IND vs ENG: ଅଭିଷେକ ଶର୍ମାଙ୍କ ବିସ୍ଫୋରକ ବ୍ୟାଟିଂ, ପ୍ରଥମ ଟି-୨୦ ମ୍ୟାଚ୍ ରେ ଇଂଲଣ୍ଡକୁ ୭ ୱିକେଟରେ ହରାଇଲା ଟିମ୍ ଇଣ୍ଡିଆ
Advertisement
Article Detail0/zeeodisha/odisha2612765

IND vs ENG: ଅଭିଷେକ ଶର୍ମାଙ୍କ ବିସ୍ଫୋରକ ବ୍ୟାଟିଂ, ପ୍ରଥମ ଟି-୨୦ ମ୍ୟାଚ୍ ରେ ଇଂଲଣ୍ଡକୁ ୭ ୱିକେଟରେ ହରାଇଲା ଟିମ୍ ଇଣ୍ଡିଆ

IND vs ENG 1st T20I: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ୫ ମ୍ୟାଚ୍ ବିଶିଷ୍ଟ T20 ସିରିଜର ପ୍ରଥମ ମ୍ୟାଚ୍ କୋଲକାତାର ଇଡେନ ଗାର୍ଡେନ୍ସ ଷ୍ଟାଡିୟମରେ ଖେଳାଯାଇଥିଲା। ଯାହାକୁ ଟିମ୍ ଇଣ୍ଡିଆ ୭ ୱିକେଟରେ ଜିତି ନେଇଛି। ଏହି ମ୍ୟାଚ୍‌ରେ ଭାରତୀୟ ଦଳକୁ ୧୩୩ ରନ୍‌ର ଟାର୍ଗେଟ ମିଳିଥିଲା ଯାହାକୁ ଟିମ୍ ଇଣ୍ଡିଆ ୧୨.୫ ଓଭରରେ ହାସଲ କରିନେଇଥିଲା।

 

Team India won the first T20 match by 7 wickets

IND vs ENG 1st T20I: ପ୍ରଥମ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ଭାରତ ଇଂଲଣ୍ଡକୁ ୭ ୱିକେଟ୍‌ରେ ପରାସ୍ତ କରିଛି। ଇଂଲଣ୍ଡ ଦଳ ଦେଇଥିବା ୧୩୩ ରନ୍ ଟାର୍ଗେଟକୁ ପିଛାକରି ଟିମ୍ ଇଣ୍ଡିଆ ମାତ୍ର ୧୨.୫ ଓଭରରେ ସହଜରେ ଏହି ଲକ୍ଷ୍ୟ ହାସଲ କରିନେଇଥିଲା। ଅଭିଷେକ ଶର୍ମା ବିସ୍ଫୋରକ ବ୍ୟାଟିଂ କରି ମାତ୍ର ୩୪ ବଲ୍‌ରେ ୭୯ ରନ୍‌ର ଏକ ଧୁଆଁଧାର ଇନିଂସ ଖେଳିଥିଲେ। ପୂର୍ବରୁ ଇଂଲଣ୍ଡର ବ୍ୟାଟସମ୍ୟାନମାନେ ଭାରତୀୟ ସ୍ପିନରମାନଙ୍କ ଆଗରେ ସହଜରେ ୱିକେଟ ହରାଇଥିଲେ ଏବଂ ସମଗ୍ର ଦଳ ମାତ୍ର ୧୩୨ ରନ କରି ଅଲଆଉଟ୍ ହୋଇଯାଇଥିଲା। ବରୁଣ ଚକ୍ରବର୍ତ୍ତୀ ତିନୋଟି ୱିକେଟ ନେଇ ଇଂଲଣ୍ଡର ବିପର୍ଯ୍ୟୟ ସୃଷ୍ଟି କରିଥିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟା ଦୁଇଟି ୱିକେଟ ନେଇଥିଲେ। ଏହି ବିଜୟ ସହିତ ଭାରତୀୟ ଦଳ ସିରିଜରେ ୧-୦ ରେ ଅଗ୍ରଣୀ ହାସଲ କରିଛି।

