Bihar Politics: ପୁଣି ବିଜେପି ସହ ହେବ କି ମେଣ୍ଟ? ଚମକାଇବା ଭଳି ଜବାବ ଦେଲେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର
Advertisement
Article Detail0/zeeodisha/odisha1395310

Bihar Politics: ପୁଣି ବିଜେପି ସହ ହେବ କି ମେଣ୍ଟ? ଚମକାଇବା ଭଳି ଜବାବ ଦେଲେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର

Bihar CM on BJP:  ବିଜେପି ସହ ପୁନର୍ବାର ମେଣ୍ଟ କରିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି  ବିହାର ମୁଖ୍ୟମନ୍ତ୍ରୀ ତଥା ସୁଶାସନ ବାବୁ ନୀତିଶ କୁମାର। 

Bihar Politics: ପୁଣି ବିଜେପି ସହ ହେବ କି ମେଣ୍ଟ? ଚମକାଇବା ଭଳି ଜବାବ ଦେଲେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର

Bihar CM Nitish Kumar: ବିଜେପି ସହ ପୁନର୍ବାର ମେଣ୍ଟ କରିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ଜେଡିୟୁ ନେତା ନୀତିଶ କୁମାର। ଏହି ପ୍ରସଙ୍ଗରେ ବିହାର ମୁଖ୍ୟମନ୍ତ୍ରୀ ଚମକାଇବା ଭଳି ଜବାବ ଦେଇଛନ୍ତି। ଏନେଇ ପ୍ରତିକ୍ରିୟା ରଖି ସେ କହିଛନ୍ତି ଯେ ଜୀବନରେ ଆଉ ବିଜେପି ସହିତ ଯିବେ ନାହିଁ। 

ଶୁକ୍ରବାର ରାଜ୍ୟର ସମସ୍ତିପୁର ଠାରେ ଏକ ଇଞ୍ଜିନିୟରିଂ କଲେଜ ଉଦଘାଟନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର (Bihar CM Nitish Kumar)। ଏହି କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ସେ କହିଛନ୍ତି, ମୁଁ ମୋ ଜୀବନରେ ଆଉ କେବେ ହେଲେ ବିଜେପି (BJP) ସହ ଆଉ ଯିବି ନାହିଁ। ଅଟଳ ବିହାରୀ ବାଜପେୟୀ, ଲାଲକୃଷ୍ଣ ଆଡଭାନୀ, ମୁରଲୀ ମନୋହର ଯୋଶୀ ଭଳି ପୁରୁଖା ବିଜେପି ନେତା ମୋତେ ବିଶ୍ୱାସ କରୁଥିଲେ। ହେଲେ ବର୍ତ୍ତମାନ ପିଢିର ବିଜେପି ନେତା କେବଳ କଥାବାର୍ତ୍ତା କରିବାରେ ଲାଗିଛନ୍ତି। କାର୍ଯ୍ୟ କରିବା ସହିତ ସେମାନଙ୍କର କୌଣସି ସମ୍ପର୍କ ନାହିଁ।

ବିହାର ଇଞ୍ଜିନିୟରିଂ କଲେଜ, ପାଟନା ଦେଶର ସର୍ବ ପୁରାତନ ଅନୁଷ୍ଠାନ ଏବଂ ମୁଁ ଏହାର ଛାତ୍ର ଥିଲି। ଯେତେବେଳେ ମୁଁ କେନ୍ଦ୍ରମନ୍ତ୍ରୀ ହୋଇଥିଲି, ସେତେବେଳେ ମୁଁ ଅଟଳ ବିହାରୀ ବାଜପେୟୀଙ୍କ ସରକାରରେ ମାନବ ସମ୍ବଳ ବିକାଶ ମନ୍ତ୍ରୀ ରହିଥିବା ମୁରଲୀ ମନୋହର ଯୋଶୀଙ୍କୁ ଏହାକୁ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ଭାବେ ମାନ୍ୟତା ଦେବାକୁ ଅନୁରୋଧ କଲି। ସେ ତୁରନ୍ତ ଏହାକୁ କାର୍ଯ୍ୟକାରୀ କରିଥିଲେ। ସେହି ସମୟର ନେତା ସାଧାରଣ ଲୋକଙ୍କ ପାଇଁ ଚିନ୍ତା କରୁଥିଲେ। ହେଲେ ଆଜିର ବିଜେପି ନେତା କେବଳ କଥାବାର୍ତ୍ତା କରନ୍ତି।

Also Read: Bihar Politics: ପ୍ରଶାନ୍ତ କୁମାରଙ୍କ ବାବଦରେ ଗୁରୁତ୍ୱପୂର୍ଣ୍ଣ ଖୁଲାସା କଲେ ନୀତିଶ କୁମାର

