Assam: ମୋଗଲ ଶାସକଙ୍କୁ ପ୍ରଂଶସା କରି ବିବାଦରେ କଂଗ୍ରେସ ସାଂସଦ ଅବଦୁଲ ଖାଲିକ
Advertisement
Article Detail0/zeeodisha/odisha1327010

Assam: ମୋଗଲ ଶାସକଙ୍କୁ ପ୍ରଂଶସା କରି ବିବାଦରେ କଂଗ୍ରେସ ସାଂସଦ ଅବଦୁଲ ଖାଲିକ

Congress MP  Abdul Khaleque: ମୋଗଲ ଶାସନ କାଳରେ ଭାରତ ଏକ ରୂପ ଧାରଣ କରିଥିଲା। ଯେଉଁଠାରେ ପୂର୍ବ, ପଶ୍ଚିମ, ଉତ୍ତର, ଦକ୍ଷିଣ ଭାରତ ସବୁ କିଛି ରହିଛି।  ଏତେ ସବୁ ହୋଇସାରିବା ପରେ ଯଦି ମୁଁ କହିଥିଲି ଯେ ମୁଁ ଜଣେ ମୋଗଲ ହୋଇଥିବାରୁ ଗର୍ବିତ ତାହେଲେ ମୁଁ ଏଥିରେ କେଉଁ ଭୁଲ କରିଥିଲି।

 Assam: ମୋଗଲ ଶାସକଙ୍କୁ ପ୍ରଂଶସା କରି ବିବାଦରେ କଂଗ୍ରେସ ସାଂସଦ ଅବଦୁଲ ଖାଲିକ

Congress MP  Abdul Khaleque: ମୋଗଲ ଶାସକଙ୍କୁ ପ୍ରଂଶସା କରି ବିବାଦୀୟ ହୋଇପଡ଼ିଛନ୍ତି ଆସାମ ବରପେଟା ଲୋକସଭା ଆସନର କଂଗ୍ରେସ ସାଂସଦ ଅବଦୁଲ ଖାଲିକ। ଏନେଇ କଂଗ୍ରେସ ସାଂସସ କହିଛନ୍ତି ଯେ ମୋଗଲ ଶାସକ ଭାରତ ବର୍ଷକୁ ଏକ ରୋଡମ୍ୟାପ ଦେଇଥିଲେ। ମୋଗଲ ଶାସକ ଦେଶର ନାମ ହିନ୍ଦୁସ୍ତାନ ରଖିଥିଲେ। ପ୍ରଥମ ଥର ପାଇଁ ଦେଶକୁ ହିନ୍ଦୁସ୍ତାନ ବୋଲି ମୋଗଲ ଶାସକ ସମ୍ବୋଧିତ କରିଥିଲେ। ସେମାନଙ୍କ ବିନା ଦେଶର ସ୍ୱାଧୀନତା ସଂଗ୍ରାମ ଅସମ୍ପୂର୍ଣ୍ଣ ହୋଇଥାନ୍ତା ବୋଲି କହିଛନ୍ତି ବରପେଟା ସାଂସଦ ଅବଦୁଲ ଖାଲିକ ।

