୨୦୨୪ରେ କିଏ ହେବେ ବିରୋଧୀ ଦଳର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ? ଅଖିଳେଶ ଯାଦବ କହିଲେ ଏହି ୩ ନେତାଙ୍କ ମଧ୍ୟରୁ ଜଣେ
Advertisement
Article Detail0/zeeodisha/odisha1312033

୨୦୨୪ରେ କିଏ ହେବେ ବିରୋଧୀ ଦଳର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ? ଅଖିଳେଶ ଯାଦବ କହିଲେ ଏହି ୩ ନେତାଙ୍କ ମଧ୍ୟରୁ ଜଣେ

2024 Opposition PM Candidate: ବିଗତ କିଛି ଦିନରୁ ବିହାର ମୁଖ୍ୟମନ୍ତ୍ରୀ (Bihar CM) ନୀତିଶ କୁମାର (Nitish Kumar) ଙ୍କ ନାମ ବିରୋଧୀ ଦଳର ପ୍ରଧାନମନ୍ତ୍ରୀ ପ୍ରାର୍ଥୀକୁ ନେଇ ଚର୍ଚ୍ଚା ଜୋର ଧରିଛି । ୨୦୧୭ରେ ନୀତିଶ କୁମାରଙ୍କ ମେଣ୍ଟ ବଦଳ  ରାଜନୀତିକୁ ନେଇ ଅଖିଳେଶ ଯାଦବ ତୀବ୍ର ସମାଲୋଚନା କରିଥିଲେ ।

୨୦୨୪ରେ କିଏ ହେବେ ବିରୋଧୀ ଦଳର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ? ଅଖିଳେଶ ଯାଦବ କହିଲେ ଏହି ୩ ନେତାଙ୍କ ମଧ୍ୟରୁ ଜଣେ

ନୂଆଦିଲ୍ଲୀ: 2024 Opposition PM Candidate: ପାଖେଇ ଆସୁଛି ୨୦୨୪ ଲୋକସଭା ନିର୍ବାଚନ (Lok Sabha Election 2024) । ଏହା ପୂର୍ବରୁ ବିରୋଧୀ ଦଳ ତରଫରୁ କିଏ  ପ୍ରଧାନମନ୍ତ୍ରୀ ପଦର ପ୍ରାର୍ଥୀ ହେବେ, ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇସାରିଛି । ଏହି କ୍ରମରେ ସମାଜବାଦୀ ପାର୍ଟି (Samajwadi Party) ମୁଖିଆ ଅଖିଳେଶ ଯାଦବ (Akhilesh Yadav) ୨୦୨୪ରେ ପ୍ରଧାନମନ୍ତ୍ରୀ ପଦ ପାଇଁ ତାଙ୍କ ପସନ୍ଦର ତିନି ଜଣ ପ୍ରାର୍ଥୀଙ୍କୁ ମନୋନୀତ କରିଛନ୍ତି । ନିଜକୁ ଏହି ରେସରୁ ଦୂରେଇ ରଖି ପୂର୍ବତନ ୟୁପି ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ନିଜ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବାର କଳ୍ପନାଜଳ୍ପନା ଉପରେ ବିରାମ ଲଗାଇଛନ୍ତି । ତାଙ୍କ କହିବାନୁସାରେ, ବର୍ତ୍ତମାନ ତାଙ୍କର ଧ୍ୟାନ ତାଙ୍କ ଗୃହ ରାଜ୍ୟ ଉତ୍ତରପ୍ରଦେଶ ଉପରେ ରହିବ । ଅଖିଳେଶ ଯାଦବ ୨୦୨୪ରେ ପ୍ରଧାନମନ୍ତ୍ରୀ ପଦ ପାଇଁ ତିନିଜଣ ବିରୋଧୀ ନେତାଙ୍କ ନାମ କହିଛନ୍ତି । ଏହି ନାମରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ (West Bengal CM) ମମତା ବାନାର୍ଜୀ (Mamata Banerjee), ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ (Telangana CM) କେ ଚନ୍ଦ୍ରଶେଖର ରାଓ (K Chandrashekhar Rao) ଏବଂ ଏନସିପି ମୁଖିଆ (NCP Chief) ଶରଦ ପାୱାର (Sharad Pawar) ପ୍ରଧାନମନ୍ତ୍ରୀ ପ୍ରାର୍ଥୀ (PM Candidate 2024) ହୋଇପାରନ୍ତି ।

