Advertisement
Photo Details/zeeodisha/odisha2537867
photoDetails0hindi

Gold News: ଚୀନର ଭାଗ୍ୟ ଫିଟିଲା, ହାତରେ ଲାଗିଲା ଏତେ ବଡ଼ ଖଣି

ଚୀନର ଏକ ବଡ ଲଟେରୀ ଲାଗିଛି । ଏହା ବିଶ୍ୱର ସର୍ବବୃହତ ସୁନାର ଭଣ୍ଡାର ହାସଲ କରିଛି । ଯାହାର ମୂଲ୍ୟ ପ୍ରାୟ ୭ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି। ଚାଇନାର ଏହି ସୁନା ଖଣି କେନ୍ଦ୍ରୀୟ ଚାଇନାର ୱାଙ୍ଗୁ ଗୋଲ୍ଡଫିଲ୍ଡରେ ରହିଛି । ଏକ ଆକଳନ ଅନୁଯାୟୀ, ଏଠାରେ ପ୍ରାୟ ୧ ହଜାର ମେଟ୍ରିକ୍ ଟନ୍ ଉଚ୍ଚମାନର ସୁନା ଥାଇପାରେ ବୋଲି ଦାବି କରାଯାଉଛି।

1/5

ଖବର ଅନୁଯାୟୀ, ପିଗଜିଆଙ୍ଗ ଜିଲ୍ଲାର ଉତ୍ତର-ପୂର୍ବରେ ପ୍ରାୟ ୨ କିଲୋମିଟର ଗଭୀରତାରେ ୪୦ ଟି ସୁନା ଖଣି ବିଷୟରେ ସୂଚନା ମିଳିଛି। ପ୍ରାରମ୍ଭିକ ଖନନ ସମୟରେ ଏହି ଖଣିଗୁଡ଼ିକରୁ ୩୦୦ ଟନ୍ ସୁନା ମିଳିଛି । ଗଭୀରକୁ ଯାଇ ଅଧିକ ଖନନ କରିବା ପରେ ଅଧିକ ସୁନା ମିଳିପାରେ ବୋଲି ବିଶ୍ୱାସ କରାଯାଉଛି ।

2/5

ଅଧିକ ଡ୍ରିଲ୍ କରାଯିବା ପରେ ସୁନା ସ୍ପଷ୍ଟ ଦେଖାଯାଉଥିଲା । ଏହା ବ୍ୟତୀତ ଡ୍ରିଲ୍ ସାଇଟର ପାରିପାର୍ଶ୍ୱିକ ଅଞ୍ଚଳରେ ମଧ୍ୟ ସୁନା ମଧ୍ୟ ଦେଖିବାକୁ ମିଳିଛି। ଏଥିରୁ ସ୍ପଷ୍ଟ ହେଉଛି ଯେ, ପରବର୍ତ୍ତୀ ଖନନ ଦ୍ୱାରା ସୁନାର ବୃହତ ଭଣ୍ଡାର ହାସଲ ହୋଇପାରେ । ଯଦି ସୁନା ଭଣ୍ଡାର ସମ୍ପୂର୍ଣ୍ଣ ରୂପେ ପୁନରୁଦ୍ଧାର ହୁଏ, ତେବେ ଏହା ୬୦୦ ବିଲିୟନ ୟୁଆନରୁ ଅଧିକ କିମ୍ବା ପ୍ରାୟ ୬୫ ବିଲିୟନ (ପ୍ରାୟ ୬,୯୧,୪୭୩ କୋଟି) ଆୟ କରିପାରିବ।

3/5

ସୁନା ଭଣ୍ଡାରର ଆବିଷ୍କାର ସମଗ୍ର ବିଶ୍ୱରେ ଚାଲିଥିବା ସମୟରେ ସୁନାର ଚାହିଦା ମଧ୍ୟ ବଢିବାରେ ଲାଗିଛି । ଆପଣଙ୍କୁ କହିରଖିବାକୁ ଚାହୁଁ ଯେ, ୱାଙ୍ଗୁ ଗୋଲ୍ଡଫିଲ୍ଡ ଚୀନ୍  ପାଇଁ ପ୍ରମୁଖ ଖଣି ଅଞ୍ଚଳ ବୋଲି ବିବେଚନା କରାଯାଉଛି । ଚୀନ୍ ସରକାର ଏଠାରେ ଖଣିଜ ପଦାର୍ଥର ଅନୁସନ୍ଧାନରେ ପ୍ରାୟ ୧୦୦ ମିଲିୟନ୍ ୟୁଆନ୍ ବିନିଯୋଗ କରୁଛନ୍ତି।

4/5

ରିପୋର୍ଟ ଅନୁଯାୟୀ, ୨୦୨୩ ସୁଦ୍ଧା ଚୀନ୍ ବିଶ୍ୱର ପ୍ରାୟ 10% ସୁନା ଉତ୍ପାଦନ କରୁଛି । ଖଣି ଏବଂ ଧାତୁ ଉତ୍ପାଦନ (ଇଲେକ୍ଟ୍ରୋନିକ୍ସ ଏବଂ ବ୍ୟାଟେରୀ ଟେକ୍ନୋଲୋଜି) କ୍ଷେତ୍ରରେ ଚୀନ୍ ଏକ ଅଗ୍ରଣୀ ଦେଶ ଭାବେ ବିବେଚନା କରାଯାଉଛି । ଏଥିସହ, ଖଣି ପ୍ରକ୍ରିୟାରୁ ଅଙ୍ଗାରକାମ୍ଳ ନିର୍ଗମନକୁ ହ୍ରାସ କରିବା ପ୍ରୟାସ ସହିତ ଖଣି ପ୍ରଯୁକ୍ତିର ବିକାଶ ତଥା ରପ୍ତାନିରେ ଚୀନ୍ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି। 

5/5

ଏହି ସୁନା ଖଣି ଆଜି ପର୍ଯ୍ୟନ୍ତ ସବୁଠୁ ବଡ ସୁନା ଖଣି ହୋଇଥିବା ଅନୁମାନ କରାଯାଉଛି । ଯାହା ଦକ୍ଷିଣ ଆଫ୍ରିକାର ଦକ୍ଷିଣ ଦୀପ ଖଣିରୁ ମିଳିଥିବା 900 ମେଟ୍ରିକ୍ ଟନ୍ ସୁନା ଭଣ୍ଡାରଠାରୁ ମଧ୍ୟ ଅଧିକ । ଏହି ରିଜର୍ଭ ପରବର୍ତ୍ତୀ ଖନନରେ ଆହୁରି ବୃଦ୍ଧି ପାଇପାରେ ।