Appointment of CEC illegal: ନିର୍ବାଚନ କମିଶନଙ୍କ ନିଯୁକ୍ତି ବେଆଇନ ନା ରାହୁଲ କରୁଛନ୍ତି ବେକାର କଥା
Advertisement
Article Detail0/zeeodisha/odisha2652095

Appointment of CEC illegal: ନିର୍ବାଚନ କମିଶନଙ୍କ ନିଯୁକ୍ତି ବେଆଇନ ନା ରାହୁଲ କରୁଛନ୍ତି ବେକାର କଥା

ଭୁବନେଶ୍ୱର: ଭାରତର ମୁଖ୍ୟ ନିର୍ବାଚନ କମିଶନ ଏବଂ ଅନ୍ୟ ନିର୍ବାଚନ କମିଶନମାନଙ୍କ ନିଯୁକ୍ତି ପ୍ରସଙ୍ଗରେ ସରକାର ନେଇଥିବା ନିଷ୍ପତ୍ତି ଠିକ୍‍ ନା ଭୁଲ୍‍? ପରମ୍ପରା ଓ ପ୍ରଥା ଅନୁସାରେ ନିଯୁକ୍ତି ପ୍ୟାନେଲ୍ରନ ସଦସ୍ୟତା ପଦରୁ ପ୍ରଧାନ ବିଚାରପତିଙ୍କୁ ବାହାର କରାଯିବା ଯଥାର୍ଥ ନା ବେଆଇନ?

Appointment of CEC illegal: ନିର୍ବାଚନ କମିଶନଙ୍କ ନିଯୁକ୍ତି ବେଆଇନ ନା ରାହୁଲ କରୁଛନ୍ତି ବେକାର କଥା

Appointment of CEC: ଭୁବନେଶ୍ୱର: ଭାରତର ମୁଖ୍ୟ ନିର୍ବାଚନ କମିଶନ ଏବଂ ଅନ୍ୟ ନିର୍ବାଚନ କମିଶନମାନଙ୍କ ନିଯୁକ୍ତି ପ୍ରସଙ୍ଗରେ ସରକାର ନେଇଥିବା ନିଷ୍ପତ୍ତି ଠିକ୍‍ ନା ଭୁଲ୍‍? ପରମ୍ପରା ଓ ପ୍ରଥା ଅନୁସାରେ ନିଯୁକ୍ତି ପ୍ୟାନେଲ୍ରନ ସଦସ୍ୟତା ପଦରୁ ପ୍ରଧାନ ବିଚାରପତିଙ୍କୁ ବାହାର କରାଯିବା ଯଥାର୍ଥ ନା ବେଆଇନ? ଏମିତି ପ୍ରଶ୍ନ ଭିତରେ ନୂତନ ନିର୍ବାଚନ କମିଶନଙ୍କ ନିଯୁକ୍ତିରେ ଅସନ୍ତୋଷ ପ୍ରକାଶ କରି ଗଣମାଧ୍ୟମକୁ ସରକାର ବିରୁଦ୍ଧରେ ବୟାନ ଦେଉଥିବା ବିରୋଧୀ ଦଳ ନେତାଙ୍କ ଅଭିଯୋଗ କେତେ ଠିକ୍‍? ଏ ବିଷୟରେ ଆଜି ସୁପ୍ରିମ କୋର୍ଟ ଶୁଣାଣି କରିବାକୁ ସ୍ଥିର କରିଛନ୍ତି। ଏପରିକି ଏହାକୁ ପ୍ରାଧାନ୍ୟତା ଭିତ୍ତିରେ ଶୁଣିବା ପାଇଁ ଚାହିଁଛନ୍ତି ସୁପ୍ରିମ କୋର୍ଟ। 

ସୋମବାରଦିନ ଭାରତର ନୂତନ ମୁଖ୍ୟ ନିର୍ବାଚନ କମିଶନର ନିଯୁକ୍ତ କରିବା ପାଇଁ ଆଇନ ଅନୁସାରେ ଏଲକ ପ୍ୟାନେଲ୍‍ ଏକାଠି ହୋଇଥିଲେ। ଏଥିରେ ପ୍ରଧାନମନ୍ତ୍ରୀ, ବିରୋଧୀ ଦଳର ନେତାଙ୍କ ସହ ଜଣେ କ୍ୟାବିନେଟ୍‍ ମନ୍ତ୍ରୀ ବି ରହିଥିଲେ। ନିର୍ବାଚନ କମିଶନଙ୍କ ନିଯୁକ୍ତି ଆଇନ ୨୦୨୩ ଅନୁସାରେ ଏହି ପ୍ୟାନେଲ୍‍ ନିର୍ବାଚନ କମିଶନଙ୍କ ନାଁରେ ସ୍ୱୀକୃତୀ ପ୍ରଦାନ କରିବାରୁ ଜ୍ଞାନେଶ କୁମାରଙ୍କୁ ଦେଶର ମୁଖ୍ୟ ନିର୍ବାଚନ କମିଶନର ଭାବେ ନିଯୁକ୍ତ କରାଯାଇଥିଲା। ୧୯୮୮ ମସିହାର ଆଇଏଏସ୍‍ ଅଫିସର ଶ୍ରୀ କୁମାର ଗତକାଲି ଦାୟିତ୍ୱ ମଧ୍ୟ ଗ୍ରହଣ କରିଛନ୍ତି। ହେଲେ ଏହାକୁ ଏକ ପାକ୍ଷିଆ ନିଷ୍ପତ୍ତି ବୋଲି କହିଛନ୍ତି  ବିରୋଧୀ ଦଳ ନେତା ରାହୁଲ ଗାନ୍ଧି। ରାତି ଅଧରେ ମୋଦୀ ଓ ଅମିତ ଶାହ ଯାହା ନିଷ୍ପତ୍ତି ନେଉଛନ୍ତି ତାହାକୁ ପ୍ୟାନେଲର ଅନୁମୋଦନ ପାଇଥଁ ଅଣାଯାଉଛି ବୋଲି ସେ ଅଭିଯୋଗ ଆଣିଥିଲେ। ଏପରିକି ସୁପ୍ରିମ କୋର୍ଟରେ ଏହି ମାମଲାରେ ଶୁଣାଣି ଚାଲିଥିବାରୁ ଏଥିଲାଗି ଅପେକ୍ଷା କରିବାକୁ ମଧ୍ୟ ଦାବି କରାଯାଇଥିଲା। କିନ୍ତୁ ସରକାର ଆଇନର ଧାରା ଅନୁସାରେ  ମୁଖ୍ୟ ନିର୍ବାଚନ ଆୟୁକ୍ତ ଏବଂ ଅନ୍ୟ ଜଣେ କମିଶନରଙ୍କ ନାଁକୁ ଅନୁମୋଦନ ପ୍ରଦାନ କରି ତାଙ୍କୁ ନିଯୁକ୍ତ କରିଛନ୍ତି। 