ବିଗତ କିଛି ଦିନରୁ ବିହାର ମୁଖ୍ୟମନ୍ତ୍ରୀ (Bihar CM) ନୀତିଶ କୁମାର (Nitish Kumar) ଙ୍କ ନାମ ବିରୋଧୀ ଦଳର ପ୍ରଧାନମନ୍ତ୍ରୀ ପ୍ରାର୍ଥୀକୁ ନେଇ ଚର୍ଚ୍ଚା ଜୋର ଧରିଛି । ୨୦୧୭ରେ ନୀତିଶ କୁମାରଙ୍କ ମେଣ୍ଟ ବଦଳ  ରାଜନୀତିକୁ ନେଇ ଅଖିଳେଶ ଯାଦବ ତୀବ୍ର ସମାଲୋଚନା କରିଥିଲେ । ତେବେ ନୀତିଶ ପୁନର୍ବାର ମେଣ୍ଟ ପରିବର୍ତ୍ତନ କରି ଆରଜେଡି ଓ କଂଗ୍ରେସ ସହ ମେଣ୍ଟ କରିଛନ୍ତି । ଫଳରେ ସେ ପୁନର୍ବାର ବିରୋଧୀ ଦଳର ଏକ ଅଂଶ ହୋଇଛନ୍ତି ।

ଏହା ବି ପଢ଼ନ୍ତୁ:-ମାଗଣା ରାସନ ନେଉଥିବା ଲୋକଙ୍କ ପାଇଁ ବଡ଼ ଖବର, ଯଦି ୩ ମାସ ପର୍ଯ୍ୟନ୍ତ କରିନାହାଁନ୍ତି ଏହି କାମ ତ ବାତିଲ ହେବ କାର୍ଡ

ଏହା ବି ପଢ଼ନ୍ତୁ:-ଡିସେମ୍ବର ସୁଦ୍ଧା ଭାଙ୍ଗି ଯିବ ମମତା ସରକାର! ଜାଣନ୍ତୁ ମହାରାଷ୍ଟ୍ର ପରି ଖେଳ କରିବାକୁ ବିଜେପିକୁ କେତେ ବିଧାୟକଙ୍କ ରହିଛି ଆବଶକତା...

ଏହା ବି ପଢ଼ନ୍ତୁ:-କେନ୍ଦ୍ର କର୍ମଚାରୀଙ୍କ ପାଇଁ ବହୁତ ବଡ଼ ଖୁସି ଖବର, ପୁଣି ବଢ଼ିବ ମହଙ୍ଗା ଭତ୍ତା! ଜାଣନ୍ତୁ ଏଥର କେତେ ହେବ ବୃଦ୍ଧି

ଅନ୍ୟପକ୍ଷରେ, କଂଗ୍ରେସ (Congress) ଲଗାତର କହି ଆସୁଛି ଯେ ଦଳର ପୂର୍ବତନ ଅଧ୍ୟକ୍ଷ ତଥା କେରଳର ୱାୟନାଡରୁ ସାଂସଦ ରାହୁଲ ଗାନ୍ଧୀ (Rahul Gandhi) ଙ୍କ ନେତୃତ୍ୱରେ ୨୦୨୪ ଲୋକସଭା ନିର୍ବାଚନ ଲଢ଼ାଯିବ । ଏଭଳି ପରିସ୍ଥିତିରେ ଆରଜେଡି କଂଗ୍ରେସର ହାତ ଛାଡିବ ନାହିଁ । ନୀତିଶ କୁମାର ସେତେବେଳେ ହିଁ ବିରୋଧୀ ଦଳର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହୋଇପାରିବେ, ଯେତେବେଳେ ରାହୁଲ ଗାନ୍ଧୀ ଏହି ରେସରୁ ନିଜକୁ ଦୂରେଇ ରଖିବେ । ଯଦି ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ରେସରୁ ନିଜ ନାମ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନିଅନ୍ତି, ତେବେ ଦେଖିବାକୁ ବାକି ରହିଲା, ଶରଦ ପାୱାର, କେସିଆର ଏବଂ ମମତା ବାନାର୍ଜୀଙ୍କ ମଧ୍ୟରୁ କେଉଁ ପୁରୁଣା ଦଳ ପାଇଁ ଗ୍ରହଣୀୟ ହେବ । କଂଗ୍ରେସର ସହମତି ବିନା କୌଣସି ପ୍ରାର୍ଥୀ ୨୦୨୪ରେ ବିଜେପି (BJP) ବିରୋଧରେ ଏକ ଶକ୍ତିଶାଳୀ ଅସ୍ତ୍ର ହୋଇପାରିବେ ନାହିଁ ।