Sukma encounter: ବିଜାପୁରରେ ଯବାନ ଏବଂ ନକ୍ସଲ ମଧ୍ୟରେ ଗୁଳିବିନିମୟ, ୧୨ ନକ୍ସଲ ନିହତ
Advertisement
Article Detail0/zeeodisha/odisha2604324

Sukma encounter: ବିଜାପୁରରେ ଯବାନ ଏବଂ ନକ୍ସଲ ମଧ୍ୟରେ ଗୁଳିବିନିମୟ, ୧୨ ନକ୍ସଲ ନିହତ

12 Naxalites killed: ଛତିଶଗଡ଼ର ବିଜାପୁର ଜିଲ୍ଲାରେ ଗୁରୁବାର ଦିନ ସୁରକ୍ଷା କର୍ମୀ ଏବଂ ନକ୍ସଲବାଦୀଙ୍କ ମଧ୍ୟରେ ଏକ ଗୁଳି ବିନିମୟ ହୋଇଛି। ଏଥିରେ ୧୨ ଜଣ ନକ୍ସଲ ନିହତ ହୋଇଥିବା ଖବର ରହିଛି।

 

 

Chhattisgarh Encounter 12 Naxalites Killed

Police Naxalites clash in Sukma: ଛତିଶଗଡ଼ର ବିଜାପୁର ଜିଲ୍ଲାରେ ଗୁରୁବାର ଦିନ ସୁରକ୍ଷା କର୍ମୀ ଏବଂ ନକ୍ସଲବାଦୀଙ୍କ ମଧ୍ୟରେ ଏକ ଗୁଳି ବିନିମୟ ହୋଇଛି। ଏଥିରେ ୧୨ ଜଣ ନକ୍ସଲ ନିହତ ହୋଇଥିବା ଖବର ରହିଛି। ଜଣେ ଅଧିକାରୀ କହିଛନ୍ତି ଯେ ଦକ୍ଷିଣ ବିଜାପୁରର ଜଙ୍ଗଲରେ ସକାଳ ପ୍ରାୟ ୯ଟାରେ ସୁରକ୍ଷା କର୍ମୀଙ୍କ ଏକ ମିଳିତ ଦଳ ନକ୍ସଲ ବିରୋଧୀ ଅଭିଯାନରେ ବାହାରିଥିବା ବେଳେ ଗୁଳିବିନିମୟ ଆରମ୍ଭ ହୋଇଥିଲା। ଏହା ପରେ ମଝିରେ ମଝିରେ ଗୁଳି ବିନିମୟ ଜାରି ରହିଥିଲା।

ଅଧିକାରୀ କହିଛନ୍ତି ଯେ ତିନୋଟି ଜିଲ୍ଲାର ଜିଲ୍ଲା ରିଜର୍ଭ ଗାର୍ଡ (DRG), କେନ୍ଦ୍ରୀୟ ରିଜର୍ଭ ପୋଲିସ ବାହିନୀ (CRPF) ର ସ୍ୱତନ୍ତ୍ର ଜଙ୍ଗଲ ଯୁଦ୍ଧ ୟୁନିଟ୍ COBRA (କମାଣ୍ଡୋ ବାଟାଲିଅନ୍ ଫର୍ ରିଜୋଲ୍ୟୁଟ୍ ଆକ୍ସନ୍) ର ପାଞ୍ଚଟି ବାଟାଲିଅନ୍ ଏବଂ CRPF ର ୨୨୯ତମ ବାଟାଲିଅନର ଜବାନମାନେ ଏହି ଅପରେସନରେ ସାମିଲ ଅଛନ୍ତି। କହିରଖୁଛୁ ଯେ ଏହା ପୂର୍ବରୁ ୧୨ ଜାନୁଆରୀରେ ବିଜାପୁରର ମଦେଡ଼ ଥାନା ଅଞ୍ଚଳରେ ସୁରକ୍ଷା କର୍ମୀଙ୍କ ସହ ଏନକାଉଣ୍ଟରରେ ଦୁଇ ମହିଳାଙ୍କ ସମେତ ପାଞ୍ଚ ଜଣ ନକ୍ସଲ ନିହତ ହୋଇଥିଲେ। ଘଟଣାସ୍ଥଳରୁ ପାଞ୍ଚ ଜଣଙ୍କ ମୃତଦେହ ସହିତ SLR ଏବଂ ରାଇଫଲ ଉଦ୍ଧାର କରାଯାଇଛି।

ପୋଲିସ କହିଛି ଯେ ଛତିଶଗଡରେ ଦୁଇ ବର୍ଷ ମଧ୍ୟରେ ସୁରକ୍ଷା ବାହିନୀ ଉପରେ ସବୁଠାରୁ ବଡ଼ ଆକ୍ରମଣ ହୋଇଥିଲା। ନକ୍ସଲମାନେ ଏହି ମାସର ଆରମ୍ଭରେ ବିଜାପୁର ଜିଲ୍ଲାରେ ୬୦ ରୁ ୭୦ କିଲୋଗ୍ରାମ ଓଜନର ଏକ ଇମ୍ପ୍ରୋଭାଇଜ୍ଡ ଏକ୍ସପ୍ଲୋସିଭ ଡିଭାଇସ୍ (IED) ବିସ୍ଫୋରଣ କରିଥିଲେ। ସୁରକ୍ଷା ବାହିନୀର ଏକ ଗାଡ଼ି ଏହାର ରାଡାରେ ଆସିଥିଲା ଏବଂ ଏଥିରେ ଯାତ୍ରା କରୁଥିବା ଆଠ ଜଣ ସୁରକ୍ଷା କର୍ମୀ ଏବଂ ସେମାନଙ୍କ ଡ୍ରାଇଭରଙ୍କ ମୃତ୍ୟୁ ହେଲା। ପୂର୍ବରୁ ଜାନୁଆରୀ ୯ ତାରିଖରେ ବିଜାପୁର ଜିଲ୍ଲାର ସୀମାରେ ପୋଲିସ ଏବଂ ନକ୍ସଲବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ଏଥିରେ ସୁରକ୍ଷା କର୍ମୀମାନେ ତିନି ଜଣ ନକ୍ସଲଙ୍କୁ ହତ୍ୟା କରିଥିଲେ।