IPL 2024: ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନେଇ ଆସିଲା ବଡ଼ ଖବର, ଗୁଜୁରାଟ ଟାଇଟାନ୍ସ ଏହି ଖେଳାଳିଙ୍କୁ କଲା ରିଲିଜ୍
Advertisement
Article Detail0/zeeodisha/odisha1979872

IPL 2024: ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନେଇ ଆସିଲା ବଡ଼ ଖବର, ଗୁଜୁରାଟ ଟାଇଟାନ୍ସ ଏହି ଖେଳାଳିଙ୍କୁ କଲା ରିଲିଜ୍

Hardik Pandya: ହାର୍ଦ୍ଦିକ ପାଣ୍ଡ୍ୟା ଶେଷରେ ମୁମ୍ବାଇ ଇଣ୍ଡିଆନ୍ସକୁ ଫେରିଛନ୍ତି । ଟ୍ରେଡିଂ ମାଧ୍ୟମରେ ଆଇପିଏଲ୍ ୨୦୨୪ ପାଇଁ ମୁମ୍ବାଇ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନିଜ ଦଳରେ ସାମିଲ୍ କରିଛି ।

Gujarat Titans Retain And Release list

Gujarat Titans Retain And Release list: ହାର୍ଦ୍ଦିକ ପାଣ୍ଡ୍ୟା ଶେଷରେ ମୁମ୍ବାଇ ଇଣ୍ଡିଆନ୍ସକୁ ଫେରିଛନ୍ତି । ଟ୍ରେଡ଼ିଂ ମାଧ୍ୟମରେ ଆଇପିଏଲ୍ ୨୦୨୪ ପାଇଁ ମୁମ୍ବାଇ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନିଜ ଦଳରେ ସାମିଲ୍ କରିଛି । ଗୁଜୁରାଟ ଟାଇଟାନ୍ସ ଛାଡି ହାର୍ଦ୍ଦିକ ପାଣ୍ଡ୍ୟା ମୁମ୍ବାଇ ଇଣ୍ଡିଆନ୍ସରେ ଯୋଗଦେବା ଆଇପିଏଲ ୨୦୨୪ ପୂର୍ବରୁ ଏକ ବଡ ପରିବର୍ତ୍ତନ । ପ୍ରାୟତ ଆଇପିଏଲ୍ ଟ୍ରେଡିଂରେ ଖେଳାଳିଙ୍କ ପରିବର୍ତ୍ତନ ହୋଇଥାଏ, ଅର୍ଥାତ୍ ଦଳ ପରସ୍ପର ସହିତ ଖେଳାଳି ଅଦଳବଦଳ କରନ୍ତି, କିନ୍ତୁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ କ୍ଷେତ୍ରରେ ଏହା ହୋଇ ନାହିଁ ।

ଏହି ଚୁକ୍ତିରେ ଗୁଜୁରାଟ ଟାଇଟାନ୍ସ ମୁମ୍ବାଇ ଇଣ୍ଡିଆନ୍ସଙ୍କ ବଦଳରେ କୌଣସି ଖେଳାଳି ନେଇ ନାହିଁ । ଏହି ଚୁକ୍ତିରେ ଉଭୟ ମୁମ୍ବାଇ ଓ ଗୁଜରାଟର ଦଳ ସାମିଲ ହୋଇଥିଲେ । ମୁମ୍ବାଇ ଇଣ୍ଡିଆନ୍ସ ହେଉଛି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପୁରୁଣା ଆଇପିଏଲ୍ ଫ୍ରାଞ୍ଚାଇଜ୍, ଯାହା ମାଧ୍ୟମରେ ସେ ଟୁର୍ଣ୍ଣାମେଣ୍ଟରେ ଡେବ୍ୟୁ କରିଥିଲେ । କିନ୍ତୁ ୨୦୨୨ ମସିହାରେ, ନୂଆ ଭାବେ ଗଠିତ ଗୁଜୁରାଟ ଟାଇଟାନ୍ସ ତାଙ୍କୁ ନିଜ ଦଳର ଏକ ଅଂଶ କରିଦେଲା । ଗୁଜୁରାଟ ପାଇଁ ହାର୍ଦ୍ଦିକ ଜଣେ ସଫଳ ଅଧିନାୟକ ବୋଲି ପ୍ରମାଣିତ ହୋଇଥିଲେ ।

ଏହି ଖେଳାଳିମାନଙ୍କୁ ରିଟେନ୍ କଲା ଗୁଜୁରାଟ ଟାଇଟାନ୍ସ-
ଡେଭିଡ ମିଲର, ଶୁବମନ ଗିଲ, ମାଥ୍ୟୁ ୱେଡ, ରିଦ୍ଧିମାନ ସାହା, କେନ ୱିଲିୟମସନ, ଅଭିନଭ ମନୋହର, ବି ସାଇ ସୁଦର୍ଶନ, ଦର୍ଶନ ନାଲକାଣ୍ଡେ, ବିଜୟ ଶଙ୍କର, ଜୟନ୍ତ ଯାଦବ, ରାହୁଲ ତେୱାଟିଆ, ମହମ୍ମଦ ଶାମି, ନୁର ଅହମ୍ମଦ, ଆର ସାଇ କିଶୋର, ରସିଦ ଖାନ, ଜୋଶ ଲିଟିଲ ଓ ମୋହିତ ଶର୍ମା ।

ଏହି ଖେଳାଳୀମାନଙ୍କୁ ରିଲିଜ୍ କଲା ଗୁଜୁରାଟ ଟାଇଟାନ୍ସ-
ହାର୍ଦ୍ଦିକ ପାଣ୍ଡ୍ୟା , ୟଶ ଦୟାଲ, କେ.ଏସ୍ ଭରତ, ଶିବମ୍ ମାଭି, ଉର୍ଭିଲ୍ ପଟେଲ, ପ୍ରଦୀପ ସାଙ୍ଗୱାନ୍, ଓଡିଆନ୍ ସ୍ମିଥ୍, ଅଲଜାରୀ ଜୋସେଫ, ଦାସୁନ୍ ଶାନାକା ।