୨୦୨୪ରେ ମୋଦିଙ୍କ ବିପକ୍ଷରେ ବିରୋଧୀ ଦଳ ତରଫରୁ କିଏ ହେବେ ଅଧିକ ମଜବୁତ ପ୍ରାର୍ଥୀ, ସର୍ଭେରେ ହେଲା ବଡ଼ ଖୁଲାସା
Advertisement
Article Detail0/zeeodisha/odisha1358016

୨୦୨୪ରେ ମୋଦିଙ୍କ ବିପକ୍ଷରେ ବିରୋଧୀ ଦଳ ତରଫରୁ କିଏ ହେବେ ଅଧିକ ମଜବୁତ ପ୍ରାର୍ଥୀ, ସର୍ଭେରେ ହେଲା ବଡ଼ ଖୁଲାସା

Lok Sabha Elections 2024: ଏହି ସର୍ଭେରେ ପ୍ରଶ୍ନ ପଚରାଯାଇଥିଲା ଯେ, ୨୦୨୪ରେ ବିରୋଧୀ ଦଳ ତରଫରୁ ପ୍ରଧାନମନ୍ତ୍ରୀ ପଦ ପାଇଁ କେଉଁ ନାମ ଉପରେ ସହମତ ହୋଇପାରେ? ଏହି ପ୍ରଶ୍ନର ଉତ୍ତରରେ ଏକ ଆଶ୍ଚର୍ଯ୍ୟଜନକ କଥା ସାମ୍ନାକୁ ଆସିଛି ।

୨୦୨୪ରେ ମୋଦିଙ୍କ ବିପକ୍ଷରେ ବିରୋଧୀ ଦଳ ତରଫରୁ କିଏ ହେବେ ଅଧିକ ମଜବୁତ ପ୍ରାର୍ଥୀ, ସର୍ଭେରେ ହେଲା ବଡ଼ ଖୁଲାସା

ନୂଆଦିଲ୍ଲୀ: Lok Sabha Elections 2024: ୨୦୨୪ ଲୋକସଭା ନିର୍ବାଚନ ପାଇଁ ଏବେବି ସମୟ ବାକି ରହିଛି । କିନ୍ତୁ ଭାରତୀୟ ଜନତା ପାର୍ଟି, କଂଗ୍ରେସ ସମେତ ସମସ୍ତ ରାଜନୈତିକ ଆଗାମୀ ଲୋକସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଜୋରଦାର କରିଦେଇଛନ୍ତି । ଗୋଟିଏ ପଟେ ବିଜେପି ନିଜର ଆସନ ସଂଖ୍ୟା ବଢ଼ାଇବା ପାଇଁ ରଣନୀତି ପ୍ରସ୍ତୁତିରେ ଲାଗିଛି ତ ଅନ୍ୟପଟେ ବିରୋଧୀ ଦଳଗୁଡ଼ିକ ଏକଜୁଟ ହୋଇ ନିର୍ବାଚନୀ ମୈଦାନକୁ ଓହ୍ଲାଇବା ପାଇଁ ଯୋଜନା କରୁଛନ୍ତି । ଏହି କ୍ରମରେ ବିଗତ ଦିନରେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ବିରୋଧୀ ଦଳଗୁଡ଼ିକ ଏକଜୁଟ କରିବାକୁ ପ୍ରୟାସ କରୁଥିବାର ନିଜରକୁ ଆସିଥିଲେ । ଏହି ସମୟରେ କଂଗ୍ରେସ ମଧ୍ୟ ଭାରତ ଯୋଡ଼ ଯାତ୍ରା ଆରମ୍ଭ କରିଛନ୍ତି । ଏଭଳି ରାଜନୈତିକ ପରିବେଶରେ ଏକ ଘରୋଇ ନ୍ୟୁଜ୍ ଚ୍ୟାନେଲ୍ ବର୍ତ୍ତମାନ ସମୟରେ ଦେଶର ମୁଡ୍ ଜାଣିବାକୁ ପ୍ରୟାସ କରିଥିଲା । ସି ଭୋଟର ଏବିପି ନ୍ୟୁଜ୍ ଏହି ସର୍ଭେ କରିଛି ।
 
