ଏହି ଦେଶର ସରକାର ନେଲେ ବଡ଼ ପଦକ୍ଷେପ, ପେଟ୍ରୋଲ ୧୮ ଟଙ୍କା ଓ ଡିଜେଲ ୪୦ ଟଙ୍କା ହେଲା ଶସ୍ତା
Advertisement
Article Detail0/zeeodisha/odisha1258687

ଏହି ଦେଶର ସରକାର ନେଲେ ବଡ଼ ପଦକ୍ଷେପ, ପେଟ୍ରୋଲ ୧୮ ଟଙ୍କା ଓ ଡିଜେଲ ୪୦ ଟଙ୍କା ହେଲା ଶସ୍ତା

Pakistan Petrol Diesel Price: ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳର ମୂଲ୍ୟ ହ୍ରାସ ପରେ ପଡୋଶୀ ଦେଶର ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ପାକିସ୍ତାନରେ କ୍ଷମତା ପରିବର୍ତ୍ତନ ପରଠାରୁ ମୁଦ୍ରାସ୍ଫୀତି କ୍ରମାଗତ ଭାବେ ବୃଦ୍ଧି ପାଉଥିଲା । ମେ-ଜୁନ୍ ମାସରେ ପେଟ୍ରୋଲ-ଡିଜେଲ ଦର ଅନେକ ଥର ବୃଦ୍ଧି କରାଯାଇଥିଲା, ଏହା ପରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଶେହବାଜ ସରକାରଙ୍କ ଉପରେ ଆକ୍ରମଣ କରିଥିଲେ ।

ଏହି ଦେଶର ସରକାର ନେଲେ ବଡ଼ ପଦକ୍ଷେପ, ପେଟ୍ରୋଲ ୧୮ ଟଙ୍କା ଓ ଡିଜେଲ ୪୦ ଟଙ୍କା ହେଲା ଶସ୍ତା

ଇସଲାମାବାଦ: Pakistan Petrol Diesel Price: ମୁଦ୍ରାସ୍ଫୀତି ନିୟନ୍ତ୍ରଣ ସମେତ ଅନେକ ଦିଗରେ ବିଫଳ ହୋଇଥିବା ପାକିସ୍ତାନ ସରକାର (Pakistan Govt) ଶେଷରେ ନିଜ ଲୋକଙ୍କୁ କିଛି ମାତ୍ରାରେ ରିହାତି ପ୍ରଦାନ କରିଛନ୍ତି । ପେଟ୍ରୋଲ ଓ ଡିଜେଲ ଦର (Petrol Diesel Price) ହ୍ରାସ କରିବାକୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ (Pakistan PM Shehbaz Sharif) ଘୋଷଣା କରିଛନ୍ତି । ପେଟ୍ରୋଲ ମୂଲ୍ୟ ୧୮.୫୦ ଟଙ୍କା (ପାକିସ୍ତାନୀ ମୁଦ୍ରା) ଓ ଡିଜେଲ ଲିଟର ପିଛା ୪୦.୫୪ ଟଙ୍କା ହ୍ରାସ କରାଯାଇଛି ।

ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳର ମୂଲ୍ୟ ହ୍ରାସ ପରେ ପଡୋଶୀ ଦେଶର ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ପାକିସ୍ତାନରେ କ୍ଷମତା ପରିବର୍ତ୍ତନ ପରଠାରୁ ମୁଦ୍ରାସ୍ଫୀତି କ୍ରମାଗତ ଭାବେ ବୃଦ୍ଧି ପାଉଥିଲା । ମେ-ଜୁନ୍ ମାସରେ ପେଟ୍ରୋଲ-ଡିଜେଲ ଦର ଅନେକ ଥର ବୃଦ୍ଧି କରାଯାଇଥିଲା, ଏହା ପରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଶେହବାଜ ସରକାରଙ୍କ ଉପରେ ଆକ୍ରମଣ କରିଥିଲେ ।

ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳର ମୂଲ୍ୟ ହ୍ରାସ ହୋଇଥିବାରୁ ବର୍ତ୍ତମାନ ମୂଲ୍ୟ ହ୍ରାସ କରାଯାଇଛି ବୋଲି ପାକିସ୍ତାନ ସରକାର କହିଛନ୍ତି । ପଡୋଶୀ ଦେଶରେ ପେଟ୍ରୋଲ ବର୍ତ୍ତମାନ ଲିଟର ପିଛା ୨୩୦.୨୪ ଟଙ୍କା (ପାକିସ୍ତାନୀ ମୁଦ୍ରା) ରେ ବିକ୍ରି ହେଉଥିବାବେଳେ ଗୋଟିଏ ଲିଟର ଡିଜେଲର ମୂଲ୍ୟ ୨୩୬ ଟଙ୍କାକୁ ବୃଦ୍ଧି ପାଇଛି । 