ଟିମ୍ ଇଣ୍ଡିଆ ପାଇଁ ୧୩୩ ରନ୍ ର ଟାର୍ଗେଟକୁ ପିଛା କରିବା ପାଇଁ, ସଞ୍ଜୁ ସାମସନ ଏବଂ ଅଭିଷେକ ଶର୍ମାଙ୍କ ପ୍ରାରମ୍ଭିକ ଯୋଡ଼ି ପଡ଼ିଆକୁ ଆସିଥିଲେ। ଏହି ଯୋଡି ପ୍ରଥମ ୱିକେଟ୍ ପାଇଁ ଉଭୟଙ୍କ ମଧ୍ୟରେ ୪୧ ରନ୍ ର ଦ୍ରୁତ ଭାଗୀଦାରି ଦେଖିବାକୁ ମିଳିଥିଲା। ସାମସନ ୨୬ ରନ କରି ଆଉଟ ହୋଇଥିବା ବେଳେ, ଅଭିଷେକ ଗୋଟିଏ ପାର୍ଶ୍ୱରୁ ଇନିଂସକୁ ସମ୍ଭାଳିଥିଲେ ଏବଂ ଦ୍ରୁତ ଗତିରେ ରନ କରିଥିଲେ। ଇଂଲଣ୍ଡକୁ ପ୍ରତ୍ୟାବର୍ତ୍ତନ କରିବାର କୌଣସି ସୁଯୋଗ ଦେଇ ନଥିଲେ। ଅଭିଷେକଙ୍କ ବ୍ୟାଟରୁ ୭୯ ରନର ଏକ ଚମତ୍କାର ଇନିଂସ ଦେଖିବାକୁ ମିଳିଥିଲା। ଭାରତୀୟ ଦଳ ୧୨.୫ ଓଭରରେ ୩ ୱିକେଟ ହରାଇ ଇଂଲଣ୍ଡ ଦେଇଥିବା ଲକ୍ଷ୍ୟ ହାସଲ କରି ନେଇଥିଲା।

ପୂର୍ବରୁ ଭାରତ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା ଏବଂ ଇଂଲଣ୍ଡକୁ ନିର୍ଦ୍ଧାରିତ ୨୦ ଓଭରରେ ୧୩୨ ରନରେ ଅଲ୍ ଆଉଟ୍ କରି ଦେଇଥିଲା। ଇଂଲଣ୍ଡ ତରଫରୁ ଅଧିନାୟକ ଜୋସ୍ ବଟଲର୍ ସର୍ବାଧିକ ରନ୍ କରିଥିଲେ। ସେ ୪୪ ବଲ୍‌ରେ ୮ ଚୌକା ଏବଂ ୨ ଛକା ସହାୟତାରେ ୪୮ ରନ୍‌ର ଏକ ଇନିଂସ ଖେଳିଥିଲେ। ହ୍ୟାରି ବ୍ରୁକ୍ ୧୭ ରନ୍ ଏବଂ ଜୋଫ୍ରା ଆର୍ଚର ୧୨ ରନ୍ ଯୋଗଦାନ ଦେଇଥିଲେ। ବେନ୍ ଡକେଟ (୪) ଏବଂ ଜାକବ୍ ବେଥେଲ (୭) ସମେତ ଛଅ ଜଣ ଖେଳାଳି ଦୁଇ ଅଙ୍କ ଛୁଇଁ ପାରିନଥିଲେ। ଫିଲ୍ ସଲ୍ଟ ଏବଂ ଲିଆମ୍ ଲିଭିଙ୍ଗ୍ଷ୍ଟୋନ୍ ନିଜ ନିଜର ଖାତା ଖୋଲିପାରି ନଥିଲେ। 

ଭାରତ ପକ୍ଷରୁ ସ୍ପିନର ବରୁଣ ଚକ୍ରବର୍ତ୍ତୀ ସର୍ବାଧିକ ୱିକେଟ୍ ନେଇଥିଲେ। ସେ ୨୩ ରନ ଦେଇ ୩ଟି ୱିକେଟ ନେଇଥିଲେ। ଅର୍ଶଦୀପ ସିଂହ, ଅକ୍ଷର ପଟେଲ ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ଦୁଇଟି ଲେଖାଏଁ ୱିକେଟ୍ ନେଇଥିଲେ। ଅର୍ଶଦୀପ (୯୭) ଆଜି ଟି-୨୦ରେ ଭାରତର ସର୍ବାଧିକ ୱିକେଟ୍ ନେଇଥିଲେ ବୋଲର ହୋଇଯାଇଛନ୍ତି।