୨୦୨୪ରେ ପିଏମ ମୋଦିଙ୍କ ସାମ୍ନାରେ କିଏ ହେବେ ଚେହେରା? ବିରୋଧୀ ଏହି ଫର୍ମୂଲାରୁ କରିବେ ସ୍ଥିର
Advertisement
Article Detail0/zeeodisha/odisha1338306

୨୦୨୪ରେ ପିଏମ ମୋଦିଙ୍କ ସାମ୍ନାରେ କିଏ ହେବେ ଚେହେରା? ବିରୋଧୀ ଏହି ଫର୍ମୂଲାରୁ କରିବେ ସ୍ଥିର

Lok Sabha Elections 2024: ନିକଟ ଅତୀତରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ (West Bengal CM) ମମତା ବାନାର୍ଜୀ (Mamata Banerjee) ମଧ୍ୟ ଶରଦ ପାୱାର ଓ ଉଦ୍ଧବ ଠାକରେଙ୍କୁ ଏକ ଚିଠି ଲେଖି ବିରୋଧୀଙ୍କ ମିଳିତ ବୈଠକ ଡାକିବା କଥା କହିଛନ୍ତି । ସୂଚନାନୁସାରେ, ଏକ ସହମତି ଗଢ଼ିବାକୁ ଉଦ୍ୟମ କରାଯିବ । ଫର୍ମୂଲା ଏହା କରାଯାଉଛି ଯେ ଯେଉଁ ଦଳର ଅଧିକ ସାଂସଦ ରହିବ, ସେହି ଦଳର ପ୍ରଧାନମନ୍ତ୍ରୀ ହେବା ଉଚିତ ।

୨୦୨୪ରେ ପିଏମ ମୋଦିଙ୍କ ସାମ୍ନାରେ କିଏ ହେବେ ଚେହେରା? ବିରୋଧୀ ଏହି ଫର୍ମୂଲାରୁ କରିବେ ସ୍ଥିର

ନୂଆଦିଲ୍ଲୀ: Lok Sabha Elections 2024: ୨୦୨୪ ଲୋକସଭା ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (PM Narendra Modi) ଙ୍କୁ କିଏ ଦେବେ ଟକ୍କର, କିଏ କରିବେ ଏନଡିଏ (NDA) ର ସାମ୍ନା, କିଏ ହେବେ ବିରୋଧୀ ଦଳର ପ୍ରମୁଖ ଚେହେରା, ବିରୋଧୀ ଦଳଗୁଡ଼ିକ ଆଗରେ ଏହା ହେଉଛି ସବୁଠାରୁ ବଡ଼ ପ୍ରଶ୍ନ । ଏହି ସମସ୍ତ ପ୍ରଶ୍ନ ମଧ୍ୟରେ ଏହାର ସମାଧାନର ବାଟ ଖୋଜିବା ପାଇଁ ଏବେ ବିରୋଧୀ ଦଳର ବୈଠକ ମଧ୍ୟ ଆରମ୍ଭ ହୋଇସାରିଛି । ଏହା ଅନ୍ତର୍ଗତ ବିହାର ମୁଖ୍ୟମନ୍ତ୍ରୀ (Bihar CM) ନୀତିଶ କୁମାର (Nitish Kumar) ବିରୋଧୀ ଦଳଗୁଡ଼ିକର ନେତାମାନଙ୍କ ସହ ବୈଠକ କରିବା ଆରମ୍ଭ କରିଛନ୍ତି । ଗତକାଲି ଅର୍ଥାତ ସୋମବାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଦିଲ୍ଲୀ ପହଞ୍ଚିଛନ୍ତି । ସେ ଗତକାଲି କଂଗ୍ରେସ (Congress) ନେତା  ରାହୁଲ ଗାନ୍ଧୀ (Rahul Gandhi) ଙ୍କ ସହ ସାକ୍ଷାତ କରିଛନ୍ତି । ଏହି କ୍ରମରେ ସେ ସେପ୍ଟେମ୍ବର ୮ରେ ଦିଲ୍ଲୀରେ ଏନସିପି ମୁଖ୍ୟ (NCP Chief) ଶରଦ ପାୱାର ((Sharad Pawar) ଙ୍କୁ ଭେଟିବେ । 

ନିକଟ ଅତୀତରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ (West Bengal CM) ମମତା ବାନାର୍ଜୀ (Mamata Banerjee) ମଧ୍ୟ ଶରଦ ପାୱାର ଓ ଉଦ୍ଧବ ଠାକରେଙ୍କୁ ଏକ ଚିଠି ଲେଖି ବିରୋଧୀଙ୍କ ମିଳିତ ବୈଠକ ଡାକିବା କଥା କହିଛନ୍ତି । ସୂଚନାନୁସାରେ, ଏକ ସହମତି ଗଢ଼ିବାକୁ ଉଦ୍ୟମ କରାଯିବ । ଫର୍ମୂଲା ଏହା କରାଯାଉଛି ଯେ ଯେଉଁ ଦଳର ଅଧିକ ସାଂସଦ ରହିବ, ସେହି ଦଳର ପ୍ରଧାନମନ୍ତ୍ରୀ ହେବା ଉଚିତ ।

