Hindi Languaae: ରାଷ୍ଟ୍ର ଭାଷା ପାଇଁ ମୁହାମୁହିଁ କେନ୍ଦ୍ର-ରାଜ୍ୟ, ଜାଣନ୍ତୁ ପୁରା ମାମଲା
Advertisement
Article Detail0/zeeodisha/odisha1396595

Hindi Languaae: ରାଷ୍ଟ୍ର ଭାଷା ପାଇଁ ମୁହାମୁହିଁ କେନ୍ଦ୍ର-ରାଜ୍ୟ, ଜାଣନ୍ତୁ ପୁରା ମାମଲା

Hindi Language Imposition: ହିନ୍ଦୀ ଭାଷା ଲାଗୁ କରିବାକୁ ନେଇ ପୁଣି ଥରେ ଦକ୍ଷିଣ ଭାରତରେ ମୁଣ୍ଡ ଟେକିଛି ଅସନ୍ତୋଷ। 

Hindi Languaae: ରାଷ୍ଟ୍ର ଭାଷା ପାଇଁ ମୁହାମୁହିଁ କେନ୍ଦ୍ର-ରାଜ୍ୟ, ଜାଣନ୍ତୁ ପୁରା ମାମଲା

Fight for Hindi: କେନ୍ଦ୍ରୀୟ ସେବା ପରୀକ୍ଷାରେ ହିନ୍ଦୀ ଭାଷାକୁ ଏକ ମାଧ୍ୟମ କରିବା ଉପରେ ଦୀର୍ଘ ଦିନ ଧରି ବିଚାର କରୁଛନ୍ତି ଭାରତ ସରକାର। ନିକଟରେ ଗଣମାଧ୍ୟମରେ ପ୍ରସାରିତ ଖବରରେ କୁହାଯାଇଛି ଯେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ନେତୃତ୍ୱରେ ସରକାରୀ ଭାଷା ଉପରେ ସଂସଦୀୟ କମିଟି ଏକ ସୁପାରିଶ କରିଛି। ଯେଉଁଥିରେ କୁହାଯାଇଛି ଯେ କେନ୍ଦ୍ରୀୟ ବିଦ୍ୟାଳୟ, ଆଇଆଇଟି, ଆଇଆଇଏମ୍ ଏବଂ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ହିନ୍ଦୀ ଭାଷା ପଢାଯାଉ। ଏହା ସରକାରୀ ନିଯୁକ୍ତି ପରୀକ୍ଷା ହିନ୍ଦୀ ଭାଷାରେ କରାଯିବା ଆବଶ୍ୟକ ବୋଲି ସୁପାରିଶ କରିଛି ଏହି କମିଟି। 

ହେଲେ ଏବେ ଏହି ପ୍ରସଙ୍ଗକୁ ନେଇ ବିରୋଧଭାଷ ଦେଖିବାକୁ ମିଳିଛି। ବର୍ତ୍ତମାନ କେରଳ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ (Kerala CM Pinarayi Vijayan) କହିଛନ୍ତି ଯେ ହିନ୍ଦୀ ଭାଷା (Hindi Language) ଥୋପାଯିବାକୁ ସ୍ୱୀକାର କରାଯାଇ ପାରିବ ନାହିଁ। ଏନେଇ ସେ ନିକଟରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ (PM Modi) ଏକ ଚିଠି ଲେଖିଛନ୍ତି।

ନିଜେ ଲେଖିଥିବା ଚିଠିରେ କେରଳ ମୁଖ୍ୟମନ୍ତ୍ରୀ କହିଛନ୍ତି ହିନ୍ଦୀ ଭାଷା ଲାଗୁ କରିବାକୁ କରା ଯାଉଥିବା ପ୍ରୟାସ ଗ୍ରହଣୀୟ ନୁହେଁ। ହିନ୍ଦୀକୁ କେନ୍ଦ୍ରୀୟ ସେବା ପାଇଁ କରାଯାଇଥିବା ପରୀକ୍ଷାର ମାଧ୍ୟମ କରିବା ଏବଂ ହିନ୍ଦୀକୁ ବାଧ୍ୟତାମୂଳକ କରିବା ପାଇଁ ସଂସଦର ସରକାରୀ ଭାଷା କମିଟି ସୁପାରିଶ କରିଛି। ଏହି ରିପୋର୍ଟ ଆସିବା ପରେ ମୁଖ୍ୟମନ୍ତ୍ରୀ ବିଜୟନ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚିଠି ଲେଖିଛନ୍ତି। 