ମୋଗଲ ଶାସକଙ୍କ (Mughal Ruler) ବାବଦରେ ନିଜେ ଦେଇଥିବା ବୟାନକୁ ନେଇ ବିବାଦ ତେଜିବା ପରେ ଏହାର ଉପରେ ସଫେଇ ଦେଇଛନ୍ତି ଆସାମ (Assam) ବରପେଟା ଲୋକସଭା ଆସନର (Barpeta Lok Sabha MP) କଂଗ୍ରେସ ସାଂସଦ ଅବଦୁଲ ଖାଲିକ (Congress MP  Abdul Khaleque)। ଏନେଇ ସେ କହିଛନ୍ତି ଯେ ମୁଁ କୌଣସି ଟ୍ୱିଟ କରି ନାହିଁ। ମୁଁ ଏକ ଟ୍ୱିଟ ଉପରେ ମୋର ମନ୍ତବ୍ୟ ରଖିଥିଲି। ବର୍ତ୍ତମାନ ଏହା ଭାଇରାଲ ହେବା ପରେ ମୁଁ କ'ଣ କରିପାରିବି? ମୁଁ ତଥାପି କହୁଛି ଯେ ମୋଗଲ ଶାସକ ପ୍ରଥମ ଥର ପାଇଁ ଭାରତ (India) ବର୍ଷକୁ ହିନ୍ଦୁସ୍ତାନ (Hindustan) ବୋଲି ସମ୍ବୋଧିତ କରିଥିଲେ। ଏହାପୂର୍ବରୁ କେହି ଏହି ଦେଶକୁ ହିନ୍ଦୁସ୍ତାନ ବୋଲି କହିନଥିଲେ। ପୂର୍ବରୁ ସେଠାରେ ଛୋଟ ରାଜ୍ୟ ଥିଲା। ମୋଗଲ ଶାସନ କାଳରେ ଭାରତ ଏକ ରୂପ ଧାରଣ କରିଥିଲା। ଯେଉଁଠାରେ ପୂର୍ବ, ପଶ୍ଚିମ, ଉତ୍ତର, ଦକ୍ଷିଣ ଭାରତ ସବୁ କିଛି ରହିଛି।

ଏତେ ସବୁ ହୋଇସାରିବା ପରେ ଯଦି ମୁଁ କହିଥିଲି ଯେ ମୁଁ ଜଣେ ମୋଗଲ ହୋଇଥିବାରୁ ଗର୍ବିତ ତାହେଲେ ମୁଁ ଏଥିରେ କେଉଁ ଭୁଲ କରିଥିଲି। ଆସାମ ଆଜି ଦେଶର ଏକ ଅଂଶ ଏବଂ ସରାଇଘାଟ ଲଢେଇ (Saraighat War) ହିନ୍ଦୁ-ମୁସଲମାନ (Hindu Muslim War) ଯୁଦ୍ଧ ନୁହେଁ।

Also Read: ମନ୍ଦିର ନିର୍ମାଣ ଲାଗି ଜମିଦାନ କରିଥିଲେ ଆଉରଙ୍ଗଜେବ; AIUDF ବିଧାୟକଙ୍କ ବୟାନ ଉପରେ ଜବାବ ରଖିଲେ ଆସାମ ମୁଖ୍ୟମନ୍ତ୍ରୀ

କଂଗ୍ରେସ ସାଂସଦ ଅବଦୁଲ ଖାଲିକ ଏକ ଟ୍ୱିଟ ଉପରେ ମନ୍ତବ୍ୟ ଦେଇ ଭାରତ ବର୍ଷକୁ ପ୍ରାୟ ୨୦୦ ବର୍ଷ କାଳରୁ ଅଧିକ ସମୟ ଧରି ଶାସନ କରିଥିବା ମୋଗଲ ଶାସକଙ୍କୁ ପ୍ରଶଂସା କରିଥିଲେ। ଯାହା ପରେ ଏହା ଭାଇରାଲ ହୋଇଥିଲା। ଏହି ଟ୍ୱିଟ୍ ପାଇଁ ଅନେକ ଲୋକ ସାଂସଦଙ୍କୁ ସମାଲୋଚନା କରିଥିଲେ। ମାତ୍ର ସାଂସଦ ଅବଦୁଲ ଖାଲିକ ମୋଗଲଙ୍କ ପାଇଁ ଗର୍ବିତ ହେବାକୁ ନିଜ ଜିଦ ରେ ଅଟଳ ରହିଛନ୍ତି। ଏନେଇ ସେ କହିଛନ୍ତି ଯେ ଦେଶକୁ ପୂର୍ବରୁ ଭାରତ କୁହାଯାଉଥିଲା କିନ୍ତୁ କେବଳ ମୋଗଲ ଶାସନ ସମୟରେ ହିନ୍ଦୁସ୍ତାନ ଶବ୍ଦ ପ୍ରଥମ ଥର ପାଇଁ ବ୍ୟବହାର କରାଯାଇଥିଲା।

