋଇପାରିଛନ୍ତି ।
ଅଷ୍ଟ୍ରେଲିଆ ବିପକ୍ଷରେ ଟିମ ଇଣ୍ଡିଆର ଅଧନାୟକ (Indian Captain) ରୋହିତ ଶର୍ମା (Rohit Sharma) ଙ୍କୁ ବହୁତ ଭଲ ଫର୍ମରେ ଦେଖିବାକୁ ମିଳିଥିଲା, କିନ୍ତୁ ସେ ଏକ ବଡ଼ ଇନିଂସ ଖେଳି ପାରିନଥିଲେ । ସେ ତାଙ୍କ ସର୍ଟ ଇନିଂସରେ ୯ ବଲରେ ୧୧ ରନ୍ ସଂଗ୍ରହ କରିଥିଲେ । ଏଥିରେ ଗୋଟିଏ ଚୌକା ଓ ଗୋଟିଏ ଛକା ସାମିଲ ଥିଲା । ତାଙ୍କୁ ଜୋସ୍ ହାଜଲେଉଡ୍ ଆଉଟ୍ କରିଥିଲେ । କିନ୍ତୁ ସେ ଅଷ୍ଟ୍ରେଲିଆ ବିପକ୍ଷରେ ଗୋଟିଏ ଛକା ମାରିବା ମାତ୍ରେ ସେ ଟି-୨୦ ଅନ୍ତର୍ଜାତୀୟ କ୍ରିକେଟର ମିଳିତ ଭାବେ ସର୍ବାଧିକ ଛକା ଲଗାଇବା ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି । ଟି-20 କ୍ରିକେଟରେ ରୋହିତଙ୍କ ନାମରେ ୧୭୨ଟି ଛକା ରହିଛି । ନ୍ୟୁଜିଲ୍ୟାଣ୍ଡର ଷ୍ଟାର୍ ବ୍ୟାଟ୍ସମ୍ୟାମ ମାର୍ଟିନ ଗୁପଟିଲ (Martin Guptill) ମଧ୍ୟ ଅନ୍ତର୍ଜାତୀୟ କ୍ରିକେଟରେ ୧୭୨ ଛକା ମାରିଛନ୍ତି ।
ଟି-20 ଅନ୍ତର୍ଜାତୀୟ କ୍ରିକେଟରେ ରୋହିତ ଶର୍ମାଙ୍କ ନାମରେ ସର୍ବାଧିକ ୪ଟି ଶକତ ରହିଛି । ରୋହିତ ନିଜେ ଟିମ୍ ଇଣ୍ଡିଆକୁ ଅନେକ ମ୍ୟାଚ୍ ଜିତାଇଛନ୍ତି । ଓପେନିଂ କରିବାବେଳେ ସେ ନିଜ ଇନିଂସକୁ ଧୀରେ ଧୀରେ ଆରମ୍ଭ କରନ୍ତି, କିନ୍ତୁ ପିଚରେ ସେଟ୍ ହେବା ପରେ ସେ ଆକ୍ରମଣାତ୍ମକ ଆଭିମୁଖ୍ୟ ଗ୍ରହଣ କରନ୍ତି । ତାଙ୍କ ପୁଲ ସଟ୍ ପାଇଁ ସମସ୍ତେ ପାଗଳ । ମୋଟ ଉପରେ ରୋହିତ ଶର୍ମା ସମସ୍ତ ତିନୋଟି ଫର୍ମାଟ୍ (ଟେଷ୍ଟ, ଏକଦିବସୀୟ ଏବଂ T20) ମିଶାଇ ୪୧୫ ମ୍ୟାଚରେ ୪୮୬ ଛକା ମାରିଛନ୍ତି । ରୋହିତ ଶର୍ମା ଭାରତ ପାଇଁ ତିନୋଟି ଫର୍ମାଟରେ କ୍ରିକେଟ୍ ଖେଳିଛନ୍ତି । ସେ ଟି-20 କ୍ରିକେଟର ସର୍ବାଧିକ ରନ୍ ସ୍କୋରର ଭାବେ ନିଜ ନାମରେ ରେକର୍ଡ କରି ରଖିଛନ୍ତି । ସେ ଭାରତ ପାଇଁ ୧୩୬ଟି ମ୍ୟାଚରେ ମୋଟ ୩୬୨୦ ରନ୍ ସଂଗ୍ରହ କରିଛନ୍ତି ।
ଅଧିକ ପଢ଼ନ୍ତୁ:-ଏସବୁ ରୋଗ ପାଇଁ ରାମବାଣ ହୋଇଥାଏ ଅଁଳା, ଏମିତି କରନ୍ତୁ ବ୍ୟବହାର
ଅଧିକ ପଢ଼ନ୍ତୁ:-ଭଗବନ୍ତ ମାନଙ୍କୁ ଜର୍ମାନରେ ନିଶାସକ୍ତ ଅବସ୍ଥାରେ ବିମାନରୁ ଓହ୍ଲାଇ ଦିଆଯାଇ ଥିଲା? ଜାଣନ୍ତୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀଙ୍କ ଜବାବ
ଅଧିକ ପଢ଼ନ୍ତୁ:-ଭାରତର ସ୍ୱପ୍ନକୁ ଭାଙ୍ଗିଥିଲା ଇସ୍ରାଏଲ, ବର୍ତ୍ତମାନ ଏହି ଦେଶ ବଢ଼ାଇଲା ସହାୟତାର ହାତ
ସେହିପରି ରୋହିତ ଶର୍ମା ୨୩୩ ODI ରେ ୯,୩୭୬ ରନ୍ ସ୍କୋର କରିଛନ୍ତି । ଏଥି ସହିତ ସେ ଟେଷ୍ଟ କ୍ରିକେଟରେ ୩,୧୩୭ ରନ୍ ସଂଗ୍ରହ କରିଛନ୍ତି । ସେ ତିନୋଟି ଫର୍ମାଟରେ ଭାରତ ପାଇଁ ଅତ୍ୟନ୍ତ ବିଶ୍ୱସ୍ତ ବ୍ୟାଟ୍ସମ୍ୟାନ୍ ଭାବେ ଜଣାଶୁଣା ।