ଆପଣଙ୍କୁ କହି ରଖୁଛୁ ଯେ, ନିକଟ ଅତୀତରେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ (PM Candidate) କରିବା ପାଇଁ ଦାବି ବହୁତ ଜୋରସୋରରେ କରାଯାଉଥିଲା । ବିହାରରେ ଜେଡିୟୁର ସହଯୋଗୀ ପାର୍ଟନର ଆରଜେଡି ମଧ୍ୟ ଏହାକୁ ଖୋଲାଖୋଲି ସମର୍ଥନ କରିଛି । ପ୍ରଧାନମନ୍ତ୍ରୀଙ୍କ ପ୍ରାର୍ଥୀ ପାଇଁ ବିହାର ଉପମୁଖ୍ୟମନ୍ତ୍ରୀ ତଥା ଆରଜେଡି ନେତା ତେଜସ୍ୱୀ ଯାଦବ ମଧ୍ୟ ନୀତିଶ କୁମାରଙ୍କୁ ସମର୍ଥନ କରିଛନ୍ତି । ଏଥି ସହିତ ମମତା ବାନାର୍ଜୀ, ଶରଦ ପାୱାର, ଉଦ୍ଧବ ଠାକରେ, କେସିଆର, ଷ୍ଟାଲିନ ଏବଂ ଅରବିନ୍ଦ କେଜ୍ରିୱାଲଙ୍କ ପରି ବିରୋଧୀ ଦଳର ଅନେକ ନେତା ଅଛନ୍ତି ଯେଉଁମାନେ ପ୍ରଧାନମନ୍ତ୍ରୀ ପଦ ପାଇଁ ଦାବି କରିପାରନ୍ତି ।

ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ବିରୋଧୀ ଦଳଗୁଡ଼ିକ ମଧ୍ୟରୁ ଯେଉଁ ଦଳର ସର୍ବାଧିକ ସାଂସଦ ରହିବେ, ସେହି ଦଳର ପ୍ରଧାନମନ୍ତ୍ରୀ କରିବା ଉପରେ ସହମତି ହୋଇପାରେ । ବିହାରରେ ୪୦ଟି ଲୋକସଭା ଆସନ ଥିବାବେଳେ ଶରଦ ପାୱାର ଯେଉଁ ରାଜ୍ୟରୁ ଆସନ୍ତି ମହାରାଷ୍ଟ୍ରରେ ୪୮ଟି ଲୋକସଭା ଆସନ ରହିଛି । ଏହା ବ୍ୟତୀତ ଦିଦିଙ୍କ ଗଡ଼ ପଶ୍ଚିମବଙ୍ଗରେ ୪୨ଟି ଲୋକସଭା ଆସନ ଅଛି ।

ଏହା ବି ପଢ଼ନ୍ତୁ:-ମିଶନ୍ ୨୦୨୪: ବିଜେପିକୁ ମାତ୍ ଦେବା ପାଇଁ ଜେଡିୟୁର ମାଷ୍ଟର ପ୍ଲାନ, ବିରୋଧୀଙ୍କୁ ଏକଜୁଟ କରିବେ ନୀତିଶ କୁମାର; କିନ୍ତୁ ପ୍ରଧାନମନ୍ତ୍ରୀ ପଦ...

ଏହା ବି ପଢ଼ନ୍ତୁ:-ଏହି ନେତାଙ୍କ ବଡ଼ ପ୍ରତିଶୃତି, ୨୦୨୪ରେ ଜିତିଲେ ସାରା ଦେଶର ଚାଷୀଙ୍କୁ ଦେବେ ମାଗଣା ବିଜୁଳି-ପାଣି

ଏହା ବି ପଢ଼ନ୍ତୁ:-୨ ମାସ ମଧ୍ୟରେ ସୁସ୍ମିତା ସେନ ଓ ଲଲିତ ମୋଦିଙ୍କ ସମ୍ପର୍କରେ ଫାଟ! ନେଲେ ଏହି ବଡ଼ ପଦକ୍ଷେପ

 

ଏହା ବ୍ୟତୀତ କଂଗ୍ରେସ (Congress) ରାହୁଲ ଗାନ୍ଧୀଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବରେ ଆଗକୁ କରିପାରନ୍ତି । ବର୍ତ୍ତମାନ ଏହା କହିବା ଟିକେ କଷ୍ଟସାଧ୍ୟ ଯେ କେଉଁ ବିରୋଧୀ ଦଳ ଅଧିକ ଆସନ ପାଇବେ ଓ କେଉଁ ଦଳର ନେତା ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବେ। କିନ୍ତୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ କଡ଼ା ଚ୍ୟାଲେଞ୍ଜ ଦେବା ପାଇଁ ବିରୋଧୀ ୨୦୨୪ ପୂର୍ବରୁ ଏକତା ପ୍ରଦର୍ଶନ କରିବାକୁ ଚେଷ୍ଟା କରୁଛନ୍ତି ।