ଶରଦ ପାୱାର ଓ ଏକନାଥଙ୍କ ମଧ୍ୟରେ ହୋଇଥିଲା ସାକ୍ଷାତ? ଜାଣନ୍ତୁ କ'ଣ କହିଲେ ମୁଖ୍ୟମନ୍ତ୍ରୀ ସିନ୍ଦେ
Advertisement
Article Detail0/zeeodisha/odisha1247431

ଶରଦ ପାୱାର ଓ ଏକନାଥଙ୍କ ମଧ୍ୟରେ ହୋଇଥିଲା ସାକ୍ଷାତ? ଜାଣନ୍ତୁ କ'ଣ କହିଲେ ମୁଖ୍ୟମନ୍ତ୍ରୀ ସିନ୍ଦେ

Maharashtra politics: ପାୱାର ଏହା ମଧ୍ୟ କହିଛନ୍ତି ଯେ, ସିନ୍ଦେଙ୍କୁ ସମର୍ଥନ କରୁଥିବା ଅନେକ ବିଦ୍ରୋହୀ ବିଧାୟକ ସାମ୍ପ୍ରତିକ ପରିସ୍ଥିତିରେ ଖୁସି ନୁହଁନ୍ତି । ବିଭାଗଗୁଡ଼ିକର ବଣ୍ଟନ ପରେ ଅସନ୍ତୋଷ ସାମ୍ନାକୁ ଆସିବ । ଯାହା ସରକାରଙ୍କ ପତନ ହେବ । 

ଶରଦ ପାୱାର ଓ ଏକନାଥଙ୍କ ମଧ୍ୟରେ ହୋଇଥିଲା ସାକ୍ଷାତ? ଜାଣନ୍ତୁ କ'ଣ କହିଲେ ମୁଖ୍ୟମନ୍ତ୍ରୀ ସିନ୍ଦେ

ମୁମ୍ୱାଇ: Maharashtra politics: ମହାରାଷ୍ଟ୍ରର ରାଜନୀତିରୁ ପ୍ରତିଦିନ ନୂଆ ନୂଆ ଖବର ସବୁ ସାମ୍ନାକୁ ଆସୁଛି । ଏହି କ୍ରମରେ ବିଗତ ଦିନରେ ଏନସିପି ମୁଖ୍ୟ ଶରଦ ପାୱାର (Sharad Pawar) ଓ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ (Eknath Shinde) ଙ୍କ ମଧ୍ୟରେ ସାକ୍ଷାତ ହୋଇଛି ବୋଲି ଚର୍ଚ୍ଚା ଜୋର ଧରିଥିଲା । ଯାହା ଉପରେ ବର୍ତ୍ତମାନ ଏକନାଥ ସିନ୍ଦେ ସ୍ପଷ୍ଟୋକ୍ତି ଦେଇଛନ୍ତି । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ସିନ୍ଦେ କହିଛନ୍ତି ଯେ, ଗୁଜବ ପ୍ରଚାରିତ ହେଉଛି କି ମୁଁ ଗୋଟିଏ ଦିନ ପୂର୍ବେ ଜାତୀୟତାବାଦୀ କଂଗ୍ରେସ ପାର୍ଟି (NCP) ଅଧ୍ୟକ୍ଷ ଶରଦ ପାୱାରଙ୍କୁ ଭେଟିଛି । ସିନ୍ଦେ ଟ୍ୱିଟ୍ କରି କହିଛନ୍ତି ଯେ, "ଏନସିପି ମୁଖ୍ୟ ଶରଦ ପାୱାରଙ୍କ ସହ ମୋର ଫଟୋ ଭାଇରାଲ ହେଉଛି । ସେପରି କୌଣସି ସାକ୍ଷାତ ହୋଇ ନଥିଲା । ଦୟାକରି ଗୁଜବ ଉପରେ ବିଶ୍ୱାସ କରନ୍ତୁ ନାହିଁ ।"

ଗତ ସପ୍ତାହରେ ୩୯ ଶିବସେନା ବିଧାୟକଙ୍କ ସହ ଦଳର ନେତୃତ୍ୱ ବିରୁଦ୍ଧରେ ଏକନାଥ ସିନ୍ଦେଙ୍କ ବିଦ୍ରୋହ ଯୋଗୁଁ ଉଦ୍ଧବ ଠାକରେଙ୍କ ନେତୃତ୍ୱାଧୀନ ମହା ବିକାଶ ଅଘାଡ଼ି (MVA) ସରକାର ଭାଙ୍ଗି ଯାଇଥିଲେ । ଏନସିପି ବ୍ୟତୀତ କଂଗ୍ରେସ MVA ସରକାରରେ ସାମିଲ ଥିଲା । ଜୁନ ୩୦ରେ ସିନ୍ଦେ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ ଓ ବିଜେପି ନେତା ଦେବେନ୍ଦ୍ର ଫଡନାଭିସ୍ ଉପମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ ।