Also Read: Nirmala Sitharaman: 'ମୁଁ ହିନ୍ଦୀ କଥା କହିବାକୁ ଡରିଥାଏ! ହିନ୍ଦୀ କହିବା ବେଳେ ମୁଁ ଥରିଥାଏ, ମୁଁ ଦ୍ୱିଧାରେ କହୁଛି'

ବିବିଧତାରେ ଏକତା ହେଉଛି ଭାରତର ମୂଳମନ୍ତ୍ର। ଯାହା ସାଂସ୍କୃତିକ ଏବଂ ଭାଷାଗତ ବିବିଧତାକୁ ସ୍ୱୀକାର କରେ। ଏହାକୁ ସ୍ୱୀକାର କରି ଦେଶର ବିଭିନ୍ନ ଲୋକଙ୍କ ମମଧ୍ୟରେ ଭାଇଚାରା, ସହନଶୀଳତା ଏବଂ ପାରସ୍ପରିକ ସମ୍ମାନ, ଆମ ଦେଶକୁ ଏକାଠି ରଖିଥାଏ। ଗୋଟିଏ ଭାଷାକୁ ଅନ୍ୟ ଭାଷା ତୁଳନାରେ ପ୍ରୋତ୍ସାହିତ କରିବା ଦେଶର ଅଖଣ୍ଡତାକୁ ନଷ୍ଟ କରିବ।

ଶିକ୍ଷା ପ୍ରସଙ୍ଗରେ ପ୍ରତିକ୍ରିୟା ରଖି କେରଳ ମୁଖ୍ୟମନ୍ତ୍ରୀ କହିଛନ୍ତି କେନ୍ଦ୍ରକୁ ରାଜ୍ୟର ବୈଶିଷ୍ଟ୍ୟତା ଗ୍ରହଣ କରିବାକୁ ହେବ। ହିନ୍ଦୀ ଭାଷାରେ ନିଯୁକ୍ତି ପରୀକ୍ଷା କରିବା ଦ୍ୱାରା ଦେଶର ବହୁ ସଂଖ୍ୟକ ଯୁବପିଢି ଚାକିରୀରୁ ବଞ୍ଚିତ ହେବେ। ହିନ୍ଦୀର ପ୍ରୟୋଗ ସହଯୋଗୀ ସଂଘବାଦ ନୀତିର ବିରୋଧୀ। ହିନ୍ଦୀ ଭାଷା ପ୍ରୟୋଗ କରିବାରୁ କେନ୍ଦ୍ର ସରକାର ପଛକୁ ହଟିବାକୁ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ।  

କେବଳ କେରଳ ନୁହେଁ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ (Tamil Nadu CM MK Stalin) ଏହି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। କେନ୍ଦ୍ରରେ କ୍ଷମତାସୀନ ବିଜେପି ସରକାର ହିନ୍ଦୀ ପ୍ରୟୋଗ କରି ଅନ୍ୟ ଭାଷା ଯୁଦ୍ଧ ଆରମ୍ଭ ନ କରିବାକୁ ଚେତାବନୀ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଷ୍ଟାଲିନ। ଏନେଇ ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନିବେଦନ କରିଛନ୍ତି ଯେ ହିନ୍ଦୀ ଭାଷାକୁ ବାଧ୍ୟତାମୂଳକ କରିବା ପାଇଁ ଉଦ୍ୟମ ପରିତ୍ୟାଗ କରାଯାଉ ଏବଂ ଦେଶର ଅଖଣ୍ଡତା ବଜାୟ ରଖାଯାଉ।

