ବିଧାନସଭାରେ ପୂର୍ବ ସରକାରକୁ ଘେରିଲେ ମନ୍ତ୍ରୀ, ବିଜେଡି ନେତାଙ୍କ ଜରିଆରେ ବହୁ ଧନୀ ଲୋକ ହାତେଇଛନ୍ତି ରାସନ କାର୍ଡ: ଯୋଗାଣ ମନ୍ତ୍ରୀ
Advertisement
Article Detail0/zeeodisha/odisha2361622

ବିଧାନସଭାରେ ପୂର୍ବ ସରକାରକୁ ଘେରିଲେ ମନ୍ତ୍ରୀ, ବିଜେଡି ନେତାଙ୍କ ଜରିଆରେ ବହୁ ଧନୀ ଲୋକ ହାତେଇଛନ୍ତି ରାସନ କାର୍ଡ: ଯୋଗାଣ ମନ୍ତ୍ରୀ

Odisha Assembly: ଏବେ କୌଣସି ଗରିବ ଲୋକଙ୍କର ରାସନ କାର୍ଡ କଟାଯାଉନାହିଁ। କିମ୍ବା ଗରିବଙ୍କ ରାସନ କାର୍ଡ କଟାଯିବାର ସମ୍ଭାବନା ବି ନାହିଁ। ଯେଉଁ ପରିବାରର ବାପପୁଅ ଅଲଗା ରହୁଥିବେ ଉଭୟଙ୍କୁ ରାସନକାର୍ଡ ଦେବାର ବ୍ୟବସ୍ଥା କରାଯିବ।

ବିଧାନସଭାରେ ପୂର୍ବ ସରକାରକୁ ଘେରିଲେ ମନ୍ତ୍ରୀ, ବିଜେଡି ନେତାଙ୍କ ଜରିଆରେ ବହୁ ଧନୀ ଲୋକ ହାତେଇଛନ୍ତି ରାସନ କାର୍ଡ: ଯୋଗାଣ ମନ୍ତ୍ରୀ

ଭୁବନେଶ୍ବର: ଆଜି ବିଧାନସଭାର ସପ୍ତମ ଦିନ। ଆଜି ରାଜ୍ୟର ବିଭିନ୍ନ ଜିଲ୍ଲାରେ କୃଷି ବ୍ୟବସ୍ଥାର ବିଭିନ୍ନ ପ୍ରସଙ୍ଗକୁ ନେଇ ବିରୋଧୀ ବିଧାୟକ ପ୍ରଶ୍ନ କରୁଥିବା ଦେଖିବାକୁ ମିଳିଛି। ଏହାରି ମଧ୍ୟରେ ପୁଣି ବିଧାନସଭାରେ ପୂର୍ବ ସରକାରକୁ ଘେରିଲେ ମନ୍ତ୍ରୀ। ବିଜେଡି ନେତାଙ୍କ ଜରିଆରେ ଧନୀ ଲୋକ ହାତେଇଛନ୍ତି ରାସନ କାର୍ଡ। ବିଧାନସଭାରେ ଏପରି ଏକ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର।

ମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟରେ ଏବେ ସୁଦ୍ଧା ୧୬ ଲକ୍ଷ ୨୭ ହଜାର ୯୩୨ ଭୂତ ରାସନ କାର୍ଡଧାରୀଙ୍କୁ ଚିହ୍ନଟ କରାଯାଇଛି। ସରକାର ଏବେ ଆଧାରଭିତ୍ତିକ ଇ-କେୱାଇସି ଲାଗୁ କରିଛନ୍ତି। ଯାହାଫଳରେ ଅଯୋଗ୍ୟ ହିତାଧୀକାରୀଙ୍କ ନାଁ ଆପେ ଆପେ ବାଦ ପଡ଼ିଯିବ। ମୃତକଙ୍କ ନାଁ ମଧ୍ୟ ତାଲିକାରୁ ବାଦ ଦିଆଯାଉଛି। ଏବେ ଯେଉଁମାନେ ଆବେଦନ କରିଛନ୍ତି ତାହାର ଯାଞ୍ଚ କରାଯାଇ ରାସନ କାର୍ଡ ଦିଆଯିବାର ବ୍ୟବସ୍ଥା କରାଯାଉଛି। କୋରାପୁଟ ଭଳି ଉପାନ୍ତ ଅଞ୍ଚଳରେ ଯେଉଁଠି ଲୋକେ ଦୂରକୁ ଯାଇ ଚାଉଳ ଆଣୁଛନ୍ତି, ସେଠାରେ ହିତାଧିକାରୀମାନଙ୍କୁ ଘରକୁ ଘର ଯାଇ ଚାଉଳ ଦେବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ମନ୍ତ୍ରୀ କହିଛନ୍ତି। 

ଆହୁରି କହିଛନ୍ତି ଯେ, ଏବେ ଆମ ସରକାର ଧନୀ ଲୋକଙ୍କୁ ଚିହ୍ନଟ କରି ରାସନକାର୍ଡରୁ ବାଦ ଦେଉଛନ୍ତି। ଭୂତ ଓ ଅଯୋଗ୍ୟ ହିତାଧିକାରୀଙ୍କ ମଧ୍ୟ ରାସନକାର୍ଡରୁ ବାଦ ଦିଆଯାଉଛି। ଏବେ କୌଣସି ଗରିବ ଲୋକଙ୍କର ରାସନ କାର୍ଡ କଟାଯାଉନାହିଁ। କିମ୍ବା ଗରିବଙ୍କ ରାସନ କାର୍ଡ କଟାଯିବାର ସମ୍ଭାବନା ବି ନାହିଁ। ଯେଉଁ ପରିବାରର ବାପପୁଅ ଅଲଗା ରହୁଥିବେ ଉଭୟଙ୍କୁ ରାସନକାର୍ଡ ଦେବାର ବ୍ୟବସ୍ଥା କରାଯିବ।

ସେହିପରି ଆହୁରି କହିଛନ୍ତି, ବିଜେଡି ସରକାର ସମୟରେ ରାସନ ଡିଲର ସବୁ ଖାଇ ଖୋଳ କରିଦେଇଛନ୍ତି। ନିର୍ବାଚନ ବେଳେ ସେଇମାନେ ବିଜେଡି ପାଇଁ ଟଙ୍କା ବାଣ୍ଟୁ ଥିଲେ। ଯଦି ବର୍ତ୍ତମାନ ସେମିତି କେହି ଦୁର୍ନୀତି କରନ୍ତି ସେମାନଙ୍କ ବିରୁଦ୍ଧରେ ହେବ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ମନ୍ତ୍ରୀ।