Virat Kohali On Odisha Train Accident: ବିରାଟ କୋହଲି ଓଡି଼ଶାର ବାଲେଶ୍ୱରରେ ହୋଇଥିବା ଟ୍ରେନ୍ ଦୁର୍ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି । ଏଥିସହ ସେ ୩୦ କୋଟି ଟଙ୍କା ଦାନ କରିଥିବା ଏକ ରିପୋର୍ଟରେ ଦାବି କରାଯାଇଛି ।
Trending Photos
Odisha Train Accident: ଶୁକ୍ରବାର ସନ୍ଧ୍ୟାରେ ରାଜ୍ୟରର ବାଲେଶ୍ୱରରେ ଏକ ଭୟଙ୍କର ଟ୍ରେନ୍ ଦୁର୍ଘଟଣା ଘଟିଛି । ଏଥିରେ ପ୍ରାୟ ୨୭୫ ଲୋକ ପ୍ରାଣ ହରାଇଛନ୍ତି ଓ ୧୦୦୦ ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ବିରାଟ କୋହଲି (Virat Kohali) ଟ୍ୱିଟ୍ କରି ଏଥିରେ ଦୁଃଖ ପ୍ରକାଶ କରିଛନ୍ତି । ଏଥି ସହ କୋହଲି ମଧ୍ୟ ଏହି ଦୁର୍ଘଟଣାର ଶିକାର ହୋଇଥିବା ବ୍ୟକ୍ତିଙ୍କ ପାଇଁ ୩୦ କୋଟି ଟଙ୍କା ଦାନ କରିଥିବା ରିପୋର୍ଟରେ ଦାବି କରାଯାଇଛି ।
ଟ୍ୱିଟରେ ଦୁଃଖ ପ୍ରକାଶ କରିଥିଲେ ବିରାଟ କୋହଲି
ଓଡି଼ଶାରେ ଘଟିଥିବା ଏହି ଭୟଙ୍କର ଦୁର୍ଘଟଣା ଯୋଗୁଁ ଦେଶ ତଥା ବିଦେଶର ଅନେକ ସେଲିବ୍ରିଟି ମାନେ ଦୁଃଖ ପ୍ରକାଶ କରିଥିଲେ । ଏହି ଧାରାବାହିକରେ ଭାରତୀୟ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲି ମଧ୍ୟ ଶୁକ୍ରବାର ଦିନ ଏକ ଟ୍ୱିଟରେ ପୀଡିତଙ୍କ ପରିବାର ପାଇଁ ପ୍ରାର୍ଥନା କରିଛନ୍ତି । ସେ ଲେଖିଛନ୍ତି ଯେ 'ଓଡିଶାରେ ଘଟିଥିବା ଯନ୍ତ୍ରଣାଦାୟକ ଟ୍ରେନ୍ ଦୁର୍ଘଟଣା ବିଷୟରେ ଶୁଣି ଦୁଃଖିତ । ଦୁର୍ଘଟଣାରେ ନିଜ ପ୍ରିୟଜନଙ୍କୁ ହରାଇଥିବା ପରିବାର ପାଇଁ ମୁଁ ପ୍ରାର୍ଥନା କରୁଛି ଓ ଆହତମାନଙ୍କୁ ଶୀଘ୍ର ଆରୋଗ୍ୟ କାମନା କରୁଛି ।
Saddened to hear about the tragic train accident in Odisha. My thoughts and prayers go out to the families who lost their loved ones and wishing a speedy recovery to the injured.
— Virat Kohli (@imVkohli) June 3, 2023
୩୦ କୋଟି ଦାନ କରିଛନ୍ତି କି ବିରାଟ କୋହଲି?
ବିରାଟ କୋହଲିଙ୍କ ଟ୍ୱିଟ ପରେ ସୋସିଆଲ ମିଡିଆରେ ଏକ ପୋଷ୍ଟରେ ଦାବି କରାଯାଉଛି ଯେ ସେ ଓଡି଼ଶା ଟ୍ରେନ ଦୁର୍ଘଟଣା ସହାୟତା ପାଣ୍ଠିକୁ ୩୦ କୋଟି ଟଙ୍କା ଦାନ କରିଛନ୍ତି । ଲୋକଙ୍କୁ ସାହାଯ୍ୟ କରିବା ପାଇଁ କୋହଲି ସର୍ବଦା ଆଗକୁ ଆସନ୍ତି ଓ ସେ ତାହା କରିପାରନ୍ତି । କିନ୍ତୁ ବର୍ତ୍ତମାନ ଏହି ଦାବିକୁ ନେଇ କୌଣସି ଦୃଢ ପ୍ରମାଣ ନାହିଁ । ଏ ସମ୍ପର୍କରେ କୌଣସି ଅଧିକାରୀକ ବୟାନ ମଧ୍ୟ ସମ୍ନାକୁ ନାହିଁ । କିମ୍ବା କୋହଲି କିମ୍ବା ତାଙ୍କ ଦଳର କୌଣସି ବୟାନ ଟ୍ୱିଟ କିମ୍ବା ସୋସିଆଲ ମିଡିଆରେ ପ୍ରକାଶ ପାଇନାହିଁ ।
ଦୁର୍ଘଟଣାର ପୀଡିତଙ୍କ ପିଲାମାନଙ୍କୁ ସାହାଯ୍ୟର ହାତ ବଢ଼ାଇଛନ୍ତି ବିରେନ୍ଦର ସେହୱାଗ
ଭାରତୀୟ ଦଳର ପୂର୍ବତନ କ୍ରିକେଟର ବିରେନ୍ଦର ସେହୱାଗ ଓଡି଼ଶା ଟ୍ରେନ ଦୁର୍ଘଟଣା ଯୋଗୁଁ ଅନାଥ ହୋଇଯାଇଥିବା ପିଲାମାନଙ୍କୁ ସାହାଯ୍ୟ କରିବା ପାଇଁ ଏକ ସାହାଯ୍ୟ ହାତ ବଢ଼ାଇଛନ୍ତି । ଏହି ଦୁର୍ଘଟଣାରେ ପିତାମାତା ହରାଇଥିବା ସମସ୍ତ ପିଲାଙ୍କୁ ସେହୱାଗ ଇଣ୍ଟରନ୍ୟାସନାଲ ସ୍କୁଲରେ ମାଗଣା ଶିକ୍ଷା ପ୍ରଦାନ କରାଯିବ ବୋଲି ସେ ଟ୍ୱିଟ କରି ଘୋଷଣା କରିଛନ୍ତି ।
ଏହା ବି ପଢନ୍ତୁ: Oval Test: ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲରେ ଏହା ହେବ ଟିମ୍ ଇଣ୍ଡିଆର ପ୍ଲେଇଂ ଇଲେଭେନ; ଦୁଇ ବଡ଼ ଖେଳାଳି ପଡିବେ ବାଦ୍!
ଏହା ବି ପଢନ୍ତୁ: WTC Final 2023: ଟିମ୍ ଇଣ୍ଡିଆ ହାରିଯିବ କି ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲ୍? ଆଇସିସିର ଏହି ନିଷ୍ପତ୍ତି ରୋହିତ ଟିମକୁ ଦେଲା ବଡ଼ ଟେନସନ