Also Read: Karnataka Politics: ହିନ୍ଦୀ ଦିବସ ଉପରେ ବୟାନ ରଖି ବିବାଦରେ ଜେଡିଏସ ନେତା କୁମାରସ୍ୱାମୀ

ସରକାରୀ ଭାଷା ସଂସଦୀୟ କମିଟି ଅଧ୍ୟକ୍ଷ ତଥା ତଥା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଦ୍ୱାରା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନିକଟରେ ଦାଖଲ ହୋଇଥିବା ଏହି ରିପୋର୍ଟ ଉପରେ ଉପରୋକ୍ତ ପ୍ରତିକ୍ରିୟା ରଖିଛନ୍ତି ତାମିଲନାଡୁ ମୁଖ୍ୟମନ୍ତ୍ରୀ।  ଏନେଇ ସେ କହିଛନ୍ତି ଯେ ଯଦି ଏହି ରିପୋର୍ଟ କାର୍ଯ୍ୟକାରୀ ହୁଏ ତାହେଲେ ଦେଶର ବୃହତ ଅଣ-ହିନ୍ଦୀ ଭାଷାଭାଷୀ ଜନସଂଖ୍ୟା ନିଜ ଦେଶରେ ଦ୍ୱିତୀୟ ଶ୍ରେଣୀକୁ ଚାଲିଯିବ। ଏଥି ସହିତ ତାମିଲନାଡୁରେ ହୋଇଥିବା ହିନ୍ଦୀ ବିରୋଧୀ ଆନ୍ଦୋଳନ କଥା ମନେ ପକାଇ ଦେଇଛନ୍ତି ସେ। ହିନ୍ଦୀ ଭାଷା ଥୋପିବା ଦେଶର ଅଖଣ୍ଡତା ବିରୋଧୀ। ଅତୀତରେ ହୋଇଥିବା ହିନ୍ଦୀ ବିରୋଧୀ ଆନ୍ଦୋଳନରୁ ବିଜେପି ସରକାର ଶିକ୍ଷା ଗ୍ରହଣ କରନ୍ତୁ।

Also Read: 'ଗୋଟିଏ ଦେଶ ଗୋଟିଏ ଭାଷା' ସମର୍ଥନରେ ଆସିଲେ ଶିବସେନା ନେତା ସଞ୍ଜୟ ରାଉତ

ଏନେଇ ଟ୍ୱିଟ କରି ମୁଖ୍ୟମନ୍ତ୍ରୀ ଷ୍ଟାଲିନ କହିଛନ୍ତି ଯେ ହିନ୍ଦୀ ଲାଗୁ କରିବା ପାଇଁ ଦେଶର ବିବିଧତାକୁ ଭାଙ୍ଗିବା ପାଇଁ ଉଦ୍ୟମ କରୁଛି କେନ୍ଦ୍ରରେ କ୍ଷମତାସୀନ ବିଜେପି ସରକାର। ସରକାରୀ ଭାଷା ଉପରେ ସଂସଦୀୟ କମିଟିର ରିପୋର୍ଟର ଏକାଦଶ ସଂଖ୍ୟାରେ ଦିଆଯାଇଥିବା ପ୍ରସ୍ତାବ ହେଉଛି ଭାରତର ଆତ୍ମା ​​ଉପରେ ପ୍ରତ୍ୟକ୍ଷ ଆକ୍ରମଣ। ଏହା ଦେଶର ଏକତା ଉପରେ ପ୍ରଭାବ ପକାଇବ। କେନ୍ଦ୍ରମନ୍ତ୍ରୀ ଅମିତ ଶାହଙ୍କ ନେତୃତ୍ୱରେ ସରକାରୀ ଭାଷା ଉପରେ ସଂସଦୀୟ କମିଟି ପକ୍ଷରୁ ରାଷ୍ଟ୍ରପତି ନିକଟରେ ଦାଖଲ ହୋଇଥିବା ରିପୋର୍ଟ  ଭାରତୀୟ ସଂଘର ଅଖଣ୍ଡତା ପ୍ରତି ବିପଦ ସୃଷ୍ଟି କରିବ।