କେବଳ କଂଗ୍ରେସ ସାଂସଦ ଅବଦୁଲ ଖାଲିକ ନୁହେଁ ପୂର୍ବରୁ ମୋଗଲ ଶାସକଙ୍କ ପ୍ରଂଶସା କରି ବିବାଦୀୟ ହୋଇପଡ଼ିଥିଲେ ଆସାମର (Assam) ଢିଙ୍ଗ ବିଧାନସଭା ଆସନର (Dhing Assembly Constituency) ଏଆଇୟୁଡିଏଫ ବିଧାୟକ ଅମିନୁଲ ଇସଲାମ (AIUDF MLA Aminul Islam)। ଏନେଇ ସେ କହିଥିଲେ ମନ୍ଦିର ନିର୍ମାଣ ପାଇଁ ମୋଗଲ ଶାସକ ଆଉରଙ୍ଗଜେବ (Mughal Ruler Aurangzeb) ଜମି ଦାନ କରିଥିଲେ। ରାଜ୍ୟରେ ଅବସ୍ଥିତ କାମାକ୍ଷା, ବାରଣାସୀସ୍ଥିତ ଜଙ୍ଗମବାଡି଼ ସମେତ ଦେଶବ୍ୟାପୀ ମୋଟ ୪୦୦ ମନ୍ଦିର ନିର୍ମାଣ ଲାଗି ମୋଗଲ ଶାସକ ଆଉରଙ୍ଗଜେବ ଜମି ଦାନ କରିଥିଲେ। ଏହି ଜମି ଅନୁଦାନ ବ୍ରିଟିଶ ସଗ୍ରହାଳୟରେ ରହିଛି।  

ବିଧାୟକ ଅମିନୁଲ ଇସଲାମ ଆହୁରି ମଧ୍ୟ କହିଥିଲେ ଦେଶରେ ହଜାର ହଜାର ବର୍ଷ ଧରି ଧର୍ମନିରପେକ୍ଷତା ମହଜୁଦ ରହିଥିଲା। ମାତ୍ର ୧୯୪୭ ମସିହା ପର ଠାରି ଏହା ଦେଶରେ ରହିନାହିଁ। ପ୍ରାୟ ୪ ଶହରୁ ଅଧିକ ମନ୍ଦିର ନିର୍ମାଣ ପାଇଁ ମୋଗଲ ଶାସକ ଆଉରଙ୍ଗଜେବ ଜମି ଦାନ କରିଥିବା ଜଣେ ଐତିହାସିକ କହିଛନ୍ତି। ଅନ୍ୟ ମୋଗଲ ଶାସକ ମଧ୍ୟ ମଧ୍ୟ ମନ୍ଦିର ଏବଂ ପୁରୋହିତମାନଙ୍କ ପାଇଁ ଜମି ଦାନ କରିଛନ୍ତି। ଆସାମ ମୁଖ୍ୟମନ୍ତ୍ରୀ କହୁଛନ୍ତି  ୧୯୪୭ ପରେ ଦେଶ ଧର୍ମନିରପେକ୍ଷ ହୋଇପାରିଛି। ଏଥିପାଇଁ ମୁଁ କହିଥିଲି ଯେ ଯିଏ ଭାରତକୁ ଶାସନ କରେ ସେ ଦେଶରେ ଧର୍ମନିରପେକ୍ଷତା ବଜାୟ ରଖିଥାଏ। ଯେତେବେଳେ ହିନ୍ଦୁ ଶାସକ ଥିଲେ ସେତେବେଳେ ମୁସଲମାନ ମଦ୍ୟ ସେମାନଙ୍କର ଧର୍ମ ପାଳନ କରିବାକୁ ମୁକ୍ତ ଥିଲେ ଏବଂ ମୁସଲମାନ ଶାସକଙ୍କ ସମୟରେ ମଧ୍ୟ ସମାନ ପରିସ୍ଥିତି ଉପୁଜିଥିଲା। ହଜାର ହଜାର ଲୋକଙ୍କ ପାଇଁ ଭାରତ ଧର୍ମନିରପେକ୍ଷ ରହିଛି। ସେ କହିଛନ୍ତି ଯେ ଅମିନୁଲ ଇସଲାମଙ୍କ ପୁସ୍ତକ 'ପବିତ୍ର ଆସାମ' ଅନୁଯାୟୀ ଆଉରଙ୍ଗଜେବଙ୍କ କୋର୍ଟର ଜଣେ ଅଧିକାରୀ ଏହି ଜମି ଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।