ଏହା ବି ପଢ଼ନ୍ତୁ:-ଔରଙ୍ଗଜେବ ଆପଣଙ୍କ ସମ୍ପର୍କୀୟ କେବେଠୁ ହେଲେ? ଜାଣନ୍ତୁ ସିନ୍ଦେ ସରକାର ଉପରେ କାହିଁକି ବର୍ଷିଲେ ସଞ୍ଜୟ ରାଉତ

ଏହା ବି ପଢ଼ନ୍ତୁ:-ଏଣିକି ସଂସଦରେ ମଧ୍ୟ ବିରୋଧ ପ୍ରଦର୍ଶନ ଉପରେ ଲାଗିଲା ପ୍ରତିବନ୍ଧକ!

ଏହା ବି ପଢ଼ନ୍ତୁ:-ଉଦ୍ଧବ ଠାକରେଙ୍କୁ ଲାଗିଲା ଆଉ ଏକ ଝଟକା! ସିନ୍ଦେ ସରକାର ନେଲେ ଏହି ବଡ଼ ନିଷ୍ପତ୍ତି

ଗୋଟିଏ ଦିନ ପୂର୍ବରୁ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳର ମୂଲ୍ୟ ହ୍ରାସକୁ ଦୃଷ୍ଟିରେ ରଖି ପେଟ୍ରୋଲିୟମ ଦ୍ରବ୍ୟର ମୂଲ୍ୟ ହ୍ରାସ ସମ୍ପର୍କରେ ପ୍ରଧାନମନ୍ତ୍ରୀ ଶେହବାଜ ଅର୍ଥ ଓ ପେଟ୍ରୋଲିୟମ ମନ୍ତ୍ରଣାଳୟରୁ ସୂଚନା ମାଗିଥିଲେ । ସେ ଏକ ବୈଠକରେ ଅଧ୍ୟକ୍ଷତା କରିଥିଲେ ଓ ପେଟ୍ରୋଲିୟମ ମୂଲ୍ୟ ହ୍ରାସ କରିବାକୁ ପରାମର୍ଶ ଦେଇ ସଂପୃକ୍ତ ମନ୍ତ୍ରଣାଳୟକୁ କହିଥିଲେ ।

୨୦୨୧-୨୨ର ପ୍ରଥମ ତିନି ତ୍ରୈମାସରେ ପାକିସ୍ତାନର ବିଦେଶୀ ଋଣ ୧୦.୮୮୬ ବିଲିୟନ ଡଲାରକୁ ବୃଦ୍ଧି ପାଇଥିବାବେଳେ ପୁରା ଆର୍ଥିକ ବର୍ଷ ୨୧ରେ ଏହା ୧୨.୩୮ ବିଲିୟନ ଡଲାରରେ ରହିଥିଲା । ଗତ କିଛି ବର୍ଷ ଧରି ପାକିସ୍ତାନ କ୍ରମାଗତ ଅର୍ଥନୈତିକ ସଙ୍କଟ ଦେଇ ଗତି କରୁଛି । ଗତ ମାସ ଶେଷରେ ଚୀନ ତରଫରୁ ୨.୩ ବିଲିୟନ ଆମେରିକୀୟ ଡଲାରର ସହାୟତା ମିଳିବା ସତ୍ତ୍ୱେ ପାକିସ୍ତାନ ଷ୍ଟେଟ ବ୍ୟାଙ୍କର ବୈଦେଶିକ ମୁଦ୍ରା ଭଣ୍ଡାର ସିଙ୍ଗଲ ଡିଜିଟରେ ଖସି ଆସିଛି । ଅନ୍ୟପକ୍ଷରେ ଅର୍ଥନୈତିକ ସଙ୍କଟ ପାକିସ୍ତାନର ରୋଜଗାର ଉପରେ ମଧ୍ୟ ପ୍ରଭାବ ପକାଇବା ଆରମ୍ଭ କରିଛି । ବିଭିନ୍ନ କ୍ଷେତ୍ରରୁ ଛଟେଇ ହେବାର ଖବର ମଧ୍ୟ ଅଛି ।