ଗତ ୨୦୧୭ ବର୍ଷରେ ମୁଁ ପୁଣି ଥରେ ବିଜେପି ସହିତ ଯାଇଥିଲି। ମୁଁ ଏହା ଆଶା କରୁଥିଲି ଅଟଳ ବିହାରୀ ବାଜପେୟୀ, ଲାଲକୃଷ୍ଣ ଆଡଭାନୀ, ମୁରଲୀ ମନୋହର ଯୋଶୀଙ୍କ ଉତ୍ତରାଧିକାରୀ ଏବଂ ଲୋକଙ୍କ ପାଇଁ କାମ କରିବେ। ଯେହେତୁ ସାଧାରଣ ଲୋକଙ୍କ ସେମାନଙ୍କର କୌଣସି ସମ୍ପର୍କ ନାହିଁ। ତେଣୁ ମୁଁ ଏହି କାରଣରୁ ସେମାନଙ୍କ ଠାରୁ ଅଲଗା ହୋଇ ଯାଇଥିଲି। ବର୍ତ୍ତମାନ ବିହାରରେ ଆମର ସମାଜବାଦୀ ସରକାର କ୍ଷମତାସୀନ (Samajwadi Govt in Bihar) ରହିଛି। ସମସ୍ତ ସମାଜବାଦୀ ନେତା (Samajwadi Leader) ଏକାଠି ହୋଇଛନ୍ତି। ଆମେ ସାଧାରଣ ଲୋକଙ୍କ ପାଇଁ କାମ କରିବୁ। ବିହାର ସହିତ ଆମେ ଦେଶକୁ ବିକାଶ ପଥରେ ଆଗେଇ ନେବୁ। 

ଯେତେବେଳେ ଯେତେବେଳେ ମୁଁ ବିଜେପି ସହିତ ଥିଲି, ସେତେବେଳେ ସେମାନେ ଚୁପ୍ ରହିଥିଲେ। ହେଲେ ଯେତେବେଳେ ମୁଁ ମହାମେଣ୍ଟ (Bihar Grand Alliance) ପାଖକୁ ଚାଲିଗଲି ସେତେବେଳେ ସେମାନେ ଆରଜେଡି ସୁପ୍ରିମୋ ଲାଲୁ ଯାଦବଙ୍କ (RJD Supremo Lalu Yadav) ବିରୋଧରେ ମାମଲାକୁ ପୁଣି ଥରେ ଖୋଲି ଦେଇଥିଲେ। ଯଦିଓ ଆଇସିଟିସି ଦୁର୍ନୀତିରେ (IRCTC Scam) ତାଙ୍କର ଅର୍ଥାତ ଲାଲୁ ଯାଦବଙ୍କ କୌଣସି ଭୂମିକା ନଥିଲା।

Also Read:  CM Yogi Adityanath: ଉତ୍ତର ପ୍ରଦେଶ ସରକାରଙ୍କୁ ପତ୍ର ଲେଖିଲେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ଜାଣନ୍ତୁ କାରଣ

ଗତ ୨୦୧୫ ବିହାର ବିଧାନସଭା ନିର୍ବାଚନରେ (Bihar Assembly Election 2015) ମହାମେଣ୍ଟ ପାଖରୁ ଜୋରଦାର ଝଟକା ପାଇଥିଲା ବିଜେପି। ହେଲେ ଏହାର ବର୍ଷକ ପୂର୍ବରୁ ଅନୁଷ୍ଠିତ ହୋଇଥିବା ଲୋକସଭା ନିର୍ବାଚନରେ (Lok Sabha Election 2014) ସାରା ଦେଶରେ ମୋଦି ଲହର (Modi Wave) ଦେଖିବାକୁ ମିଳିଥିଲା। ହେଲେ ୨୦୧୭ ଜୁଲାଇରେ ମହାମେଣ୍ଟ ଛାଡ଼ି ବିଜେପି ନେତୃତ୍ୱାଧିନ ଏନଡ଼ିଏ ମେଣ୍ଟକୁ (BJP led NDA Alliance) ଫେରିଥିଲେ ଜେଡିୟୁ ନେତା ନୀତୀଶ କୁମାର (JDU Leader Nitish Kumar)। ହେଲେ ଏହାର ଠିକ ୫ ବର୍ଷ ପରେ ଅର୍ଥାତ ଚଳିତ ବର୍ଷ ପୁନର୍ବାର ଏନଡିଏ ଛାଡି ମହାମେଣ୍ଟକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ (Bihar Chief Minister)।