ଏହି ସର୍ଭେରେ ପ୍ରଶ୍ନ ପଚରାଯାଇଥିଲା ଯେ, ୨୦୨୪ରେ ବିରୋଧୀ ଦଳ ତରଫରୁ ପ୍ରଧାନମନ୍ତ୍ରୀ ପଦ ପାଇଁ କେଉଁ ନାମ ଉପରେ ସହମତ ହୋଇପାରେ? ଏହି ପ୍ରଶ୍ନର ଉତ୍ତରରେ ଏକ ଆଶ୍ଚର୍ଯ୍ୟଜନକ କଥା ସାମ୍ନାକୁ ଆସିଛି । ଏହି ସର୍ଭେରେ କଂଗ୍ରେସ ସାଂସଦ (Congress MP) ରାହୁଲ ଗାନ୍ଧୀ (Rahul Gandhi) ସର୍ବାଧିକ ଭୋଟ୍ ପାଇଛନ୍ତି । ଏହି ସର୍ଭେରେ ଆମ୍ ଆଦମୀ ପାର୍ଟି (AAP) ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ (Delhi CM) ଅରବିନ୍ଦ କେଜ୍ରିୱାଲ (Arvind Kejriwal) ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ଏଥି ସହିତ ବିରୋଧୀଙ୍କୁ ଏକଜୁଟ କରିବାକୁ ଚେଷ୍ଟା କରୁଥିବା ବିହାର ମୁଖ୍ୟମନ୍ତ୍ରୀ (Bihar CM) ନୀତିଶ କୁମାର (Nitish Kumar) ଏହି ସର୍ଭେରେ ତୃତୀୟ ସ୍ଥାନରେ ଅଛନ୍ତି ।

ଏହି ସର୍ଭେରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ (West Bengal CM) ମମତା ବାନାର୍ଜୀ (Mamata Banerjee) ଚତୁର୍ଥ ସ୍ଥାନରେ ରହିଛନ୍ତି, ତାଙ୍କୁ ୬ ପ୍ରତିଶତ ଭୋଟ୍ ମିଳିଛି । ତାଙ୍କ ପଛରେ ତେଲେଙ୍ଗାନା ସିଏମ (Telagana CM) କେସିଆର (KCR) ଅଛନ୍ତି, ଯାହାଙ୍କୁ ୨ ପ୍ରତିଶତ ଭୋଟ୍ ମିଳିଛି । ଏହି ସର୍ଭେରେ ୧୦ ପ୍ରତିଶତ ଲୋକ ଅନ୍ୟମାନଙ୍କୁ ବାଛିଛନ୍ତି । ଏହାସହ ୨୯ ପ୍ରତିଶତ ଲୋକ 'କୌଣସି ନାମରେ ସହମତି ନାହିଁ’ ସପକ୍ଷରେ ମତ ଦେଇଛନ୍ତି ।  

ଅଧିକ ପଢ଼ନ୍ତୁ:-ରେଲୱେ ବାତିଲ କଲା ପୁଣି ୨୫୧ ଟ୍ରେନ୍, ଓଡ଼ିଶାର ମଧ୍ୟ ରହିଛି ଅନେକ ଟ୍ରେନ; ଘରୁ ବାହାରିବା ପୂର୍ବରୁ ଦେଖି ନିଅନ୍ତୁ ପୂରା ଲିଷ୍ଟ୍

ଅଧିକ ପଢ଼ନ୍ତୁ:-ଓଡ଼ିଶାରେ ଏହି ଦିନରୁ ଆରମ୍ଭ ହେବ 'ଭାରତ ଯୋଡ଼ ଯାତ୍ରା', ଜାଣନ୍ତୁ କେଉଁ କେଉଁ ଜିଲ୍ଲା ଦେଇ ଗତି କରିବ ଏହି ପଦଯାତ୍ରା

ଅଧିକ ପଢ଼ନ୍ତୁ:-ନୀତିଶ, ମମତାଙ୍କ ସ୍ୱପ୍ନକୁ ଭାଙ୍ଗି ଚୂରମାର କରିବ କଂଗ୍ରେସ!

 

୨୦୨୪ରେ ବିରୋଧୀ ଦଳ ତରଫରୁ ପ୍ରଧାନମନ୍ତ୍ରୀ ପଦ ପାଇଁ କେଉଁ ନାମ ଉପରେ ସହମତ ହୋଇପାରେ?

୧. ରାହୁଲ ଗାନ୍ଧୀ- ୨୩ ପ୍ରତିଶତ
୨. ଅରବିନ୍ଦ କେଜ୍ରିୱାଲ- ୧୮ ପ୍ରତିଶତ
୩. ନୀତିଶ କୁମାର- ୧୨ ପ୍ରତିଶତ
୪. ମମତା ବାନାର୍ଜୀ- ୬ ପ୍ରତିଶତ
୫. କେସିଆର- ୨ ପ୍ରତିଶତ
୬. ଅନ୍ୟମାନେ- ୧୦ ପ୍ରତିଶତ
୭. କୌଣସି ନାମରେ ସହମତି ନୁହେଁ-୨୯ ପ୍ରତିଶତ