Keshav Maharaj: ପ୍ରଭୁ ଶ୍ରୀରାମଙ୍କ ଦର୍ଶନ କରିବାକୁ ଚାହୁଁଛନ୍ତି ବିଦେଶୀ କ୍ରିକେଟର୍
Advertisement
Article Detail0/zeeodisha/odisha2104318

Keshav Maharaj: ପ୍ରଭୁ ଶ୍ରୀରାମଙ୍କ ଦର୍ଶନ କରିବାକୁ ଚାହୁଁଛନ୍ତି ବିଦେଶୀ କ୍ରିକେଟର୍

Ayodhya ram mandir: ଦକ୍ଷିଣ ଆଫ୍ରିକାର ସ୍ପିନ୍ ବୋଲର କେଶବ ମହାରାଜ ଅଯୋଧ୍ୟାରେ ପହଞ୍ଚି ପ୍ରଭୁ ଶ୍ରୀରାମଙ୍କ ଦର୍ଶନ କରିବାକୁ ଇଚ୍ଛା କରିଛନ୍ତି।

Keshav Maharaj: ପ୍ରଭୁ ଶ୍ରୀରାମଙ୍କ ଦର୍ଶନ କରିବାକୁ ଚାହୁଁଛନ୍ତି ବିଦେଶୀ କ୍ରିକେଟର୍

Keshav Maharaj: ଦକ୍ଷିଣ ଆଫ୍ରିକାର ଭେଟେରାନ ସ୍ପିନର କେଶବ ମହାରାଜଙ୍କ ଡାହାଣ ହାତରେ ଲେଖାଯାଇଛି 'ଓଁ ନମୋଃ ଶିବାୟ' । ସେ ଧର୍ମ ଏବଂ ଆଧ୍ୟାତ୍ମିକତାକୁ ଖୁବ୍ ବିଶ୍ୱାସ କରନ୍ତି । ସେ ଖୁବ ଶୀଘ୍ର ଅଯୋଧ୍ୟା ଆସିବାକୁ ଇଚ୍ଛା ପ୍ରକାଶ କରିଛନ୍ତି । ସବୁବେଳେ କ୍ରିକେଟ୍ ପଡିଆରେ ନିଜର ଶତ ପ୍ରତିଶତ ଦେଉଥିବା କେଶବ କେବଳ ଖେଳରେ ନୁହେଁ ବରଂ ବ୍ୟକ୍ତିତ୍ୱ ହିସାବରେ ଖୁବ୍ ଭଲ ବୋଲି ଚର୍ଚ୍ଚା ହୋଇଥାଏ । ସେ ଯେତେବେଳେ ପଡ଼ିଆକୁ ଓହ୍ଲାନ୍ତି ସେତେବେଳେ ପ୍ରଥମେ 'ରାମ ସିଆରାମ' କହି ଖେଳ ଆରମ୍ଭ କରିଥାନ୍ତି ବୋଲି ଅନେକ କ୍ରିକେଟପ୍ରେମୀ ଜାଣିଛନ୍ତି ।

ପ୍ରଭୁ ଶ୍ରୀରାମଙ୍କ ଜଣେ ଭକ୍ତ
ଘରୋଇ ଗ୍ରାଉଣ୍ଡରେ ଭାରତ ବିପକ୍ଷରେ ଟେଷ୍ଟ ସିରିଜ ଖେଳାଯାଉଥିବା ସମୟରେ ପଡ଼ିଆକୁ ୱହ୍ଲାଇ ସର୍ବପ୍ରଥମେ 'ରାମ ସିଆରାମ' କହିଥିଲେ କେଶବ । ଉକ୍ତ ଭିଡିଓଟି ଖୁବ୍ ଭାଇରାଲ ମଧ୍ୟ ହୋଇଥିଲା। କେଶବଙ୍କ ପୂର୍ବ ପିଢୀ ଥିଲେ ଭାରତୀୟ ସେଥିପାଇଁ କେଶବଙ୍କ ମନରେ ଖୁବ୍ ଧାର୍ମିକ ଭାବନା ଥିବା କୁହାଯାଏ । କେଶବ ଏକଥା କହିଛନ୍ତି ଯେ, ମୁଁ ବହୁତ ଧାର୍ମିକ ଏବଂ ଆଧ୍ୟାତ୍ମିକ ଭାବନା ଥିବା ପରିବାରରୁ ଆସିଛି । ଧର୍ମ ଏବଂ ଆଧ୍ୟାତ୍ମିକତାକୁ ମୋ ଉପରେ ଲଦାଯାଇନଥିଲା ବରଂ ମୁଁ ନିଜେ ଏହାକୁ ଅନୁଭବ କରିଛି । ମୋର ଏଥିପ୍ରତି ଯଥେଷ୍ଟ ବିଶ୍ୱାସ ରହିଛି ।