ସେପଟେ ବିଗତ ଦିନରେ ସିନ୍ଦେ ସରକାରଙ୍କ ଭବିଷ୍ୟତକୁ ନେଇ ଶରଦ ପାୱାର ଏକ ବଡ଼ ବୟାନ ଦେଇଥିଲେ । ସେ କହିଥିଲେ ଯେ, ମହାରାଷ୍ଟ୍ରରେ ମଧ୍ୟାବଧି କାଳୀନ ନିର୍ବାଚନର ସମସ୍ତ ସମ୍ଭାବନା ଅଛି । ଶିବସେନାର ବିଦ୍ରୋହୀ ନେତା ଏକନାଥ ସିନ୍ଦେଙ୍କ ନେତୃତ୍ୱରେ ଗଠନ ହୋଇଥିବା ସରକାର ପାଞ୍ଚରୁ ୬ ମାସରେ ଭାଙ୍ଗି ପାରେ । କୁହାଯାଉଛି ଯେ ଏନସିପି ବିଧାୟକ ତଥା ଦଳର ନେତାମାନଙ୍କୁ ସମ୍ବୋଧିତ କରିବାବେଳେ ଶରଦ ପାୱାର ଏସବୁ କହିଛନ୍ତି । ଶରଦ ପାୱାରଙ୍କ ସମ୍ୱୋଧନରେ ସାମିଲ ଜଣେ ନେତା କହିଛନ୍ତି ଯେ, ମହାରାଷ୍ଟ୍ରରେ ନୂତନ ଭାବେ ଗଠିତ ସରକାର ଆଗାମୀ ୫ରୁ ୬ ମାସ ମଧ୍ୟରେ ଭାଙ୍ଗି ପାରେ, ଯେଉଁଥିପାଇଁ ଆମେ ସମସ୍ତ ବିଧାୟକ ଓ ନେତାମାନଙ୍କୁ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ପାଇଁ ପ୍ରସ୍ତୁତ ହେବାକୁ କହିଛୁ ।

ଏହା ବି ପଢ଼ନ୍ତୁ:-ସିନ୍ଦେ ଗୋଷ୍ଠୀର ଏହି ପଦକ୍ଷପ ଉଦ୍ଧବ ଠାକରେଙ୍କ ବଢ଼ାଇଲା ଟେନସନ୍, ହାତରୁ ଯିବ ଶିବସେନା!

ଏହା ବି ପଢ଼ନ୍ତୁ:-ଫ୍ରି ରାସନକୁ ନେଇ ଆସିଲା ବଡ଼ ଖବର, କେନ୍ଦ୍ର ସରକାର ବନ୍ଦ କରିବାକୁ ଯାଉଛନ୍ତି ମାଗଣା ଯୋଜନା!

ଏହା ବି ପଢ଼ନ୍ତୁ:-'ଅଗ୍ନିପଥରୁ ସୃଷ୍ଟି ହେବ ଆତଙ୍କବାଦୀ'

 

ପାୱାର ଏହା ମଧ୍ୟ କହିଛନ୍ତି ଯେ, ସିନ୍ଦେଙ୍କୁ ସମର୍ଥନ କରୁଥିବା ଅନେକ ବିଦ୍ରୋହୀ ବିଧାୟକ ସାମ୍ପ୍ରତିକ ପରିସ୍ଥିତିରେ ଖୁସି ନୁହଁନ୍ତି । ବିଭାଗଗୁଡ଼ିକର ବଣ୍ଟନ ପରେ ଅସନ୍ତୋଷ ସାମ୍ନାକୁ ଆସିବ । ଯାହା ସରକାରଙ୍କ ପତନ ହେବ । 

ସୂଚନାଯୋଗ୍ୟ, ମହାରାଷ୍ଟ୍ର ବିଧାନସଭାରେ ଏକନାଥ ସିନ୍ଦେ ଆସ୍ଥା ଭୋଟରେ ବିଜୟ ହାସଲ କରିଛନ୍ତି । ବିଧାନସଭାରେ ୧୬୪ ଜଣ ବିଧାୟକ ସିନ୍ଦେ ସରକାରଙ୍କୁ ସମର୍ଥନ କରିଛନ୍ତି । ବାଚସ୍ପତିଙ୍କ ଭୋଟ୍ ଗଣନା କରାଯାଇ ନଥିଲା, ନଚେତ୍ ଏହି ଭୋଟ୍ ୧୬୫ ହୋଇଥାନ୍ତା । ସେପଟେ ବିରୋଧୀ ସପକ୍ଷରେ ୯୯ ଭୋଟ ପଡ଼ିଛି । ଏହା ବ୍ୟତୀତ ମହାବିକାଶ ଅଘାଡ଼ିର ୮ ବିଧାୟକ ଭୋଟିଂ ସମୟରେ ଅନୁପସ୍ଥିତ ଥିଲେ ।