ଏହି ଘଟଣାକୁ ଚ୍ୟାଲେଞ୍ଜ କରି ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣ ସୁପ୍ରିମ କୋର୍ଟଙ୍କ ଧ୍ୟାନ ଆକର୍ଷଣ କରିଥିଲେ।  କୋର୍ଟ ମାମଲା ଉପରେ ରହିତାଦେଶ ଦେବାକୁ ମନା କରି ଏହି ମାମଲାକୁ ଆଜି ଶୁଣାଣି ପାଇଁ ଧାର୍ଯ୍ୟ କରିଛନ୍ତି। 

୧୯୫୦ ମସିହାରୁ ଭାରତରେ ନିର୍ବାଚନ ପରିଚାଳନା ଦାୟିତ୍ୱ ନିର୍ବାଚନ ଆୟୁକ୍ତ କରି ଆସୁଥିଲେ ମଧ୍ୟ ଭାରତରେ ଏଥିପାଇଁ କୌଣସି ଆଇନ ନଥିଲା। ଏ ବିଷୟକୁ ଅନୁପ ଅଗ୍ରଓ୍ୱାଲ ସୁପ୍ରିମକୋର୍ଟଙ୍କ ଧ୍ୟାନ ଆକର୍ଷଣ କରିଥିଲେ।  ପରମ୍ପରା ଅନୁସାରେ ପ୍ରଧାନମନ୍ତ୍ରୀ, ବିରୋଧୀ ଦଳ ନେତା ଏବଂ ସୁପ୍ରିମ୍‍ କୋର୍ଟଙ୍କ ପ୍ରଧାନ ବିଚାରପତିଙ୍କୁ ନେଇ ଗଠିତ କମିଟି ଭାରତର ମୁଖ୍ୟ ନିତର୍ବାଚନ କମିଶନ ଏବଂ ଅନ୍ୟ ଆୟୁକ୍ତଙ୍କୁ ନିଯୁକ୍ତ ପ୍ରଦାନ କରୁଥିଲେ। ଏହି ମାମଲାକୁ ଶୁଣାଣି କରି ସୁପ୍ରିମ କୋର୍ଟ ନୂଆ ଆଇନ ନ ହେବା ଯାଏ ସମ୍ପୃକ୍ତ ପ୍ୟାନେଲ୍‍ ବ୍ୟବସ୍ଥା ଜାରି ରଖିବାକୁ କହିଥିଲେ। 

ଡିସେମ୍ବର ୨୦୨୩ରେ ମୋଦୀ ସରକାର ଏନେଇ ସ୍ୱଥନ୍ତ୍ର ବିଧେୟକ ଆଣିଲେ। ଯେଉଁଥିରେ ପ୍ୟେନଲରୁ ମୁଖ୍ୟ ବିଚାରପତିଙ୍କ ନାଁକୁ କାଢ଼ି ଜଣେ କ୍ୟାବିନେଟ୍‍ ମନ୍ତ୍ରୀଙ୍କ ନାଁ ଯୋଡ଼ି ଦିଆଯାଇଥିଲା। ଏହାକୁ ନେଇ କଂଗ୍ରେସ ଆପତ୍ତି ଉଠାଇଥିଲା। ହେଲେ ଉଭୟ ଗୃହରେ ଅନୁମୋଦିତ ଏହି ବିଧେୟକ ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇ ଶେଷରେ ଆଇନରେ ପରିଣତ ହୋଇଛି। ଏହି ଆଇନକୁ କାର୍ଯ୍ୟକାରୀ କରାଇ ପ୍ରଥମ ମୁଖ୍ୟ ଆୟୁକ୍ତ ଭାବେ ଶ୍ରୀ କୁମାର ଆସନ୍ତା ସାଢ଼େ ୪ ବର୍ଷ ପାଇଁ ଭାରତର ମୁଖ୍ୟ ନିର୍ବାଚନ କମିଶନ ଦାୟିତ୍ୱ ଗ୍ରହଣ କରିଛନ୍ତି।