କେଶବଙ୍କ ଜେଜେବାପା ଉତ୍ତରପ୍ରଦେଶର ସୁଲତାନପୁରରୁ ଡର୍ବାନକୁ ଶ୍ରମିକ ଭାବରେ କାମ କରିବାକୁ ଆସିଥିଲେ।  ୧୮୭୪ ମସିହା ପରଠୁ ସେ ସେଠାରେ ରହୁଥିଲେ । କେଶବ କହିଛନ୍ତି ଯେ, 'ମୁଁ ଘରେ ସମସ୍ତ ହିନ୍ଦୁ ପର୍ବ ପାଳନ କରିଥାଏ ଏବଂ ଜୀବନରେ କିଛି ବିଶ୍ୱାସ ରହିବା ନିହାତି ଆବଶ୍ୟକ ବୋଲି ମୁଁ ସମସ୍ତଙ୍କୁ ବାର୍ତ୍ତା ଦେଇଥାଏ। । ଜାନୁଆରୀ ୨୨ ତାରିଖରେ ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ଦିନ ଖୁବ୍ ଉତ୍ସାହିତ ଥିଲେ କେଶବ । ସେ ଏ ସମ୍ପର୍କରେ ନିଜ ସୋସିଆଲ ମିଡିଆରେ ମଧ୍ୟ ପୋଷ୍ଟ କରିଥିଲେ। ସେ କହିଥିଲେ ଯେ, 'ମୁଁ ପ୍ରଭୁ ରାମଙ୍କର ଜଣେ ଭକ୍ତ ଏବଂ ଏହି ପ୍ରାଣ ପ୍ରତିଷ୍ଠା ଉତ୍ସବ ମୋପାଇଁ ଖୁବ୍ ସ୍ୱତନ୍ତ୍ର ।

'ଅଯୋଧ୍ୟା ଯିବାକୁ ଇଚ୍ଛା'

କେଶବ ମହାରାଜ କହିଛନ୍ତି ଯେ, 'ଯେତେବେଳେ ବି ମୁଁ ଭାରତକୁ ଆସିବି ନିଶ୍ଚିତ ଭାବରେ ଅଯୋଧ୍ୟା ପରିଦର୍ଶନ କରି ପ୍ରଭୁ ଶ୍ରୀରାମଙ୍କ ଦର୍ଶନ କରିବି । ମୋର ଆଇପିଏଲ୍ ଖେଳିବାର ବିଶେଶ ଅଭିଜ୍ଞତା ନାହିଁ, କିନ୍ତୁ SA 20 ର ଅଭିଜ୍ଞତା ବହୁତ ଭଲ ହୋଇଛି । ଏଥିରେ ଯୁବ ଖେଳାଳିମାନେ ଏକ ଭଲ ସୁଯୋଗ ପାଇଛନ୍ତି । କେବଳ ସେତିକି ନୁହେଁ ଦର୍ଶକମାନେ ମଧ୍ୟ ଏକ ଭଲ ମ୍ୟାଚ୍ ଦେଖିବାକୁ ଯାଉଛନ୍ତି । ୱେଷ୍ଟଇଣ୍ଡିଜ ଏବଂ ଆମେରିକାରେ ଅନୁଷ୍ଠିତ ହେବାକୁ ଥିବା ଟି -20 ବିଶ୍ୱକପରେ ସ୍ପିନରଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ହେବ ବୋଲି ସେ ବିଶ୍ୱାସ କରନ୍ତି।

'ଡାହାଣ ହାତି ସ୍ପିନର ହେବା ସହଜ ନୁହେଁ'

ଭାରତରେ ଚାଲିଥିବା ODI ବିଶ୍ୱକପ୍‌ର ୯ ଟି ମ୍ୟାଚ୍‌ରେ ୧୪ ୱିକେଟ୍ ନେଇଥିବା ବୋଲର କେଶବଙ୍କ କହିବାନୁଯାୟୀ, ଯେ ବାମହାତୀ ସ୍ପିନର ହୋଇଥିବାରୁ ଏହି ଫର୍ମାଟରେ ଖେଳିବା ସହଜ ନୁହେଁ 'ଏଥିପାଇଁ ଜଣେ ଖେଳାଳି ଚାଲାଖ ହେବା ଆବଶ୍ୟକ। ଏଥିପାଇଁ ହୋମୱାର୍କ ପୂରା କରିବାକୁ ପଡିବ । କେଶବ ଜଣେ ବ୍ୟାଟ୍ସମ୍ୟାନ୍ ଭାବରେ ବର୍ତ୍ତମାନ ନିଜ ଖେଳ ଉପରେ ଅଧିକ ଧ୍ୟାନ ଦେଉଛନ୍ତି । ଜଣେ ଭଲ ଅଲରାଉଣ୍ଡର ଭୂମିକାରେ ନିଜକୁ ସେ ଦେଖିବାକୁ ଚାହାନ୍ତି । ସେ କହିଛନ୍ତି ଯେ, 'ମୁଁ ଜାଣେ ମୁଁ ଭଲ ବ୍ୟାଟିଂ କରିପାରିବି ସେଥିପାଇଁ ଏହା ଉପରେ ବର୍ତ୍ତମାନ କଠିନ ପରିଶ୍ରମ କରୁଛି ।

Also Read- ହଠାତ୍ ବିମାନର Emergency Gate ଖୋଲିଦେଲେ ଯାତ୍ରୀ, ଆଉ ତାପରେ...

Also Read- ହଠାତ୍ ବିମାନର Emergency Gate ଖୋଲିଦେଲେ ଯାତ୍ରୀ, ଆଉ ତାପରେ...